ଋଷ ସଂଘର ବୈଦେଶିକ ମନ୍ତ୍ରୀ, ମହାମହିମ ଶ୍ରୀ ସର୍ଗେ ଲାଭରୋଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।
ଡିସେମ୍ବର ୨୦୨୫ରେ ୨୩ତମ ଭାରତ - ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ପରଠାରୁ ଦ୍ୱିପାକ୍ଷିକ ସହଯୋଗରେ ହାସଲ ହୋଇଥିବା ପ୍ରଗତି ବିଷୟରେ ବୈଦେଶିକ ମନ୍ତ୍ରୀ ଲାଭରୋଭ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।
ବୈଦେଶିକ ମନ୍ତ୍ରୀ ଲାଭରୋଭ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୟୁକ୍ରେନ ଏବଂ ପଶ୍ଚିମ ଏସିଆର ପରିସ୍ଥିତି ସମେତ ପାରସ୍ପରିକ ସ୍ୱାର୍ଥର ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ।
ପ୍ରଧାନମନ୍ତ୍ରୀ ଆଲୋଚନା ଏବଂ କୂଟନୀତିକୁ ସର୍ବୋତ୍ତମ ମାର୍ଗ ଭାବରେ ଆଗକୁ ନେବା ସମ୍ପର୍କରେ ଭାରତର ନିରନ୍ତର ଦୃଷ୍ଟିକୋଣକୁ ପୁଣି ଥରେ ଦୋହରାଇଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ଉଷ୍ମ ଶୁଭେଚ୍ଛା ଜଣାଇବାକୁ ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କୁ ଅନୁରୋଧ କରିଥିଲେ।
Pleased to receive Russia’s Foreign Minister Sergei Lavrov. Thanked him for an update on the progress on various facets of our Special & Privileged Strategic Partnership.
— Narendra Modi (@narendramodi) May 14, 2026
We also exchanged views on various regional and global issues, including situation in Ukraine and West… pic.twitter.com/fg9YL1b0Se


