ପ୍ରଧାନମନ୍ତ୍ରୀ ଲୱେନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ 16-17ଏପ୍ରିଲ 2018ରେ ଷ୍ଟକହୋମକୁ ସରକାରୀ ଗସ୍ତରେ ଯାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଲୱେନ 17 ଏପ୍ରିଲରେ ପରସ୍ପରକୁ ଭେଟିଥିଲେ । 2016ରେ ସେମାନଙ୍କ ଦ୍ୱାରା ଜାରି ହୋଇଥିବା ଯୁଗ୍ମ ବିବୃତିକୁ ଉଭୟ ସ୍ମରଣ କରିଥିଲେ । ସେମାନେ ଏହାର କାର୍ଯ୍ୟକାରୀତାରେ ହୋଇଥିବା ଅଗ୍ରଗତିକୁ ସ୍ୱାଗତ କରିଥିଲେ ଏବଂ ସାମଗ୍ରୀକ ରାଜନୈତିକ ସହଯୋଗ ପାଇଁ ଯୁଗ୍ମ ବିବୃତି ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲେ ।

ଭାରତ ଏବଂ ସ୍ୱିଡେନ ଗଣତନ୍ତ୍ର, ଆଇନର ଶାସନ, ମାନବିକ ଅଧିକାରର ସମ୍ମାନ, ବହୁଳବାଦ ଏବଂ ଏକ ଆଇନ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାର ମୂଲବୋଧ ଉପରେ ବିଶ୍ୱାସ କରନ୍ତି । ଆପୋସ ସ୍ୱାର୍ଥ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗ ଯଥା ଜଳବାୟୁ ପରିବର୍ତ୍ତନ, ଏଜେଣ୍ଡା 2030, ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା, ମାନବିକ ଅଧିକାର, ଲିଙ୍ଗଗତ ସମାନତା, ମାନବୀୟ ପ୍ରସଙ୍ଗ, ଅନ୍ତର୍ଜାତୀୟ ବାଣିଜ୍ୟ ଆଦି କ୍ଷେତ୍ରରେ ସହଯୋଗ ଏବଂ ଆଲୋଚନା ଲାଗି ଉଭୟ ପ୍ରଧାନମନ୍ତ୍ରୀ ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ । ଜଳବାୟୁ ପରିବର୍ତ୍ତନର ନିରାକରଣ ଲାଗି ବିଶ୍ୱସ୍ତରୀୟ ପ୍ରୟାସ ଉପରେ ଉଭୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ପ୍ୟାରିସ ଚୁକ୍ତି ପ୍ରତି ସେମାନଙ୍କ ସାଧାରଣ ନିରନ୍ତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ଯୁଗ୍ମ ବିବୃତି ଆଧାରରେ ଉଭୟ ପକ୍ଷର ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରରେ ସୁରକ୍ଷା ନୀତି ଆଲୋଚନା ଜାରି ରଖିବା ଲାଗି ଦୁଇ ନେତା ରାଜି ହୋଇଥିଲେ ।

