India is the land of Lord Buddha, Mahatma Gandhi and Sardar Patel. It is the land of non-violence: PM Modi during #MannKiBaat
#MannKiBaat: Violence in the name of faith is unacceptable, no one above law, says PM Modi
India is the land of diversities and our festivals reflect these diversities: PM during #MannKiBaat
Festivals are not only symbols of faith for us, but they are also associated with Swachhata: PM Modi during #MannKiBaat
Sports must become a part of our lives. It ensures physical fitness, mental alertness & personality enhancement: PM during #MannKiBaat
This Teachers’ Day, let us resolve that we would Teach to Transform, Educate to Empower, Learn to Lead: PM Modi during #MannKiBaat
#MannKiBaat:Teachers have a key role in transformation of society, says PM Modi
'Pradhan Mantri Jan-Dhan Yojana' has brought poor into the economic mainstream of India: PM Modi during #MannKiBaat

ମୋର ପ୍ରିୟ ଦେଶବାସୀଗଣ । ସାଦର ନମସ୍କାର ।

ଏକପକ୍ଷରେ ଦେଶ ଉତ୍ସବର ପରିବେଶରେ ବୁଡ଼ି ରହିଛି ଏବଂ ଅନ୍ୟପକ୍ଷରେ ଭାରତର କୌଣସି କୋଣରୁ ଯେତେବେଳେ ହିଂସାକାଣ୍ଡର ଖବର ଆସୁଛି, ସେତେବେଳେ ଦେଶର ଚିନ୍ତା ମନରେ ଆସିବା ସ୍ୱାଭାବିକ । ଆମ ଦେଶ ବୁଦ୍ଧ ଏବଂ ଗାନ୍ଧୀଙ୍କ ଦେଶ; ଦେଶର ଏକତା ପାଇଁ ପ୍ରାଣପଣେ ଲାଗିପଡ଼ିଥିବା ସର୍ଦ୍ଦାର ପଟେଲଙ୍କ ଦେଶ । ଶହ ଶହ ବର୍ଷଧରି ଆମର ପୂର୍ବପୁରୁଷମାନେ ଯେଉଁ ସାର୍ବଜନୀନ ଜୀବନର ମୂଲ୍ୟକୁ, ଅହିଂସାକୁ, ସମାଦରକୁ ସ୍ୱୀକାର କରିଛନ୍ତି, ତାହା ଆମ ଆତ୍ମାରେ ସମାହିତ ହୋଇରହିଛି । ଅହିଂସା ପରମୋ ଧର୍ମଃ – ଏହା ଆମେ ପିଲାଦିନୁ ଶୁଣିଆସିଛୁ, କହିଆସିଛୁ । ମୁଁ ଲାଲକିଲ୍ଲାରୁ ମଧ୍ୟ କହିଥିଲି, ଆସ୍ଥା ନାମରେ ହିଂସାକୁ ବରଦାସ୍ତ କରାଯିବ ନାହିଁ, ତାହା ସାମ୍ପ୍ରଦାୟିକ ଆସ୍ଥା ହେଉ, ତାହା ରାଜନୈତିକ ଚିନ୍ତାଧାରା ପ୍ରତି ଆସ୍ଥା ହେଉ, ତାହା ବ୍ୟକ୍ତି ପ୍ରତି ଆସ୍ଥା ହେଉ, କିମ୍ବା ପରମ୍ପରା ପ୍ରତି ଆସ୍ଥା ହେଉ । ଆସ୍ଥା ନାମରେ ଆଇନକୁ ହାତକୁ ନେବାର ଅଧିକାର କାହାରି ନାହିଁ । ଡଃ ବାବାସାହେବ ଆମ୍ବେଦକର ଆମକୁ ଯେଉଁ ସମ୍ବିଧାନ ଦେଇଛନ୍ତି, ସେଥିରେ ପ୍ରତ୍ୟେକ ବ୍ୟକ୍ତିର ନ୍ୟାୟ ପାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି । ମୁଁ ଦେଶବାସୀଙ୍କୁ ଭରସା ଦେବାକୁ ଚାହୁଁଛି ଯେ ଆଇନକୁ ନିଜ ହାତକୁ ନେଉଥିବା, ହିଂସାପଥରେ ଗତି କରୁଥିବା କୌଣସି ବ୍ୟକ୍ତି ହେଉ, ତାଙ୍କୁ ନା ଏ ଦେଶ କେବେ ବରଦାସ୍ତ କରିବ ଆଉ ନା କୌଣସି ସରକାର ବରଦାସ୍ତ କରିବ । ପ୍ରତ୍ୟେକଙ୍କୁ ଆଇନ ଆଗରେ ମୁଣ୍ଡ ନୂଆଇଁବାକୁ ହେବ । ଆଇନ ଉତ୍ତରଦାୟିତ୍ୱ ସ୍ଥିର କରିବ ଏବଂ ଦୋଷୀଙ୍କୁ ଦଣ୍ଡ ପ୍ରଦାନ କରିବ ।

ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶ ବିବିଧତାରେ ପରିପୂର୍ଣ୍ଣ ଆଉ ଏହି ବିବିଧତା ଖାଦ୍ୟ-ପେୟ, ଚଳଣୀ, ବେଶ-ପୋଷାକ ଯାଏ ସୀମିତ ନୁହେଁ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆମକୁ ବିବିଧତା ଦୃଷ୍ଟିଗୋଚର ହୁଏ । ଏପରିକି ଆମ ପର୍ବପର୍ବାଣୀ ମଧ୍ୟ ବିବିଧତାରେ ଭରା । ଆମ ସାଂସ୍କୃତିକ ପରମ୍ପରା ହଜାର ହଜାର ବର୍ଷ ପୁରୁଣା । ସାଂସ୍କୃତିକ ପରମ୍ପରା ଦେଖିଲେ, ସାମାଜିକ ପରମ୍ପରା ଦେଖିଲେ, ଐତିହାସିକ ଘଟଣାମାନ ଦେଖିଲେ, ହୁଏତ 365 ଦିନରୁ କୌଣସି ଦିନ ବାକି ରହୁନଥିବ ଯାହା ସହିତ କୌଣସି ପର୍ବ ଜଡ଼ିତ ହୋଇନଥିବ । ଆପଣ ଏକଥା ମଧ୍ୟ ଲକ୍ଷ୍ୟ କରିଥିବେ ଯେ, ଆମର ସବୁ ପର୍ବପର୍ବାଣୀ ପ୍ରକୃତିର ସମୟ ନିର୍ଘଣ୍ଟ ଅନୁସାରେ ଚାଲନ୍ତି । ପ୍ରକୃତି ସହ ସିଧାସଳଖ ସମ୍ପର୍କ ରହିଥାଏ । ଆମର ଅନେକ ପର୍ବପର୍ବାଣୀ ତ ସିଧାସଳଖ ଚାଷୀଙ୍କ ସହିତ ଜଡ଼ିତ, ମତ୍ସ୍ୟଜୀବିଙ୍କ ସହିତ ଜଡ଼ିତ ।

ଆଜି ଯେତେବେଳେ ମୁଁ ପର୍ବପର୍ବାଣୀ କଥା କହୁଛି, ସେତେବେଳେ ପ୍ରଥମେ ମୁଁ ଆପଣ ସମସ୍ତଙ୍କୁ "ମିଚ୍ଛାମୀ ଦୁକ୍କଡମ୍'' କହିବାକୁ ଚାହିଁବି । ଜୈନ ସମାଜରେ କାଲି ସମ୍ବତ୍ସରୀ ପର୍ବ ପାଳନ କରାଗଲା । ଜୈନ ସମାଜରେ ଭାଦ୍ରବ ମାସରେ ପର୍ଯୂଷଣ ପର୍ବ ପାଳନ କରାଯାଇଥାଏ । ପର୍ଯୂ୍ୟଷଣ ପର୍ବର ଶେଷ ଦିନଟି ହୋଇଥାଏ ସମ୍ବତ୍ସରୀର ଦିନ । ଏହା ପ୍ରକୃତରେ ଗୋଟିଏ ଅଦ୍ଭୁତ ପରମ୍ପରା । ଏହି ସମ୍ବତ୍ସରୀ ପର୍ବଟି କ୍ଷମା, ଅହିଂସା ଏବଂ ମୈତ୍ରୀର ପ୍ରତୀକ । ଏହାକୁ ଏକ ପ୍ରକାର କ୍ଷମାବାଣୀ ପର୍ବ ମଧ୍ୟ କୁହାଯାଏ ଏବଂ ଏହି ଦିନ ପରସ୍ପରଙ୍କୁ "ମିଚ୍ଛାମୀ ଦୁକ୍କଡ଼ମ୍'' କହିବାର ପରମ୍ପରା ରହିଛି । ଆମ ଶାସ୍ତ୍ରରେ ମଧ୍ୟ କୁହାଯାଇଛି "କ୍ଷମା ବୀରସ୍ୟ ଭୂଷଣମ୍'' ଅର୍ଥାତ୍ କ୍ଷମା ବୀରମାନଙ୍କ ଆଭୂଷଣ । କ୍ଷମାକର୍ତା ବୀର ହୋଇଥାଏ, ଏକଥା ତ ଆମେ ଶୁଣିଆସିଛୁ ଆଉ ମହାତ୍ମାଗାନ୍ଧୀ ତ ସବୁବେଳେ କହୁଥିଲେ – କ୍ଷମା କରିବା ତ ଶକ୍ତିଶାଳୀ ବ୍ୟକ୍ତିର ବିଶେଷତ୍ୱ ।

ସେକ୍ସପିୟର ତାଙ୍କ ନାଟକ "The Merchant of Venice"ରେ କ୍ଷମା ଭାବନାର ଗୁରୁତ୍ୱକୁ ଦର୍ଶାଇ ଲେଖିଥିଲେ – "Mercy is twice blest, It blesseth him that gives and him that takes" ଅର୍ଥାତ୍ କ୍ଷମା କରୁଥିବା ଏବଂ ଯାହାକୁ କ୍ଷମା କରାଗଲା, ଉଭୟଙ୍କୁ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ମୋର ପ୍ରିୟ ଦେଶବାସୀଗଣ, ଆଜିକାଲି ଭାରତର ପ୍ରତ୍ୟେକ କୋଣ ଗଣେଶ ଚତୁର୍ଥୀ ଯୋଗୁଁ ଉତ୍ସବମୁଖର । ଆଉ ଗଣେଶ ଚତୁର୍ଥୀ କଥା ପଡ଼ିଲେ ସାର୍ବଜନୀନ ଗଣେଶୋତ୍ସବ କଥା ଉଠିବା ସ୍ୱାଭାବିକ । ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ୍ 125 ବର୍ଷ ପୂର୍ବେ ଏହି ପରମ୍ପରାକୁ ଜନ୍ମ ଦେଇଥିଲେ ଏବଂ ବିଗତ 125 ବର୍ଷ, ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ସ୍ୱାଧୀନତା ପ୍ରାପ୍ତିର ପ୍ରତୀକ ପାଲଟିଥିଲା ଏବଂ ସ୍ୱାଧୀନତା ପରେ ଏହା ସାମାଜିକ ଶିକ୍ଷା, ସାମାଜିକ ସଚେତନତା ସୃଷ୍ଟି କରିବାର ପ୍ରତୀକ ପାଲଟିଯାଇଛନ୍ତି । ଗଣେଶ ଚତୁର୍ଥୀ ପର୍ବ 10 ଦିନ ଧରି ପାଳିତ ହୋଇଥାଏ । ଏହି ମହାପର୍ବକୁ ଏକତା, ସମାନତା ଏବଂ ପବିତ୍ରତାର ପ୍ରତୀକ କୁହାଯାଏ । ସମସ୍ତ ଦେଶବାସୀଙ୍କୁ ଗଣେଶୋତ୍ସବ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ।

ଏବେ କେରଳରେ ଓଣାମ୍ ପର୍ବ ପାଳିତ ହେଉଛି । ଭାରତର ବର୍ଣ୍ଣାଢ୍ୟ ପର୍ବପର୍ବାଣୀ ମଧ୍ୟରେ ଅନ୍ୟତମ ଓଣାମ୍ - କେରଳର ଏକ ପ୍ରମୁଖ ପର୍ବ । ଏହି ପର୍ବ ନିଜର ସାମାଜିକ ଏବଂ ସାଂସ୍କୃତିକ ଗୁରୁତ୍ୱ ପାଇଁ ଜଣାଶୁଣା । ଓଣାମ୍ ପର୍ବ କେରଳର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ପ୍ରଦର୍ଶିତ କରେ । ଏହି ପର୍ବ ସମାଜରେ ପ୍ରେମ ଏବଂ ଭ୍ରାତୃଭାବର ବାର୍ତ୍ତା ଦେବା ସଙ୍ଗେ ସଙ୍ଗେ ଲୋକଙ୍କ ମନରେ ଗୋଟିଏ ନୂଆ ଉତ୍ସାହ, ନୂଆ ଆଶା, ନୂଆ ବିଶ୍ୱାସ ଜାଗ୍ରତ କରେ । ଆଉ ଏବେ ତ ଆମର ଏହି ପର୍ବପର୍ବାଣୀଗୁଡ଼ିକ ମଧ୍ୟ ପର୍ଯ୍ୟଟନ ପାଇଁ ଆକର୍ଷଣର କାରଣ ହୋଇଚାଲିଛନ୍ତି । ମୁଁ ତ ଦେଶବାସୀମାନଙ୍କୁ କହିବି ଯେ ଯେମିତି ଗୁଜରାଟର ନବରାତ୍ରୀ ଉତ୍ସବ ହେଉ କି ପଶ୍ଚିମବଙ୍ଗର ଦୁର୍ଗାପୂଜା – ଏଗୁଡ଼ିକ ଏକ ପ୍ରକାର ପର୍ଯ୍ୟଟନର ଆକର୍ଷଣ ପାଲଟିସାରିଛି । ଆମର ଅନ୍ୟ ପର୍ବପର୍ବାଣୀ ମଧ୍ୟ ବିଦେଶୀମାନଙ୍କୁ ଆକର୍ଷିତ କରିବା ପାଇଁ ଗୋଟିଏ ସୁଯୋଗ । ସେ ଦିଗରେ ଆମେ କ'ଣ କରିପାରିବା ତାହା ଚିନ୍ତା କରିବା କଥା ।

ଏହି ପର୍ବପର୍ବାଣୀ କ୍ରମରେ କିଛିଦିନ ପରେ ସାରା ଦେଶରେ "ଇଦ୍-ଉଲ୍-ଜୁହା' ପର୍ବ ପାଳିତ ହେବ । ସମସ୍ତ ଦେଶବାସୀଙ୍କୁ ଇଦ୍-ଉଲ୍-ଜୁହାର ଅନେକ ଅନେକ ଅଭିନନ୍ଦନ, ଅନେକ ଶୁଭେଚ୍ଛା । ପର୍ବପର୍ବାଣୀ ଆମ ପାଇଁ ଆସ୍ଥା ଏବଂ ବିଶ୍ୱାସର ପ୍ରତୀକ । ହେଲେ ନୂତନ ଭାରତରେ ଆମକୁ ଏହି ପର୍ବପର୍ବାଣୀଗୁଡ଼ିକୁ ସ୍ୱଚ୍ଛତାର ପ୍ରତୀକ ମଧ୍ୟ କରିବାକୁ ପଡ଼ିବ । ପାରିବାରିକ ଜୀବନ ସହ ପର୍ବ ଏବଂ ସ୍ୱଚ୍ଛତା ଉଭୟ ଜଡ଼ିତ । ପର୍ବପର୍ବାଣୀର ପ୍ରସ୍ତୁତିର ଅର୍ଥ ହେଉଛି ପରିଷ୍କାର ପରିଚ୍ଛନ୍ନତା । ଏହା ଆମପାଇଁ କିଛି ନୂଆ କଥା ନୁହେଁ, କିନ୍ତୁ ଏହା ସାମାଜିକ ଅଭ୍ୟାସରେ ମଧ୍ୟ ପରିଣତ ହେବା ଜରୁରୀ । ସାର୍ବଜନୀନ ରୂପରେ ସ୍ୱଚ୍ଛତା ପାଇଁ ଆଗ୍ରହ କେବଳ ଘରେ ନୁହେଁ, ଆମର ସାରା ଗାଁରେ, ସାରା ନଗରରେ, ସାରା ସହରରେ, ଆମ ରାଜ୍ୟରେ, ଆମ ଦେଶରେ – ସ୍ୱଚ୍ଛତା ଏହି ପର୍ବପର୍ବାଣୀର ଅଭିନ୍ନ ଅଙ୍ଗ ହେବା ଦରକାର ।

ମୋର ପ୍ରିୟ ଦେଶବାସୀଗଣ, ଆଧୁନିକ ହେବାର ସଂଜ୍ଞା ବଦଳି ବଦଳିଯାଉଛି । ଆପଣ କେତେ ସଂସ୍କାରଯୁକ୍ତ, କେତେ ଆଧୁନିକ, ଆପଣଙ୍କ ଚିନ୍ତାଧାରା କେତେ ଆଧୁନିକ ଏସବୁ ଜାଣିବା ପାଇଁ ଆଜିକାଲି ଗୋଟିଏ ନୂଆ ଦିଗ, ଗୋଟିଏ ନୂଆ ପରିମାପକ, ଗୋଟିଏ ନୂଆ ମାପକାଠି ହେଲା - ଆପଣ ପରିବେଶ ପ୍ରତି କେତେ ସଚେତନ । ଆପଣଙ୍କ ନିଜର କାର୍ଯ୍ୟକଳାପ ପରିବେଶଧର୍ମୀ ନା ଏହାର ବିରୋଧୀ? ଯଦି ଆପଣ ବିରୋଧୀ ତା'ହେଲେ ସମାଜରେ ଆଜିକାଲି ଏହାକୁ ମନ୍ଦ ପରିଗଣିତ କରାଯାଉଛି । ଏହାର ପରିଣାମ ସ୍ୱରୂପ ମୁଁ ଦେଖୁଛି ଯେ ଆଜିକାଲି ଏହି ଗଣେଶୋତ୍ସବରେ ମଧ୍ୟ ପରିବେଶଧର୍ମୀ ଗଣପତି ରୂପରେ ସତେ ଯେମିତି ଗୋଟିଏ ବିରାଟ ଅଭିଯାନ ଆରମ୍ଭ ହୋଇଯାଇଛି । ଆପଣ YouTube ଗଲେ ଦେଖିବେ, ପ୍ରତ୍ୟେକ ଘରେ ପିଲାମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି, ମାଟିଆଣି ଗଣେଶ ମୂର୍ତ୍ତି ତିଆରି କରୁଛନ୍ତି । ସେଥିରେ ରଙ୍ଗ ଦେଉଛନ୍ତି । କେହି ପ୍ରାକୃତିକ ରଙ୍ଗ ଲଗାଉଛି ତ କେହି ଅଠାଦେଇ କାଗଜ ଖଣ୍ଡ ଲଗାଉଛି । ଘରେ ଘରେ ଭିନ୍ନ ଭିନ୍ନ ପ୍ରୟୋଗ ଚାଲିଛି । ଏକ ପ୍ରକାର ପରିବେଶ ସଚେତନତାର ଏତେ ବଡ଼ ବ୍ୟାପକ ପ୍ରଶିକ୍ଷଣ ଏହି ଗଣେଶୋତ୍ସବରେ ଦେଖିବାକୁ ମିଳିଛି । ଯାହା ହୁଏତ ଆଗରୁ କେବେ ଦେଖିବାକୁ ମିଳିନଥିଲା । ଗଣମାଧ୍ୟମ ସଂସ୍ଥା ମଧ୍ୟ ବହୁ ମାତ୍ରାରେ ପରିବେଶଧର୍ମୀ ଗଣେଶ ମୂର୍ତ୍ତି ପାଇଁ ଲୋକମାନଙ୍କୁ ପ୍ରଶିକ୍ଷିତ କରୁଛନ୍ତି, ପ୍ରେରିତ କରୁଛନ୍ତି, ମାର୍ଗଦର୍ଶନ କରୁଛନ୍ତି । ଦେଖନ୍ତୁ କେତେବଡ଼ ପରିବର୍ତ୍ତନ ହୋଇଛି ଏବଂ ଏହା ସୁଖକର ପରିବର୍ତ୍ତନ । ଯେମିତି ମୁଁ କହିଲି ଆମ ଦେଶ, କୋଟି-କୋଟି ବୁଦ୍ଧିମାନ ମସ୍ତିଷ୍କରେ ଭରା । ଖୁବ୍ ଭଲ ଲାଗେ ଯେତେବେଳେ କେହି କିଛି ନୂଆ ନୂଆ ସୃଜନ (Innovation) କରନ୍ତି । ଜଣେ କେହି ମୋତେ ସୂଚନା ଦେଲେ ଯେ, ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିଜେ ଜଣେ ଇଞ୍ଜିନିୟର ।

