ଅଜି ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଟେକ୍ନୋଲଜି ସହିତ କୌଣସି ନା କୌଣସି ରୂପରେ ଯୋଡି ହୋଇଛି :ପ୍ରଧାନମନ୍ତ୍ରୀ ମୋଦୀ
ସରକାରୀ ସେବାଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ଶେଷ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଟେକ୍ନୋଲଜି ମାଧ୍ୟମରେ ସୁନିଶ୍ଚିତ କରାଯାଉଛି :ପ୍ରଧାନମନ୍ତ୍ରୀ ମୋଦୀ
ସମଗ୍ର ଦେଶରେ ଅଟଳ ନବୋନ୍ୱେଷ ପ୍ରୟୋଗଶାଳା ମାଧ୍ୟମରେ ସ୍କୁଲ ମାନଙ୍କରେ ନବସୃଜନ ପାଇଁ, ଭବିଷ୍ୟତର ଟେକ୍ନୋଲଜି ପାଇଁ ସ୍ୱଭାବ ବିକଶିତ କରାଯାଉଛି :ପ୍ରଧାନମନ୍ତ୍ରୀ
ବିଜ୍ଞାନ ହେଉଛି ୟୁନିଭର୍ସାଲ ,ପ୍ରଯୁକ୍ତିବିଦ୍ୟା ସ୍ଥାନୀୟ ହେବା ଉଚିତ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମହାମହିମ, ପ୍ରଧାନମନ୍ତ୍ରୀ ଗିଉସେପ୍ପେ କୋଣ୍ଟେ ମହୋଦୟ, କ୍ୟାବିନେଟରେ ମୋର ସହଯୋଗୀଡକ୍ଟର ହର୍ଷବର୍ଦ୍ଧନ ମହାଶୟ, ଟେକ୍ନୋଲଜି ଶିଖର ବୈଠକରେ ଉପସ୍ଥିତ ପ୍ରଯୁକ୍ତି ବିଦ୍ୟା ଜଗତ ସହିତ ଜଡିତ ଭାରତ ଏବଂ ଇଟାଲୀର ସମସ୍ତ ସାଥୀ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିମାନେ!

ନମସ୍କାର!

ଚାଓ, କୋମେ ସ୍ତାଇ!

ଇଟାଲୀରୁ ଏଠାକୁ ଆସିଥିବା ସମସ୍ତ ଅତିଥିମାନଙ୍କୁ ସ୍ୱତନ୍ତ୍ର ଭାବେ ହାର୍ଦ୍ଦିକ ସ୍ୱାଗତ ।

ବେନବେନୁତୋ ଇନ୍ ଇଣ୍ଡିଆ!

ବନ୍ଧୁଗଣ,

ଏହା ହେଉଛି 24ତମ(ଚବିଶତମ) ଟେକ୍ନୋଲଜି ଶିଖର ବୈଠକ । ଏହି ଶିଖର ବୈଠକରେ ସହଭାଗୀ ଦେଶଭାବେ ଇଟାଲୀର ଭାଗୀଦାରୀ ଆଉ ଏହା ସହିତ ପ୍ରଧାନମନ୍ତ୍ରୀ କୋଣ୍ଟେ ମହୋଦୟଙ୍କ ଗାରିମାମୟ ଉପସ୍ଥିତି  ଆମ ପାଇଁ ହେଉଛି ଗୌରବର ବିଷୟ ।

ଏଠାକୁ ଆସିବା ପୂର୍ବରୁ, ନିଜର ସରକାରୀ ବୈଠକ କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ କୋଣ୍ଟେ ମହୋଦୟଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଭାରତ ସହିତ ସମ୍ବନ୍ଧ ପ୍ରତି ତାଙ୍କର ଉତ୍ସାହ ଏବଂ ତାଙ୍କର ପ୍ରତିବଦ୍ଧତା ମୁଁ ସ୍ୱୟଂ ଅନୁଭବ କରିଛି ।

