Prime Minister meets H. M. Queen Maxima of the Netherlands

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନେଦରଲାଣ୍ଡ ସାମ୍ରାଜ୍ୟର ମହାରାଣୀ ମହାମହିମ ମେକ୍ସିମାଙ୍କ ସହିତ ସାକ୍ଷାତ କରିଥିଲେ ।

ମହାରାଣୀ ମେକ୍ସିମା ସମେତ ଆର୍ଥିକ ବିକାଶ ପାଇଁ ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଭାବେ ସ୍ୱତନ୍ତ୍ର ଦୂତ ରୂପେ ଭାରତ ଗସ୍ତରେ ଆସିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାରାଣୀ ମେକ୍ସିମା ଭାରତ ସରକାରଙ୍କ ଦ୍ୱାରା ବିଗତ ବର୍ଷଗୁଡିକରେ ଆର୍ଥିକ ଅଭିବୃଦ୍ଧି ପାଇଁ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଯୋଜନା ତଥା ଅଟଳ ପେନସନ ଯୋଜନା ଭଳି ବିଭିନ୍ନ ପଦକ୍ଷେପଗୁଡିକ ଉପରେ ଆଲୋଚନା କରିଥିଲେ । ମହାରାଣୀ ମେକ୍ସିମା ଏହିସବୁ ପଦକ୍ଷେପ ଜରିଆରେ ହୋଇଥିବା ବିକାଶର ବେଶ ପ୍ରଶଂସା କରିଥିଲେ ।

ଦୁଇ ନେତା ବୈଶ୍ୱିକ ଆର୍ଥିକ ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ । ମହାରାଣୀ ମେକ୍ସିମା ଏ ଦିଗରେ ଭାରତର ବୈଷୟିକ ଏବଂ ଆର୍ଥିକ ସହଯୋଗ (ଆଇଆଇଟିଇସି) ଯୋଜନା ଜରିଆରେ ନିଆଯାଇଥିବା ପଦକ୍ଷେପଗୁଡିକର ଭୂରି ଭୂରି ପ୍ରଶଂସା କରିଥିଲେ । ସେ ବିଦେଶୀ ରାଷ୍ଟ୍ରଗୁଡିକରେ ଆବଶ୍ୟକତା ଏବଂ ପ୍ରାଥମିକତା ଆଧାରରେ ବିକାଶ ପ୍ରକଳ୍ପଗୁଡିକ ପାଇଁ ରିହାତି ଦରରେ ଋଣ ପ୍ରଦାନ କରାଯିବାକୁ ମଧ୍ୟ ବେଶ ପ୍ରଶଂସା କରିଥିଲେ ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a ‘front-runner’ market, plans to deepen AI and manufacturing presence: Ericsson CEO

Media Coverage

India a ‘front-runner’ market, plans to deepen AI and manufacturing presence: Ericsson CEO
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 3, 2026
March 03, 2026

Citizens Express Their Appreciation on Heartfelt Leadership, Historic Gains: PM Modi’s India Shines in Conservation, Commerce, and Clean Energy