ସେ କିଛି ବିଶେଷ ପ୍ରକାରର ମାଟି ସଂଗ୍ରହ କରି, ତା'ର ମିଶ୍ରଣ ପ୍ରସ୍ତୁତ କରି ଲୋକଙ୍କୁ ଗଣେଶ ମୂର୍ତ୍ତି ତିଆରି ପ୍ରଶିକ୍ଷଣ ଦେଉଛନ୍ତି ଆଉ ସେହି ମୂର୍ତ୍ତିଟି ଛୋଟ ବାଲଟିରେ ବିସର୍ଜିତ ହୋଇପାରୁଛି । ଗଣେଶ ମୂର୍ତ୍ତି ପାଣିରେ ବିସର୍ଜନ କରାଯାଇଥାଏ । ଏହାକୁ ପାଣିରେ ରଖିଲେ ଏହା ତୁରନ୍ତ ଦ୍ରବୀଭୂତ(Dilute) ହୋଇଯାଉଛି । ଆଉ ପୁଣି ସେ ସେତିକିରେ ଅଟକିନାହାନ୍ତି, ସେଥିରେ ସେ ତୁଳସୀ ଚାରାଟିଏ ଲଗାଇ ଦେଇଛନ୍ତି, ଅନ୍ୟ ଚାରା ଲଗାଇଛନ୍ତି । ତିନିବର୍ଷ ପୂର୍ବରୁ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇଥିଲା । ଅକ୍ଟୋବର 2 ତାରିଖକୁ ଏହାକୁ ତିନବର୍ଷ ପୁରିବ । ଏହାର ସକାରାତ୍ମକ ପରିଣାମ ଦୃଷ୍ଟିଗୋଚର ହେଉଛି । ଶୌଚାଳୟର ନିର୍ମାଣ ହାର 39 ପ୍ରତିଶତରୁ ପାଖାପାଖି 67 ପ୍ରତିଶତ ପହଞ୍ଚିଗଲାଣି । 2 ଲକ୍ଷ 30 ହଜାରରୁ ଉର୍ଦ୍ଧ୍ଵ ଗାଁ ବର୍ତ୍ତମାନ ସୁଦ୍ଧା ନିଜ ନିଜକୁ ଖୋଲା-ଶୌଚମୁକ୍ତ ଗ୍ରାମ ଘୋଷିତ କରିସାରିଲେଣି ।

ବିଗତ ଦିନରେ ଗୁଜରାଟରେ ଭୟଙ୍କର ବନ୍ୟା ହେଲା । ଅନେକ ଲୋକ ପ୍ରାଣ ହରାଇଲେ । ବନ୍ୟା ପରେ ଯେତେବେଳେ ପାଣି କମିଲା, ସେତେବେଳେ ଚାରିଆଡ଼େ ଆବର୍ଜନାମୟ ହୋଇଯାଇଥିଲା । ଏଭଳି ସମୟରେ ଗୁଜରାଟର ବନାସକାଁଠା ଜିଲ୍ଲାର ଧାନେରାଠାରେ ଜାମିୟାତ୍ ଉଲେମା-ଏ-ହିନ୍ଦ୍ ର କର୍ମକର୍ତ୍ତାମାନେ ବନ୍ୟା ପ୍ରଭାବିତ 22ଟି ମନ୍ଦିର ଏବଂ 3ଟି ମସଜିଦ୍ କୁ ଯୋଜନାବଦ୍ଧ ଢଙ୍ଗରେ ସଫାସୁତୁରା କଲେ । ନିଜର ଝାଳ ବୁହାଇଲେ, ସବୁ ଲୋକ ବାହାରିପଡ଼ିଲେ । ସ୍ୱଚ୍ଛତା ପାଇଁ ଏକତାର ଉତମ ଉଦାହରଣ, ପ୍ରତ୍ୟେକଙ୍କୁ ପ୍ରେରଣା ଯୋଗାଇବା ଭଳି ଉଦାହରଣ ଜାମିୟାତ୍ ଉଲେମା-ଏ-ହିନ୍ଦର ସମସ୍ତ କର୍ମକର୍ତ୍ତା ଉପସ୍ଥାପିତ କଲେ । ସ୍ୱଚ୍ଛତା ପାଇଁ ସମର୍ପିତ ଭାବ ସହ କରାଯାଇଥିବା ଚେଷ୍ଟା ଯଦି ଆମର ସ୍ଥାୟୀ ଅଭ୍ୟାସରେ ପରିଣତ ହୁଏ ତେବେ ଆମ ଦେଶ କେଉଁଠୁ କେଉଁଠି’କି ପହଞ୍ଚିଯିବ ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣ ସମସ୍ତଙ୍କୁ ଆହ୍ୱାନ କରୁଛି, ପୁଣିଥରେ ଅକ୍ଟୋବର 2 ତାରିଖ ଗାନ୍ଧି ଜୟନ୍ତୀର 15-20 ଦିନ ପୂର୍ବରୁ "ସ୍ୱଚ୍ଛତା ହିଁ ସେବା'' – ଯେମିତି ଆଗରୁ କହୁଥିଲେ "ଜଳ ସେବା ହିଁ ପ୍ରଭୁ ସେବା'' ସେହିପରି "ସ୍ୱଚ୍ଛତା ହିଁ ସେବା'' ଏହିପରି ଗୋଟିଏ ଅଭିଯାନ ଆରମ୍ଭ କରି ସାରା ଦେଶରେ ସ୍ୱଚ୍ଛତା ପାଇଁ ଗୋଟିଏ ବାତାବରଣ ସୃଷ୍ଟି କରନ୍ତୁ । ଯେମିତି ସୁଯୋଗ ମିଳୁ, ଯେଉଁଠି ବି ସୁଯୋଗ ମିଳୁ, ଆମେ ସୁଯୋଗ ଖୋଜି ବାହାର କରିବା । କିନ୍ତୁ ଆମେ ସମସ୍ତେ ଏକ ହେବା । ଏହାକୁ ଏକପ୍ରକାର ଦିପାବଳୀ ପାଇଁ ପ୍ରସ୍ତୁତି ବୋଲି ଧରିନିଅନ୍ତୁ, ନବରାତ୍ର କିମ୍ବା ଦୁର୍ଗାପୂଜାର ପ୍ରସ୍ତୁତି ବୋଲି ଧରିନିଅନ୍ତୁ । ଶ୍ରମଦାନ କରନ୍ତୁ । ଛୁଟିଦିନରେ କିମ୍ବା ରବିବାର ଦିନ ଏକାଠି ହୋଇ ମିଶି କାମ କରନ୍ତୁ । ଆଖପାଖ ବସ୍ତିକୁ ଯାଆନ୍ତୁ, ପାଖ ଗାଁକୁ ଯାଆନ୍ତୁ, କିନ୍ତୁ ଗୋଟିଏ ଆନ୍ଦୋଳନ ରୂପରେ କରନ୍ତୁ । ମୁଁ ସମସ୍ତ NGO ମାନଙ୍କୁ, ସ୍କୁଲମାନଙ୍କୁ, କଲେଜଗୁଡ଼ିକୁ, ସାମାଜିକ, ସାଂସ୍କୃତିକ, ରାଜନୈତିକ ନେତୃତ୍ୱକୁ, ସରକାରୀ ଅଧିକାରୀମାନଙ୍କୁ, ଜିଲ୍ଲାପାଳମାନଙ୍କୁ, ସରପଞ୍ଚମାନଙ୍କୁ, ପ୍ରତ୍ୟେକଙ୍କୁ ଅନୁରୋଧ କରୁଛି ଯେ, ଅକ୍ଟୋବର 2 ତାରିଖ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପୂର୍ବରୁ, 15 ଦିନ ଧରି ଆମେ ସ୍ୱଚ୍ଛତାର ଏଭଳି ଏକ ପରିବେଶ ସୃଷ୍ଟି କରିବା, ଏଭଳି ପରିଚ୍ଛନ୍ନତା ସୃଷ୍ଟି କରିବା ଯେମିତିକି ଅକ୍ଟୋବର 2 ତାରିଖ ସତରେ ଗାନ୍ଧିଜୀଙ୍କ ସ୍ୱପ୍ନର ଅକ୍ଟୋବର 2 ହୋଇଯାଉ । ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟ ଦ୍ୱାରା MyGov.in ରେ ଗୋଟିଏ ସେକ୍ସନ ସୃଷ୍ଟି କରିଛନ୍ତି, ଯେଉଁଠି ଶୌଚାଳୟ ନିର୍ମାଣ ପରେ ଆପଣ ନିଜର ନାମ ଏବଂ ସେହି ପରିବାରର ନାମ ଲେଖିପାରନ୍ତି, ଯାହାକୁ ଆପଣ ସାହାଯ୍ୟ କରିଛନ୍ତି । ସାମାଜିକ ଗଣମାଧ୍ୟମ (Social Media)ର ମୋର ବନ୍ଧୁମାନେ କିଛି ଗଠନମୂଳକ ଅଭିଯାନ ଆରମ୍ଭ କରିପାରନ୍ତି ଏବଂ ପୃଥିବୀପୃଷ୍ଠରେ Virtual World ର ପ୍ରେରଣାଦାୟୀ କାର୍ଯ୍ୟ କରିପାରନ୍ତି । ସ୍ୱଚ୍ଛ ସଂକଳ୍ପରୁ ସ୍ୱଚ୍ଛ ସିଦ୍ଧି ପ୍ରତିଯୋଗିତା, ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟ ତରଫରୁ ଏହି ଅଭିଯାନ ଆରମ୍ଭ କରାଯାଇଛି – ଯେଉଁଥିରେ ପ୍ରବନ୍ଧ ପ୍ରତିଯୋଗିତା, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ପ୍ରତିଯୋଗିତା, ଚିତ୍ରକଳା ପ୍ରତିଯୋଗିତାର ଆୟୋଜନ କରାଯାଉଛି । ଏଥିରେ ଆପଣ ବିଭିନ୍ନ ଭାଷାରେ ପ୍ରବନ୍ଧ ଲେଖିପାରିବେ ଆଉ ଏଥିପାଇଁ କୌଣସି ବୟସ ସୀମା ରଖାଯାଇନାହିଁ । ଆପଣ ଲଘୁ ଚଳଚ୍ଚିତ୍ର ନିର୍ମାଣ କରିପାରନ୍ତି, ନିଜ ମୋବାଇଲ ଦ୍ୱାରା କରିପାରନ୍ତି । ଦୁଇ ତିନି ମିନିଟର ଫିଲ୍ମ ତିଆରି କରିପାରନ୍ତି ଯାହା ସ୍ୱଚ୍ଛତା ପାଇଁ ପ୍ରେରଣା ଯୋଗାଉଥିବ । ଏହା ଯେକୌଣସି ଭାଷାରେ ହୋଇପାରେ, ନିର୍ବାକ (Silent) ଚିତ୍ର ମଧ୍ୟ ହୋଇପାରେ । ଏହି ପ୍ରତିଯୋଗିତାରେ ଯେଉଁମାନେ ଭାଗ ନେବେ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ତିନିଜଣଙ୍କୁ ବଛାଯିବ, ଜିଲ୍ଲାସ୍ତରରେ ତିନିଜଣଙ୍କୁ ବଛାଯିବ, ରାଜ୍ୟସ୍ତରରେ ତିନିଜଣଙ୍କୁ ବଛାଯିବ । ସେମାନଙ୍କୁ ପୁରସ୍କୃତ କରାଯିବ । ତେଣୁ ମୁଁ ପ୍ରତ୍ୟେକଙ୍କୁ ନିମନ୍ତ୍ରଣ କରୁଛି ଯେ - ଆସନ୍ତୁ, ସ୍ୱଚ୍ଛତା ଅଭିଯାନର ଏହି ରୂପରେ ମଧ୍ୟ ଆପଣ ସାମିଲ ହୁଅନ୍ତୁ ।

