ମହାମହିମଗଣ, ନମସ୍କାର !

ପ୍ରେସିଡେଣ୍ଟ ରହମନ ଏସ୍‌ସିଓ କାଉନସିଲର ଅଧ୍ୟକ୍ଷପଦ ସଫଳତାର ସହିତ ପରିଚାଳନା କରିଥିବାରୁ ପ୍ରାରମ୍ଭରେ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ଏକ ଅତ୍ୟନ୍ତ ଆହ୍ୱାନମୂଳକ ଆଞ୍ଚଳିକ ଓ ଆନ୍ତର୍ଜାତିକ ପରିସ୍ଥିତିରେ ତାଜିକ୍‌ସ୍ଥାନର ରାଷ୍ଟ୍ରପତି ଏହି ସଂଗଠନର ଦାୟିତ୍ୱ ଅତ୍ୟନ୍ତ ସୂଚାରୁରୂପେ ପରିଚାଳନାକରିଛନ୍ତି । ଚଳିତବର୍ଷ ତାଜିକସ୍ଥାନ ତାର ସ୍ୱାଧୀନତାର ୩୦ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ମୁଁ ଭାରତ ପକ୍ଷରୁ ତାଜିକବାସୀ ଭାଇଭଉଣୀ ଏବଂ ଏହାର ପ୍ରେସିଡେଣ୍ଟ ରହମନଙ୍କୁ ଶୁଭେଚ୍ଛା ଜଣାଉଛି ।

ମହାମହିମଗଣ,

ଚଳିତବର୍ଷ ଆମେ ମଧ୍ୟ ଏସସିଓର ବିଂଶପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । ଏହି ଶୁଭ ଅବସରରେ ଆମ ସହିତ ନୂଆ ନୂଆ ବନ୍ଧୁ ଯୋଗଦେବା ନିଶ୍ଚିତ ଆନନ୍ଦର ବିଷୟ । ଏସ୍‌ସିଓରେ ନୂଆ ସଦସ୍ୟ ରାଷ୍ଟ୍ରଭାବେ ଯୋଗଦେଇଥିବା ଇରାନକୁ ମୁଁ ଏହି ଅବସରରେ ଅଭିନନ୍ଦନ ଜଣାଉଛି । ଆମ ଅନୁଷ୍ଠାନ ସହ ବାର୍ତ୍ତା ଅଂଶୀଦାର ହୋଇଥିବା ତିନିରାଷ୍ଟ୍ର ସାଉଦିଆରବ, ଇଜପ୍ଟ ଓ କାତାରକୁ ମଧ୍ୟ ମୁଁ ସ୍ୱାଗତ କରୁଛି । ଏସ୍‌ସିଓରେ ସମ୍ପ୍ରସାରଣ ଏହି ସଂଗଠନର ବର୍ଦ୍ଧିଷ୍ଣ ପ୍ରଭାବକୁ ପ୍ରମାଣିତ କରୁଛି । ନୂଆ ସଦସ୍ୟ ଓ ବାର୍ତ୍ତା ଅଂଶୀଦାରଙ୍କ ଯୋଗଦାନ ଫଳରେ ଏସ୍‌ସିଓ ଅଧିକ ଦୃଢ ହେବା ସହିତ ଏହାର ବିଶ୍ୱସନୀୟତା ବଢିବ ।

ମହାମହିମଗଣ,

ଏସ୍‌ସିଓ ଏହାର ପ୍ରତିଷ୍ଠାର ୨୦ବର୍ଷ ପୂରଣ କରିବା ଏହି ଅନୁଷ୍ଠାନର ଭବିଷ୍ୟତ ସମ୍ପର୍କରେ ବିଚାର କରିବାକୁ ଉତ୍ତମ ଅବସର ଯୋଗାଉଛି । ମୋ  ବିଚାରରେ ଏହି ଅଞ୍ଚଳର ସବୁଠୁ ବଡ ଆହ୍ୱାନ ହେଲା ଶାନ୍ତି, ନିରାପତ୍ତା ଓ ସ୍ଥିରତା ରକ୍ଷା ଏବଂ ବିଶ୍ୱାସର ଅଭାବଜନିତ ପରିସ୍ଥିତି । ଏହି ଅଞ୍ଚଳର ସମସ୍ୟାବଳୀର ମୂଳକାରଣ ହେଲା କ୍ରମବର୍ଦ୍ଧିଷ୍ଣୁ କଟ୍ଟରବାଦୀ ବିଚାର । ଆଫଗାନିସ୍ଥାନର ସାଂପ୍ରତିକ ଘଟଣାବଳୀ ଏହି ଆହ୍ୱାନକୁ ଅଧିକ ଗୁରୁତର କରିଛି । ଏସ୍‌ସିଓ ଏ ଦିଗରେ କିଛି ଉଦ୍ୟମ କରିବା ଆବଶ୍ୟକ ।

ଇତିହାସ ଉପରେ ଦୃଷ୍ଟିପାତ କଲେ ଆମେ ଦେଖିବା ଯେ କେନ୍ଦ୍ର ଏସିଆ ସର୍ବଦା ଉଦାରବାଦୀ ପ୍ରଗତିଶୀଳ ବିଚାରର ଏକ ଦୁର୍ଗ ହୋଇଆସିଛି । ଅନେକ ଶତାବ୍ଦୀ ତଳେ ଏହି ଅଞ୍ଚଳରେ ସୁଫି ପରମ୍ପରା ସୃଷ୍ଟି ହୋଇ ସମଗ୍ର ଅଞ୍ଚଳ ଓ ବିଶ୍ୱକୁ ପ୍ରସାରିତ ହୋଇଥିଲା । ଏହି ଅଞ୍ଚଳର ସାଂସ୍କୃତିକ ଐତିହ୍ୟରେ ଆମେ ତାହାର ପ୍ରଭାବ ଦେଖିବାକୁ ପାଉ । କେନ୍ଦ୍ର ଏସିଆର ଏହି ଐତିହାସିକ ଐତିହ୍ୟ ଭିତ୍ତିରେ ଉଗ୍ରବାଦକୁ ରୋକିବା ପାଇଁ ଏସ୍‌ସିଓ ଏକ ସାଧାରଣ କାର୍ଯ୍ୟସୂଚୀ ଓ ପ୍ରତିକାର ବ୍ୟବସ୍ଥା ପ୍ରସ୍ତୁତ କରିବା ଉଚିତ ।

ଭାରତ ଓ ସବୁ ଏସ୍‌ସିଓ ରାଷ୍ଟ୍ରରେ ଇସ୍‌ଲାମ ସହିତ ସମ୍ପୃକ୍ତ ଅନେକ ଉଦାର, ସହନଶୀଳ ଓ ଅନ୍ତର୍ନିବେଶୀ ତଥା ସମାବେଶୀ ଅନୁଷ୍ଠାନ ଏବଂ ପରମ୍ପରା ରହିଛି । ଏସ୍‌ସିଓ ଏସବୁ ସଂସ୍ଥାଙ୍କ ଦୃଢ ଯୋଗସୂତ୍ର ବ୍ୟବସ୍ଥା ତିଆରି କରିବା ଦିଗରେ କାମ କରିବା ଉଚିତ । ଏହି ପ୍ରସଙ୍ଗରେ ସ୍କୋ-ରାଟ୍ସ() ଯେଉଁ ଗୁରୁତ୍ୱପୂର୍ଣ୍ଣ କାମ କରୁଛି ମୁଁ ତାହାକୁ ପ୍ରଶଂସା କରୁଛି । ଭାରତ ସ୍କୋ-ରାଟ୍ସର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବ । ଏହି ଅବସରରେ ଏଥି ନିମନ୍ତେ ଯେଉଁ କାର୍ଯ୍ୟକ୍ରମର କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି ସେଥିରେ ସବୁ ଏସ୍‌ସିଓ ଅଂଶୀଦାରଙ୍କ ଠାରୁ ମୁଁ ଉପଯୁକ୍ତ ସହଯୋଗ କାମନା କରୁଛି ।