ଚଳିତ ବର୍ଷ ଆମ ପାଇଁ  ମଧ୍ୟ ହେଉଛି ମହତ୍ୱପୂର୍ଣ୍ଣ କାରଣ ଏହା ଭାରତ ଏବଂ ଇଟାଲୀର ରାଜନୈତିକ ସମ୍ବନ୍ଧର ହେଉଛି 70 ବର୍ଷ । ଚଳିତ ବର୍ଷ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆମ ସହଯୋଗର 40 ବର୍ଷ ପୂରଣ ହେଉଛି । ଏହି ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ କୋଣ୍ଟେ ମହୋଦୟଙ୍କ ଭାରତଯାତ୍ରାର ଏକ ଭିନ୍ନ ମହତ୍ତ୍ଵ ରହିଛି ।

ବନ୍ଧୁଗଣ,

ଏହା ହେଉଛି ସେହି ସମୟ ଯେତେବେଳେ ଟେକ୍ନୋଲଜି ବିନା ଜୀବନର କଳ୍ପନା କରିବା ହେଉଛି କଷ୍ଟକର । ଅଜି ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଟେକ୍ନୋଲଜି ସହିତ କୌଣସି ନା କୌଣସି ରୂପରେ ଯୋଡି ହୋଇଛି । ବିଗତ କିଛି ବର୍ଷରେ ତ ଟେକ୍ନୋଲଜି କ୍ଷେତ୍ରରେ ବହୁତ ଦ୍ରୁତଗତିରେ ପରିବର୍ତ୍ତନ ହୋଇଛି । ଏହାର ଗତି ଏତେ ଦ୍ରୁତତର ହୋଇଯାଇଛି ଯେ, ଟେକ୍ନୋଲଜିର ପ୍ରଭାବ ସମାଜର ଶେଷ ଧାଡି ପର୍ଯ୍ୟନ୍ତ ପହଞ୍ଚି ପାରି ନ ଥିବ କି  ତାହାଠାରୁ ଏକ ଉନ୍ନତ ଟେକ୍ନୋଲଜି ଆସି ଯାଉଛି । ଏହିପରି ଭାବେ ସମସ୍ତ ଦେଶ ସାମ୍ନାରେ ପରିବର୍ତ୍ତିତ ଟେକ୍ନୋଲଜି ସହିତ ଚାଲିବାର ଆହ୍ୱାନ ସୃଷ୍ଟି ରହିଛି, ତ ଅନେକ  ନୂତନ ସୁଯୋଗ ରହିଛି ।

ଭାରତ ତ ଟେକ୍ନୋଲଜିକୁ ସାମାଜିକ ନ୍ୟାୟ, ସଶକ୍ତିକରଣ, ସମାବେଶ, ସକ୍ଷମ ସରକାରୀ ନେଟୱାର୍କ ଏବଂ ପାରଦର୍ଶିତାର ମାଧ୍ୟମ କରିଛି । ସରକାରୀ ସେବାଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ଶେଷ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଟେକ୍ନୋଲଜି ମାଧ୍ୟମରେ ସୁନିଶ୍ଚିତ କରାଯାଉଛି । ବିଶେଷ ଭାବେ ଡିଜିଟାଲ ଟେକ୍ନୋଲଜିର ଏକ ବ୍ୟାପକ ଭିତ୍ତିଭୂମି ବିକଶିତ କରାଯାଉଛି, ଫଳରେ ସାଧାରଣ ଜନତାଙ୍କୁ ଆହୁରି ଅଧିକ ସହଜରେ ସୁବିଧାଗୁଡ଼ିକର ଲାଭ ମିଳି ପାରୁଛି । ଟେକ୍ନୋଲଜିକୁ ଆମେ ସହଜରେ ସହାବସ୍ଥାନର ଏକ ମହତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ବିଚାର କରୁଛୁ ।

ବନ୍ଧୁଗଣ,

ଆଜି ଦୁନିଆର ସବୁଠାରୁ ବଡ଼ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଯୋଜନା ମଧ୍ୟରୁ ଗୋଟିଏ ଭାରତରେ ଚାଲୁ ରହିଛି । ସରକାରୀ ସାହାଯ୍ୟ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ପହଞ୍ଚାଯାଇ ପାରୁଛି । ଜନ୍ମ ପ୍ରମାଣପତ୍ର ଠାରୁ ନେଇ ବୃଦ୍ଧାବସ୍ଥାର ପେନସନ ପର୍ଯ୍ୟନ୍ତ ଅନେକ ସୁବିଧା ଆଜି ଅନଲାଇନରେ ହେଉଛି । 300 ରୁ ଅଧିକ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସେବାକୁ ଉମଙ୍ଗ ଆପ୍ ମାଧ୍ୟମରେ ଗୋଟିଏ ମଞ୍ଚକୁ ଅଣାଯାଇଛି ।

