ଭାରତର ୟୁପିଆଇ ଏବଂ ସିଙ୍ଗାପୁରର ପେ ନାଓ ମଧ୍ୟରେ କ୍ରସ ବର୍ଡ଼ର କନେକ୍ଟିଭିଟିର ଶୁଭାରମ୍ଭ କରାଯିବ
ଅର୍ଥର ତ୍ବରିତ ଏବଂ କମ ଖର୍ଚ୍ଚରେ ହସ୍ତାନ୍ତରଣକୁ ସକ୍ଷମ କରିବା ପାଇଁ ଏହି ଦୁଇଟି ପଇଠ ପ୍ରଣାଳୀର ସଂଯୋଗ କରାଯିବ
ଏହାଦ୍ବାରା ସିଙ୍ଗାପୁର ଓ ଭାରତୀୟ ନାଗରିକମାନଙ୍କୁ ସିଙ୍ଗାପୁରରୁ ଭାରତକୁ ଏବଂ ଭାରତରୁ ସିଙ୍ଗାପୁରକୁ ଟଙ୍କା ଟ୍ରାନ୍ସଫର କରିବାରେ ସହାୟତା ମିଳିବ

ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀ ଏବଂ  ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲି ସିନ୍ ଲୁଙ୍ଗ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏବଂ ସିଙ୍ଗାପୁରର ପେ ନାଓ ମଧ୍ୟରେ 21 ଫେବୃଆରୀ 2023   ସକାଳ 11 ଟା (ଆଇଏସଟି) ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ରସ ବର୍ଡ଼ର କନେକ୍ଟିଭିଟି ଶୁଭାରମ୍ଭ ଅବସରରେ ଉପସ୍ଥିତ ରହିବେ।  ଏହି ଶୁଭାରମ୍ଭ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶ୍ରୀଯୁକ୍ତ ଶକ୍ତିକାନ୍ତ ଦାସ ଏବଂ ମନିଟାରି ଅଥୋରିଟି ଅଫ୍ ସିଙ୍ଗାପୁର (ଏମଏଏସ) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ରବି ମେନନ୍ କରିବେ ।

ଫିଣ୍ଟେକ୍ ନବସୃଜନ ପାଇଁ ଭାରତ ଦ୍ରୁତତମ ବୃଦ୍ଧି ପାଉଥିବା ଇକୋସିଷ୍ଟମ ଭାବରେ ଉଭା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବ ଭାରତର ଶ୍ରେଷ୍ଠ ଶ୍ରେଣୀର ଡିଜିଟାଲ ପେମେଣ୍ଟ ଭିତ୍ତିଭୂମି ଜଗତୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୟୁପିଆଇର ଲାଭ କେବଳ ଭାରତରେ ସୀମିତ ନୁହେଁ,  ଅନ୍ୟ ଦେଶମାନେ ମଧ୍ୟ ଏଥିରୁ ଉପକୃତ ହେବା ନିଶ୍ଚିତ କାରିବାକୁ ପ୍ରଧାନମନ୍ତ୍ରୀ ଏହାକୁ ଏକ ପ୍ରମୁଖ ଗୁରୁତ୍ବ ପ୍ରଦାନ କରିଛନ୍ତି। ଏହି ଦୁଇଟି ଦେୟ ପ୍ରଣାଳୀର ସଂଯୋଗ ଉଭୟ ଦେଶର ବାସିନ୍ଦାଙ୍କୁ କ୍ରସ ବର୍ଡ଼ର ଟଙ୍କା ଶୀଘ୍ର ଏବଂ କମ୍ ମୂଲ୍ୟରେ ସ୍ଥାନାନ୍ତରଣ କରିବାରେ ସକ୍ଷମ କରିବ । ଏହା ଦ୍ବାରା ସିଙ୍ଗାପୁରରେ ଭାରତୀୟ ଅଧିବାସୀ, ବିଶେଷ କରି ପ୍ରବାସୀ କର୍ମଚାରୀ ଏବଂ ଛାତ୍ରମାନେ ସିଙ୍ଗାପୁରରୁ ଭାରତକୁ ଓ ଭାରତରୁ ସିଙ୍ଗାପୁରକୁ ତୁରନ୍ତ ଓ କମ ଖର୍ଚ୍ଚରେ ଟଙ୍କା ପଠାଇବାରେ ସହାୟତା ମିଳିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi