ଆମେ ସମସ୍ତେ, ଅର୍ଥାତ୍ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଦେଶ ଭାରତ, ଅଷ୍ଟ୍ରେଲିଆ, ବ୍ରୁନେଇ ଦାରୁସାଲମ୍‌, ଇଣ୍ଡୋନେସିଆ, ଜାପାନ, କୋରିଆ ସାଧାରଣତନ୍ତ୍ର, ମାଲୟେସିଆ, ନ୍ୟୁଜିଲ୍ୟାଣ୍ଡ, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଆମେରିକା ଏବଂ ଭିଏତନାମ୍ ଆମ ଗତିଶୀଳ ଆଂଚଳିକ ଅର୍ଥ ବ୍ୟବସ୍ଥାର ସମୃଦ୍ଧି ଏବଂ ବିବିଧତାକୁ ସ୍ୱୀକାର କରୁ । ଆମେ ଏକ ଅବାଧ, ଖୋଲା, ନିଷ୍ପକ୍ଷ, ଅନ୍ତର୍ଭୁକ୍ତିମୂଳକ, ପାରସ୍ପରିକ ସଂଯୋଗ ସମ୍ପନ୍ନ, ନମନୀୟ, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରତି ପ୍ରତିବଦ୍ଧତାକୁ ଆବଂଟିତ କରୁଛୁ, ଯାହାର ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିମୂଳକ ଆର୍ôଥକ ବିକାଶ ହାସଲ କରିବାର ସାମର୍ଥ୍ୟ ରହିଛି । ଆମେ ଏହା ସ୍ୱୀକାର କରୁଛୁ ଯେ, ଏହି କ୍ଷେତ୍ରରେ ଆମର ଆର୍ଥିକ ନୀତିର ହିତ ପରସ୍ପର ସହିତ ଯୋଡି ହୋଇ ରହିଛି ଏବଂ ନିରନ୍ତର ବିକାଶ, ଶାନ୍ତି ଏବଂ ସମୃଦ୍ଧି ନିମନ୍ତେ ଅଂଶୀଦାର ମାନଙ୍କ ମଧ୍ୟରେ ଆର୍ଥିକ ସମ୍ପର୍କ ଗଭୀର କରାଯିବା ମହତ୍ୱପୂର୍ଣ୍ଣ ଅଟେ । 

ଆମେ ସ୍ୱୀକାର କରୁଛୁ ଯେ କୋଭିଡ୍ - ୧୯ ମହାମାରୀ ଏକତ୍ର କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବାର ବାଧ୍ୟବାଧକତାକୁ ଦର୍ଶାଇଛି, ଯାହା ଆର୍ôଥକ ପୁନରୁଦ୍ଧାର ଏବଂ ଉନ୍ନତି, ସ୍ଥିରତା ଏବଂ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରତ୍ୟାଶା ଉପରେ ପ୍ରତିଷ୍ଠିତ । ମହାମାରୀ ମଧ୍ୟ ଅର୍ଥନୈତିକ ପ୍ରତିଦ୍ୱନ୍ଦ୍ୱିତା ଏବଂ ସହଯୋଗକୁ ମଜଭୁତ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ କରିବା ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ନିଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧି ଏବଂ ଅର୍ଥନୈତିକ ସୁଯୋଗକୁ ସୁଦୃଢ଼ କରିବା ସହିତ ଆମର ଶ୍ରମିକ, ମହିଳା, ମଧ୍ୟମ ଏବଂ କ୍ଷୁଦ୍ର ଉଦ୍ୟୋଗ ଏବଂ ଆମ ସମାଜର ସବୁଠାରୁ ଦୁର୍ବଳ ଗୋଷ୍ଠୀ ଉପରେ ଗୁରୁତ୍ୱ ପ୍ରଦାନ କରିଛି । 

ଦୀର୍ଘକାଳୀନ ଅବଧିରେ, ଆର୍ଥିକ ପ୍ରତିଦ୍ୱନ୍ଦ୍ୱିତାକୁ ସୁଦୃଢ଼ କରିବା ଆମର ଅଧିକ ପରିମାଣରେ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରିବା, ନବସୃଜନକୁ ପ୍ରୋତ୍ସାହିତ କରିବା, ଡିଜିଟାଲ ଅର୍ଥନୀତିରେ ଅଂଶଗ୍ରହଣ କରିବା, ଶକ୍ତି ବ୍ୟବସ୍ଥାରେ ପରିବର୍ତନ ଆଣିବା ଏବଂ ଶକ୍ତି ନିରାପତା ହାସଲ କରିବା ଏବଂ ଜଳବାୟୁ ସଙ୍କଟକୁ ଏଭଳି ଏକ ଶୈଳୀରେ ମୁକାବିଲା କରିବା ଯାହା ନିଷ୍ପକ୍ଷ, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିକୁ ସୃଷ୍ଟି କରିବା ସହିତ ସାମାଜିକ - ଅର୍ଥନେତିକ କଲ୍ୟାଣରେ ଉନ୍ନତି ଆଣିବ ।  