ମୁଁ ପୁଣିଥରେ କହିବାକୁ ଚାହୁଁଛି ଯେ, ଏଥର ଅକ୍ଟୋବର 2 ତାରିଖ ଗାନ୍ଧି ଜୟନ୍ତୀକୁ "ସ୍ୱଚ୍ଛ ଅକ୍ଟୋବର 2'' ଭାବରେ ପାଳନ କରିବା ପାଇଁ ସଂକଳ୍ପ ଗ୍ରହଣ କରନ୍ତୁ ଆଉ ଏଥିପାଇଁ ସେପ୍ଟେମ୍ବର 15 ତାରିଖରୁ ହିଁ "ସ୍ୱଚ୍ଛତା ହିଁ ସେବା'' ଏହି ମନ୍ତ୍ରକୁ ପ୍ରତି ଘରକୁ ପହଂଚାନ୍ତୁ । ସ୍ୱଚ୍ଛତା ପାଇଁ କିଛି ନା କିଛି ପଦକ୍ଷେପ ଗ୍ରହଣ କରନ୍ତୁ । ନିଜେ ପରିଶ୍ରମ କରି ଏହାର ଅଂଶୀଦାର ହୁଅନ୍ତୁ । ଦେଖିବେ, ଗାନ୍ଧି ଜୟନ୍ତୀର ଏହି ଅକ୍ଟୋବର 2 କେମିତି ଝଲସିବ । ଆପଣ କଳ୍ପନା କରିପାରନ୍ତି 15 ଦିନର ସ୍ୱଚ୍ଛତାର ଏହି ଅଭିଯାନ ପରେ, "ସ୍ୱଚ୍ଛତା ହିଁ ସେବା'' ଅଭିଯାନ ପରେ, ଅକ୍ଟୋବର 2 ତାରିଖରେ ଆମେ ଯେତେବେଳେ ଗାନ୍ଧି ଜୟନ୍ତୀ ପାଳନ କରିବା ସେତେବେଳେ ପୂଜ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାରେ ଆମ ଭିତରେ କେତେ ପବିତ୍ର ଆନନ୍ଦ ଥିବ ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଆଜି ବିଶେଷ ଭାବେ କହିବାକୁ ଚାହୁଁଛି ଯେ, ମୁଁ ଆପଣଙ୍କ ପାଖରେ ଋଣୀ । ହୃଦୟର ଗଭୀରତମ ପ୍ରଦେଶରୁ ମୁଁ ଆପଣଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବାକୁ ଚାହୁଁଛି । ଏଥିପାଇଁ ନୁହେଁ ଯେ, ଏତେ ଦୀର୍ଘଦିନ ଧରି ଆପଣ "ମନ୍ କି ବାତ୍'' ସହ ଯୋଡ଼ି ହୋଇରହିଛନ୍ତି । ମୁଁ ଏଥିପାଇଁ କୃତଜ୍ଞତା ଜଣାଇବାକୁ ଚାହୁଁଛି, ଏଥିପାଇଁ ଆପଣମାନଙ୍କ ଋଣ ସ୍ୱୀକାର କରିବାକୁ ଚାହୁଁଛି କାରଣ "ମନ୍ କି ବାତ୍''ର ଏହି କାର୍ଯ୍ୟକ୍ରମ ସହ ଦେଶର ପ୍ରତ୍ୟେକ କୋଣରୁ ଲକ୍ଷ ଲକ୍ଷ ଲୋକ ଯୋଡ଼ି ହୋଇଯାଉଛନ୍ତି । ଶ୍ରୋତାମାନଙ୍କ ସଂଖ୍ୟା ତ କୋଟି କୋଟି, କିନ୍ତୁ ଲକ୍ଷ ଲକ୍ଷ ଲୋକ କେତେବେଳେ ମୋତେ ଚିଠି ଲେଖୁଛନ୍ତି, କେତେବେଳେ Message ବା ସନ୍ଦେଶ ଦେଉଛନ୍ତି, ତ କେତେବେଳେ ଫୋନରେ ବାର୍ତ୍ତା ଆସୁଛି । ମୋ ପାଇଁ ଏହା ଏକ ବହୁତ ବଡ଼ ସମ୍ପତ୍ତି । ଦେଶର ପ୍ରତ୍ୟେକ ଜନମାନସକୁ ଜାଣିବା ପାଇଁ ଏହା ମୋ ପାଇଁ ଗୋଟିଏ ବହୁତ ବଡ଼ ସୁଯୋଗ ସୃଷ୍ଟି କରିଛି । "ମନ କି ବାତ୍''କୁ ଆପଣ ଯେତେ ଅପେକ୍ଷା କରିଥାନ୍ତି, ତା'ଠାରୁ ଅଧିକ ମୁଁ ଆପଣଙ୍କ ବାର୍ତ୍ତାଗୁଡ଼ିକୁ ଅପେକ୍ଷା କରିଥାଏ । ଆପଣଙ୍କ ବାର୍ତ୍ତାଗୁଡ଼ିକ ପାଇଁ ମୁଁ ଉତ୍ସୁକତାର ସହ ଅପେକ୍ଷା କରି ରହିଥାଏ, କାରଣ ଆପଣଙ୍କ ପ୍ରତ୍ୟେକ କଥାରୁ ମୋତେ କିଛି ନା କିଛି ଶିଖିବାକୁ ମିଳେ । ମୁଁ ଯାହା କରୁଛି ତାହାକୁ କଷଟି ପଥରରେ ପରଖିବାର ସୁଯୋଗ ମିଳିଯାଏ । ଅନେକ କଥାକୁ ନୂଆ ଢଙ୍ଗରେ ଚିନ୍ତା କରିବା ପାଇଁ ଆପଣଙ୍କ ଛୋଟ ଛୋଟ କଥା ମଧ୍ୟ ମୋ କାମରେ ଲାଗେ । ତେଣୁ ମୁଁ ଆପଣମାନଙ୍କର ଏହି ଯୋଗଦାନ ପାଇଁ ଆପଣମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି । ଆପଣଙ୍କ ଋଣ ସ୍ୱୀକାର କରୁଛି । ଅଧିକରୁ ଅଧିକ ଆପଣମାନଙ୍କର କଥାକୁ ନିଜେ ଦେଖିବା, ଶୁଣିବା, ପଢ଼ିବା ପାଇଁ ମୋର ପ୍ରୟାସ ରହିଥାଏ । ଏଭଳି କଥାସବୁ ଆସେ – ଏଇ ଯେମିତି ଏହି Phone Call ସହିତ ଆପଣମାନେ ମଧ୍ୟ ନିଜକୁ ସମ୍ବନ୍ଧିତ (Co-relate)କରୁଥିବେ । ଆପଣଙ୍କୁ ଲାଗୁଥିବ – ହଁ ଠିକ୍ କଥା - ଆପଣ ମଧ୍ୟ କେବେ ନା କେବେ ଏମିତି ଭୁଲ କରିଛନ୍ତି । ବେଳେବେଳେ କିଛି କଥା ଆମର ଏତେ ଅଭ୍ୟାସଗତ ହୋଇଯାଏ ଯେ ଆମେ ଭୁଲ କରୁଛୁ ବୋଲି ଆମେ ଜାଣିବି ପାରୁନି ।

“ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ପୁଣେରୁ ଅପର୍ଣ୍ଣା କହୁଛି । ମୁଁ ମୋର ଜଣେ ସାଙ୍ଗ ବିଷୟରେ କହିବାକୁ ଚାହୁଁଛି । ସେ ସବୁବେଳେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରେ । କିନ୍ତୁ ତା'ର ଗୋଟିଏ ଅଭ୍ୟାସ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଏ । ମୁଁ ଥରେ ତା' ସାଥୀରେ ବଜାର/ସପିଂ କରିବା ପାଇଁ ମଲକୁ ଯାଇଥିଲି । ଗୋଟିଏ ଶାଢ଼ୀ ପାଇଁ ସେ ଦୁଇହଜାର ଟଙ୍କା ଆରାମରେ ଖର୍ଚ୍ଚ କରିପାରିଲା, ପିଜାଟିଏ (Pizza) ପାଇଁ ବି ଚାରିଶହ ପଚାଶ ଟଙ୍କା ଖର୍ଚ୍ଚ କରିଦେଲା । କିନ୍ତୁ ମଲ୍ ପର୍ଯ୍ୟନ୍ତ ଯିବାକୁ ଯେଉଁ ଅଟୋରିକ୍ସା ନେଇଥିଲା – ସେ ଅଟୋବାଲା ସହିତ 5 ଟଙ୍କା ପାଇଁ କେତେ ସମୟ ଧରି ମୁଲଚାଲ କଲା । ଫେରିବା ବାଟରେ କିଛି ପରିବା କିଣିଲା - ଆଉ ସବୁ ପରିବା ବିକାଳିଙ୍କ ସହିତ ମୁଲଚାଲ କରି ପ୍ରାୟ ଚାରି-ପାଞ୍ଚ ଟଙ୍କା ସଞ୍ଚୟ କଲା । ମୋତେ ଭାରି ଖରାପ ଲାଗିଲା । ଆମେ ବଡ଼ ବଡ଼ ଜାଗାମାନଙ୍କରେ ଥରେହେଲେ ବି ନ ପଚାରି ବଡ଼ ବଡ଼ ପାଉଣା ଦେଇ ଦଉଛୁ ଆଉ ମାତ୍ର ଟଙ୍କା କେଇଟା ପାଇଁ ଆମର ଶ୍ରମଜୀବି ଭାଇ ଭଉଣୀମାନଙ୍କ ସହିତ ଝଗଡ଼ା କରିଦଉଛୁ । ସେମାନଙ୍କୁ ଅବିଶ୍ୱାସ କରୁଛୁ । ଆପଣ "ମନ କି ବାତ'' କାର୍ଯ୍ୟକ୍ରମରେ ଏ ବିଷୟରେ ଚର୍ଚ୍ଚା କରନ୍ତୁ ।”

ଏବେ ଏ ଫୋନକଲ ଶୁଣିବା ପରେ ମୋର ପୁରା ବିଶ୍ୱାସ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ, ସାବଧାନ ହୋଇଯାଇଥିବେ ଆଉ ଭବିଷ୍ୟତରେ ଏଭଳି ନ କରିବାକୁ ମନସ୍ଥିର କରିନେଇଥିବେ । ଆପଣମାନେ କ'ଣ ଅନୁଭବ କରୁନାହାଁନ୍ତି ଯେ ଆମ ଘର ପାଖକୁ କେହି କିଛି ବିକ୍ରି କରିବାକୁ ଆସୁଛି, କେହି ବୁଲାବିକାଳି ଆସୁଛି ଆଉ କେବେ କେବେ ଅଟୋରିକ୍ସା ବାଲା ସହିତ କୌଣସି ଶ୍ରମଜୀବି ଲୋକଟିଏ ସହିତ ପଇସା ପାଇଁ ଆମେ ମୁଲଚାଲ କରିବା ଆରମ୍ଭ କରିଦେଉଛେ । ନାଁ ଏତେ ନୁହେଁ - ଦୁଇଟଙ୍କା କମ୍ କର, ପାଞ୍ଚଟଙ୍କା କମ କର ଏମିତି ଅନେକ କିଛି । ଆଉ ଆମେମାନେ ହିଁ କୌଣସି ବଡ଼ ରେସ୍ତୁରାଂ (Restaurant)କୁ ଗଲେ ବିଲ୍ ରେ କ'ଣ ଲେଖା ହୋଇଛି ଦେଖନ୍ତି ବି ନାହିଁ । ଆଖିବୁଜି ପଇସା ଦେଇ ଦିଅନ୍ତି । ଖାଲି ସେତିକି ନୁହେଁ - ଯଦି ବଡଦୋକାନ ବା ଶୋରୁମକୁ ଶାଢ଼ୀ କିଣିବାକୁ ଗଲେ କିଛି ମୁଲଚାଲ କରନ୍ତିନି । କିନ୍ତୁ ଯଦି କୌଣସି ଗରିବ ଲୋକଟି ସହିତ କାରବାର କଲେ ତେବେ ମୁଲଚାଲ ନ କରି ରହିପାରନ୍ତିନି । ଗରିବ ଲୋକଟିର ମନରେ କ'ଣ ବିତୁଥିବ ସେକଥା ଆପଣ କେବେ ଭାବିଛନ୍ତି କି? ତା'ପାଇଁ ଦୁଇଟଙ୍କା ବା ପାଞ୍ଚଟଙ୍କାର କଥା ନୁହେଁ – ତାକୁ ଲାଗେ ସେ ଗରିବ ବୋଲି ଆପଣ ତା'କଥାରେ ବିଶ୍ୱାସ କଲେନି, ତା'ର ହୃଦୟକୁ କଷ୍ଟ ହୁଏ । ଦୁଇଟଙ୍କା ବା ପାଞ୍ଚଟଙ୍କା ପାଇଁ ଆପଣଙ୍କ ଜୀବନରେ କିଛି ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଆପଣଙ୍କର ଏହି ଛୋଟିଆ କଥାଟି ତା' ମନରେ କେତେ ଆଘାତ ଦେଉଥିବ – ଏକଥା କେବେ ଭାବିଛନ୍ତି କି । ମାଡାମ, ଆପଣ ଫୋନ କରି ମୋତେ ଏହି ହୃଦୟସ୍ପର୍ଶୀ ସନ୍ଦେଶଟି ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି । ମୁଁ ଆଶା କରୁଛି ଯେ ମୋର ଦେଶବାସୀ ଯଦି ଏଭଳି କରୁଥାନ୍ତି ତ ସେ ଅଭ୍ୟାସ ଛାଡ଼ିଦେବେ ।

ମୋର ପ୍ରିୟ ଯୁବବନ୍ଧୁଗଣ, ଅଗଷ୍ଟ 29 ତାରିଖକୁ ଆମ ଦେଶ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରୁଛି । ଏହି ଦିନଟି ମହାନ୍ ହକି ଖେଳାଳି, ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କର ଜନ୍ମଦିନ । ହକି ଖେଳ ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା । ଏକଥା ମନେ ପକାଇଦେବାରେ ମୋର ଏକ ଉଦ୍ଦେଶ୍ୟ ଅଛି ମୁଁ ଚାହେଁ ଆମ ଦେଶର ନୂତନ ପିଢ଼ି ଖେଳ ପ୍ରତି ଆକର୍ଷିତ ହୁଅନ୍ତୁ । ଖେଳ ଆମ ଜୀବନର ଅଙ୍ଗ ହେଉ । ଯଦି ଆମେ ବିଶ୍ୱର ଏକ ତରୁଣ ଦେଶ ତେବେ ଆମର ତରୁଣତା ଖେଳ କ୍ଷେତ୍ରରେ ମଧ୍ୟ ଦୃଷ୍ଟିଗୋଚର ହେଉ । ଖେଳର ଉଦ୍ଦେଶ୍ୟ ହେଲା ଶାରୀରିକ ଦକ୍ଷତା, ମାନସିକ ଏକାଗ୍ରତା ଆଉ ବ୍ୟକ୍ତିତ୍ୱର ବିକାଶ । ମୁଁ ଭାବୁଛି ୟା'ଠାରୁ ଅଧିକ ଆଉ କ'ଣ ଦରକାର? ବାସ୍ତବରେ ଖେଳ ହୃଦୟକୁ ଯୋଡ଼ିବା ପାଇଁ ଏକ ବହୁତ ବଡ଼ ଜଡ଼ିବୁଟି । ଆମର ଯୁବପିଢ଼ି ଖେଳ ଜଗତରେ ଆଗକୁ ଆସୁ ଆଉ ଆଜିର ଏଇ କମ୍ପ୍ୟୁଟର ଯୁଗରେ ମୁଁ ତ ସତର୍କ କରିଦେବାକୁ ଚାହେଁ ଯେ Playing Field ଖେଳ ପଡିଆ Play Station ଭିଡ଼ିଓ ଗେମ ଠାରୁ ବି ବହୁତ ମହତ୍ୱପୂର୍ଣ୍ଣ । କମ୍ପ୍ୟୁଟରରେ FIFA ଖେଳନ୍ତୁ କିନ୍ତୁ ବାହାର ପଡ଼ିଆରେ ବି କେବେ କେବେ ଫୁଟବଲ ଖେଳି କିଛି ଚମତ୍କାରିତା ଦେଖାନ୍ତୁ । ଆପଣମାନେ କମ୍ପ୍ୟୁଟରରେ କ୍ରିକେଟ ଖେଳୁଥିବେ, କିନ୍ତୁ ଖୋଲା ଆକାଶ ତଳେ ପଡ଼ିଆରେ କ୍ରିକେଟ୍ ଖେଳିବାରେ ଭିନ୍ନ ଏକ ଆନନ୍ଦ ଥାଏ, ତାହା ସ୍ୱତନ୍ତ୍ର ଓ ନିଆରା । ସମୟ ଥିଲା ଯେତେବେଳେ ପିଲାମାନେ ପରିବାରରୁ ବାହାରକୁ ଯାଉଥିଲେ ସେତେବେଳେ ମାଆ ପ୍ରଥମେ ପଚାରୁଥିଲେ – ତୁ କେତେବେଳେ ଆସିବୁ । କିନ୍ତୁ ଆଜିକାଲି ସମୟ ଏମିତି ହୋଇଯାଇଛି ଯେ ପିଲାମାନେ ଘରକୁ ଆସିବା ମାତ୍ରେ ଗୋଟିଏ କୋଣରେ ଯାଇ କାର୍ଟୁନ ଫିଲ୍ମ ଦେଖିବାରେ କିମ୍ବା ମୋବାଇଲରେ ଗେମ୍ ଖେଳିବାରେ ଲାଗିଯାଉଛନ୍ତି – ସେତେବେଳେ ମା'କୁ ଚିତ୍କାର କରି କହିବାକୁ ପଡ଼ୁଛି – ତୁ ବାହାରକୁ କେତେବେଳେ ଯିବୁ? ସମୟ – ସମୟ ଭିତରେ ଅନ୍ତର । ଗୋଟିଏ ସମୟ ଥିଲା ଯେତେବେଳେ ମା' ପୁଅକୁ କହୁଥିଲା କି – ତୁ କେବେ ଆସିବୁ ଆଉ ଆଜି କହିବାକୁ ପଡ଼ୁଛି ତୁ ବାହାରକୁ କେତେବେଳେ ଯିବୁ?

