ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ସଂସଦୀୟ ନିର୍ବାଚନ ମଣ୍ଡଳୀର ଶହେନ୍ସାପୁର ଗ୍ରାମରେ ଏକ ଶୌଚାଳୟ ନିର୍ମାଣ କାର୍ଯ୍ୟରେ ଶ୍ରମଦାନ କରିଥିଲେ । ଶୌଚାଳୟ ପିଟ୍ ନିର୍ମାଣ କାର୍ଯ୍ୟରେ ଭାଗନେଇ ପ୍ରଧାନମନ୍ତ୍ରୀ ସ୍ଥାନୀୟ ଲୋକମାନଙ୍କ ସହ ମତ ବିନିମୟ କରିଥିଲେ । ଏହି ଅଂଚଳର ଗ୍ରାମବାସୀମାନେ ଖୋଲାରେ ମଳତ୍ୟାଗ ନ କରିବା ପାଇଁ ଶପଥ ନେଇଥିଲେ । ଶହେନ୍ସାପୁରର ଗ୍ରାମବାସୀମାନେ ଶୌଚାଳୟକୁ ଇଜ୍ଜତ ଘର ଭାବେ ନାମିତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ସେହି ଗ୍ରାମରେ ଏକ ପଶୁଧନ ଆରୋଗ୍ୟ ମେଳା ବୁଲି ଦେଖିଥିଲେ । ସେଠାରେ ଗୋସମ୍ପଦର ସ୍ୱାସ୍ଥ୍ୟ ରକ୍ଷା, ଚିକିତ୍ସା ସୁବିଧା ବିଶେଷକରି ଗାଈଗୋରୁମାନଙ୍କର ଅସ୍ତ୍ରୋପ୍ରଚାର ଏବଂ ଅଲଟ୍ରାସୋନୋଗ୍ରାଫି ବ୍ୟବସ୍ଥା ଥିବା ବିଷୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

 

 

ଏହି ଅବସରରେ ଏକ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପଶୁଧନ ଆରୋଗ୍ୟ ମେଳାର ସଫଳ ଆୟୋଜନ ଓ କାର୍ଯ୍ୟକାରୀତା ପାଇଁ ଉତ୍ତରପ୍ରଦେଶ ସରକାର ଏବଂ ସେଠାକାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ପଶୁପାଳନ କ୍ଷେତ୍ରରେ ଏକ ନୂଆ ପ୍ରୟାସ ହୋଇଥିବାରୁ ରାଜ୍ୟରେ ଏହି କ୍ଷେତ୍ରରେ ନିୟୋଜିତ ହିତାଧିକାରୀମାନଙ୍କୁ ଅନେକ ସୁବିଧା ମିଳିବ । ବିଶେଷକରି ଉନ୍ନତ ଗୋ-ପାଳନ ଦ୍ୱାରା ଦୁଗ୍ଧ ଉତ୍ପାଦନ ବୃଦ୍ଧି ଘଟିବ ଏବଂ ଏହାଦ୍ୱାରା ଗୋପାଳକମାନେ ବିଶେଷ ଭାବେ ଲାଭ ପାଇବେ । ଦେଶର ଅନ୍ୟାନ୍ୟ ଭାଗ ଭଳି ଉତ୍ତର ପ୍ରଦେଶରେ ମଧ୍ୟ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସମବାୟ ସମିତିଗୁଡିକୁ ମଜବୂତ କରିବାକୁ ପଡିବ ।

 

ଜନ ମଙ୍ଗଳକୁ ତାଙ୍କ ସରକାର ଅଗ୍ରାଧୀକାର ଦେଉଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ 2022 ସୁଦ୍ଧା ଚାଷୀମାନଙ୍କର ଆୟ ଦୁଇଗୁଣା କରିବା ଲାଗି ସେ ପ୍ରତିଶୃତିବଦ୍ଧ । ଦେଶର ବିଭିନ୍ନ ଭାଗରେ ଚାଷୀଙ୍କୁ ଜମିର ଉର୍ବରତା ଓ ଚିକିତ୍ସା ଲାଗି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଏହା ଚାଷୀଙ୍କୁ ମୃତ୍ତିକା ପରିଚାଳନାରେ ଅନେକ ସହାୟତା ପ୍ରଦାନ କରିବ । 2022 ରେ ଭାରତର ସ୍ୱାଧୀନତାକୁ 75 ବର୍ଷ ପୁରୁଥିବାରୁ ଜନସାଧାରଣ ନିଜ ନିଜର ଶକ୍ତି ମତେ ରାଷ୍ଟ୍ର ନିର୍ମାଣ ଦିଗରେ ଅବଦାନ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକଙ୍କଠାରେ ସ୍ୱଚ୍ଛତାର ଭାବନାକୁ ସକାରାତ୍ମକ ରୂପରେ ଭରିଦେବାକୁ ପଡିବ । ଏହା ପରିବେଶର ସୁରକ୍ଷା କରିବା ସହ ଗରିବର ସ୍ୱାର୍ଥରକ୍ଷା ଦିଗରେ ବହୁ ଉପକାରସିଦ୍ଧ ହେବ । ସ୍ୱଚ୍ଛତା ରକ୍ଷା ମାଧ୍ୟମରେ ଗରିବର ସେବା କରାଯାଇପାରିବ ଏବଂ ଏହା ଦେବ-ପୂଜା ସହ ସମାନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

Click here to read full text of speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India