ଭବିଷ୍ୟତ ପାଇଁ ଆମ ମାନଙ୍କ ଅର୍ଥନୀତିକୁ ପ୍ରସ୍ତୁତ କରିବାକୁ ଆମେମାନେ ସମୃଦ୍ଧି ପାଇଁ ଭାରତ - ପ୍ରଶାନ୍ତ ମହାସାଗରୀୟ ଅର୍ଥନୀତିକ ସଂରଚନା ପ୍ରତିଷ୍ଠା କରିବାର ପ୍ରକ୍ରିୟା ଆରମ୍ଭ କରୁଛେ ।

ଏହି ସଂରଚନାର ଉଦ୍ଦେଶ୍ୟ ହେଉଛି ଆମର ଅର୍ଥ ବ୍ୟବସ୍ଥା ନିମନ୍ତେ ନମନୀୟତା, ସ୍ଥିରତା, ଅନ୍ତର୍ଭୁକ୍ତିକରଣ, ଆର୍ଥିକ ବିକାଶ, ନିଷ୍ପକ୍ଷତା ଏବଂ ପ୍ରତିଦ୍ୱନ୍ଦ୍ୱିତାକୁ ଆଗକୁ ବଢ଼ାଇବା । ଏହି ପଦକ୍ଷେପ ମାଧ୍ୟମରେ, ଆମର ଲକ୍ଷ୍ୟ ଏହି ଅଂଚଳ ଭିତରେ ସହଯୋଗ, ସ୍ଥିରତା, ସମୃଦ୍ଧି, ବିକାଶ ଏବଂ ଶାନ୍ତି କ୍ଷେତ୍ରରେ ଯୋଗଦାନ କରିବା ଅଟେ । 

ଆମେ ଅତିରିକ୍ତ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଭାଗିଦାରମାନଙ୍କ ଠାରୁ ଅଂଶଗ୍ରହଣକୁ ଆମନ୍ତ୍ରଣ କରୁଛେ ଯେଉଁମାନେ ଏହି ଅଂଚଳ ନିମନ୍ତେ ଆମର ଲକ୍ଷ୍ୟ ସମୂହ, କଲ୍ୟାଣ, ଏବଂ ମହତ୍ୱାକାଂକ୍ଷାକୁ ଆବଂଟିତ କରୁଥିବେ । ଆମେ ନିଜ ନେଟୱର୍କ ଭାଗିଦାର ମାନଙ୍କ ସହିତ ଏହି ପ୍ରକାରର ସହଯୋଗ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଅଟୁ, ଯାହା ବୈଷୟିକ ଜ୍ଞାନକୌଶଳ ସହାୟତା ଏବଂ ସାମର୍ଥ୍ୟ ନିର୍ମାଣର ମହତ୍ୱକୁ ସ୍ୱୀକାର କରିଥାଏ, ଆମକୁ ଏକ ନମନୀୟ ଦୃଷ୍ଟିକୋଣ ରଖିବା ପାଇଁ ଅନୁମତି ପ୍ରଦାନ କରିଥାଏ, ଏବଂ ଆମର ଲୋକ ମାନଙ୍କ ନିମନ୍ତେ ଲାଭ ପ୍ରଦାନ କରିଥାଏ । 

ଆଜି, ଆମେ ନିମ୍ନଲିଖିତ ସ୍ତମ୍ଭ ଗୁଡିକ ଉପରେ ଭବିଷ୍ୟତର ବୁଝାମଣା ଦିଗରେ ସାମୂହିକ ଆଲୋଚନା ଆରମ୍ଭ କରିବା । ସଂରଚନା ଭାଗିଦାରମାନେ ଏହି ଲକ୍ଷ୍ୟ ଗୁଡିକୁ ପ୍ରାପ୍ତ କରିବା ନିମନ୍ତେ ଆର୍ଥିକ ସହଯୋଗକୁ ମଜଭୁତ କରିବାର ବିଭିନ୍ନ ଊପାୟ ଉପରେ ଏହି ଭଳି ସାମିଲ୍ ହେବେ, ଏବଂ ଆମେ ଅନ୍ୟ ଇଚ୍ଛୁକ ଭାରତ- ପ୍ରଶାନ୍ତ ମହାସାଗରୀୟ ଭାଗିଦାର ମାନଙ୍କୁ ଆମ ସହିତ ଯୋଡି ହେବା ନିମନ୍ତେ ଆମନ୍ତ୍ରିତ କରୁଛୁ । 

ବାଣିଜ୍ୟ: ଆମେ ଉଚ୍ଚ - ମାନକ, ଅନ୍ତର୍ଭୁକ୍ତିମୂଳକ, ମୁକ୍ତ ଏବଂ ନିଷ୍ପକ୍ଷ ବାଣିଜ୍ୟ ପ୍ରତିଶ୍ରୁତିକୁ ନିର୍ମାଣ କରିବାକୁ ଚାହୁଁଛେ ଏବଂ ବ୍ୟାପାର ଏବଂ ପ୍ରଯୁକ୍ତି ନୀତିରେ ନୂଆ ଏବଂ ରଚନାତ୍ମକ ଦୃଷ୍ଟିକୋଣକୁ ବିକଶିତ କରିବାକୁ ଚାହୁଁଛେ, ଯାହା ଆର୍ଥିକ କାର୍ଯ୍ୟକଳାପ ଗୁଡିକୁ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟର ବ୍ୟାପକ ସେଟ୍‌କୁ ଆଗକୁ ବଢ଼ାଇ ଥାଏ, ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିମୂଳକ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିଥାଏ ଏବଂ ଶ୍ରମିକ ମାନଙ୍କୁ ଓ ଉପଭୋକ୍ତା ମାନଙ୍କୁ ଲାଭବାନ୍ କରିଥାଏ । ଆମର ପ୍ରୟାସ ଗୁଡିକ ମଧ୍ୟରେ ଡିଜିଟାଲ୍ ଅର୍ଥ ବ୍ୟବସ୍ଥାରେ ସହଯୋଗ ସାମିଲ୍ ଅଟେ, କିନ୍ତୁ ଏହା ଏତିକି ମଧ୍ୟରେ ସୀମିତ ନୁହେଁ । 

ଯୋଗାଣ ଶୃଙ୍ଖଳା: ଆମେ ନିଜର ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ସ୍ୱଚ୍ଛତା, ବିବିଧତା, ସୁରକ୍ଷା ଏବଂ ସ୍ଥିରତା କ୍ଷେତ୍ରରେ ପରିବର୍ତନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଅଟୁ, ଫଳରେ ସେଗୁଡିକୁ ଅଧିକ ନମନୀୟ ଏବଂ ବହୁତ ଭଲ ଭାବରେ ଏକାଠି କରା ଯାଇ ପାରିବ । ଆମେ ସଙ୍କଟ ପ୍ରତିକ୍ରିୟା ଉପାୟ ଗୁଡିକୁ ସମନ୍ୱିତ କରିବାକୁ ଚାହୁଁଛୁ, ବ୍ୟବସାୟ ନିରନ୍ତରତାକୁ ଉନ୍ନତ ଢଙ୍ଗରେ ସୁନିଶ୍ଚିତ କରିବା ନିମନ୍ତେ ବ୍ୟବଧାନ ଗୁଡିକର ପ୍ରଭାବକୁ ଉତମ ଢଙ୍ଗରେ ପ୍ରସ୍ତୁତ କରିବା ଏବଂ କମ୍ କରିବା ନିମନ୍ତେ ସହଯୋଗର ବିସ୍ତାର କରିବା: କ୍ଷତିକାରକ ପ୍ରଭାବ ଗୁଡ଼ିକର ପ୍ରଭାବକୁ ଲୋପ କରିବା ଏବଂ ସମର୍ଥନରେ ପରିବର୍ତନ ଏବଂ ପ୍ରମୁଖ କଂଚା ଏବଂ ଅଶୋଧିତ ସାମଗ୍ରୀ, ଅର୍ଦ୍ଧଚାଳକ (ସେମି କଣ୍ଡକ୍ଟର), ମହତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିର ପର୍ଯ୍ୟାପ୍ତ ପହଂଚକୁ ସୁନିଶ୍ଚିତ କରିବାକୁ ଚାହୁଁଛୁ ।