ଡିଜିଟାଲ ଦେଣନେଣ ଆଜିକାଲି ପ୍ରାୟ ଅଢ଼େଇ ଶହ କୋଟିର କାରବାର ପ୍ରତି ମାସର ଗତିରେ ବଢ଼ି ଚାଲିଛି । ସାରା ଦେଶରେ 3 ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ଗାଁ ଗାଁ ରେଅନଲାଇନ ସେବା ଦିଆ ଯାଉଛି ।

ବିଗତ ଚାରି ବର୍ଷରେ ଭାରତରେ ଏକ ଜିବି ଡାଟାର ମୂଲ୍ୟ 90 ପ୍ରତିଶତରୁ ଅଧିକ କମ୍ ହୋଇଛି । ଭାରତରେ ଏହି ଶସ୍ତା ଡାଟା ଦେଶର ପ୍ରତ୍ୟେକ ବ୍ୟକ୍ତି ପର୍ଯ୍ୟନ୍ତ ଡିଜିଟାଲ ଟେକ୍ନୋଲଜିକୁପହଞ୍ଚାଇବାର ପ୍ରଭାବଶାଳୀ ମାଧ୍ୟମ ପାଲଟିଛି ।

ବନ୍ଧୁଗଣ,

ଭାରତ ଏବେ ଆଇଟି ସଫ୍ଟୱେର ଶକ୍ତିରେ ନିଜର ପରିଚୟକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେଇ ଯିବାପାଇଁ ଆଗକୁ ବଢ଼ୁଛି । ଆମେ ଭାରତରେ ବୈଜ୍ଞାନିକ ସ୍ୱଭାବ ଦ୍ୱାରା ବୈଷୟିକ ଜ୍ଞାନ ଯୁକ୍ତ ସ୍ୱଭାବ ଭାବେ ବିକଶିତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ।

ସମଗ୍ର ଦେଶରେ ଅଟଳ ନବୋନ୍ୱେଷ ପ୍ରୟୋଗଶାଳା ମାଧ୍ୟମରେ ସ୍କୁଲ ମାନଙ୍କରେ ନବସୃଜନ ପାଇଁ,ଭବିଷ୍ୟତର ଟେକ୍ନୋଲଜି ପାଇଁ ସ୍ୱଭାବ ବିକଶିତ କରାଯାଉଛି । ଅଟଳ ନବୋନ୍ମେଷ ମିଶନ ମାଧ୍ୟମରେ ସାରା ଦେଶରେ ଏଭଳି ଯୁବକ ମାନଙ୍କର ନେଟୱାର୍କ ପ୍ରସ୍ତୁତ କରାଯାଉଛି, ଯେଉଁମାନେ ଚତୁର୍ଥ ଶିଳ୍ପ ବିପ୍ଳବର ସୁଦୃଢ଼ ସ୍ତମ୍ଭ ହେବେ ।

ସରକାରଙ୍କର ଏହି ସମସ୍ତ ପ୍ରୟାସର ପରିଣାମ ହେଉଛି କି ବିଶ୍ୱ ବୌଦ୍ଧିକ ସମ୍ପଦ ସଙ୍ଗଠନ (ଡବ୍ଲ୍ୟୁଆଇପିଓ)ର ବିଶ୍ୱ ନବସୃଜନର ସୂଚକାଙ୍କର ମାନ୍ୟତାରେ ଭାରତ 21 ତମ ସ୍ଥାନ ଉପରକୁ ଆସିଛି । ଏହା ବ୍ୟତୀତ ଆଜି ଦୁନିଆର ସବୁଠାରୁ ବଡ଼ ଷ୍ଟାର୍ଟ-ଅପ୍ ବ୍ୟବସ୍ଥାର ବାତାବରଣ ଭାରତରେ ହିଁ ଅଛି ।

