India-Nepal ties are special, says PM Modi
My Nepal visit is at a very special time when the country has successfully conducted federal, provincial and local elections: PM
Well wishes of 125 crore Indians are with the people of Nepal. May the country achieve new heights: PM
India's 'Sabka Saath, Sabka Vikaas' and Nepal's 'Samriddha Nepal, Sukhi Nepal' are complementary: PM Modi
PM Modi, PM Oli of Nepal jointly lay the foundation stone for the Arun-III project

ମହାମାନ୍ୟ, ସମ୍ମାନୀୟ ପ୍ରଧାନମନ୍ତ୍ରୀ

ଶ୍ରୀ କେ.ପି ଶର୍ମା ଓଲି ମହାଶୟ,

ବିଶିଷ୍ଟ ଅତିଥିଗଣ,

ଉପସ୍ଥିତ ମିଡିଆ ବନ୍ଧୁଗଣ,

ନମସ୍କାର ।

ପ୍ରଧାନମନ୍ତ୍ରୀ ଜ୍ୟୁ, (ପ୍ରଧାନମନ୍ତ୍ରୀ ମହାଶୟ),

ତପାଇଲେ ମେରା ହାର୍ଦ୍ଦିକ ସ୍ୱାଗତ ର ସତ୍କାର ଗର୍ନୁଭାଗ୍ୟେ (ଆପଣମାନେ ମୋର ହାର୍ଦ୍ଦିକ ସ୍ୱାଗତ ଓ ସତ୍କାର କରିଥିବାରୁ ଏହା ମୋର ପରମ ସୌଭାଗ୍ୟ)
ୟସ ଲାଇ ମ ହାର୍ଦ୍ଦିକ ଆଭାର ବ୍ୟକ୍ତ ଗର୍ଦ ଛୁଁ । (ଏଥି ପାଇଁ ମୁଁ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି)

ସାଥୀଗଣ,

ଏପରି ଦେଖିବାକୁ ଗଲେ ନେପାଳ ସହିତ ମୋର ପୁରୁଣା ସଂପର୍କ ରହିଛି, କିନ୍ତୁ ପ୍ରଧାନମନ୍ତ୍ରୀ ଭାବେ ଏହା ହେଉଛି ମୋର ତୃତୀୟ ଯାତ୍ରା । ଏଥିରୁ ଏହା ସ୍ପଷ୍ଟ ହେଉଛି କି ନେପାଳ ପ୍ରତି, ଆଉ ଭାରତ-ନେପାଳ ସମ୍ବନ୍ଧ ପ୍ରତି, ମୋର ଏବଂ ମୋ ସରକାରର ପ୍ରତିବଦ୍ଧତା ହେଉଛି କେତେ ଗଭୀର । ଆଉ ମୁଁ ପ୍ରଧାନମନ୍ତ୍ରୀ ଭାବେ ଆସିଥାଏ, ଅବା ପୁଣି ଜଣେ ସାଧାରଣ ନାଗରିକ ଭାବେ, ନେପାଳର ଲୋକ ମୋତେ ସବୁବେଳେ ନିଜର ବୋଲି ଭାବିଛନ୍ତି, ଆଉ ପରିବାରର ସଦସ୍ୟ ଭଳି ମୋର ସ୍ୱାଗତ କରିଛନ୍ତି । ଏହି ଆପଣାର ଭାବ, ଜୋରଦାର ସ୍ୱାଗତ-ସତ୍କାର ଆଉ ସମ୍ମାନ ପାଇଁ, ମୁଁ ପ୍ରଧାନମନ୍ତ୍ରୀ ଶ୍ରୀ ଓଲି ମହାଶୟଙ୍କୁ, ତାଙ୍କ ସରକାରଙ୍କୁ, ଆଉ ନେପାଳର ଲୋକମାନଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି । ନେପାଳ ସହିତ ଭାରତର ସମ୍ବନ୍ଧ ମଧ୍ୟ, ଦୁଇ ଦେଶର ସରକାରଙ୍କ ସମ୍ବନ୍ଧ ଠାରୁ କାହିଁ କେତେ ଉର୍ଦ୍ଧ୍ଵରେ, ହେଉଛି ଏଭଳି ଏକ ପ୍ରକାରର ପାରିବାରିକ, ବନ୍ଧୁତ୍ୱପୂର୍ଣ୍ଣ, ଆଉ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ମଧୁର ଏବଂ ଗଭୀର ସଂପର୍କର ସୁଦୃଢ଼ ମୂଳଦୁଆ ଉପରେ ପ୍ରତିଷ୍ଠିତ ।

