ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଲକ୍ଷ୍ନୌଠାରେ ଆରମ୍ଭ ହେଉଥିବା ଦୁଇଦିନିଆ ଉତ୍ତରପ୍ରଦେଶ ନିବେଶକ ଶିଖର ସମ୍ମିଳନୀ-2018 କୁ ଉଦ୍ଘାଟନ କରିବେ  । ଏଥିରେ ଶ୍ରୀ ରାଜନାଥ ସିଂହ, ଶ୍ରୀ ଅରୁଣ ଜେଟଲୀ, ଶ୍ରୀମତୀ ନିର୍ମଳା ସିତାରମଣ, ଶ୍ରୀ ନିତିନ ଗଡକରୀ, ଶ୍ରୀ ସୁରେଶ ପ୍ରଭୁ, ଶ୍ରୀମତୀ ସ୍ମୃତି ଇରାନୀ, ଶ୍ରୀ ରବି ଶଙ୍କର ପ୍ରସାଦ, ଡ. ହର୍ଷବର୍ଦ୍ଧନ, ଶ୍ରୀ ଭି.କେ.ସିଂହ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଅଂଶଗ୍ରହଣ କରିବେ  । ସେମାନେ ଏହି ସମ୍ମିଳନୀର ପୃଥକ ପୃଥକ ଅଧିବେଶନରେ ଅଧ୍ୟକ୍ଷତା କରି ରାଜ୍ୟକୁ ପୁଂଜି ନିବେଶକାରୀମାନଙ୍କୁ ଆକୃଷ୍ଟ କରିବେ  । ପ୍ରଧାନମନ୍ତ୍ରୀ ଫେବୃଆରୀ 21 ରେ ଏହି ସମ୍ମିଳନୀକୁ ଉଦ୍ଘାଟନ କରୁଥିବାବେଳେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଯୋଗ ଦେବେ  ।

ଉତ୍ତରପ୍ରଦେଶ ସରକାର ନିଜ ରାଜ୍ୟରେ ରହିଥିବା ବ୍ୟାପକ ପୁଂଜି ନିବେଶର ସୁଯୋଗ ଓ ସମ୍ଭାବନାକୁ ପ୍ରଦର୍ଶୀତ କରିବା ଲାଗି ଏହି ସମ୍ମିଳନୀର ଆୟୋଜନ କରିଛନ୍ତି  । ଏହି ସମ୍ମିଳନୀରେ ନିବେଶକ, ଉଦ୍ୟୋଗ ଜଗତର ଅଗ୍ରଣୀ ନେତା, ବରିଷ୍ଠ ନୀତି ନିର୍ଦ୍ଧାରକ, କେନ୍ଦ୍ରମନ୍ତ୍ରୀ ବୃନ୍ଦ, ଅନେକ ଆନ୍ତର୍ଜାତିକ ଅନୁଷ୍ଠାନର ମୁଖ୍ୟ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଶିକ୍ଷାବିତମାନେ ଏହି ସମ୍ମିଳନୀରେ ଏକତ୍ରିତ ହେଉଛନ୍ତି  । ଏ ପ୍ରକାର ନିବେଶକ ସଙ୍ଗମ ରାଜ୍ୟର ଆର୍ଥିକ ବିକାଶ ଏବଂ ଭାଗିଦାରୀକୁ ଆହୁରୀ ପରିବ୍ୟାପ୍ତ କରିବାରେ ସହାୟକ ହେବ  ।

ଫିନଲ୍ୟାଣ୍ଡ, ନେଦରଲାଣ୍ଡ, ଜାପାନ, ଚେକ୍ ଗଣତନ୍ତ୍ର, ଥାଇଲାଣ୍ଡ, ସ୍ଲୋଭାକିଆ ଏବଂ ମରିସସ୍ ଭଳି ସାତଟି ରାଷ୍ଟ୍ର ଏହି ସମ୍ମିଳନୀର ସହଯୋଗୀ ରାଷ୍ଟ୍ର ବିବେଚିତ ହୋଇଛନ୍ତି  । ନିବେଶକ ଶିଖର ସମ୍ମିଳନୀ ଅବସରରେ ଉତ୍ତର ପ୍ରଦେଶ ସରକାରଙ୍କ ସହିତ ଅନେକ ବୁଝାମଣାପତ୍ର ସ୍ୱାକ୍ଷର ହେବାର ଆଶା କରାଯାଉଛି  ।

ପ୍ରଧାନମନ୍ତ୍ରୀ ସଂଘୀୟ ଗଣତନ୍ତ୍ର ଓ ସହଯୋଗ ଭିତ୍ତିକ ଭାବନା ଆଧାରରେ ରାଜ୍ୟମାନଙ୍କ ମଧ୍ୟରେ ବିକାଶ ଲାଗି ପ୍ରତିଯୋଗୀତା ହେବା ନିମନ୍ତେ ଯେଉଁ ଆହ୍ୱାନ ଦେଇଥିଲେ ତାର ପରିଣାମ ସ୍ୱରୁପ ଏଭଳି ବିଶ୍ୱ ସ୍ତରର ନିବେଶକ ସମ୍ମିଳନୀମାନ ବିଭିନ୍ନ ରାଜ୍ୟରେ ଆୟୋଜନ କରାଯାଉଛି ଯାହାକି ରାଜ୍ୟମାନଙ୍କର ନିବେଶ ଓ ଅନୁକୂଳ ଶିଳ୍ପ ବାତାବରଣର ବ୍ୟାପକ ସମ୍ଭାବନାକୁ ପ୍ରଦର୍ଶୀତ କରିବ  । ସଂପ୍ରତି ପ୍ରଧାନମନ୍ତ୍ରୀ ଏହି ଧାରାରେ ଫେବୃଆରୀ 4 ତାରିଖରେ ଗୌହାଟୀଠାରେ ବିଶ୍ୱ ନିବେଶକ ସମ୍ମିଳନୀ ଏବଂ ଫେବୃଆରୀ 18 ରେ ମ୍ୟାଗନେଟିକ ମହାରାଷ୍ଟ୍ର ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ  ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Built for tomorrow's wars: How India's new turbojet engine changes the missile and drone equation

Media Coverage

Built for tomorrow's wars: How India's new turbojet engine changes the missile and drone equation
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026