ଭାରତରେ ଯେଉଁ ନବସୃଜନ ହେଉଛି ସେଥିରେ ଗୁଣବତ୍ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଭାରତର ମହାକାଶ କାର୍ଯ୍ୟକ୍ରମ ହେଉଛି ଏହାର ଉତ୍କୃଷ୍ଟ ଉଦାହରଣ ଏବଂ ଏହାର ସଫଳତା ତ ଇଟାଲୀ ମଧ୍ୟ ଅନୁଭବ କରିଛି ।

ଆଜି ଭାରତ ଇଟାଲୀ ସମେତ ଦୁନିଆର ଅନେକ ଦେଶର ଉପଗ୍ରହ ବହୁତ କମ୍ ଖର୍ଚ୍ଚରେ ମହାକାଶକୁ ପଠାଉଛି । ଏହି ଉପଗ୍ରହ ଟେକ୍ନୋଲଜିର ଲାଭ ଘର ଘର ପର୍ଯ୍ୟନ୍ତ ପହଞ୍ଚାଇବାରେ ଉପଯୋଗୀ ସାବ୍ୟସ୍ତ ହେଉଛି ।

ସାଥୀଗଣ, ଆଜି ଯେତେବେଳେ ଦୁନିଆ ଚତୁର୍ଥ ପିଢିର ଉଦ୍ୟୋଗକୁ ନେଇ ଚର୍ଚ୍ଚା କରୁଛି,ସେତେବେଳେ ଭାରତ ଏବଂ ଇଟାଲୀର ପ୍ରାଚୀନ ସଭ୍ୟତାଗୁଡ଼ିକ ମଧ୍ୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ସହଯୋଗକୁ ସୁଦୃଢ଼ କରିବାରେ ନୂଆ ନୂଆ ସୁଯୋଗ ସୃଷ୍ଟି ହୋଇଛି, ବରଂ ଆହ୍ୱାନର ମୁକାବିଲା ମଧ୍ୟ ଆମେ ପ୍ରଭାବଶାଳୀ ଢଙ୍ଗରେ କରିପାରିବା ।

ବନ୍ଧୁଗଣ,

ଆଜି ଭାରତ ହେଉଛି ଦୁନିଆର ସବୁଠାରୁ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅର୍ଥ ବ୍ୟବସ୍ଥା ମଧ୍ୟରୁ ଗୋଟିଏ । ଭାରତର ବିଶାଳ ଘରୋଇ ବଜାର, ଯୁବ ଜନସଂଖ୍ୟା, ଟେକ୍ନୋଲଜି ଏବଂ ନବସୃଜନର ଇକୋ ସିଷ୍ଟମ, ଏକାଠି ମିଶି ଦୁନିଆର ଅଭିବୃଦ୍ଧିକୁ ଏକ ଶକ୍ତିଶାଳୀ ଇଞ୍ଜିନ ଭାବେ ସାବ୍ୟସ୍ତ ହେବାକୁ ଯାଉଛି ।

ସେହିପରି ବିଜ୍ଞାନ ଏବଂ ପ୍ରଦ୍ୟୋଗିକୀରେ ଇଟାଲୀ ପାଖରେ ମଧ୍ୟ ସମୃଦ୍ଧ ପରମ୍ପରା ରହିଛି । ବିନିର୍ମାଣ ଦୁନିଆରେ ଇଟାଲୀର ନାମ ଉତ୍ତମ ଗୁଣାବତ୍ତା ପାଇଁ ପ୍ରସିଦ୍ଧ ଅଟେ । ଏଥିପାଇଁ ଭାରତ ଏବଂ ଇଟାଲୀ ଏକାଠି ମିଶି ଉଚ୍ଚ ମାନର ଗବେଷଣାରେ ନିଜ ସହଯୋଗକୁ ଆହୁରି ଅଧିକ ସୁଦୃଢ଼ କରି ପାରିବେ । ଏହି ସହଯୋଗ ମାଧ୍ୟମରେ ଆମେ ବିଶ୍ୱ ସମ୍ମୁଖରେ ଥିବା ଆହ୍ୱାନ ଗୁଡ଼ିକର ସମାଧାନ ପାଇଁ ନୂତନ ବୈଷୟିକ ସମାଧାନ ପ୍ରସ୍ତୁତ କରିପାରିବା ।