ସାଥୀଗଣ,

ମୋର ଏହି ନେପାଳ ଯାତ୍ରା ଏପରି ଏକ ଐତିହାସିକ ସମୟରେ ହୋଇଛି, ଯେତେବେଳେ ନେପାଳରେ ସଂଙ୍ଘୀୟ, ପ୍ରାଦେଶିକ ଏବଂ ସ୍ଥାନୀୟ ତିନି ସ୍ତରରେ ସଫଳ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ନେପାଳ ଇତିହାସରେ ଏହା ସମୟ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ । ନେପାଳର ଜନତା ଆର୍ଥିକ ଓ ସାମାଜିକ ପ୍ରଗତି ଏବଂ ପରିବର୍ତ୍ତନ ପାଇଁ, ରାଷ୍ଟ୍ର ନିର୍ମାଣ ପାଇଁ, ପ୍ରଧାନମନ୍ତ୍ରୀ ଓଲି ମହାଶୟଙ୍କ ନେତୃତ୍ୱ ଆଉ ଦୃଷ୍ଟିଭଙ୍ଗୀ ପାଇଁ ନିଜର ଭରସା ପ୍ରକଟ କରିଛନ୍ତି । ନେପାଳର ଲୋକଙ୍କ ଦ୍ୱାରା ସଙ୍ଘୀୟ, ଗଣତାନ୍ତ୍ରିକ ଢ଼ାଂଚାରେ ରାଷ୍ଟ୍ର ନିର୍ମାଣ ଆଉ ବିକାଶ ଯାତ୍ରାର ନିଷ୍ପତ୍ତିକୁ ଅଭିନନ୍ଦନ ଜଣାଉଛି । ଏକ ଅଖଣ୍ଡ, ସମୃଦ୍ଧ, ଆଉ ସଶକ୍ତ ନେପାଳ ପାଇଁ ସମସ୍ତ ନେପାଳୀ ଲୋକଙ୍କର ଆକାଂକ୍ଷାକୁ ଭାରତ ସମର୍ଥନ କରୁଛି, ସମାବେଶୀ ବିକାଶ ଆଉ ଆର୍ଥିକ ସମୃଦ୍ଧି ପାଇଁ ଆପଣଙ୍କର ପ୍ରୟାସଗୁଡ଼ିକର ସଫଳତା ପାଇଁ ଭାରତର ଶହେ ପଚିଶ କୋଟି ଲୋକଙ୍କର ଶୁଭକାମନା ଆପଣମାନଙ୍କ ସହିତ ରହିଛି ।

ବନ୍ଧୁଗଣ,

ଗତ ମାସରେ ଆମକୁ ପ୍ରଧାନମନ୍ତ୍ରୀ ଓଲି ମହାଶୟଙ୍କର ସ୍ୱାଗତ କରିବାର ସୁଯୋଗ ମିଳିଥିଲା । ଆମେ ଦୁଇ ଦେଶର ବିକାଶ ପାଇଁ ଆମର ଦୃଷ୍ଟିଭଙ୍ଗୀ ଉପରେ ବହୁତ କିଛି ବିଚାର ବିମର୍ଶ କଲୁ । ଆଜି ଏହା ହେଉଛି ମୋର ସୌଭାଗ୍ୟ କି ମୁଁ ତାଙ୍କ ସହିତ ନେପାଳର ରାଜଧାନୀରେ ଠିଆ ହୋଇଛି । ପଡୋଶୀ ସହିତ, ସମ୍ପର୍କ ଆଉ ମିତ୍ରତା ପାଇଁ ଭାରତର ଦୃଷ୍ଟିକୋଣର ଝଲକ ମୋର ଏହି ଯାତ୍ରାରେ ମିଳୁଛି ।