ମୋର ଯୁବବନ୍ଧୁଗଣ, କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା କ୍ରୀଡ଼ା ପ୍ରତିଭା ଅନୁସନ୍ଧାନ ଆଉ ତା'ର ବିକାଶ ପାଇଁ କ୍ରୀଡା ପ୍ରତିଭା ଅନ୍ଵେଷଣ ପୋର୍ଟାଲ Sports Talent Search Portal ପ୍ରଚଳନ କରାଯାଇଛି । ଦେଶର ଯେକୌଣସି ଭାଗରୁ କୌଣସି ପିଲା ଯାହାର ଖେଳ କ୍ଷେତ୍ରରେ କିଛି ଉପଲବ୍ଧି ଅଛି ସେ ଏହି ପୋର୍ଟାଲରେ ନିଜର BIO-data କିମ୍ବା ଭିଡ଼ିଓ ଅପ୍-ଲୋଡ କରିପାରିବ । ସେଥିରୁ ଉଦୀୟମାନ ଖେଳାଳିମାନଙ୍କୁ ଚୟନ କରି ଖେଳ ମନ୍ତ୍ରଣାଳୟ ପ୍ରଶିକ୍ଷଣ ଦେବ । କାଲି ହିଁ ଏହି ପୋର୍ଟାଲର ଶୁଭାରମ୍ଭ କରାଯିବ । ଆମର ଯୁବବନ୍ଧୁମାନଙ୍କ ପାଇଁ ଗୋଟିଏ ଖୁସି ଖବର ଅଛି । ଅକ୍ଟୋବର 6 ତାରିଖଠାରୁ 28 ତାରିଖ ପର୍ଯ୍ୟନ୍ତ ଭାରତରେ 17 ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ FIFA ବିଶ୍ୱକପ ଫୁଟବଲ ଖେଳ ଆୟୋଜିତ ହେବାକୁ ଯାଉଛି । ପୃଥିବୀର 24ଟି ଦଳ ଏହି ସମୟରେ ଭାରତକୁ ନିଜର ଘର ବୋଲି ଭାବିବେ ।

ଆସନ୍ତୁ, ସାର ପୃଥିବୀରୁ ଆସୁଥିବା ଆମର ଯୁବ-ଅତିଥିମାନଙ୍କୁ ଏହି କ୍ରୀଡ଼ା ଉତ୍ସବ ସହିତ ସ୍ୱାଗତ କରିବା, ଖେଳକୁ ଉପଭୋଗ କରିବା ଆଉ ଦେଶରେ ଏକ ବାତାବରଣ ସୃଷ୍ଟି କରିବା । ଆଜି ମୁଁ ଖେଳର କଥା କହୁଛି । ଗତ ସପ୍ତାହରେ ଗୋଟିଏ ଘଟଣା ଘଟିଲା ଯାହା ମୋ ମନକୁ ଛୁଇଁଯାଇଛି । ମୁଁ ତାହା ଦେଶବାସୀମାନଙ୍କୁ ଅବଗତ କରାଇବାକୁ ଚାହେଁ । ମୋତେ ବହୁତ କମ୍ ବୟସର ଝିଅମାନଙ୍କୁ ଭେଟିବାର ଗୋଟିଏ ସୁଯୋଗ ମିଳିଲା । ସେମାନଙ୍କ ମଧ୍ୟରୁ କିଛି ଝିଅ ତ ହିମାଳୟରେ ଜନ୍ମ ହୋଇଥିଲେ, ଯେଉଁମାନଙ୍କର ସମୁଦ୍ର ସହିତ କିଛି ସମ୍ପର୍କ ହିଁ ନ ଥିଲା । ସେମାନଙ୍କ ମଧ୍ୟରୁ 6 ଜଣ ଝିଅ ଯେଉଁମାନେ ନୌସେନା (Navy)ରେ କାମ କରୁଛନ୍ତି ସେମାନଙ୍କର ଉତ୍ସାହ ଆଉ ସାହସ ଆମ ସମସ୍ତଙ୍କୁ ପ୍ରେରଣା ଦେବ । ଏହି 6 ଜଣ ଝିଅ ତାରିଣୀ (INS-Tarini) ନାମକ ଗୋଟିଏ ଛୋଟ ଯାନ୍ତ୍ରିକ ଡଙ୍ଗାରେ ସମୁଦ୍ରପଥରେ ବିଶ୍ଵ ପରିକ୍ରମାରେ ବାହାରିପଡ଼ିବେ । ଏହି ଅଭିଯାନର ନାମ "ନାବିକ ସାଗର ପରିକ୍ରମା' ରଖାଯାଇଛି । ସେମାନେ ଜଳପଥରେ ସମଗ୍ର ପୃଥିବୀ ପରିକ୍ରମା କରି ମାସ ମାସ ପରେ ଦେଶକୁ ଫେରିଆସିବେ । କେତେବେଳେ ଏକକାଳୀନ 40-40 ଦିନ ପାଣି ଭିତରେ ବିତେଇବେ ତ କେବେ କେବେ 30-30 ଦିନ ସମୁଦ୍ର ଭିତରେ ରହିବେ । ସମୁଦ୍ରର ଲହଡ଼ି ଭିତରେ ଅତି ସାହସର ସହିତ ଏ 6 ଟି ଝିଅ ଦିନ ବିତେଇବେ । ବିଶ୍ୱରେ ଏଭଳି ଘଟଣା ପ୍ରଥମ ଥର ଘଟିବାକୁ ଯାଉଛି । ଏଭଳି କେଉଁ ଭାରତୀୟ ଅଛି ଯିଏ ଏହି 6 ଜଣ ଝିଅଙ୍କ ପାଇଁ ଗର୍ବ ଅନୁଭବ ନ କରିବ? ମୁଁ ଏହି ଝିଅମାନଙ୍କର ଅଦମ୍ୟ ସାହସକୁ ସଲାମ କରୁଛି । ଆଉ ମୁଁ ସେମାନଙ୍କୁ କହିଛି ଯେ - ସେମାନେ ନିଜର ଏହି ଅନୁଭବକୁ ସାରା ଦେଶକୁ ଜାଣିବାକୁ ଦିଅନ୍ତୁ । ମୁଁ ମଧ୍ୟ ନରେନ୍ଦ୍ର ମୋଦୀ ଆପ୍ (NarendraModiApp) ରେ ଏମାନଙ୍କ ଅନୁଭୂତିକୁ ଆପଣମାନଙ୍କ ସହିତ ବାଣ୍ଟିବାର ସ୍ୱତନ୍ତ୍ର ବ୍ୟବସ୍ଥା କରିବି । ଯାହାଫଳରେ ଆପଣମାନେ ତା'କୁ ପଢ଼ିପାରିବେ । କାରଣ ଏହା ଏକ ପ୍ରକାର ସାହସ ଆଉ ସ୍ୱଅନୁଭବର କଥାହେବ । ଏକଥାକୁ ଆପଣମାନଙ୍କ ନିକଟରେ ପହଂଚାଇପାରିଲେ ମୁଁ ଖୁସି ହେବି । ଏହି ଝିଅମାନଙ୍କ ପାଇଁ ମୋର ବହୁତ ବହୁତ ଶୁଭ କାମନା, ବହୁତ ବହୁତ ଆଶୀର୍ବାଦ ।

ମୋର ପ୍ରିୟ ଦେଶବାସୀଗଣ, ସେପ୍ଟେମ୍ବର 5 ତାରିଖରେ ଆମେ ଶିକ୍ଷକ ଦିବସ ପାଳନ କରୁଛୁ । ଆମର ପୂର୍ବତନ ରାଷ୍ଟ୍ରପତି ଡଃ ରାଧାକୃଷ୍ଣନଙ୍କ ଜନ୍ମଦିନ । ସେ ରାଷ୍ଟ୍ରପତି ଥିଲେ, କିନ୍ତୁ ଜୀବନସାରା ନିଜକୁ ଜଣେ ଶିକ୍ଷକ ଭାବରେ ପ୍ରତିପାଦିତ କରିଥିଲେ । ସେ ସଦାସର୍ବଦା ଜଣେ ଶିକ୍ଷକ ଭାବେ ବଞ୍ଚିବାକୁ ପସନ୍ଦ କରୁଥିଲେ । ସେ ଶିକ୍ଷାପ୍ରତି ସମର୍ପିତ ଥିଲେ । ଜଣେ ଅଧ୍ୟେତା, ଜଣେ ରାଜନୀତିଜ୍ଞ, ଭାରତର ରାଷ୍ଟ୍ରପତି ହୋଇଥିଲେ ମଧ୍ୟ ସଦାସର୍ବଦା ଜଣେ ଜାଗ୍ରତ ଶିକ୍ଷକ ଥିଲେ । ମୁଁ ତାଙ୍କୁ ପ୍ରଣାମ ଜଣାଉଛି ।

ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ କହିଥିଲେ – It is the supreme art of the teacher to awaken joy in creative expression and knowledge - ନିଜର ଛାତ୍ରମାନଙ୍କ ମଧ୍ୟରେ ସୃଜନାତ୍ମକ ଭାବ ଏବଂ ଜ୍ଞାନର ଆନନ୍ଦ ଜାଗ୍ରତ କରାଇବା ହିଁ ଜଣେ ଶିକ୍ଷକର ମହତ୍ୱପୂର୍ଣ୍ଣ ଗୁଣ । ଏଥର ଶିକ୍ଷକ ଦିବସ ପାଳନ ଅବସରରେ ଆମେ ସମସ୍ତେ ମିଶି ଗୋଟିଏ ସଂକଳ୍ପ ନେଇପାରିବା କି? ଗୋଟିଏ mission mode ରେ ଏକ ଅଭିଯାନ ଚଳାଇପାରିବା କି? Teach to transform, Educate to Empower, Learn to lead ଏହି ସଂକଳ୍ପର ସହିତ ଆମେ ଆଗକୁ ବଢ଼ିପାରିବା କି? ପ୍ରତ୍ୟେକକୁ 5 ବର୍ଷ ପାଇଁ ଗୋଟିଏ ସଂକଳ୍ପରେ ଆବଦ୍ଧ କରନ୍ତୁ, ତାକୁ ସିଦ୍ଧ କରିବାର ରାସ୍ତା ଦେଖାନ୍ତୁ ଆଉ ପାଞ୍ଚବର୍ଷରେ ହିଁ ସେ ସିଦ୍ଧି ପାଉ, ସଫଳତାର ଆନନ୍ଦ ଅନୁଭବ କରୁ । ଆମ ସ୍କୁଲ, ଆମ କଲେଜ, ଆମ ଶିକ୍ଷକ ଆଉ ଆମର ଶିକ୍ଷା ସଂସ୍ଥାନମାନେ ଏଭଳି ବାତାବରଣ ସୃଷ୍ଟି କରିପାରିବେ । ଯେତେବେଳେ ଆମେ ପରିବାରରେ ପରିବର୍ତ୍ତନର କଥା ଚିନ୍ତା କରନ୍ତି ତ ଆମର ମା' କଥା ମନେପଡ଼େ । ସେହିଭଳି ସମାଜର ପରିବର୍ତ୍ତନ କଥା ଚିନ୍ତା କଲେ ଶିକ୍ଷକଙ୍କ କଥା ମନକୁ ଆସେ । ପରିବର୍ତ୍ତନରେ ଶିକ୍ଷକଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ଶିକ୍ଷକର ଜୀବନରେ କିଛି ଏଭଳି ଘଟଣା ଅଛି ଯେଉଁଠି ଶିକ୍ଷକର ଚେଷ୍ଟାରେ କାହାରି ଜୀବନରେ ପରିବର୍ତ୍ତନ ଭଳି ସଫଳତା ମିଳିଛି । ଯଦି ଆମେ ସାମୁହିକ ପ୍ରୟାସ କରିବା ତେବେ ଏହା ରାଷ୍ଟ୍ରର ପରିବର୍ତ୍ତନରେ ମଧ୍ୟ ବହୁତ ବଡ଼ ଅବଦାନ ହୋଇପାରିବ । ଆସନ୍ତୁ "ପରିବର୍ତ୍ତନ ପାଇଁ ଶିକ୍ଷା'' ଏହି ମନ୍ତ୍ରକୁ ନେଇ ଆଗେଇ ଚାଲିବା ।

"ପ୍ରଣାମ ପ୍ରଧାନମନ୍ତ୍ରୀ ମହୋଦୟ, ମୋ ନାଁ ଡଃ ଅନନ୍ୟା ଅବସ୍ତି । ମୁଁ ମୁମ୍ବାଇ ସହରର ନିବାସୀ ଏବଂ Harvard University ର India Research Centre ପାଇଁ କାମ କରୁଛି । ଜଣେ ଗବେଷିକା ହିସାବରେ ଆର୍ଥିକ ସମାବେଶନରେ ମୋର ବିଶେଷ ରୁଚି ରହିଛି ଯାହାକୁ ଆମେ ଆର୍ଥିକ ସମ୍ପୃକ୍ତିକରଣ Financial Inclusion ବୋଲି କହୁଛୁ । ଏହା ସହିତ ସମ୍ପୃକ୍ତ ସାମାଜିକ ଯୋଜନାଗୁଡ଼ିକୁ ନେଇ ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହେଁ ଯେ 2014ରେ ଯେଉଁ ଜନଧନ ଯୋଜନା ଆରମ୍ଭ ହେଲା - ଆପଣ କହିପାରିବେ କି ତଥ୍ୟ ଅନୁସାରେ ଆଜି 3 ବର୍ଷ ପରେ ଭାରତବର୍ଷ ଆର୍ଥିକ ଦୃଷ୍ଟିରୁ ଅଧିକ ସୁରକ୍ଷିତ ବା ଅଧିକ ସଶକ୍ତ ହୋଇପାରିଛି ବୋଲି? ସଶକ୍ତିକରଣର ଏହି ସୁବିଧା ଗାଁରୁ ସହର ଯାଏ ଆମର ମହିଳାମାନଙ୍କୁ, କୃଷକମାନଙ୍କୁ, ମୁଲିଆମାନଙ୍କୁ ମିଳିପାରିଛି କି? ଧନ୍ୟବାଦ ।''