ଏହା ହେଉଛି କାରଣ କି ଦୁଇ ଦେଶର ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ, ପର୍ଯ୍ୟାବରଣକୁ ସ୍ୱଚ୍ଛ କରିବା ପାଇଁ, ମାନବ କଲ୍ୟାଣ ପାଇଁ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ପୂର୍ବ ଅପେକ୍ଷା ହେଉଛି ସର୍ବାଧିକ ଆବଶ୍ୟକତା । ମୁଁ ଏହି କଥା ପାଇଁ ଖୁସି ଯେ ଦୁଇ ଦେଶର ବୈଜ୍ଞାନିକ ସମୁଦାୟ ଏବଂ ବ୍ୟବସାୟୀ ନେତୃବୃନ୍ଦ ମିଳିମିଶି ଗବେଷଣା ଏବଂ ନବସୃଜନର ଅଗ୍ରଣୀ କ୍ଷେତ୍ରରେ ସହଯୋଗ କରୁଛନ୍ତି । ଅକ୍ଷୟ ଶକ୍ତି, ପରିବେଶ ବିଜ୍ଞାନ, ନ୍ୟୁରୋ ସାଇନ୍ସ ଏବଂ ଆଇଟିଠାରୁ ନେଇ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ ଭଳି କ୍ଷେତ୍ରରେ ଆମର ବ୍ୟାପକ ସହଯୋଗ ରହିଛି ।

ବନ୍ଧୁଗଣ,

ସହଯୋଗର ଏହି ମାର୍ଗକୁ ସୁଦୃଢ଼ କରିବା ସହିତ ଆମର ଲକ୍ଷ୍ୟ ଏହା ମଧ୍ୟ ସୁନିଶ୍ଚିତ କରୁଛି କି ଗବେଷଣା ଆଉ ବିକାଶର ପରିଣାମ ପ୍ରୟୋଗଶାଳା ଗୁଡ଼ିକ ମଧ୍ୟରେ ସୀମିତ ନ ରହୁ, ବରଂ ଏହାର ଲାଭ ସମାଜ, ଜନତାଙ୍କ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚୁ । ଏଥିପାଇଁ ମୁଁ ସବୁବେଳେ ହିଁ କହୁଛି କି ‘‘ବିଜ୍ଞାନ ହେଉଛି ସାର୍ବଜନୀନ, ବୈଷୟିକ ଜ୍ଞାନ ସ୍ଥାନୀୟ ହେବା ଆବଶ୍ୟକ’’ । 

ଭାରତରେ ଆମେ ନିଜର ଐତିହାସିକ ପରମ୍ପରାକୁ ସଂରକ୍ଷଣ ପାଇଁ ବିଜ୍ଞାନ ଏବଂ ଐତିହ୍ୟ ଗବେଷଣା ପଦକ୍ଷେପ ଅର୍ଥାତ୍ ଏସଏଚଆରଆଇ (ଶ୍ରୀ) ର ଶୁଭାରମ୍ଭ କରିଛୁ । ଏହାର ଉଦ୍ଦେଶ୍ୟ ହେଉଛି ଐତିହାସିକ ସ୍ମାରକର ସଂରକ୍ଷଣ ଏବଂ ପୁନଃନିର୍ମାଣ ପାଇଁ ଟେକ୍ନୋଲଜି ସହିତ ଜଡ଼ିତ ସମାଧାନ ଖୋଜିବା । ଟେକ୍ନୋଲଜି, ପର୍ଯ୍ୟଟନ ଏବଂ ଇତିହାସ ତିନୋଟିର ସଙ୍ଗମ ଏହି ପଦକ୍ଷେପରେ ଦୃଷ୍ଟିଗୋଚର ହୋଇଥାଏ ।

ମୋର ବିଶ୍ୱାସ କି ଏହି ବିଗତ ଦୁଇଦିନ ମଧ୍ୟରେ ଶିଖର ବୈଠକରେ ହୋଇଥିବା ଆଲୋଚନା ମଧ୍ୟରୁ ଦୁଇ ଦେଶ ମଧ୍ୟରେ ବୈଷୟିକ ଜ୍ଞାନ ହସ୍ତାନ୍ତର, ଯୁଗ୍ମ ଉଦ୍ୟୋଗ ଏବଂ ବଜାର ଉପଲବ୍ଧତାକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ସହାୟତା ମିଳିବ । ଏହି ଶିଖର ବୈଠକ ଆମର ଆଗାମୀ ଆଲୋଚନାରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ।

ବନ୍ଧୁଗଣ,

ଭାରତ-ଇଟାଲୀ ଦ୍ୱିପାକ୍ଷୀୟ ଶିଳ୍ପ ଗବେଷଣା ଏବଂ ବିକାଶ ସହଯୋଗ କାର୍ଯ୍ୟକ୍ରମର ଆଗାମୀ ପର୍ଯ୍ୟାୟର ଶୁଭାରମ୍ଭର ଘୋଷଣା କରି ମୁଁ ବହୁତ ଆନନ୍ଦିତ । ଏହାଦ୍ୱାରା ଆମର ଉଦ୍ୟୋଗ ଏବଂ ଗବେଷଣା ସଂସ୍ଥାନ ବିନା କୌଣସି ବାଧାବିଘ୍ନରେ ନୂତନ ଉତ୍ପାଦ ଏବଂ ମୌଳିକ ଢାଞ୍ଚା ବିକଶିତ କରିପାରିବେ । ଜାଣିବାର ଜ୍ଞାନକୁ ସମୟର ଆହ୍ୱାନ ସହିତ ଦେଖାଇଦେବାରେ ପରିବର୍ତ୍ତିତ ହୋଇ ପାରିବ ।

ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ବନ୍ଧ ଆହୁରି ସୁଦୃଢ଼ କରିବା ପାଇଁ ଆମେ ଏହି କଥା ଉପରେ ମଧ୍ୟ ଏକମତ ହୋଇଛୁ କି ଅର୍ଥନୈତିକ ସହଯୋଗ କ୍ଷେତ୍ରରେ ଯୁଗ୍ମ କମିଶନ (ଜେସିଇସି) ର ମାର୍ଗଦର୍ଶନରେ ଏକ ସିଇଓ ଫେରମର ଗଠନ ହେଉ । ଏହା ସହିତ ମଧ୍ୟ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ବ୍ୟବସାୟ କ୍ଷେତ୍ରରେ ଆସୁଥିବା ସମସ୍ୟାଗୁଡ଼ିକୁ ମଧ୍ୟ ଦୂର କରିବା ପାଇଁ ଏକ ଫାଷ୍ଟଟ୍ରାକ୍ ବ୍ୟବସ୍ଥା କରିବା ଉପରେ ମଧ୍ୟ ସହମତ ସୃଷ୍ଟି ହୋଇଛି ।

ମୁଁ ଏହି କଥା ପାଇଁ ମଧ୍ୟ ଆନନ୍ଦିତ ଯେ ଭାରତ ଏବଂ ଇଟାଲୀ, ଏଲଏଡି ଅର୍ଥାତ୍ ଜୀବନଶୈଳୀ ଆସେସରିଜ୍ ଡିଜାଇନ୍ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ସହମତ ହୋଇଛନ୍ତି । ଏଥିରେ ମଧ୍ୟ ଚମଡ଼ା କ୍ଷେତ୍ର, ପରିବହନ ଏବଂ ଅଟୋମୋବାଇଲ୍ ଡିଜାଇନ୍ ଅର୍ଥାତ୍ ଟିଏଡି ଉପରେ ବିଶେଷ ଦୃଷ୍ଟି ଦିଆଯିବ ।

