The very word "Japan" in India is a benchmark of quality, excellence, honesty and integrity: PM Modi
India's gets inspiration through the teachings of Truth from Gautam Buddha and Mahatma Gandhi: PM
21st Century is Asia’s Century. Asia has emerged as the new centre of global growth: PM Modi
Strong India – Strong Japan will not only enrich our two nations. It will also be a stabilising factor in Asia and the world: PM Modi
Today, India is on the path of several major transformations: Prime Minister Narendra Modi
India seeks rapid achievement of our developmental priorities, but in a manner that is environment friendly: PM
Creating an enabling environment for business and attracting investments remains my top priority: PM Modi

ମୁଁ ପୁଣିଥରେ ଏହି ମହାନ୍ ରାଷ୍ଟ୍ର ଗସ୍ତରେ ଆସି ଆନନ୍ଦିତ । ବାସ୍ତବରେ ଏଠି ଅନେକ ଚିହ୍ନା ମୁହଁ ଦେଖି ଅତ୍ୟନ୍ତ ଖୁସି ଲାଗୁଛି । ଏଭଳି ସୁଯୋଗ ସୃଷ୍ଟି କରିଥିବା ଯୋଗୁ ସିଆଇଆଇ ଓ କୈଦାନରେନକୁ ଧନ୍ୟବାଦ ଜଣାଉଛି । ଆପଣମାନଙ୍କ ସହ ମୋର କାର୍ଯ୍ୟକ୍ରମକୁ ମୁଁ ସର୍ବଦା ଅତ୍ୟନ୍ତ ଉପଯୋଗୀ ଭାବେ ବିବେଚନା କରେ ।
ବିଗତ କିଛି ବର୍ଷ ଧରି ମୁଁ ଜାପାନକୁ ଅନେକ ଥର ଗସ୍ତରେ ଆସିଛି । ଜାପାନର ନେତା, ସରକାର, ଉଦ୍ୟୋଗ ଓ ଲୋକଙ୍କ ସହ ମୋର ବ୍ୟକ୍ତିଗତ କାର୍ଯ୍ୟକ୍ରମ ପ୍ରାୟ ଏକ ଦଶନ୍ଧି ପୁରୁଣା ।

ବନ୍ଧୁଗଣ,

ଭାରତ ପାଇଁ ଯଥାର୍ଥରେ ‘ଜାପାନ’ ଶବ୍ଦ ହେଉଛି ଗୁଣବତ୍ତାର, ଉତ୍କର୍ଷ, ସଚ୍ଚୋଟ ଓ ନିଷ୍ଠାର ପରିମାପକ ।

ଜାପାନୀ ଲୋକମାନେ ବିଶ୍ୱରେ ସାମଗ୍ରିକ ବିକାଶ କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି । ସେମାନଙ୍କର ସାମାଜିକ ଉତ୍ତରଦାୟିତ୍ୱ ଓ ନୈତିକ ଆଚରଣ ସମ୍ପର୍କରେ ଗଭୀର ଜ୍ଞାନ ରହିଛି ।

ଆମେ ମଧ୍ୟ ବିଶ୍ୱର ଅନ୍ୟ କ୍ଷେତ୍ରରେ ବିଶେଷକରି ଏସିଆ ଓ ଆଫ୍ରିକାର ବିକାଶ ପ୍ରକ୍ରିୟାରେ ଜାପାନର ଉଲ୍ଲେଖନୀୟ ଅବଦାନ ସହ ପରିଚିତ ଅଛୁ ।

ଭାରତର ମୌଳିକ ମୂଲ୍ୟବୋଧ ମଧ୍ୟ ଆମର ସଭ୍ୟତାର ଐତିହ୍ୟ ସହ ଜଡ଼ିତ । ଏହା ଗୌତମ ବୁଦ୍ଧ ଓ ମହାତ୍ମା ଗାନ୍ଧିଙ୍କ ସତ୍ୟତାର ଉପଦେଶ ମାଧ୍ୟମରେ ପ୍ରେରଣାର ସ୍ରୋତ ପାଲଟିଛି ।

ଏହା ଆମର ଗଣତାନ୍ତ୍ରିକ ପରମ୍ପରା, ଉଭୟ ସମ୍ବଳ ଓ ମୂଲ୍ୟବୋଧ ସୃଷ୍ଟି ଉପରେ ଗୁରୁତ୍ୱ, ଅର୍ଥ ବ୍ୟବସ୍ଥାର ଆଧୁନିକୀକରଣ ଓ ସମୃଦ୍ଧି ପାଇଁ ଅନ୍ୱେଷଣ ଏବଂ ଉଦ୍ୟୋଗକୁ ସୁଦଢ଼ କରିବା ଭାବନାକୁ ଆଗେଇ ନେବାରେ ସହାୟକ ହୋଇଛି ।