ସାଥୀଗଣ,

ଭାରତ ପାଇଁ ଆମର ‘ସମସ୍ତଙ୍କ ସହିତ, ସମସ୍ତଙ୍କ ବିକାଶ’ର ଦୃଷ୍ଟିଭଙ୍ଗୀ, ଆଉ ନେପାଳ ପାଇଁ ଓଲି ମହାଶୟଙ୍କର ‘ସମୃଦ୍ଧ ନେପାଳ, ସୁଖୀ ନେପାଳ’ ର ଏହି ସ୍ଳୋଗାନ ହେଉଛି ଗୋଟିଏ ଅନ୍ୟଟିର ପରିପୂରକ । ଆଜି ଆମେ ଆଉ ଥରେ ପୁଣି ଭାରତ ଆଉ ନେପାଳର ସହଭାଗୀତାର ସମସ୍ତ ନିୟମର ସମୀକ୍ଷା କଲୁ । ପାଖାପାଖି ପାଞ୍ଚ ସପ୍ତାହ ପୂର୍ବେ ପ୍ରଧାନମନ୍ତ୍ରୀ ଓଲି ମହାଶୟ ଭାରତ ଆସିଥିଲେ, ତ ସେ ମୋ ସହିତ ବହୁତ କିଛି ବିଷୟରେ ଉଲ୍ଲେଖ କରିଥିଲେ । ମୁଁ ଖୁସି ଯେ ଏତେ କମ୍ ସମୟରେ ହିଁ, ଦୁଇ ଦେଶର ପ୍ରତିନିଧିମାନେ ମିଳିମିଶି ସମସ୍ତ ବିଷୟ ଉପରେ କାମ କରିଛନ୍ତି ଆଉ କେତେକ ବିଷୟରେ ଥିବା ଅସୁବିଧାଗୁଡ଼ିକୁ ମଧ୍ୟ ସମାଧାନ କରି ନେଇଛନ୍ତି । ଆଜି ଆମର ଏହି କଥାବାର୍ତ୍ତା ବେଳେ ମୁଁ ପ୍ରଧାନମନ୍ତ୍ରୀ ଓଲି ମହାଶୟଙ୍କୁ ବିସ୍ତୃତ ଭାବେ ଏ ବିଷୟରେ ସୂଚନା ଦେଲି । ଆମେ କୃଷି, ଅନ୍ତଃର୍ଦ୍ଦେଶୀୟ ଜଳପଥ ଏବଂ ରେଳପଥରେ କେତେକ ପରିବର୍ତ୍ତନକାରୀ ଦିଗ ସମ୍ପର୍କରେ ଶୁଭାରମ୍ଭ କରିଛୁ । ଏହାଦ୍ୱାରା ଦୁଇ ଦେଶର ଲୋକ ଓ ବ୍ୟବସାୟୀମାନଙ୍କ ମଧ୍ୟରେ ପାରସ୍ପରିକ ସଂଯୋଗ ବୃଦ୍ଧି ହେବ । ମୁଁ ଅନ୍ତଃର୍ଦ୍ଦେଶୀୟ ଜଳପଥରେ ଆମର ସହଯୋଗକୁ ବିଶେଷ ଭାବେ ମହତ୍ୱପୂର୍ଣ୍ଣ ବୋଲି ଭାବୁଛି । ନେପାଳ ଭୂଖଣ୍ଡ ସଙ୍କୁଚିତ ହୋଇ ନ ରହୁ, ବରଂ ରାଜପଥ ଦ୍ୱାରା ଏବଂ ଜଳପଥରେ ସଂଯୋଗ ହୋଇ ରହୁ, ଆମେ ପ୍ରଧାନମନ୍ତ୍ରୀ ଓଲି ମହାଶୟଙ୍କର ଏହି ଦୃଷ୍ଟିଭଙ୍ଗୀକୁ ସାକାର କରିବା ପାଇଁ ଯଥା ସମ୍ଭବ ସହାୟତା ଆଉ ପ୍ରୟାସ କରିବା ପାଇଁ ପ୍ରତିବଦ୍ଧ ଅଟୁ । ଆମର କୃଷିମନ୍ତ୍ରୀ ଖୁବ ଶୀଘ୍ର ସାକ୍ଷାତ କରିବେ ଆଉ କୃଷି ଅନୁସନ୍ଧାନ, କୃଷି ଶିକ୍ଷା ଏବଂ କୃଷି ବିକାଶରେ ସହଯୋଗ ପାଇଁ ମାର୍ଗଚିତ୍ର (Roadmap)ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବେ । ରକ୍ସୌଲ ଏବଂ କାଠମାଣ୍ଡୁ ମଧ୍ୟରେ ନୂତନ ରେଳ ସଂଯୋଗ ପାଇଁ ଶୀଘ୍ର ସର୍ଭେ କାର୍ଯ୍ୟ ଆରମ୍ଭ ହେବ । ଆଉ ବାଣିଜ୍ୟ ଓ ନିବେଶରେ ଆମର ସମ୍ବନ୍ଧକୁ ଆହୁରି ସୁଦୃଢ଼ କରିବା ପାଇଁ, ଆମେ ଅତି ଶୀଘ୍ର ବାଣିଜ୍ୟିକ ଚୁକ୍ତିର ବିସ୍ତୃତ ବୁଝାମଣା କରିବୁ । ସ୍ୱାସ୍ଥ୍ୟ ସହଯୋଗରେ ଆମେ ଏକ ନୂତନ ପଦକ୍ଷେପ ନେଉଛୁ । କାଠମାଣ୍ଡୁ ସ୍ଥିତ ଭକ୍ତପୁର କର୍କଟ ଚିକିତ୍ସାଳୟରେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ଆମେ ଯଥାଶୀଘ୍ର ଭାରତରେ ବିକଶିତ ଭାବାଟ୍ରୋନ୍ ରେଡିଓ-ଥେରାପି ମେସିନ୍ ପ୍ରତିଷ୍ଠା କରିବୁ ।

ବନ୍ଧୁଗଣ,

ଆମର ଜଳ ସଂସାଧନ ଆଉ ଶକ୍ତି ସହଯୋଗରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ପ୍ରଧାନମନ୍ତ୍ରୀ ଓଲି ମହାଶୟଙ୍କ ସହିତ ମିଶି ଆଜି ମୋତେ 900 ମେଗାୱାଟ କ୍ଷମତା ସମ୍ପନ୍ନ ଅରୁଣ-3 ବିଦ୍ୟୁତ ପ୍ରକଳ୍ପକୁ ଶିଳାନ୍ୟାସ କରିବାର ସୌଭାଗ୍ୟ ମିଳିଲା । ପାଖାପାଖି 6,000 କୋଟି ଭାରତୀୟ ମୁଦ୍ରା ନିବେଶରେ ଏହି ପ୍ରକଳ୍ପ, ନେପାଳରେ ହେଉଥିବା ସବୁଠାରୁ ବଡ଼ ପ୍ରକଳ୍ପ ମଧ୍ୟରୁ ଗୋଟିଏ । ନେପାଳରେ ରୋଜଗାରର ସୁଯୋଗ ସହିତ, ଏହି ପ୍ରକଳ୍ପ ଯୋଗୁଁ ନେପାଳରେ ଆର୍ଥିକ ଏବଂ ବ୍ୟବସାୟିକ ସୁଯୋଗ ମଧ୍ୟ ସୃଷ୍ଟି ହେବ । ପଞ୍ଚେଶ୍ୱର ପ୍ରକଳ୍ପ ଏବଂ ଜଳ ବିଦ୍ୟୁତ, ଜଳ ସଂସାଧନ ଆଉ ଶକ୍ତି କ୍ଷେତ୍ରରେ ମୁଁ ନିଜ ସହଯୋଗରେ ଅନ୍ୟ ପ୍ରକଳ୍ପ ଉପରେ ମଧ୍ୟ ନିଜର ଆଲୋଚନାକୁ ଆଗକୁ ବଢ଼ାଉଛି । ଆମେ ଦୁହେଁ ଏହି କଥା ଉପରେ ମଧ୍ୟ ସହମତ କି ଯୋଗାଯୋଗ ଆମ ଲୋକଙ୍କ ବିକାଶ ପାଇଁ ହେଉଛି ବହୁତ ମହତ୍ୱପୂର୍ଣ୍ଣ ଦିଗ । ଆମେ ଅନାଦି କାଳରୁ ହିମାଳୟ ପର୍ବତମାଳା ଆଉ ନଦୀଗୁଡ଼ିକ ମାଧ୍ୟମରେ ଯୋଡ଼ି ହୋଇଛୁ । ଆଉ ଏବେ ଆମେ ସଡ଼କପଥ, ରେଳପଥ, ଶକ୍ତି ପରିବହନ ଲାଇନ୍, ତୈଳ ପାଇପ୍ ଲାଇନ୍ ଆଦି ମାଧ୍ୟମରେ ଆମର ଏହି ଯୋଗାଯୋଗକୁ ଆହୁରି ଅଧିକ ଗରୁତ୍ୱ ଦେବା ପାଇଁ ଚାହୁଁଛୁ ।

