My Government's "Neighbourhood First" and your Government's "India First" policies have strengthened our bilateral cooperation in all sectors: PM
In the coming years, the projects under Indian assistance will bring even more benefits to the people of the Maldives: PM

ମହାମହିମ ମୋର ମିତ୍ର ରାଷ୍ଟ୍ରପତି ଇବ୍ରାହିମ ସୋଲିହ,

ମାଳଦୀପରେ ଆମର ବିଶିଷ୍ଟ ମିତ୍ର,

ସହଯୋଗୀ,

ନମସ୍କାର । ରାଷ୍ଟ୍ରପତି ସୋଲିହ, ଆପଣଙ୍କ ସହିତ ଜଡିତ ହେବାରେ ସବୁବେଳେ ଖୁସି ମିଳିଥାଏ । ଆପଣ ଓ ମାଳଦୀପର ଜନସାଧାରଣ ସବୁବେଳେ ଆମର ହୃଦୟ ଏବଂ ମସ୍ତିସ୍କରେ ରହିଥାନ୍ତି ।

ବିଗତ ଦିନରେ ପାଳନ କରାଯାଇଥିବା ଆପଣଙ୍କ କାର୍ଯ୍ୟକାଳର ପ୍ରଥମ ବାର୍ଷିକୀ ଅବସରରେ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି । ମାଳଦୀପରେ ଏହି ବର୍ଷ  ଗଣତନ୍ତ୍ର ତଥା ବିକାଶ ପାଇଁ ଚମତ୍କାର ବର୍ଷ ରହିଛି । ଭାରତ ଓ ମାଳଦୀପ ସମ୍ବନ୍ଧ ପାଇଁ ଏହି ବର୍ଷ ମହତ୍ୱପୂର୍ଣ୍ଣ ।

ମୋ ସରକାରଙ୍କ “ପ୍ରଥମେ ପଡୋଶୀ” ତଥା ଆପଣଙ୍କ ସରକାରଙ୍କ “ପ୍ରଥମେ ଭାରତ” ନୀତି ସମସ୍ତ କ୍ଷେତ୍ରରେ ଆମର ଦ୍ୱିପାକ୍ଷିକ ସହଯୋଗକୁ ମଜଭୁତ କରିଛି । ଆମର ନିଷ୍ପତ୍ତିକୁ ଲାଗୁ କରାଯିବା ଦ୍ୱାରା ମାଳଦୀପର ଅର୍ଥ ବ୍ୟବସ୍ଥା, ଆଧାରଭୂତ ସଂରଚନା ତଥା କ୍ଷମତା ସୃଜନର ବିକାଶକୁ ପ୍ରୋତ୍ସାହନ ମଳିଛି । ଏହା ମହତ୍ୱପୂର୍ଣ୍ଣ ଯେ ଏହି ପ୍ରଗତି ମାଳଦୀପର ପ୍ରାଥମିକତା ତଥା ଆବଶ୍ୟକତା କ୍ଷେତ୍ରରେ ହାସଲ କରାଯାଇଛି ।

ଆଜି “ମେଡ଼ ଇନ ଇଣ୍ଡିଆ” ଫାଷ୍ଟ ଇଣ୍ଟରସେପ୍ଟର କ୍ରାଫ୍ଟ ଅଧିକାରିକ ଭାବେ ଆପଣଙ୍କ ତଟରକ୍ଷକଙ୍କୁ ପ୍ରଦାନ କରାଯାଇଛି । ଏହି ଆଧୁନିକ ଜାହାଜର ନିର୍ମାଣ ଆମର ଗୃହ ରାଜ୍ୟ ଗୁଜୁରାଟରେ ଏଲଆଣ୍ଡଟି ଦ୍ୱାରା ନିର୍ମାଣ କରାଯାଇଛି । ଏହା ଫଳରେ ମାଳଦୀପର ସାମୁଦ୍ରିକ ସୁରକ୍ଷାକୁ ବୃଦ୍ଧି କରିବା ତଥା ଆପଣଙ୍କ ନୀଳ ଅର୍ଥବ୍ୟବସ୍ଥା ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ସହାୟତା ମିଳିବ । ଏହା ପ୍ରକାଶ କରି ମୁଁ ଖୁସି ଯେ ଏହି ପର୍ଯ୍ୟବେକ୍ଷକ ଜାହାଜର ନାମ ‘କାମିୟାବ’ ରଖାଯାଇଛି, ଯାହାର ଅର୍ଥ ହେଉଛି ଧୀବେହୀ ଓ ହିନ୍ଦୀରେ ସଫଳତା ।

ମହାମହିମ,

ମୁଁ ଅଡ୍ଡୁର ବିକାଶ ପାଇଁ ଆପଣଙ୍କ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ମହତ୍ୱକୁ ସ୍ମରଣ କରାଉଛି । ଦ୍ୱୀପର  ଜନ ସମୁଦାୟଙ୍କ ଜୀବିକାକୁ ସମର୍ଥନ ପ୍ରଦାନ କରିବା ପାଇଁ ଉଚ୍ଚ ପ୍ରଭାବ ସମୁଦାୟ ବିକାଶ ପରିଯୋଜନା ମାଧ୍ୟମରେ ଭାଗିଦାରିତା କରିବାରେ ଭାରତ ଖୁସି ।

ବନ୍ଧୁଗଣ,

ଆମର ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ବନ୍ଧର ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଜନ ସାଧାରଣଙ୍କ ମଧ୍ୟରେ ସମ୍ପର୍କ । ମାଳଦୀପ ଆସୁଥିବା ଭାରତୀୟ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ଦୁଇ ଗୁଣରୁ ମଧ୍ୟ ଅଧିକ ହୋଇଛି । ଭାରତ ପଞ୍ଚମରୁ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଚଳିତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ତଥା ବେଙ୍ଗାଲୁରୁ ସହିତ ସିଧାସଳଖ ଉଡାଣ ଆରମ୍ଭ ହୋଇଛି ।

ରୂପେ ପ୍ରଚଳନ ବ୍ୟବସ୍ଥା ଫଳରେ ମାଳଦୀପ ଯାତ୍ରା କରୁଥିବା ଭାରତୀୟ ମାନଙ୍କ ପାଇଁ ଅଧିକ ସହଜ ହେବ । ମୁଁ ଖୁସି ଯେ ବ୍ୟାଙ୍କ ଅଫ ମାଳଦୀପ ମାଧ୍ୟମରେ ଏହାର ଶୁଭାରମ୍ଭ କରାଯାଇଛି ।

ମହାମହିମ,

ଆମେ ଆଜି ମାଳଦୀପର ଜନସାଧାରଣଙ୍କୁ ଏଲଇଡି ଷ୍ଟ୍ରିଟ ଲାଇଟିଙ୍ଗ ସମର୍ପିତ କରିଛୁ । ମାଳଦୀପର ଜନସାଧାରଣଙ୍କ ପାଇଁ ପରିବେଶ ଅନୁକୂଳ ଆଲୋକର ଲାଭ ପହଞ୍ଚାଇବାରେ ଭାରତ ଆନନ୍ଦିତ । ମାଳଦୀପର ଜନସାଧାରଣ 80 ପ୍ରତିଶତ ଖର୍ଚ ସଞ୍ଚୟ କରିବେ ।

ମହାମହିମ,

ଆମେ ହୁଲହୁଲମାଲାରେ ଏକ କ୍ୟାନସର ହସପିଟାଲ ତଥା ଏକ କ୍ରିକେଟ ଷ୍ଟାଡ଼ିୟମ ନିର୍ମାଣ କରିବାର କାର୍ଯ୍ୟ ମଧ୍ୟ କରୁଛି ।

ମୋତେ କୁହାଯାଇଛି କି 34ଟି ଦ୍ୱୀପରେ ଜଳ ଏବଂ ସ୍ୱଚ୍ଛତା ପରିଯୋଜନା ତଥା ଅଡ୍ଡୁରେ ଉଦ୍ଧାର କାର୍ଯ୍ୟ ଶୀଘ୍ର ପ୍ରାରମ୍ଭ ହେବ ।

ଆଗାମୀ ବର୍ଷ ମାନଙ୍କରେ ଭାରତୀୟ ସହଯୋଗ ଅନ୍ତର୍ଗତ ପରିଯୋଜନା ମାଳଦୀପର ଜନସାଧାରଣଙ୍କ ପାଇଁ ଆହୁରି ଅଧିକ ଲାଭ ଆଣିବ । ଭାରତ ଏକ ଘନିଷ୍ଠ ମିତ୍ର ତଥା ସାମୁଦ୍ରିକ ପଡୋଶୀ ଭାବେ ଗଣତନ୍ତ୍ର ଓ ବିକାଶ ପାଇଁ ମାଳଦୀପ ସହିତ ଭାଗିଦାରିତା ଜାରି ରଖିବା ପାଇଁ ସଂକଳ୍ପବଦ୍ଧ । ଆମେ ହିନ୍ଦ ମହାସାଗର କ୍ଷେତ୍ରରେ ଶାନ୍ତି ଓ ପାରସ୍ପରିକ ସୁରକ୍ଷା ପାଇଁ ଆମର ସହଯୋଗ ମଧ୍ୟ ବୃଦ୍ଧି କରିବୁ ।

ମହାମହିମ,

ମୁଁ ଦିଲ୍ଲୀରେ ଆପଣଙ୍କୁ ଭେଟିବା ପାଇଁ ଆଶା କରୁଛି । ମୁଁ ଶାନ୍ତି ଓ ସମୃଦ୍ଧି ପାଇଁ ମାଳଦୀପର ମିତ୍ର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି ।

ଅନେକ-ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Marvell to invest $250 million, double India workforce in 3 years

Media Coverage

Marvell to invest $250 million, double India workforce in 3 years
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 30, 2026
July 30, 2026

Aatmanirbhar in Action: How PM Modi Turned Vision into Export Multipliers & Safer Rails