ସ୍ୱଚ୍ଛ ଶକ୍ତି, ଅଙ୍ଗାରକବିହୀନ (ଡିକାର୍ବନାଇଜେସନ୍‌) ଏବଂ ଭିତିଭୂମି: ଆମର ପ୍ୟାରିସ୍ ଚୁକ୍ତିନାମା ଲକ୍ଷ୍ୟ ଏବଂ ଆମର ଲୋକ ଏବଂ ଶ୍ରମିକ ମାନଙ୍କର ଜୀବିକା ନିର୍ବାହ ପାଇଁ ପ୍ରୟାସ ଅନୁସାରେ, ଆମେ ଆମର ଅର୍ଥନୀତିକୁ ଡିକାର୍ବନାଇଜ୍ କରିବା ଏବଂ ଜଳବାୟୁ ପ୍ରଭାବରେ ସ୍ଥିରତା ସୃଷ୍ଟି କରିବା ପାଇଁ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିର ବିକାଶ ଏବଂ ନିୟୋଜନକୁ ତ୍ୱରାନ୍ୱିତ କରିବାକୁ ଯୋଜନା କରୁଛୁ । ଏଥିରେ ପ୍ରଯୁକ୍ତି ଉପରେ ସହଯୋଗକୁ ଗଭୀର କରିବା, ରିହାତି ଅର୍ଥ ସମେତ ଅର୍ଥ ସଂଗ୍ରହ ଉପରେ ଏବଂ ପରିପୋଷଣୀୟ ତଥା ସ୍ଥାୟୀ ଭିତିଭୂମିର ବିକାଶକୁ ସମର୍ଥନ କରି ଏବଂ ବୈଷୟିକ ସହାୟତା ପ୍ରଦାନ କରି ପ୍ରତିଦ୍ୱନ୍ଦ୍ୱିତାକୁ ସୁଦୃଢ଼ କରିବା ଏବଂ ସଂଯୋଗକୁ ବୃଦ୍ଧି କରିବା ପାଇଁ ଉପାୟ ଖୋଜିବା ଅନ୍ତର୍ଭୁକ୍ତ । 

ଟିକସ ଏବଂ ଦୁର୍ନୀତି ନିବାରଣ : ଟିକସ ଫାଙ୍କିବା ଏବଂ ଦୁର୍ନୀତିକୁ ରୋକିବା ପାଇଁ ପ୍ରଭାବଶାଳୀ ତଥା ବଳିଷ୍ଠ ଟିକସ ବ୍ୟବସ୍ଥା, ମନି ଲଣ୍ଡରିଂ ଏବଂ ଲାଂଚ ବିରୋଧୀ ନିୟମ ପ୍ରଣୟନ ତଥା କାର୍ଯ୍ୟକାରୀ କରି ଉଚିତ୍ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବାକୁ ଆମେ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରତିଶ୍ରୁତିବଦ୍ଧ । ଏହା ଜ୍ଞାନ କୌଶଳ ବାଂଟିବା ଏବଂ ଉତରଦାୟୀ ଏବଂ ସ୍ୱଚ୍ଛ ପ୍ରଣାଳୀକୁ ବୃଦ୍ଧି କରିବା ପାଇଁ ଆବଶ୍ୟକ ଦକ୍ଷତା ବିକାଶ ପାଇଁ ଉପାୟ ଖୋଜିବାକୁ ଅନ୍ତର୍ଭୁକ୍ତ କରେ ।

ଆଂଚଳିକ ଅର୍ଥନୈତିକ ସଂଯୋଗ ଏବଂ ଏକୀକରଣକୁ ଆଗକୁ ବଢ଼ାଇବା ନିମନ୍ତେ ଆମର ଭାଗିଦାରୀତା ଆଗ୍ରହକୁ ଆଗକୁ ବଢ଼ାଇବା ପାଇଁ ଅଂଶୀଦାର ମାନଙ୍କ ମଧ୍ୟରେ ପରାମର୍ଶ ଆଧାରରେ ସହଯୋଗ ଅତିରିକ୍ତ କ୍ଷେତ୍ରର ଚିହ୍ନଟ କରିବା କାର୍ଯ୍ୟକୁ ଆମେ ଜାରି ରଖିଛୁ । ଆମର ଅର୍ଥନୀତି ମଧ୍ୟରେ ବାଣିଜ୍ୟ, ବ୍ୟବସାୟ ଏବଂ ପୁଞ୍ଜି ନିବେଶର ପ୍ରବାହକୁ ବୃଦ୍ଧି କରିବା ଏବଂ ଆମର ମିଳିତ ବଜାରରେ ଆମର ଶ୍ରମିକ, କମ୍ପାନୀ ଏବଂ ଲୋକ ମାନଙ୍କ ପାଇଁ ମାନାଙ୍କ ବୃଦ୍ଧି ତଥା ସୁଯୋଗ ପାଇବା ନିମନ୍ତେ ଆମେ ମିଳିତ ଭାବରେ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଅପେକ୍ଷା କରିଛୁ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
10 Years of UPI: From 18 mln to 219 bln transactions, volumes jump 12,000x

Media Coverage

10 Years of UPI: From 18 mln to 219 bln transactions, volumes jump 12,000x
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 10, 2026
April 10, 2026

Safe Anchor, Green Engine, Digital Dynamo: PM Modi’s Blueprint for India’s Economic Renaissance