ଏହା ସହିତ ମୁଁ ଏହି କଥା ଅବଗତ କରାଇ ଆନନ୍ଦିତ ଯେ ଦୁଇଦେଶ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ, ଅକ୍ଷୟ ଶକ୍ତି, ଜୀବ ବିଜ୍ଞାନ ଏବଂ ଜିଓ ପ୍ରତିବନ୍ଧକ ଭଳି ବଛାବଛା କ୍ଷେତ୍ରରେ ବୃତ୍ତିଗତ କ୍ଷେତ୍ରରେ ଆଧାରିତ ଭାରତ-ଇଟାଲୀ ଉତ୍କର୍ଷ କେନ୍ଦ୍ରର ସ୍ଥାପନା କରିବେ । ଏହା ଦ୍ୱାରା ନା କେବଳ ଉଚ୍ଚ ଶ୍ରେଣୀର ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ସଂସ୍ଥାନ ଏବଂ ଉଦ୍ୟୋଗ ନିଜ ନିଜ ମଧ୍ୟରେ ଯୋଡ଼ି ହେବେ,ବରଂ ଆମ ସାମ୍ନାରେ ଆସୁଥିବା ଆହ୍ୱାନ ଗୁଡ଼ିକର ବୈଷୟିକ ସମାଧାନ ମଧ୍ୟ ବାହାର କରାଯାଇ ପାରିବ ।

ବନ୍ଧୁଗଣ,

ଟେକ୍ନୋଲଜି ଶିଖର ବୈଠକର ସଫଳତା ପାଇଁ ମୁଁ ସମସ୍ତ ଆୟୋଜକଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛୁ । ଇଟାଲୀ ସରକାରଙ୍କୁ ମଧ୍ୟ ହୃଦୟର ସହିତ ଧନ୍ୟବାଦ ଜଣାଉଛି କି ସେମାନେ ଏକ ଭାଗୀଦାରୀ ଦେଶ ଭାବେ ଯୋଡ଼ି ହେବା ପାଇଁ ଆମର ନିମନ୍ତ୍ରଣ ସ୍ୱୀକାର କଲେ । ଟେକ୍ନୋଲଜି ଶିଖର ବୈଠକରେ ସମସ୍ତ ଅଂଶଗ୍ରହଣକାରୀଙ୍କ ନିକଟରେ ବହୁତ ବହୁତ କୃତଜ୍ଞତା ଜଣାଉଛି । ଆପଣ ସମସ୍ତଙ୍କର ଯୋଗଦାନ ଆଉ ଉପସ୍ଥିତି ଏହି ଶୀଖର ବୈଠକର ସଫଳତା ପାଇଁ ମହତ୍ତ୍ଵପୂର୍ଣ୍ଣ ହୋଇ ରହିଛି ।

ମୁଁ ପୁଣିଥରେ ପ୍ରଧାନମନ୍ତ୍ରୀ କୋଣ୍ଟେ ମହୋଦୟଙ୍କୁ କୃତଜ୍ଞତା ଜଣାଉଛି କି ସେ ଏହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଲେ । କେବଳ ଏତିକି ନୁହେଁ, ସେ ଭାରତ-ଇଟାଲୀର ନୂତନ ସହଭାଗିତାର ନବନିର୍ମାଣକୁ ନିଜର ବ୍ୟକ୍ତିଗତ ମାର୍ଗଦର୍ଶନ, ଦୃଷ୍ଟିକୋଣ ଏବଂ ପ୍ରତିବଦ୍ଧତାର ଅମୂଲ୍ୟ ଉପହାର ମଧ୍ୟ ଦେଇଛନ୍ତି ।

ଗ୍ରାସ୍ତିଏ ମିଲ୍ଲେ!

ବହୁତ – ବହୁତ ଧନ୍ୟବାଦ!!! 

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pvt investment in space sector crosses $618 million, 17 startups given nod for space activities: Minister Jitendra Singh to RS

Media Coverage

Pvt investment in space sector crosses $618 million, 17 startups given nod for space activities: Minister Jitendra Singh to RS
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the importance of fostering beneficial thoughts, words, and actions
July 24, 2026

Prime Minister Shri Narendra Modi shared a Sanskrit Subhashitam today, highlighting how continuous practice in thought, word, and action shapes one's character and direction in life.

The Prime Minister wrote on X;

"कर्मणा मनसा वाचा यदभीक्ष्णं निषेवते।

तदेवापहरत्येनं तस्मात् कल्याणमाचरेत्॥"

Whatever a person continuously practices through their actions, thoughts, and words ultimately shapes their personality and draws them in that very direction; therefore, one should always give space only to beneficial subjects in one's thoughts and conversations.