ଏହି ସବୁ କାରଣରୁ ଭାରତ ଓ ଜାପାନ ଏକାଠି କାମ କରିବାକୁ ସବୁଠୁ ସହଜ ହେଉଛନ୍ତି ।

ବାସ୍ତବରେ ଆମର ଅତୀତ ଆମକୁ ଏକାଠି ଛିଡ଼ା ହେବାକୁ ଅଭିପ୍ରେରିତ କରୁଛି ।
ଏକାଠି କାର୍ଯ୍ୟ କରିବା ପାଇଁ ଆମର ବର୍ତ୍ତମାନ ଆମକୁ ପ୍ରୋତ୍ସାହିତ କରାଉଛି ।

ବନ୍ଧୁଗଣ,

ମୁଁ କହୁଛି ଏହି ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ । ବିଶ୍ୱ ବିକାଶର ଏକ ନୂଆ କେନ୍ଦ୍ର ଭାବେ ଏସିଆ ଉଭା ହୋଇଛି ।

ପ୍ରତିଯୋଗିତାମୂଳକ ନିର୍ମାଣ ଓ ସେବା କ୍ଷେତ୍ରରେ ଏହା ବିଶ୍ୱ ନବସୃଜନର ପେଣ୍ଠସ୍ଥଳୀ ପାଲଟିଛି । ବିଶାଳ ପ୍ରତିଭାଶାଳୀ ମାନବ ସମ୍ବଳ ଓ ବିଶ୍ୱ ଜନସଂଖ୍ୟାର ୬୦ ପ୍ରତିଶତ ଲୋକଙ୍କ ଘର ସହ ସୁବିଧା ମୁତାବକ ସମ୍ପ୍ରସାରିତ ବଜାର ପାଲଟିଛି ।

ଏସିଆର ଉତ୍ଥାନରେ ଭାରତ ଓ ଜାପାନ ପ୍ରମୁଖ ଭୂମିକା ଜାରି ରଖିବେ ।

ସ୍ୱତନ୍ତ୍ର ରଣନୀତିକ ଓ ଆନ୍ତର୍ଜାତିକ ଭାଗିଦାରୀ ଆଧାରରେ ଜାପାନ ଓ ଭାରତ ମଧ୍ୟରେ ବୃଦ୍ଧି ପାଉଥିବା ମତର ଏକାଭିମୁଖିତା ହିଁ ଆଂଚଳିକ ଅର୍ଥବ୍ୟବସ୍ଥା ଓ ବିକାଶ, ବିଶ୍ୱର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାର ସାମର୍ଥ୍ୟ ପାଲଟିଛି ।

ସୁଦୃଢ଼ ଭାରତ- ସୁଦୃଢ଼ ଜାପାନ ନା କେବଳ ଦୁଇ ଦେଶକୁ ସମୃଦ୍ଧ କରିବ ବରଂ ଏସିଆ ଓ ବିଶ୍ୱରେ ସ୍ଥିରତାର କାରକ ହେବ ।

ବନ୍ଧୁଗଣ

ଏବେ ଭାରତ ଅନେକ ପ୍ରମୁଖ ପରିବର୍ଟ୍ଟନ ପଥରେ ଅଗ୍ରସର ହେଉଛି । ଆମେ ନିର୍ଣ୍ଣାୟକ ପଦକ୍ଷେପ ନେଇଛୁ ଓ ପ୍ରଶାସନିକ ବ୍ୟବସ୍ଥା ତିଆରି କରିଛୁ ଯାହା ଭାରତର ସାମର୍ଥ୍ୟକୁ ଅନୁଭୂତ କରାଇବ । ଏହାର ପରିଣାମ ମଧ୍ୟ ଦେଖିବାକୁ ମିଳିଲାଣି ।

ଏପରିକି ଦୁର୍ବଳ ଆନ୍ତର୍ଜାତିକ ଅର୍ଥବ୍ୟବସ୍ଥା ପରିଦୃଶ୍ୟରେ ବି ଭାରତରୁ ସୁଦୃଢ଼ ଅଭିବୃଦ୍ଧି ଓ ବ୍ୟାପକ ସୁଯୋଗର ଖବର ଆସୁଛି । ଏହା ଅବିଶ୍ୱସନୀୟ ସୁଯୋଗ ଓ ଭାରତର ବିଶ୍ୱସନୀୟ ନୀତି ଯୋଗୁ ହେଉଛି ।

୨୦୧୫ ମସିହାରେ ଭାରତର ଆର୍ଥିକ ଅଭିବୃଦ୍ଧି ଅନ୍ୟ ପ୍ରମୁଖ ଅର୍ଥ ବ୍ୟବସ୍ଥାଠାରୁ ଦ୍ରୁତ ରହିଥିଲା । ବିଶ୍ୱବ୍ୟାଙ୍କ ଓ ଆଇଏମ୍ଏଫର ଆକଳନ ଅନୁସାରେ ଏହି ଗତି ଜାରି ରହିବ । କମ୍ ଶ୍ରମିକ ଖର୍ଚ୍ଚ, ବିଶାଳ ଘରୋଇ ବଜାର ଓ ବୃହତ୍ ଆର୍ଥିକ ସ୍ଥିରତା ମିଳିତ ଭାବେ ଭାରତକୁ ଅତ୍ୟନ୍ତ ଆକର୍ଷଣୀୟ ନିବେଶର ସ୍ଥଳୀ କରାଇଛି ।

ଗତ ଦୁଇଟି ଆର୍ଥିକ ବର୍ଷରେ, ଆମେ ନିବେଶ ପାଇଁ ପ୍ରାୟ ୫୫ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ପାଇଛୁ । ଏହା କେବଳ ଅଦ୍ୟାବଧିର ସର୍ବାଧିକ ବିଦେଶୀ ପୁଞ୍ଜିନିବେଶ ନୁହେଁ ବରଂ ଭାରତରେ ବିଦେଶୀ ପୁଞ୍ଜି ନିବେଶର ସର୍ବାଧିକ ଅଭିବୃଦ୍ଧି ।
ଏବେ ପ୍ରତ୍ୟେକ ଆନ୍ତର୍ଜାତିକ କମ୍ପାନୀ ପାଖରେ ଭାରତ ପାଇଁ ଏକ ରଣନୀତି ରହିଛି । ଆଉ ଜାପାନୀ କମ୍ପାନୀଗୁଡ଼ିକ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ଏହା ଆଶ୍ଚର୍ଯ୍ୟର କଥା ନୁହେଁ ଯେ ଏବେ ଭାରତରେ ଚତୁର୍ଥ ସର୍ବାଧିକ ବିଦେଶୀ ପୁଞ୍ଜିନିବେଶ ଜାପାନରୁ ହେଉଛି ।

ଜାପାନୀ ନିବେଶ ଏବେ ଉଭୟ ଗ୍ରୀନ୍ ଫିଲ୍ଡ ଓ ବ୍ରାଉନ୍ ଫିଲ୍ଡ ପ୍ରକଳ୍ପକୁ ସମ୍ପ୍ରସାରିତ ହୋଇଛି । ନିର୍ମାଣ ଓ ସେବା, ଭିତ୍ତିଭୂମି ଓ ବୀମା, ଇ-କମର୍ସ ଓ ଇ-କ୍ୱାଲିଟି କ୍ଷେତ୍ରରେ ରହିଛି ।

ଆମ ପକ୍ଷରୁ ନିଶ୍ଚିତ ଭାବେ ଆମେ ଚାହୁଁଛୁ ଅଧିକ ଜାପାନୀ ନିବେଶ ହେଉ । ଏଥିପାଇଁ ଆମେ ସକ୍ରିୟ ଭାବେ ଆପଣଙ୍କ ବ୍ୟାପାରଗତ ସମସ୍ୟାଗୁଡିକୁ ସମାଧାନ କରୁଛୁ ।
ଜାପାନ ଶିଳ୍ପ ନଗରୀ ସମେତ ସ୍ୱତନ୍ତ୍ର ବ୍ୟବସ୍ଥାକୁ ଆମେ ଅଧିକ ସୁଦୃଢ଼ କରିବାକୁ ଯାଉଛୁ ।

ଦଶ ବର୍ଷିଆ ବ୍ୟବସାୟିକ ଭିସା, ଇ-ଟୁରିଷ୍ଟ ଭିସା ଓ ପହଞ୍ଚିବା-କ୍ଷଣି-ଭିସା(Visa on Arrival)ସୁବିଧାକୁ ଅଧିକ ଉପଯୋଗ ପାଇଁ ମୁଁ ପ୍ରୋତ୍ସାହିତ କରୁଛି । ଏସବୁ ଏବେ ଜାପାନୀ ପର୍ଯ୍ୟଟକଙ୍କୁ ଆମେ ପ୍ରଦାନ କରୁଛୁ ।

ଜାପାନ ସହ ହୋଇଥିବା ସାମାଜିକ ସୁରକ୍ଷା ବୁଝାମଣାକୁ କାର୍ଯ୍ୟକାରୀ କରାଯାଉଛି । ଯାହାକି ଉଭୟ ପଟରେ(ଉଭୟ ଦେଶରେ) ପେଷାଦାରଙ୍କ ସଂଖ୍ୟା ବୃଦ୍ଧି କରାଉଛି ।

ବନ୍ଧୁଗଣ

ଭାରତର ବିକାଶ ଆବଶ୍ୟକତା ହେଉଛି ବିଶାଳ ଓ ଅମାପ । ଆମେ ବିକାଶର ପ୍ରାଥମିକତାର ଦ୍ରୁତ ଉପଲବ୍ଧି ଚାହୁଁଛୁ । କିନ୍ତୁ ତାହା ପରିବେଶ ଅନୁକୂଳ ହେଉ ।

– ଆମେ ଦ୍ରୁତ ଗତିରେ ସଡ଼କ ଓ ରେଳମାର୍ଗ ନିର୍ମାଣ କରିବାକୁ ଚାହୁଁ

– ଆମେ ସବୁଜିମା ମାର୍ଗରେ ଖଣିଜ ଓ ହାଇଡ୍ରୋ କାର୍ବନର ଅନ୍ୱେଷଣ ଚାହୁଁ

– ଆମେ କୁଶଳ ମାର୍ଗରେ ଘର ଓ ନାଗରିକ ସୁବିଧା ସ୍ଥାପନ କରିବାକୁ ଚାହୁଁ ଓ

– ଆମେ ସ୍ୱଚ୍ଛ ମାର୍ଗରେ ଶକ୍ତି ଉତ୍ପାଦନ କରିବାକୁ ଚାହୁଁ ।

ଏସବୁ ବ୍ୟତୀତ ଦ୍ୱିତୀୟ ପୀଢ଼ି ପାଇଁ ଭବିଷ୍ୟତର ଭିତ୍ତିଭୂମି ପରିଯୋଜନା ରହିଛି ।

ଏଥିରେ ସମର୍ପିତ ପରିବହନ କରିଡ଼ର, ଶିଳ୍ପାଂଚଳ କରିଡ଼ର, ଦ୍ରୁତ ଗତିର ରେଳବାଇ, ସ୍ମାର୍ଟ ସିଟି, ଉପକୂଳ ଜୋନ୍ ଓ ମେଟ୍ରୋ ରେଳ ପ୍ରକଳ୍ପ ରହିଛି ।

ଏସବୁ ଜାପାନୀ ଉଦ୍ୟୋଗ ପାଇଁ ଅଦ୍ଭୂତପୂର୍ବ ସୁଯୋଗ ପ୍ରଦାନ କରୁଛି । ଭାରତରେ ତିଆରି ଓ ଜାପାନୀଙ୍କ ଦ୍ୱାରା ତିଆରିର ମେଳ ଏବେ କାମ କରିବା ଆରମ୍ଭ କରିସାରିଛି ତଥା ଚମତ୍କାର ଭାବେ ସଫଳ ହେଉଛି ।

ଜାପାନୀ କାର ଭାରତରେ ନିର୍ମାଣ ହୋଇ ଜାପାନରେ ବିକ୍ରି ହେଉଛି । ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ଯେଉଁମାନେ ଆପଣମାନଙ୍କ ମଧ୍ୟରୁ ଏବେ ଭାରତରେ ବ୍ୟବସାୟ କରୁଛନ୍ତି ।

ଆଉ ଯେଉଁମାନେ ଏବେ ଅନ୍ୱେଷଣ କରୁଛନ୍ତି, ମୁଁ ପ୍ରତିଶ୍ରୁତି ଦେବାକୁ ଦେବାକୁ ଚାହୁଁଛି ଯେ ମେକ୍ ଇନ୍ ଇଣ୍ଡିଆକୁ ଆଗେଇ ନେବା ପାଇଁ ଆମେ ଆମର ନୀତିକୁ ଅଧିକ ସ୍ଵଚ୍ଛ ଓ ସହଜ କରିବାକୁ ପ୍ରତିବଦ୍ଧ ।

ବନ୍ଧୁଗଣ

ବ୍ୟବସାୟ ପାଇଁ ଉଚିତ ପରିବେଶ ଓ ନିବେଶକୁ ଆକୃଷ୍ଟ କରିବା ମୋର ଶୀର୍ଷ ପ୍ରାଥମିକତା ରହିଛି । ସ୍ଥାୟୀ, ପୂର୍ବ ଅନୁମାନିତ ଓ ପାରଦର୍ଶୀ ନିୟମ ଭାରତରେ କାରବାରର ପ୍ରକୃତିକୁ ପୁନଃ ପରିଭାଷିତ କରାଇଛି ।

ଇ-ଗଭର୍ଣ୍ଣାନ୍ସ ଏବେ କେବଳ ସୌଖୀନ ମନ୍ତ୍ର ହୋଇ ରହି ନାହିଁ, ଏକ ମୌଳିକ ସୁବିଧା ପାଲଟିଛି । ଆମେ ବସ୍ତୁ ଓ ସେବା କର (GST) ଭଳି ନୂଆ ଅଧିନିୟମକୁ ସଫଳତାର ସହ କାର୍ଯ୍ୟକାରୀ କରିଛୁ ।

ପରିଶୋଧ ପାଇଁ ଅକ୍ଷମ ଓ ଦେବାଳିଆ କୋଡ୍ ନିକଟରେ ଗୃହୀତ ହୋଇଛି । ଯାହା ନିବେଶକଙ୍କୁ ସହଜ ପ୍ରତ୍ୟାବର୍ତ୍ତନର ସୁବିଧା ଦେବ । ଆମେ ବ୍ୟବସାୟିକ କୋର୍ଟ ଓ ବ୍ୟବସାୟିକ ଡିଭିଜନ ସ୍ଥାପନ କରିଛୁ ଯାହା ବାଣିଜ୍ୟିକ ମାମଲାର ତ୍ୱରିତ୍ ସମାଧାନ ସୁନିଶ୍ଚିତ କରାଇବ ।

ମଧ୍ୟସ୍ଥତା ଆଇନରେ ସଂଶୋଧନ ହୋଇଛି ଯାହା ମଧ୍ୟସ୍ଥତା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଇବ । ଚଳିତବର୍ଷ ଜୁନ୍ ମାସରେ ଆମେ ପୁନର୍ବାର ବିଦେଶୀ ପୁଞ୍ଜି ନିବେଶ ପ୍ରକ୍ରିୟାକୁ ଆହୁରି ସରଳ କରାଇଛୁ । ଆମେ ମଧ୍ୟ ନୂଆ ବୌଦ୍ଧିକ ସମ୍ପତ୍ତି ଅଧିକାର ନୀତି ଘୋଷଣା କରିଛୁ ।

ଏସବୁ କାରଣ ଆର୍ଥିକ ସଂସ୍କାରକୁ ନୂଆ ଦିଗ ଦେଇଛି, ଯାହା ଭାରତ ଗ୍ରହଣ କରିଛି । ମୋର ସଂକଳ୍ପ ହେଉଛି ଭାରତକୁ ବିଶ୍ୱର ସବୁଠୁ ଉନ୍ମୁକ୍ତ ଅର୍ଥ ବ୍ୟବସ୍ଥା କରାଇବା । ଆମର ପ୍ରୟାସର ପ୍ରଭାବ ଅନୁଭୂତ ହେଉଛି ଓ ବିଶ୍ୱରେ ଗ୍ରହଣୀୟ ହୋଇଛି ।

-FDI ଅଂଶଧନ ପ୍ରବାହ ଗତ ଦୁଇବର୍ଷରେ ୫୨%କୁ ବୃଦ୍ଧି ପାଇଛି ।

– ବିଶ୍ୱବ୍ୟାଙ୍କ ଦ୍ୱାରା ବିଶ୍ୱ ଲଜିଷ୍ଟିକ ପ୍ରଦର୍ଶନ ଇଣ୍ଡେକ୍ସ-୨୦୧୬ ତାଲିକା ଅନୁସାରେ ଭାରତ ବିଶ୍ୱର ୧୯ତମ ସ୍ଥାନ ଉପରକୁ ଆସିଛି ।

– ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ (ସହଜ ବ୍ୟବସାୟ ପଦ୍ଧତି)ରେ ଆମେ ପର୍ଯ୍ୟାପ୍ତ ସଂସ୍କାର କରିଛୁ । ଆମର Ranking ରେ ମଧ୍ୟ ସୁଧାର ହେଉଛି ।

– ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱ ଅର୍ଥନୈତିକ ଫୋରମର ଆନ୍ତର୍ଜାତିକ ପ୍ରତିଯୋଗିତାମୂଳକ ଇଣ୍ଡେକ୍ସର ୩୨ତମ ସ୍ଥାନକୁ ଭାରତ ଉନ୍ନୀତ ହୋଇଛି । ବିଶ୍ୱ ପୁଞ୍ଜିନିବେଶ ରିପୋର୍ଟ-୨୦୧୫ ଅନୁସାରେ ଭାରତ ବିଶ୍ୱର ଶୀର୍ଷ ୧୦ଟି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶର ସ୍ଥଳୀ ପାଲଟିଛି ।

ବନ୍ଧୁଗଣ

ସ୍କେଲ, ସ୍ପିଡ୍ ଓ ସ୍କିଲକୁ ଭାରତ ଏବେ ଆବଶ୍ୟକ କରୁଛି, ଆଉ ଏହି ୩ଟିରେ ଜାପାନର ପ୍ରମୁଖ ଭୂମିକା ରହିଛି ।

ଆମର ମେଗା ପ୍ରକଳ୍ପ ଯଥା ସମର୍ପିତ ପରିବହନ କରିଡର, ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡର, ମେଟ୍ରୋ ରେଳ ଓ ହାଇସ୍ପିଡ୍ ରେଳରେ ଏହାର ସମ୍ପୃକ୍ତି ରହିଚି ।

ଏକାଧିକ ଦକ୍ଷତା ବିକାଶ ପ୍ରୟାସ ଏବେ ଚାଲିଛି । ଆମ ଭାଗିଦାରୀ ଏବେ ଆମର ପ୍ରାଥମିକତାର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ସମ୍ପ୍ରସାରିତ ହୋଇଛି । ଏଠରେ ବସିଥିବା ଜାପାନୀ ବାଣିଜ୍ୟ ଓ ଉଦ୍ୟୋଗର ନେତୃମଣ୍ଡଳୀ ମୋ’ ସହ ଏକମତ ହେବେ ଯେ ଜାପାନର ଜ୍ଞାନକୌଶଳ ଓ ଭାରତର ମାନବ ସମ୍ବଳ ନିଶ୍ଚିତ ଭାବେ ବିଜୟର ସ୍ଥିତି ସୃଷ୍ଟି କରିବ ।
ମୁଁ ପୂର୍ବରୁ କହିଛି ଯେ ଆପଣଙ୍କର ହାର୍ଡୱେୟାର ଓ ଆମର ସଫ୍ଟୱେୟାରର ମିଶ୍ରଣ ହେଉଛି ଚମତ୍କାର ସମିଶ୍ରଣ । ଏଥିରେ ଉଭୟ ରାଷ୍ଟ୍ର ଉପକୃତ ହେବେ ।

ଆସନ୍ତୁ ଅଧିକ ନିବିଡ଼ ଓ ସୁଦୃଢ଼ ହୋଇ ହାତ ମିଳାଇବା । ଆସନ୍ତୁ ଏକାଠି ମିଶି ବିଶାଳ ଦକ୍ଷତା ଓ ଉଜ୍ୱଳ ସମ୍ଭାବନାକୁ ଅନ୍ୱେଷଣ କରିବା ।

ଧନ୍ୟବାଦ

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Labour reforms: Govt fully operationalises four new codes by publishing rules

Media Coverage

Labour reforms: Govt fully operationalises four new codes by publishing rules
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Thiru C. Joseph Vijay on taking oath as Tamil Nadu Chief Minister
May 10, 2026

The Prime Minister, Shri Narendra Modi, today congratulated Thiru C. Joseph Vijay on taking oath as the Chief Minister of Tamil Nadu.

The Prime Minister also conveyed his best wishes for the new tenure and reaffirmed the commitment of the Central Government to work together with the Government of Tamil Nadu for the welfare and development of the people of the state.

The Prime Minister wrote on X;

“Congratulations to Thiru C. Joseph Vijay on taking oath as Tamil Nadu Chief Minister. Best wishes for his tenure ahead. The Central Government will keep working with the Tamil Nadu Government to improve the lives of people.

@TVKVijayHQ”