ମୋର ପ୍ରିୟ ଦେଶବାସୀଗଣ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, Financial Inclusion, ଏହା ଖାଲି ଭାରତରେ ନୁହେଁ ସାରା ବିଶ୍ୱରେ ଆର୍ଥିକ ଜଗତର ବିଶେଷଜ୍ଞମାନଙ୍କ ପାଇଁ ଚର୍ଚ୍ଚାର ବିଷୟ ହୋଇଛି । 2014 ମସିହା ଅଗଷ୍ଟ 28 ତାରିଖରେ ମନରେ ଗୋଟିଏ ସ୍ୱପ୍ନନେଇ ଏହି ଯୋଜନା ଆରମ୍ଭ କରାଯାଇଥିଲା । କାଲି 28 ଅଗଷ୍ଟକୁ ଏହି ଯୋଜନାର ତିନିବର୍ଷ ପୁରଣ ହେଉଛି । 30 କୋଟି ନୂଆ ପରିବାରକୁ ଏହି ଯୋଜନା ସହ ଯୋଡ଼ାଯାଇଛି, ବ୍ୟାଙ୍କ ଖାତା ଖୋଲାଯାଇଛି । ଆଜି 3 ବର୍ଷ ପରେ ମତେ ବହୁତ ସନ୍ତୋଷ ମିଳିଛି ଯେ ୟା' ଦ୍ୱାରା ଦେଶର ଅନ୍ତିମ କୋଣରେ ବସିଥିବା ମୋର ଗରିବ ଭାଇ ଆଜି ଦେଶର ଅର୍ଥବ୍ୟବସ୍ଥାର ଏକ ଅଙ୍ଗ/ଅଂଶ ପାଲଟି ଯାଇଛି । ତା'ର ଅଭ୍ୟାସରେ ପରିବର୍ତ୍ତନ ହୋଇଛି, ସେ ବ୍ୟାଙ୍କକୁ ଯିବା ଆସିବା ଆରମ୍ଭ କରିଛି । ସେ ଧନ ସଂଚୟ କରିବା ଆରମ୍ଭ କରିଛି । ସେ ଧନର ସୁରକ୍ଷାକୁ ଅନୁଭବ କରୁଛି । ପଇସା ହାତରୁ ରହିଲେ, ପକେଟରେ ରହିଲେ ଘରେ ଅଯଥା ଖର୍ଚ୍ଚର ସମ୍ଭାବନା ଥାଏ । ଏବେ ଏକ ସଂଯମର ବାତାବରଣ ସୃଷ୍ଟି ହୋଇଛି । ସେ ମଧ୍ୟ ଅନୁଭବ କରୁଛି ଯେ ପଇସା ରହିଲେ ଦିନେ ପିଲାମାନଙ୍କ କାମରେ ଲାଗିବ । ଆଗାମୀ ଦିନରେ କିଛି ଭଲ କାମ ପାଇଁ ମଧ୍ୟ ଏ ଧନ କାମରେ ଲାଗିବ । ଖାଲି ସେତିକି ନୁହେଁ ଯେଉଁ ଗରିବ ଲୋକଟି ନିଜ ପକେଟରେ RuPay Card ଦେଖୁଛି, ସେ ନିଜକୁ ବଡ଼ ଲୋକମାନଙ୍କ ସହିତ ସମାନ ବୋଲି ଭାବିପାରୁଛି – ତାଙ୍କ ପାଖରେ Credit Card ଅଛି – ମୋ ପାଖରେ ବି RuPay Card ଅଛି – ସେ ଏକ ଆତ୍ମସମ୍ମାନର ଭାବ ଅନୁଭବ କରିପାରୁଛି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଆମର ଗରିବ ଭାଇମାନଙ୍କ ଦ୍ୱାରା 65 ହଜାର କୋଟି ଟଙ୍କାର ସଞ୍ଚୟ ଜମା କରାଯାଇଛି । ଗୋଟିଏ ଦୃଷ୍ଟିକୋଣରୁ ଏହା ଗରିବର ସଞ୍ଚୟ, ଆଗାମୀ ଦିନ ପାଇଁ ଏକ ବଡ଼ ସମ୍ବଳ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଯେଉଁମାନଙ୍କ ଖାତା ଖୋଲାଯାଇଛି ସେମାନଙ୍କୁ Insurance ବା ବୀମା ସୁବିଧା ମଧ୍ୟ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ - 1 ଟଙ୍କା କିମ୍ବା 30 ଟଙ୍କା ଲେଖାଏଁ ସାଧାରଣ ପ୍ରିମିୟମ ବଦଳରେ ଗରିବ ଜୀବନରେ ଏକ ନୂତନ ବିଶ୍ୱାସ ସୃଷ୍ଟି ହୋଇଛି । କେତେ ପରିବାରକୁ 1 ଟଙ୍କା ପ୍ରିମିୟମର ବୀମା ଦ୍ୱାରା ସଂକଟ କାଳରେ, ଯେତେବେଳେ ପରିବାର ମୁଖିଆଙ୍କର ଜୀବନହାନି ହେଲା – ତା'ର କିଛିଦିନ ଭିତରେ 2 ଲକ୍ଷ ଟଙ୍କା ମିଳିପାରିଲା । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, Start-Up ଯୋଜନା, Stand-Up ଯୋଜନା ଦ୍ୱାରା, ଦଳିତ ହେଉ, ଆଦିବାସୀ ହେଉ, ମହିଳା ହେଉ, ଶିକ୍ଷିତ ଯୁବକ ହେଉ, ନିଜ ଗୋଡ଼ରେ ଠିଆହୋଇ କିଛି କରିବାର ଇଚ୍ଛା ରଖିଥିବା କୋଟି କୋଟି ଯୁବବନ୍ଧୁମାନଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ବିନା ଗ୍ୟାରେଣ୍ଟି ରେ ଟଙ୍କା ମିଳିଲା ଏବଂ ସେମାନେ ନିଜ ଗୋଡ଼ରେ ଠିଆ ହୋଇପାରିଲେ । ଖାଲି ସେତିକି ନୁହେଁ ସେମାନେ ଜଣେ ଅଧେ ଲୋକଙ୍କୁ ରୋଜଗାର ଦେବାର ସଫଳ ପ୍ରଚେଷ୍ଟା ମଧ୍ୟ କରିପାରିଲେ । କିଛିଦିନ ତଳେ ବ୍ୟାଙ୍କର ଲୋକମାନେ ମୋତେ ଭେଟିଥିଲେ । ଜନଧନ ଯୋଜନା, ବୀମା ସୁରକ୍ଷା, RuPay Card, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆଦି ଯୋଗୁଁ ଲୋକମାନେ କେତେ ଲାଭାନ୍ୱିତ ହୋଇପାରିଛନ୍ତି ସେମାନେ ତା'ର ସର୍ଭେ କରିଥିଲେ ଏବଂ ଏହି ସର୍ଭେରୁ ଖୁବ୍ ପ୍ରେରଣାଦାୟୀ ତଥ୍ୟ ମିଳିଲା । ଆଜି ସମୟ ନାହିଁ । କିନ୍ତୁ ମୁଁ ବ୍ୟାଙ୍କର ଲୋକମାନଙ୍କୁ କହିବି ଯେ ସେମାନେ ଏଭଳି ଘଟଣାଗୁଡ଼ିକୁ MyGov.in ରେ ନିଶ୍ଚିତ ଭାବେ ଅପ୍-ଲୋଡ କରନ୍ତୁ । ତାକୁ ପଢ଼ିବା ପରେ ଲୋକମାନଙ୍କୁ ନିଶ୍ଚୟ ପ୍ରେରଣା ମିଳିବ । କୌଣସି ଯୋଜନା ଲୋକମାନଙ୍କ ଜୀବନରେ କିଭଳି ପରିବର୍ତ୍ତନ ଆଣିପାରେ, କିଭଳି ନୂତନ ଶକ୍ତିର ଉଦ୍ରେକ କରିପାରେ, ନୂତନ ବିଶ୍ୱାସ ସୃଷ୍ଟି କରେ ଏସବୁର ଅନେକ ଉଦାହରଣ ମୋ ପାଖରେ ଅଛି । ସେସବୁ ମୁଁ ଆପଣମାନଙ୍କୁ ଜଣାଇବାକୁ ପ୍ରୟାସ କରିବି ଆଉ କିଛି ଏଭଳି ପ୍ରେରଣାଦାୟୀ ଘଟଣା ରହିଛି ଯେ ଗଣମାଧ୍ୟମର ଲୋକମାନେ ମଧ୍ୟ ତା'ର ଉପଯୋଗ କରିପାରିବେ । ସେମାନେ ମଧ୍ୟ ଏଭଳି ଲୋକମାନଙ୍କ ସାକ୍ଷାତକାର ନେଇ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇପାରିବେ ।

ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କୁ ପୁଣିଥରେ “ମିଚ୍ଛାମି ଦୁକ୍କଡ଼ମ୍” । ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tier-2 cities drive growth in India's tech hiring as GCC expansion spreads beyond metros

Media Coverage

Tier-2 cities drive growth in India's tech hiring as GCC expansion spreads beyond metros
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: Prime Minister of Japan’s visit to India for the 16th India-Japan Annual Summit
July 02, 2026
Sl. No.OutcomeDescription
1. India-Japan Joint Declaration on Economic Security Promotes project-based collaboration for enhancing joint resilience in key sectors including semiconductors, critical minerals, information and communication technology including AI, clean energy and pharmaceuticals. India-Japan Fact Sheet 2.0 captures growing India-Japan G2G and B2B engagement in this crucial area.
2. India-Japan Joint Statement on Cooperation in the Field of Artificial Intelligence Elevates the India-Japan relationship to a strategic research and development partnership in the AI domain. Building on the India-Japan AI Initiative, the Joint Statement provides a roadmap for greater cooperation across the entire AI technology stack in pursuit of the shared vision of safe, secure, trusted, inclusive, and human-centric AI.
3 Joint Statement on Energy Resilience (between MoPNG and METI, Japan) Strengthens cooperation in strategic stockpiling and reserve mechanisms for crude oil and petroleum products. Promotes collaboration in joint investments across the maritime energy transport value chain.
4. Celebrating the 75th Anniversary of India-Japan Diplomatic Relations Outlines a series of commemorative events to celebrate 2027, the 75th anniversary of establishment of diplomatic relations, as the India-Japan Year of Shared Horizons
5. Memorandum of Cooperation for India-Japan Cooperative Biogas for Growth (CBG) Initiative Promotes cooperation towards the goal of establishing 1,000 biogas and organic fertilizer plants all across India, leveraging the extensive network of dairy cooperatives.
6. Memorandum of Cooperation in the Field of Batteries Promotes cooperation in battery-related projects and expands business opportunities with an aim of building a trusted, resilient and sustainable battery supply chain.
7. Memorandum of Cooperation in the Field of Pharmaceuticals and Medical Devices Sector Strengthens pharma supply chains, including in Active Pharmaceutical Ingredients (APIs) and Key Starting Materials (KSMs), through promotion of bilateral investment and business linkages, technical collaboration and industry-academia collaboration.
8. Memorandum of Cooperation in the Field of Geology and Mineral Exploration Strengthens cooperation in upstream critical minerals exploration through exchange of technical expertise.
9. Memorandum of Cooperation between IndiaAI Mission and Ministry of Economy, Trade and Industry (METI), Japan Promotes institutional cooperation between IndiaAI Mission and Japan’s GENIAC initiative – through B2B matchmaking, webinars on AI policies and challenges and support for joint projects through access to computing resources
10. Memorandum of Cooperation on Next Generation Mobility Partnership (NGMP) Establishes a framework for operationalizing the Next Generation Mobility Partnership (NGMP) which was announced at the 15th Annual Summit in August 2025. The NGMP would accelerate private sector-led cooperation and investment in mobility sectors including rail, automotive and road infrastructure, aviation, shipbuilding and ports, logistics, and urban development, positioning India as a hub for “Make in India for the World” exports to third countries.
11. Memorandum of Understanding between India’s Centre for Cellular and Molecular Platforms (C-CAMP) and RIKEN, Japan Establishes a framework for academic, translational research and start-up oriented innovation in deep-tech and life sciences, covering healthcare, agriculture and environment.
12. Memorandum of Understanding between National Center for Biological Sciences-Tata Institute of Fundamental Research and RIKEN, Japan Creates a framework for cooperation in basic biological and neuroscience research between the two leading research institutions
13. Memorandum of Understanding between IIT Bombay, BharatGen Technology Foundation and National Institute of Informatics, Japan Furthers collaboration on large language models (LLMs), with a focus on developing LLMs for enhanced scientific reasoning, through joint research exchanges
14. Memorandum of Understanding between SarvamAI and Preferred Network on LLM Development Creates a framework for cooperation across the full AI technology stack, including foundation models.
15. Memorandum of Understanding Between National Internet Exchange of India (NIXI) and Japan Network Information Center (JPNIC) Promotes cooperation in National Internet Registry operations, IPv6 adoption, internet security improvements, capacity building, student/professional exchanges and exchange of views on internet governance at regional and global forums.
16. Exchange of Letters Between International Financial Services Centres Authority (IFSCA) and Financial Services Agency, Japan (JFSA) Establishes a framework for cooperation in development, regulation and supervision of financial services as well as information exchange on financial-market trends and best practices, particularly in FinTech and RegTech.