ମିଳିତ ଜାତିସଂଘ (ଜାତିସଂଘ) ଏବଂ ଅନ୍ୟ ବହୁପକ୍ଷୀୟ ମଞ୍ଚରେ ନିବିଡ଼ ସହଯୋଗ ଲାଭି ଉଭୟ ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ । ଏଜେଣ୍ଡା 2030କୁ କାର୍ଯ୍ୟକାରୀ କରିବା ଲାଗି ମିଳିତ ଜାତିସଂଘର ସଦସ୍ୟମାନଙ୍କୁ ଉପଯୁକ୍ତ ସହାୟତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜାତିସଂଘ ମହାସଚିବଙ୍କ ସଂସ୍କାରମୂଳକ ପ୍ରୟାସ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ । ସେମାନେ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ଏହାର ସମ୍ପ୍ରସାରଣ, ଏହାକୁ ଅଧିକ ପ୍ରତିନିଧିମୂଳକ, ଉତ୍ତରଦାୟୀ, ପ୍ରଭାବୀ ଏବଂ ଏକବିଂଶ ଶତାବ୍ଦୀର ବାସ୍ତବତା ପ୍ରତି ପ୍ରତିକ୍ରିୟାଶୀଳ କରିବା ଉପରେ ଆଲୋକପାତ କରିଥିଲେ । ମିଳିତ ଜାତିସଂଘ ସୁରକ୍ଷା ପରିଷଦ (2021-22)ରେ ଭାରତର ଅସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇବା ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରତି ସ୍ୱିଡେନର ସମର୍ଥନ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଲୱେନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପରମାଣୁ କ୍ଷେତ୍ରରେ ବିଶ୍ୱ ରପ୍ତାନି ନିୟନ୍ତ୍ରଣ, ଅପ୍ରସାର ଏବଂ ନିରସ୍ତ୍ରୀକରଣ ଲକ୍ଷ୍ୟ ହାସଲକୁ ସମର୍ଥନ ଏବଂ ସୁଦୃଢ଼ କରିବା ଲାଗି ଉଭୟ ପ୍ରଧାନମନ୍ତ୍ରୀ ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ଏହି କ୍ଷେତ୍ରରେ ନିବିଡ଼ ସହଯୋଗ ଲାଗି ସହମତ ହୋଇଥିଲେ । ଅଷ୍ଟ୍ରେଲିଆ ଗ୍ରୁପ (ଏଜି), ୱାସେନାର ଏରେଞ୍ଜମେଂଟ (ଡବ୍ଲୁଏ), କ୍ଷେପଣାସ୍ତ୍ର ପ୍ରଯୁକ୍ତି ନିୟନ୍ତ୍ରଣ ବ୍ୟବସ୍ଥା (ଏମଟିସିଆର) ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର ବିରୋଧରେ ହଗ ଆଚାର ସଂହିତା (ଏଚସିଓସି) ସମେତ ଅନ୍ତର୍ଜାତୀୟ ରପ୍ତାନି ନିୟନ୍ତ୍ରଣ ବ୍ୟବସ୍ଥାରେ ଭାରତର ସାମିଲକୁ ପ୍ରଧାନମନ୍ତ୍ରୀ ଲୱେନ ସ୍ୱାଗତ କରିଥିଲେ । ପରମାଣୁ ଯୋଗାଣ ଗୋଷ୍ଠୀରେ ଭାରତର ସଦସ୍ୟତାକୁ ମଧ୍ୟ ସେ ସମର୍ଥନ କରିଥିଲେ ।

ଆତଙ୍କବାଦ ମୁକାବିଲା, ଆତଙ୍କବାଦୀ ନେଟୱାର୍କ ଏବଂ ପାଣ୍ଠିଯୋଗାଣ ବନ୍ଦ କରିବା ଏବଂ ହିଂସାତ୍ମକ ଉଗ୍ରବାଦର ନିରାକରଣ ପାଇଁ ଦୃଢ଼ ଅନ୍ତର୍ଜାତୀୟ ସହଭାଗିତା ଏବଂ ମହାନ ଏକତା ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । ଆତଙ୍କବାଦର ସ୍ୱରୂପ ପରିବର୍ତ୍ତିତ ହେଉଥିବାରୁ ଏହାକୁ ଦୃଢ଼ତାର ସହ ଦମନ କରିବା ଲାଗି ବିଶ୍ୱ ଆତଙ୍କବାଦ ନିରୋଧୀ ଆଇନଗତ ଢାଂଚାକୁ ନିୟମିତ ଅଧୁନାତନ କରିବା ଲାଗି ସେମାନେ ଗୁରୁତ୍ୱାରୋପ କରିଥିଲେ । ଆତଙ୍କବାଦ ବିରୋଧରେ ନିଆଯାଉଥିବା ଯେକୌଣସି ପଦକ୍ଷେପ ଅନ୍ତର୍ଜାତୀୟ ଆଇନ ଆଧାରିତ ହେବା ଉପରେ ସେମାନେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ, ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ବିସ୍ତୃତ ସମ୍ମେଳନ (ସିସିଆଇଟି)କୁ ଯଥାଶୀଘ୍ର ଚୂଡ଼ାନ୍ତ କରିବା ଲାଗି ଉଭୟ ଦେଶ ଆହ୍ୱାନ କରିଥିଲେ ।

ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ପ୍ରୋତ୍ସାହିତ କରିବା ଲାଗି ସମ୍ପୃକ୍ତ ମନ୍ତ୍ରଣାଳୟ, ଏଜେନ୍ସୀ ଏବଂ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ନିମ୍ନୋକ୍ତ ଭାରତ-ସ୍ୱିଡେନ ଯୁଗ୍ମ କାର୍ଯ୍ୟ।ନ୍ୱୟନ ଯୋଜନା ପ୍ରତି ଉଭୟପକ୍ଷ ସହମତ ହୋଇଥିଲେ ।

ନବସୃଜନ

• ଏକ ଚିରସ୍ଥାୟୀ ଭବିଷ୍ୟତ ଲାଗି ବହୁଅଂଶୀଦାର ବିଶିଷ୍ଟ ନନବସୃଜନ ଭାଗିଦାରୀ ଆରମ୍ଭ କରିବୁ, ସମୃଦ୍ଧି ଏବଂ ଅଭିବୃଦ୍ଧି ଲାଗି ଆମର ଆପୋସ ପ୍ରତିବଦ୍ଧତାକୁ ସୁଦୃଢ଼ କରିବୁ ଏବଂ ଜଳବାୟୁ ପରିବର୍ତ୍ତନ ଓ ଉଦ୍ଭାବନ ଜରିଆରେ ଦୀର୍ଘସ୍ଥାୟୀ ବିକାଶ ଭଳି ସାମାଜିକ ଆହ୍ୱାନର ମୁକାବିଲା କରିବୁ ।

• ସ୍ୱିଡିଶ ପେଟେଣ୍ଟ ରେଜିଷ୍ଟ୍ରେସନ ଅଫିସ ଏବଂ ଭାରତର ଉଦ୍ୟୋଗ ନୀତି ଏବଂ ପ୍ରୋତ୍ସାହନ ବିଭାଗ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଏମଓୟୁ ଅନ୍ତର୍ଗତ ବୌଦ୍ଧିକ ସମ୍ପତ୍ତି ଅଧିକାର କ୍ଷେତ୍ରରେ ଆଲୋଚନା ଏବଂ ସହଯୋଗୀ କାର୍ଯ୍ୟକଳାପ ଆଗେଇ ନିଆଯିବ ।

ବାଣିଜ୍ୟ ଓ ପୁଞ୍ଜି ନିବେଶ

• ଉଭୟ ପକ୍ଷରେ ବାଣିଜ୍ୟ ନିବେଶକୁ ପ୍ରୋତ୍ସାହିତ କରିବା ଲାଗି ‘ଇନଭେଷ୍ଟ ଇଣ୍ଡିଆ’ ଜରିଆରେ ଭାରତରେ ସ୍ୱିଡେନର ନିବେଶ ଏବଂ ‘ବିଜିନେସ ସ୍ୱିଡେନ’ ଜରିଆରେ ସ୍ୱିଡେନରେ ଭାରତର ନିବେଶ କରାଯିବ ।

• ସ୍ମାର୍ଟ ସିଟି, ଡିଜିଟାଇଜେସନ, ଦକ୍ଷତା ବିକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତ-ସ୍ୱିଡେନ ବ୍ୟବସାୟ ସହଯୋଗ ଲାଗି ଭାରତ-ସ୍ୱିଡେନ ବ୍ୟାପାର ନେତୃମଣ୍ଡଳୀର ଗୋଲଟେବୁଲ ବୈଠକ(ଆଇଏସବିଏଲଆରଟି)ର କାର୍ଯ୍ୟକୁ ପ୍ରୋତ୍ସାହିତ କରାଯିବ ଏବଂ ସମ୍ପର୍କ, ବିଚାର, ଭାଗିଦାରୀ ଏବଂ ସୁପାରିସକୁ ଆଗେଇ ନିଆଯିବ ।

