Centre's move of special assistance measure a boon for Andhra Pradesh, would promote economic growth
Central funding of irrigation component of the Polavaram Irrigation Project to expedite completion of the project, increase irrigation prospects, benefit people

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନବଗଠିତ ଆନ୍ଧ୍ରପ୍ରଦେଶ ରାଜ୍ୟ ପାଇଁ ପ୍ରସ୍ତାବିତ କେତେକ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି । ଏହି ଅର୍ଥ ବାହ୍ୟ ସହାୟତା ପ୍ରକଳ୍ପ (EPAs) ତଥା ପୋଲାଭରମ ପ୍ରକଳ୍ପର ଜଳସେଚନ ବ୍ୟବସ୍ଥା ବିକାଶ ପାଇଁ ଉଦ୍ଦିଷ୍ଟ ନିମ୍ନଲିଖିତ ବ୍ୟବସ୍ଥା ମତେ ଆନ୍ଧ୍ରପ୍ରଦେଶକୁ ଏଭଳି କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ । 2015-16 ଠାରୁ 2019-20 ମଧ୍ୟରେ ଆନ୍ଧ୍ରପ୍ରଦେଶ ରାଜ୍ୟ କେନ୍ଦ୍ର ସରକାରଙ୍କଠାରୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ପାଇଥାନ୍ତା, ଏବେ କେନ୍ଦ୍ର ସରକାର ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା ଜରିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ତାହା ଯୋଗାଇ ଦେବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ସକାଶେ ଆର୍ଥିକ ଭାର 90:10 ହିସାବରେ ବଣ୍ଟାଯିବ । ଏହି ସ୍ୱତନ୍ତ୍ର ସହାୟତା ବାହ୍ୟ ସହାୟତା ପ୍ରକଳ୍ପ (EPA) ପାଇଁ ସଂଗୃହୀତ ଋଣ ପରିଶୋଧ ଓ ସୁଧ ପ୍ରଦାନ ବାବଦକୁ ଯୋଗାଇ ଦିଆଯିବ । ତେବେ ଯେଉଁ ସବୁ EPA 2015-16ରୁ 2019-20 ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଛି ସେହି ବାବଦକୁ ଏହି ଅର୍ଥ ବ୍ୟୟ କରାଯିବ ।

କେବଳ 01.04.2014 ଠାରୁ ଆରମ୍ଭ ହୋଇଥିବା ପୋଲାଭରମ ପ୍ରକଳ୍ପର ଜଳସେଚନ କାର୍ଯ୍ୟକ୍ରମର ଅବଶିଷ୍ଟ ଅର୍ଥ (100%) କେନ୍ଦ୍ର ସରକାର ଯୋଗାଇଦେବେ । ଭାରତ ସରକାରଙ୍କ ପାଇଁ ଆନ୍ଧ୍ରପ୍ରଦେଶ ସରକାର ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ କରିବେ । ତେବେ ଏହା ସାମଗ୍ରୀକ ସମନ୍ୱୟ, ଗୁଣବତ୍ତା ନିୟନ୍ତ୍ରଣ, ଡିଜାଇନ, ପ୍ରସଙ୍ଗ, ମନିଟରିଂ, ମଞ୍ଜୁରି ସଂକ୍ରାନ୍ତ ପ୍ରସଙ୍ଗ ଜଳସମ୍ପଦ ମନ୍ତ୍ରଣାଳୟ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ଅଧୀନସ୍ଥ ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ ଦ୍ୱାରା ନିୟନ୍ତ୍ରଣ କରାଯିବ । ଅର୍ଥ ମନ୍ତ୍ରଣାଳୟ ସହାୟତାରେ ପ୍ରାଧିକରଣ 01.04.2014 ସୁଦ୍ଧା ଏହାର ମୂଲ୍ୟ ଆକଳନ କରିବେ । ଏଭଳି ସହାୟତା ନବଗଠିତ ଆନ୍ଧ୍ରପ୍ରଦେଶ ରାଜ୍ୟର ଆର୍ଥିକ ବିକାଶରେ ସହାୟତ ହେବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen