ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ଠାରେ ସ୍ୱାଧୀନତା ଦିବସ ଅଭିଭାଷଣରେ କହିଥିଲେ ଯେ, ସରକାର ଚାଷୀ ମାନଙ୍କ ପାଇଁ ୟୁରିଆ ନିମନ୍ତେ ରିହାତି ଭାବରେ ୧୦ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଚାଷୀଙ୍କୁ ଶସ୍ତାରେ ବ୍ୟାଗ୍ ପିଛା ୩୦୦୦ ଟଙ୍କା ମୂଲ୍ୟର ୟୁରିଆକୁ ବ୍ୟାଗ୍ ପିଛା ୩୦୦ ଟଙ୍କା ଦରରେ ଯୋଗାଇ ଦେବା ପାଇଁ ସରକାର ୧୦ ଲକ୍ଷ କୋଟି ଟଙ୍କାର ୟୁରିଆ ରିହାତି ଆକାରରେ ଆବଣ୍ଟନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସୂଚନା ଦେଇଥିଲେ ଯେ, ବିଶ୍ୱର କେତେକ ବଜାରରେ ୩,୦୦୦ ଟଙ୍କାରେ ବିକ୍ରି ହେଉଥିବା ୟୁରିଆ ବସ୍ତାକୁ କୃଷକ ମାନଙ୍କୁ ୩୦୦ ଟଙ୍କାରୁ ଅଧିକ ମୂଲ୍ୟରେ ଦିଆ ଯାଉନାହଁ । "କେତେକ ବିଶ୍ୱ ବଜାରରେ ଯେଉଁ ୟୁରିଆ ବସ୍ତା ୩,୦୦୦ ଟଙ୍କାରେ ବିକ୍ରି ହେଉଛି, ଏବେ ସରକାର ଆମ ଚାଷୀ ମାନଙ୍କୁ ୩୦୦ ଟଙ୍କାରେ ଯୋଗାଇ ଦେଉଛନ୍ତି ଏବଂ ସେଥିପାଇଁ ସରକାର ଆମ ଚାଷୀଙ୍କ ପାଇଁ ୟୁରିଆ ଉପରେ ୧୦ ଲକ୍ଷ କୋଟି ଟଙ୍କାର ରିହାତିି ପ୍ରଦାନ କରୁଛନ୍ତି ।


