ୟୁପିଆଇ ପେନାଓ ଲିଙ୍କେଜ୍ ସୀମା ପାର ଅର୍ଥ ଦେଣନେଣକୁ ସହଜ, ସ୍ୱଳ୍ପ ଖର୍ଚ୍ଚ ଏବଂ ଠିକଣା ସମୟରେ କରିବ
ଆରବିଆଇ ଗଭର୍ଣ୍ଣର ଏବଂ ମାସ୍‍ର ପରିଚାଳନା ନିର୍ଦ୍ଦେଶକ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ପ୍ରଥମ ସୀମା ପାର ଅର୍ଥ କାରବାର କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲି ସେନ୍ ଲୁଙ୍ଗ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏବଂ ସିଙ୍ଗାପୁରର ପେନାଓ ମଧ୍ୟରେ ରିଅଲ୍ ଟାଇମ୍ ପେମେଣ୍ଟ ଲିଙ୍କେଜ୍ ର ଭର୍ଚୁଆଲ୍ ଶୁଭାରମ୍ଭରେ ଅଂଶଗ୍ରହଣ କରିଥିଲେ । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଏବଂ ସିଙ୍ଗାପୁରର ମନିଟାରୀ ଅଥରିଟୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରବି ମେନନ୍ ନିଜ ନିଜ ମୋବାଇଲ୍ ଫୋନ୍ ବ୍ୟବହାର କରି ପରସ୍ପର ମଧ୍ୟରେ ସୀମା ପାର ଅର୍ଥ କାରବାର କରିଥିଲେ ।

ସିଙ୍ଗାପୁର ହେଉଛି ପ୍ରଥମ ଦେଶ ଯେଉଁ ଠାରେ ସୀମା ପାର ପର୍ସନ୍ ଟୁ ପର୍ସନ୍ (ପି୨ପି) ଦେୟ ସୁବିଧା ଆରମ୍ଭ କରାଯାଇଛି । ଏହା ସିଙ୍ଗାପୁରରେ ଥିବା ପ୍ରବାସୀ ଭାରତୀୟ ବିଶେଷ କରି ପ୍ରବାସୀ ଶ୍ରମିକ / ଛାତ୍ରମାନଙ୍କୁ ସାହାଯ୍ୟ କରିବ ଏବଂ ସିଙ୍ଗାପୁର ଓ ଭାରତ ମଧ୍ୟରେ ତତକ୍ଷଣାତ ଡିଜିଟାଇଜେସନ ଓ ଫିନ୍‍ଟେକ୍‍ ଦ୍ୱାରା କମ୍ ମୂଲ୍ୟରେ ଟଙ୍କା ଟ୍ରାନ୍ସଫରର ଲାଭ ସାଧାରଣ ଲୋକଙ୍କୁ ମିଳିପାରିବ । କ୍ୟୁଆର କୋଡ୍ ମାଧ୍ୟମରେ ୟପିଆଇ ଦେୟ ଗ୍ରହଣ ସିଙ୍ଗାପୁରର ବଛା ବଛା ବ୍ୟବସାୟିକ ସ୍ଥଳୀରେ ପୂର୍ବରୁ ଉପଲବ୍ଧ ।

ଭର୍ଚୁଆଲ ଶୁଭାରମ୍ଭ ପୂର୍ବରୁ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ୍‍ ଜରିଆରେ ପାରସ୍ପରିକ ସ୍ୱାର୍ଥ ଉପରେ ଆଲୋଚନା ହୋଇଥିଲା । ଭାରତ-ସିଙ୍ଗାପୁର ସମ୍ପର୍କକୁ ଆଗକୁ ନେବାରେ ସହଭାଗୀତା ପାଇଁ ପ୍ରଧାନମନ୍ତ୍ରୀ ଲିଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତର ଜି -୨୦ ଅଧ୍ୟକ୍ଷତା ଅଧୀନରେ ତାଙ୍କ ସହ କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership