ଋଷିଆ ମହାସଂଘର ଗତକାଲି ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର ପୁଟିନ ପୁଣି ଥରେ ବିଜୟୀ ହୋଇଛନ୍ତି । ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ରାଷ୍ଟ୍ରପତି ପୁଟିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନିଜର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଭାରତ-ଋଷ ମଧ୍ୟରେ ରହି ଆସିଥିବା ‘ସ୍ଵତନ୍ତ୍ର ଓ ବିଶେଷାଧିକାରପ୍ରାପ୍ତ ରଣନୀତିକ ଭାଗିଦାରୀତା’ ଋଷ ରାଷ୍ଟ୍ରପତି ମିଷ୍ଟର ପୁଟିନଙ୍କ ନେତୃତ୍ଵରେ ଅଧିକରୁ ଅଧିକ ମଜବୁତ ଓ ଶକ୍ତିଶାଳୀ ହେବ ବୋଲି ଆଶା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଶେଷ ଭାଗରେ ଭାରତରେ ହେବାକୁ ଥିବା ଦ୍ଵିପାକ୍ଷିକ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ସେ ରାଷ୍ଟ୍ରପତି ପୁଟିନଙ୍କୁ ଭବ୍ୟ ସ୍ଵାଗତ ଜଣାଇବା ଲାଗି ଅପେକ୍ଷା କରିଛନ୍ତି ବୋଲି କହିଥିଲେ ।

ଟେଲିଫୋନ ଯୋଗେ ଅଭିନନ୍ଦନ ଓ ବାର୍ତ୍ତାଳାପ ପାଇଁ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ । ଭାରତ-ରୁଷିଆ ସମ୍ବନ୍ଧକୁ ସବୁ ସ୍ତର ଓ କ୍ଷେତ୍ରରେ ଅଧିକ ମଜବୁତ କରିବା ଲାଗି ନିଜର ପ୍ରତିବଦ୍ଧତା ପ୍ରକଟ କରି ରାଷ୍ଟ୍ରପତି ପୁଟିନ ଭାରତର ଜନସାଧାରଣ ଓ ଏହାର କ୍ରମବର୍ଦ୍ଧମାନ ପ୍ରଗତି ପାଇଁ ଶୁଭେଚ୍ଛା ଜଣାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Paltano Dorkar!’ PM Modi Predicts TMC Rout In Bengal, Says ‘Goons Won’t Find Space To Hide After May 4’

Media Coverage

‘Paltano Dorkar!’ PM Modi Predicts TMC Rout In Bengal, Says ‘Goons Won’t Find Space To Hide After May 4’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 25, 2026
April 25, 2026

From Boat Rides on the Ganga to Global AI & Bio-Economy Leadership: PM Modi’s India 2.0