ମହାମହିମଗଣ,

ପାରସ୍ପରିକ ବିଶ୍ୱାସ ଓ ଆଞ୍ଚଳିକ ନିରାପତ୍ତା ପାଇଁ କେବଳ ଧାର୍ମିକ କଟ୍ଟରତା ବିରୋଧରେ ଲଢେଇ ଯଥେଷ୍ଟ ନୁହେଁ ; ଏହା ମଧ୍ୟ ଆମ ଯୁବପିଢିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଶେଷ ଜରୁରୀ । ଉନ୍ନତ ଦେଶଗୁଡିକ ସହ ପ୍ରତିଯୋଗିତା କରିବା ପାଇଁ ଆମ ଅଞ୍ଚଳରେ ନୂଆ ଟେକ୍ନୋଲୋଜିର ପ୍ରବେଶ ଓ ପ୍ରସାର ହେବା ଆବଶ୍ୟକ । ଏଥିପାଇଁ ଆମକୁ ଆମ ମେଧାବୀ ଯୁବଶକ୍ତିକୁ ଉତ୍ସାହିତ କରିବାକୁ ହେବ ଏବଂ ସେମାନଙ୍କ ମଧ୍ୟରେ ବିଜ୍ଞାନ ଓ ଯୁକ୍ତି ସଙ୍ଗତ  ବିଚାର, ଭାବନା ସୃଷ୍ଟି କରିବାକୁ ପଡିବ ।

ଆମର ଯୁବ ଉଦ୍ୟମୀ ଏବଂ ଷ୍ଟାର୍ଟଅପ୍‌ଗୁଡିକୁ ସଂଯୁକ୍ତ କରି ଆମେ ଏହି ପ୍ରକାରର ବିଚାର ଓ ଅଭିନବ ଉଚ୍ଛ୍ୱାସକୁ ପ୍ରୋତ୍ସାହିତ କରିପାରିବା । ଏହି ଦୃଷ୍ଟିକୋଣ ନେଇ ଭାରତ ଗତବର୍ଷ ପ୍ରଥମ ଏସସିଓ ଷ୍ଟାର୍ଟଅପ ଫୋରମ୍ ଏବଂ ଯୁବ ବୈଜ୍ଞାନିକ ସମ୍ମଳିନୀ ଆୟୋଜନ କରିଥିଲା ।ବିଗତ ବର୍ଷଗୁଡିକରେ ଭାରତ ତାହାର ବିକାଶଯାତ୍ରାରେ ସଫଳତାର ସହ ଟେକ୍‌ନୋଲେଜିର ବ୍ୟବହାର କରିଛି ।

ଆର୍ଥିକ ସଶକ୍ତୀକରଣରେ ୟୁପିଆଇ, ରୁପେକାର୍ଡଠାରୁ ଆରମ୍ଭ କରି କରୋନା ମୁକାବିଲା କ୍ଷେତ୍ରରେ କୋୱିନ ପର୍ଯ୍ୟନ୍ତ ଭାରତ ବିଭିନ୍ନ ପ୍ରକାର ଟେକ୍‌ନୋଲୋଜି ବ୍ୟବହାର କରିବା ସହ ସ୍ୱେଚ୍ଛାକୃତଭାବେ ଅନ୍ୟ ଦେଶକୁ ଏହାର ସେବା ପାଇବାର ସୁଯୋଗ ଯୋଗାଇଛି । ଆମେ ମଧ୍ୟ ଆମର ଏହି ମୁକ୍ତଉତ୍ସ ଟେକ୍‌ନୋଲୋଜିର ଲାଭ ଏସ୍‌ସିଓ ଅଂଶୀଦାର ରାଷ୍ଟ୍ରଙ୍କୁ ଯୋଗାଇ ସେମାନଙ୍କର ଦକ୍ଷତା ବିକାଶରେ ସହାୟକ ହେବାକୁ ଆଗ୍ରହୀ ।

ମହାମହିମଗଣ,

ଏହି ଅଞ୍ଚଳରେ ଯେଉଁ ବ୍ୟାପକ ଅର୍ଥନୈତିକ ସାମର୍ଥ୍ୟ ରହିଛି ତାହା ଚରିତାର୍ଥ ହୋଇନାହିଁ । ଏଥିପାଇଁ ସୁରକ୍ଷା ଏବଂ କଟ୍ଟରପନ୍ଥୀ କାମ ଓ ବିଚାର ଦାୟୀ । ଖଣିଜ ସମ୍ପଦର ଉତ୍ତୋଳନଠାରୁ ଆରମ୍ଭ କରି ଅଞ୍ଚଳର ବିଭିନ୍ନ ରାଷ୍ଟ୍ରଙ୍କ ମଧ୍ୟରେ ବହୁପାକ୍ଷିକ ବାଣିଜ୍ୟ କାରବାରର ଯେଉଁ ଅପାର ସମ୍ଭାବନା ରହିଛି ଏସ୍‌ସିଓ ସେ ଦିଗରେ କାମ କରିବା ଆବଶ୍ୟକ । ଆମକୁ ପରସ୍ପର ମଧ୍ୟରେ ପ୍ରଥମେ ସମ୍ପୃକ୍ତ ହେବାକୁ ପଡିବ । ଇତିହାସରେ କେନ୍ଦ୍ର ଏସିଆ ସର୍ବଦା ବିଭିନ୍ନ ବୃହତ ଆଞ୍ଚଳିକ ବଜାର ସହ ଏକ ସଂଯୋଗକାରୀ ସେତୁର ଭୂମିକା ନିର୍ବାହ କରିଆସିଛି ।  ଏକ ସଂଯୋଗକାରୀ ଭୂମିକା  ମଧ୍ୟ ଏହି ଅଞ୍ଚଳର ସମୃଦ୍ଧିର କାରଣ ପାଲଟିଛି । କେନ୍ଦ୍ର ଏସିଆ ସହିତ ନିଜର ସଂଯୋଗ ବୃଦ୍ଧି ପାଇଁ ଭାରତ ଅଙ୍ଗୀକୃତ ।

ଆମର ବିଶ୍ୱାସ ଯେ ଭୂବେଷ୍ଟିତ କେନ୍ଦ୍ର ଏସୀୟ ରାଷ୍ଟ୍ରମାନେ ଭାରତର ବିରାଟ ବଜାର ସହିତ ସଂଯୁକ୍ତ ହୋଇ ବିଶେଷ ଉପକୃତ ହୋଇପାରିବେ । ଦୁର୍ଭାଗ୍ୟର ବିଷୟ, ପାରସ୍ପରିକ ବିଶ୍ୱାସର ଅଭାବ ଯୋଗୁ ଏ ଯାଏ ସେମାନଙ୍କ ପାଇଁ ଅନେକ ସଂଯୋଗ ବିକଳ୍ପ ଖୋଲିପାରିନାହିଁ । ଇରାନ୍‌ର ଚବାହର ବନ୍ଦରରେ ଆମର ପୁଞ୍ଜିନିବେଶ ଏବଂ ଆର୍ନ୍ତଜାତିକ ଉତ୍ତର-ଦକ୍ଷିଣ କରିଡର ନିର୍ମାଣରେ ଆମର ଉଦ୍ୟମ ଏହି ବାସ୍ତବତା ଦ୍ୱାରା ପରିଚାଳିତ ।

ମହାମହିମଗଣ,

ସଂଯୋଗ କ୍ଷେତ୍ରରେ ଯେକୌଣସି ଉଦ୍ୟମ ଏକତରଫା ରାସ୍ତା ହୋଇ ନ ପାରେ । ସଂଯୋଗ ପ୍ରକଳ୍ପ ବିଚାର ଆଲୋଚନା, ସ୍ୱଚ୍ଛତା ଓ ସହଯୋଗ ଭିତ୍ତିରେ ନିର୍ମିତ ହେଲେ ପାରସ୍ପରିକ ବିଶ୍ୱାସ ବଢେ । ଏ କ୍ଷେତ୍ରରେ ସବୁ ଦେଶର ଆଞ୍ଚଳିକ ଅଖଣ୍ଡତା ପ୍ରତି ଯତ୍ନବାନ ହେବାକୁ ପଡିବ । ଅତଏବ ଏସବୁକୁ ବିଚାରକୁ ନେଇ ଏସ୍‌ସିଓ ଏହି ଅଞ୍ଚଳରେ ଉପଯୁକ୍ତ ସଂଯୋଗ ପ୍ରକଳ୍ପ ନୀତି ପ୍ରସ୍ତୁତ କରିବା ଆବଶ୍ୟକ । ଏହାଦ୍ୱାରା ଆମେ ଏହି ଅଞ୍ଚଳର ପାରମ୍ପରିକ ସଂଯୋଗ ବ୍ୟବସ୍ଥାକୁ ପୁନରୁଦ୍ଧାର କରିପାରିବା । ଏହାଦ୍ୱାରା ଆମେ ଏହି ଅଞ୍ଚଳର ପାରମ୍ପରିକ ସଂଯୋଗ ବ୍ୟବସ୍ଥାକୁ ପୁନରୁଦ୍ଧାର କରିପାରିବା । ତା’ ପରେ ଯାଇ ଆମେ ପରସ୍ପର ସହିତ ସଂଯୁକ୍ତ ହେବା । ଏହାଦ୍ୱାରା ଆମ ମଧ୍ୟରେ ଥିବା ଦୂରତ୍ୱ କମିବ । ଏଥିପାଇଁ ଯେକୌଣସି ସହଯୋଗ ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ ।

ମହାମହିମଗଣ,

ଏସ୍‌ସିଓ ସଫଳ ହେବାର ପ୍ରମୁଖ କାରଣଟି ହେଲା ଏହା ଅଞ୍ଚଳର ଆବଶ୍ୟକତାକୁ ସବୁଠୁ ଅଧିକ ଗୁରୁତ୍ୱ ଦେଇଛି। ଧାର୍ମିକ କଟ୍ଟରବାଦ, ସଂଯୋଗ ଓ ଲୋକ -ଲୋକ ସ୍ତରୀୟ ସମ୍ପର୍କ ରକ୍ଷା ନେଇ ମୋର ପ୍ରସ୍ତାବ ଏସ୍‌ସିଓର ଭୂମିକାକୁ ଆହୁରି ଦୃଢ କରିବ । ବକ୍ତବ୍ୟ ଶେଷ କରିବା ପୂର୍ବରୁ ମୁଁ ଆଉ ଥରେ ଆମର ଆୟୋଜକ ଓ ସମ୍ମିଳନୀର ଅଧ୍ୟକ୍ଷ ପ୍ରେସିଡେଣ୍ଟ ରହମନ୍‌ଙ୍କୁ ଧନ୍ୟବାଦ ଜଣାଉଛି ।

ଏହି ସମାବେଶ ମିଶ୍ରିତ ବ୍ୟବସ୍ଥାରେ ହେଉଛି । ସେଥିପାଇଁ ଅସୁବିଧା ରହିଛି । ଏହା ସତ୍ତ୍ୱେ ପ୍ରେସିଡେଣ୍ଟ ରହମନ୍ ଏହି ଶୀର୍ଷ ସମ୍ମିଳନୀକୁ ସଫଳତାର ସହ ଆୟୋଜିତ ଓ ପରିଚାଳିତ କରିଛନ୍ତି । ଏହି ଅବସରରେ ମୁଁ ଏସ୍‌ସିଓର ପରବର୍ତ୍ତୀ ଅଧ୍ୟକ୍ଷ ଉଜ୍‌ବେକିସ୍ଥାନକୁ ଶୁଭେଚ୍ଛା ଜ୍ଞାପନ କରୁଛି ଏବଂ ଭାରତ ପକ୍ଷରୁ ସବୁ ସମ୍ଭାବ୍ୟ ସହଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଉଛି ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”