ସ୍ମାର୍ଟ ସିଟି ଏବଂ ପରବର୍ତ୍ତୀ ପିଢ଼ିର ପରିବହନ

• ଆଲୋଚନା ଏବଂ ସାମର୍ଥ୍ୟ ନିର୍ମାଣ ଜରିଆରେ ପରିବହନ ଆଧାରିତ ସହରାଂଚଳ ବିକାଶ, ବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ବର୍ଜ୍ୟ ପରିଚାଳନା, ବର୍ଜ୍ୟରୁ ଶକ୍ତି, ବର୍ଜ୍ୟ ଜଳ ପ୍ରକ୍ରିୟାକରଣ, ଡିଷ୍ଟ୍ରିକ୍ଟ କୁଲିଂ ଏବଂ ସର୍କୁଲାର ଅର୍ଥବ୍ୟବସ୍ଥା ସମ୍ପର୍କରେ ଜ୍ଞାନର ଆଦାନପ୍ରଦାନ ଏବଂ ସହଯୋଗର ସମ୍ଭାବନା ଉଜାଗର କରିବା ।

• ବୈଦ୍ୟୁତିକ ପରିବହନ ଏବଂ ନବୀକରଣଯୋଗ୍ୟ ଇନ୍ଧନ କ୍ଷେତ୍ରରେ ସହଯୋଗର ସମ୍ଭାବନା ଉଜାଗର କରିବା ଏବଂ ଏହା କିପରି ସମ୍ଭବ ହେଉଛି ତାହା ଜାଣିବା ଲାଗି ପ୍ରୟାସ କରାଯିବ ।

• ରେଳବାଇ କ୍ଷେତ୍ର ଯଥା ରେଳବାଇ ନୀତି ବିକାଶ, ନିରାପତ୍ତା, ତାଲିମ ଏବଂ ପରିଚାଳନା ଏବଂ ରେଳ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଜ୍ଞାନର ଆଦାନ ପ୍ରଦାନ ଏବଂ ସହଯୋଗର ସମ୍ଭାବନାକୁ ଉଜାଗର କରିବା ।

ସ୍ମାର୍ଟ, ନିରନ୍ତର ଏବଂ ଅକ୍ଷୟ ଶକ୍ତି

• ଗବେଷଣା, ଦକ୍ଷତା ବିକାଶ, ନୀତିଗତ ସହଯୋଗ ଏବଂ ବ୍ୟବସାୟ ମଡେଲ ସମେତ ବଜାର ଢାଂଚା ଆବଶ୍ୟକତା ଅନୁଧ୍ୟାନ କରି ସ୍ମାର୍ଟ ଗ୍ରୀଡ ପ୍ରଯୁକ୍ତି ଯେପରିକି ସ୍ମାର୍ଟ ମିଟରିଂ, ଚାହିଦାପୂରଣ, ଶକ୍ତି ମାନକ ପରିଚାଳନା, ବଣ୍ଟନ ସ୍ୱୟଂକ୍ରିୟତା, ବୈଦ୍ୟୁତିକ ପରିବହନ/ଚାର୍ଜିଂ ଭିତ୍ତିଭୂମି ସହିତ ଅକ୍ଷୟ ଶକ୍ତି ସମନ୍ୱୟନ କ୍ଷେତ୍ରରେ ବିନିମୟ ଏବଂ ଆପୋସ ସହଯୋଗର ସମ୍ଭାବନା ସନ୍ଧାନ କରିବା ।

• ଭାରତ-ସ୍ୱିଡେନ ନବସୃଜନ ଏକ୍ସେଲରେଟର ମାଧ୍ୟମରେ ନୂତନ ଅଭିନବ ଶକ୍ତି ପ୍ରଯୁକ୍ତି ଉପରେ ଗବେଷଣା, ଉଦ୍ଭାବନ ଏବଂ ବ୍ୟବସାୟିକ ସହଯୋଗକୁ ସମ୍ପ୍ରସାରିତ କରାଯିବ; ଅକ୍ଷୟ ଶକ୍ତି ଏବଂ ଶକ୍ତି ଦକ୍ଷତାର ଉପଯୋଗ ଲାଗି ପ୍ରଯୁକ୍ତି ଉପରେ ଗୁରୁତ୍ୱ ଆରୋପ କରିବା ।

ମହିଳାମାନଙ୍କ ଦକ୍ଷତା ବିକାଶ ଏବଂ ସଶକ୍ତିକରଣ

• ମହାରାଷ୍ଟ୍ରର ପୁନେଠାରେ ସ୍ୱିଡେନ ଏବଂ ଭାରତୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ପ୍ରକଳ୍ପ “କ୍ରାଫ୍ଟସମାଳା” ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ମହିଳାମାନଙ୍କୁ ଫୋର୍କଲିଫ୍ଟ ଡ୍ରାଇଭର, ଗୋଦାମ ପରିଚାଳକ, ଆସେମ୍ବ୍ଲୀ ଅପରେଟର ଏବଂ ଆହୁରି ଅନେକ ଶିଳ୍ପ ଅନୁକୂଳ ପେସା ଲାଗି ଦକ୍ଷତା ତାଲିମ ଦିଆଯାଉଛି । ଏହି ପ୍ରକଳ୍ପ ମାଧ୍ୟମରେ ମହିଳାମାନଙ୍କୁ ଦକ୍ଷ ଏବଂ ଉଦ୍ୟୋଗୀଶୀଳତା ପାଇଁ ତାଲିମ ଦେଇ ସେମାନଙ୍କୁ ସଶକ୍ତ କରିବା ଦିଗରେ ଯୁଗ୍ମ ପ୍ରୟାସ କରାଯିବ ।

ପ୍ରତିରକ୍ଷା

• ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଲାଗି ବିନିମୟ ଏବଂ ଗୁପ୍ତ ସୂଚନାର ଆପୋସ ସୁରକ୍ଷା ନିମନ୍ତେ ଦ୍ୱିପାକ୍ଷିକ ଚୁକ୍ତିକୁ ଚୂଡ଼ାନ୍ତ କରିବା ଦିଗରେ ପ୍ରୟାସ କରାଯିବ ।

• ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଭାରତ-ସ୍ୱିଡେନ ଆଲୋଚନାକୁ ସମ୍ପ୍ରସାରଣ କରାଯିବ । 2018-19ରେ ଭାରତ ଏବଂ ସ୍ୱିଡେନରେ ଭାରତ-ସ୍ୱିଡେନ ପ୍ରତିରକ୍ଷା ସେମିନାର ଆୟୋଜନ ଦିଗରେ ପ୍ରୟାସ କରାଯିବ । ଭାରତରେ ପ୍ରତିରକ୍ଷା ଉତ୍ପାଦନ କରିଡରରେ ଥିବା ନିବେଶ ସମ୍ଭାବନାକୁ ଆଇଏସବିଏଲଆରଟି ସହିତ ଉଜାଗର କରିବା ଲାଗି ପ୍ରୟାସ କରାଯିବ । ବୃହତ ପ୍ରତିରକ୍ଷା ଏବଂ ଏରୋସ୍ପେଶ ମୌଳିକ ସରଞ୍ଜାମ ନିର୍ମାତା (ଓଇଏମଗୁଡ଼ିକ) ସହ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଯୋଗାଣ ଶୃଙ୍ଖଳା ବିକଶିତ କରିବା ଲାଗି ଉଦ୍ୟୋଗ ସହଯୋଗୀମାନଙ୍କୁ ପ୍ରୋତ୍ସାହନ ଦିଆଯିବ ।

ମହାକାଶ ଏବଂ ବିଜ୍ଞାନ

• ମହାକାଶ ଗବେଷଣା, ପ୍ରଯୁକ୍ତି, ଉଦ୍ଭାବନ ଏବଂ ପ୍ରୟୋଗ ଉପରେ ଦ୍ୱିପାକ୍ଷିକ ସହଯୋଗର ଗୁରୁତ୍ୱକୁ ଉପଲବ୍ଧୀ କରାଯିବ । ବୁଝାମଣାପତ୍ର ଆଧାରରେ ବିଶେଷ କରି ଭୂ-ଅଧ୍ୟୟନ, ଗ୍ରହ ଅନୁସନ୍ଧାନ ଏବଂ ଉପଗ୍ରହ ଭୂ-ଷ୍ଟେସନ କାର୍ଯ୍ୟକଳାପ ଆଦି କ୍ଷେତ୍ରରେ ମହାକାଶ ସହଯୋଗକୁ ସମ୍ପ୍ରସାରିତ କରିବା ଲାଗି ମହାକାଶ ଏଜେନ୍ସୀ ଏବଂ ଅନ୍ୟ ମହାକାଶ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରାଯିବ । ଭାରତ-ସ୍ଵିଡେନ ମହାକାଶ ସେମିନାର ଆୟୋଜନ ଏବଂ ସ୍ୱିଡେନ ମହାକାଶ ଭିତ୍ତିଭୂମି ପରିଦର୍ଶନ ଲାଗି ଭାରତୀୟ ପ୍ରତିନିଧି ଦଳର ଗସ୍ତ ମାଧ୍ୟମରେ ଏହା ସମ୍ପାଦନ କରାଯିବ ।