ବନ୍ଧୁଗଣ,

ଭାରତ ଏବଂ ନେପାଳର ସୁଦୃଢ଼ ସମ୍ବନ୍ଧରେ ଆମର ଉନ୍ମୁକ୍ତ ସୀମା ଏକ ବିଶେଷ ଭୂମିକା ତୁଲାଇଥାଏ । ଆମେ କୌଣସି ପରିସ୍ଥିତିରେ ହେଲେ ମଧ୍ୟ ଅବାଂଛିତ ତତ୍ତ୍ଵ ଦ୍ୱାରା ଏହି ଉନ୍ମୁକ୍ତ ସୀମାର ଦୂରୁପଯୋଗ ହେବାକୁ ଦେବା ନାହିଁ । ପ୍ରଧାନମନ୍ତ୍ରୀ ଓଲି ମହାଶୟ ଆଉ ମୁଁ ଆମର ଦ୍ୱିପକ୍ଷୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ମଧ୍ୟ ପ୍ରତିବଦ୍ଧ ଅଛୁ । ଉନ୍ମୁକ୍ତ ସୀମା ସହିତ ଆମର ସମ୍ବନ୍ଧର ଆଉ ଏକ ବିଶେଷତ୍ୱ ହେଉଛି- ଆମର ଗଭୀର ଆଧ୍ୟାତ୍ମିକ ସମ୍ବନ୍ଧ । 2014ରେ ଯେତେବେଳେ ମୁଁ ନେପାଳ ଆସିଥିଲି, ତ, ଭଗବାନ ପଶୁପତିନାଥଙ୍କ ଆଶୀର୍ବାଦ ନେବାର ସୁଯୋଗ ମିଳିଥିଲା । ଆଜି ସକାଳେ ମୋତେ ଜାନକୀ ମନ୍ଦିରରେ ମାତା ସୀତାଙ୍କ ଦର୍ଶନର ସୌଭାଗ୍ୟ ମିଳିଲା । ଆଉ ମୁଁ ଆଶା କରୁଛି କି କାଲି ସକାଳେ ମୁକ୍ତିନାଥ ଏବଂ ପଶୁପତିନାଥଙ୍କ ପ୍ରାଙ୍ଗଣରେ ସେମାନଙ୍କ ପ୍ରାର୍ଥନା କରିବାର ସୌଭାଗ୍ୟ ମଧ୍ୟ ମିଳିବ । ପ୍ରତ୍ୟେକ ବର୍ଷ ମୋ ଭଳି ଲକ୍ଷ-ଲକ୍ଷ ଭାରତୀୟ ଶ୍ରଦ୍ଧାଳୁ ନେପାଳ ଆସନ୍ତି । ଆଉ ଏଥିପାଇଁ, ପ୍ରଧାନମନ୍ତ୍ରୀ ଶ୍ରୀ ଓଲି ମହାଶୟ ଆଉ ମୁଁ ଭାରତ ଏବଂ ନେପାଳ ମଧ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଏକାଠି ମିଶି ରାମାୟଣ ଏବଂ ବୌଦ୍ଧ ପର୍ଯ୍ୟଟନ ବଳୟର ବିକାଶ ଉପରେ ମଧ୍ୟ ଆଜି ଚର୍ଚ୍ଚା କରିଛୁ । ଏହା ସହିତ ଆମେ ବଳିଷ୍ଠ ପଦକ୍ଷେପ ମଧ୍ୟ ଉଠାଇଛୁ ।

ବନ୍ଧୁଗଣ,

ଗତ ମାସରେ ଦିଲ୍ଲୀରେ ଏବଂ ଆଜି ଏଠି କାଠମାଣ୍ଡୁରେ ଆମର ଆଲୋଚନା ସମୟରେ ନିଆ ଯାଇଥିବା ନିଷ୍ପତ୍ତି ଦ୍ୱାରା ଆମେ ଭାରତ ନେପାଳ ସମ୍ବନ୍ଧରେ ଏକ ନୂତନ ଶକ୍ତିର, ଏକ ନୂତନ ଗତିର ସଂଚାର କରିଛୁ । ଆଜି ଯେତେବେଳେ ମୁଁ ଭାରତ-ନେପାଳର ଭବିଷ୍ୟତ ବିଷୟରେ ଚିନ୍ତା କରୁଛି, ତ ବହୁତ ହିଁ ଆଶାବାଦୀ ବିଚାର ଧାରା ସହିତ ଚିନ୍ତା କରୁଛି । ଏହି ଆଶା, ବିଶ୍ୱାସ, ଭରସା ଏବଂ ପାରସ୍ପରିକ ବନ୍ଧୁତାର ଭାବନା ସହିତ, ମୁଁ ପୁଣି ଥରେ ପ୍ରଧାନମନ୍ତ୍ରୀ ଓଲି ମହାଶୟଙ୍କୁ, ତାଙ୍କ ସରକାରଙ୍କୁ, ଆଉ ନେପାଳର ଲୋକଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି ।

ଭାରତ-ନେପାଳ ମୈତ୍ରୀ ଅମର ରହୋସ୍ । (ଭାରତ-ନେପାଳ ବନ୍ଧୁତ୍ୱ ଅମର ରହୁ ।)

ଧନ୍ୟବାଦ ।

 

 नेपाल से मेरा बहुत पुराना नाता रहा है, लेकिन प्रधानमंत्री के रूप में नेपाल की यह मेरी तीसरी यात्रा है: PM @narendramodi

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win