• ସ୍ୱିଡେନ ଦ୍ୱାରା ପ୍ରାୟୋଜିତ ୟୁରୋପିଆନ ସ୍ପେଲେସନ ସୋର୍ସ ସହ ଭାରତୀୟ ସହଯୋଗୀଙ୍କ ସାମ୍ଭାବ୍ୟ ସହଯୋଗୀତାର ସମ୍ଭାବନା ଉଜାଗର କରାଯିବ ।

ସ୍ୱାସ୍ଥ୍ୟ ଏବଂ ଜୀବ ବିଜ୍ଞାନ

• ସ୍ୱାସ୍ଥ୍ୟ ସେବା ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ବୁଝାମଣାପତ୍ର ଅଧୀନରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଚିହ୍ନଟ ପ୍ରାଥମିକ କ୍ଷେତ୍ର ଯେପରିକି ସ୍ୱାସ୍ଥ୍ୟ ଗବେଷଣା, ଫାର୍ମାକୋ-ଭିଜିଲାନ୍ସ ଏବଂ ଏଟି-ମାଇକ୍ରୋବିଏଲ ପ୍ରତିରୋଧି କ୍ଷମତା ଆଦି କ୍ଷେତ୍ରରେ ସହଯୋଗକୁ ସମ୍ପ୍ରସାରଣ କରାଯିବ ।

ଅନୁଗାମୀ ପ୍ରୟାସ (Follow-up)

• ବିଜ୍ଞାନ ଏବଂ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ ଭାରତ-ସ୍ଵିଡେନ ଯୁଗ୍ମ କମିଶନ, ବୈଦେଶିକ କାର୍ଯ୍ୟାଳୟ ପରାମର୍ଶଦାତା ଏବଂ ଅନ୍ୟ ଉପଯୁକ୍ତ ଦ୍ୱିପାକ୍ଷିକ ମଞ୍ଚ ଏବଂ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଏହି କାର୍ଯ୍ୟ ଯୋଜନାର କର୍ଯ୍ୟକାରୀତା ତଦାରଖ କରିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Bharat Innovates' Bridge Between India’s Talented Youth And European Expertise: PM Modi

Media Coverage

'Bharat Innovates' Bridge Between India’s Talented Youth And European Expertise: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the role of diversity in innovation and entrepreneurship
June 15, 2026

The Prime Minister, Shri Narendra Modi said that in the fields of innovation and entrepreneurship, every individual has a distinct way of thinking and a unique creative vision, and it is this diversity that gives rise to new possibilities. He noted that just as every source of water has a different taste, every talent possesses its own unique identity and contribution. The Prime Minister added that innovation and progress become possible through the convergence of diverse ideas and capabilities.

The Prime Minister shared a Sanskrit Subhashitam-

“पिण्डे पिण्डे मतिर्भिन्ना कुण्डे कुण्डे नवं पयः।

जातौ जातौ नवाचाराः नवा वाणी मुखे मुखे॥”

The Subhashitam conveys that in the field of innovation and enterprise, each person has a different way of thinking and a unique creative vision, and this diversity gives rise to new possibilities. Just as the taste of water differs from one source to another, every talent has its own distinct identity and contribution. It is through the combination of these different ideas and abilities that innovation and progress become possible.

The Prime Minister wrote on X;

“पिण्डे पिण्डे मतिर्भिन्ना कुण्डे कुण्डे नवं पयः।

जातौ जातौ नवाचाराः नवा वाणी मुखे मुखे॥”