ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଲେ, ୟଙ୍ଗ୍ ଇଣ୍ଡିଆ ସମସ୍ୟାକୁ ଟାଳିବା ପାଇଁ ନୁହେଁ, ବିଚ୍ଛିନ୍ନତାବାଦ ଓ ଆତଙ୍କବାଦ ସହ ଲଢ଼େଇ କରିବା ପାଇଁ ଇଚ୍ଛା ରଖିଛି । ସେ ଆଜି ଦିଲ୍ଲୀରେ ଏନସିସି ରାଲିକୁ ସମ୍ବୋଧନ କରୁଥିଲେ ।

ଏକ ଯୁବ ସୁଲଭ ମନୋବୃତ୍ତି ଓ ଆଗ୍ରହ ବିକାଶ ପାଇଁ ଦେଶକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଜମ୍ମୁ ଓ କଶ୍ମୀର ସମସ୍ୟା ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିଲା ।

ଦେଶ ସ୍ୱାଧୀନତା ପାଇବା ପରଠାରୁ ଜମ୍ମୁ ଓ କଶ୍ମୀର ସମସ୍ୟା ଲାଗି ରହିଥିଲା । ଏହି ସମସ୍ୟାର ସମାଧାନ ପାଇଁ କ’ଣ କରାଯାଇଥଲା ? ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ କହିଲେ, “ପ୍ରାୟ 3-4ଟି ପରିବାର ଓ ରାଜନୈତିକ ଦଳ କେବଳ ଏହି ସମସ୍ୟାର ସମାଧାନ ଖୋଜିବାକୁ ଆଗ୍ରହୀ ନ ଥିଲେ ବରଂ ଏହି ସମସ୍ୟାକୁ ଅସମାହିତ ରଖିଥିଲେ ।”

“ଏହାର ଫଳସ୍ୱରୂପ ଲଗାତର ଆତଙ୍କବାଦ ଦ୍ୱାରା କଶ୍ମୀର ଧ୍ୱଂସ ହୋଇଛି, ଯେଉଁଥିରେ ହଜାର ହଜାର ନିରୀହ ଲୋକଙ୍କ ପ୍ରାଣ ଯାଇଛି ।”
“ରାଜ୍ୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଘରୁ ବାହାର କରି ଦିଆଯାଉଥିବା ସତ୍ତ୍ୱେ ସରକାର ମୁକ ଦର୍ଶକ ଭାବେ ଛିଡ଼ା ହୋଇଥିଲା” ବୋଲି ସେ କହିଥିଲେ ।

ଧାରା 370 ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଏକ ସାମୟିକ ବ୍ୟବସ୍ଥା ଥିଲା କିନ୍ତୁ କିଛି ରାଜନୈତିକ ଦଳଗୁଡ଼ିକର ଭୋଟ ବ୍ୟାଙ୍କ ରାଜନୀତି କାରଣରୁ ଏହା 7 ଦଶନ୍ଧି ଧରି ଚାଲିଥିଲା ।

“କଶ୍ମୀର ହେଉଛି ଦେଶର ମୁକୁଟ ଏବଂ ଅସ୍ଥିରତାରୁ ଏହାକୁ ବାହାର କରିବା ଆମର ଦାୟିତ୍ୱ” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ପୁନଶ୍ଚ କହିଲେ ଯେ ଦୀର୍ଘଦିନ ହେଲା ଚାଲିଆସିଥିବା ଜମ୍ମୁ ଓ କଶ୍ମୀର ସମସ୍ୟାର ସମାଧାନ କରିବା ଧାରା 370ର ଉଚ୍ଛେଦର ମୂଳ ଲକ୍ଷ୍ୟ ଥିଲା ।

ଆତଙ୍କବାଦ ରୋକିବାକୁ ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍

ସେ କହିଲେ, “ଆମର ପଡ଼ୋଶୀ ରାଷ୍ଟ୍ର ଆମ ସହ 3 ଥର ଯୁଦ୍ଧ ଲଢ଼ିଛନ୍ତି କିନ୍ତୁ ସବୁ ଯୁଦ୍ଧରେ ଆମର ସେନା ସେମାନଙ୍କୁ ପରାସ୍ତ କରିଛନ୍ତି । ଏବେ ଏହା ଆମ ସହ ଛାୟା-ଯୁଦ୍ଧ ଲଢ଼ୁଛି ଏବଂ ଆମର ହଜାର ହଜାର ଲୋକ ମରୁଛନ୍ତି ।”

“କିନ୍ତୁ ଏହି ସମସ୍ୟା ନେଇ ପୂର୍ବରୁ ଚିନ୍ତାଧାରା କ’ଣ ଥିଲା । ଏହାକୁ ଆଇନ ଶୃଙ୍ଖଳା ସମସ୍ୟା ଭାବେ ଦେଖା ଯାଉଥିଲା” ବୋଲି ସେ କହିଲେ । ପ୍ରଧାନମନ୍ତ୍ରୀ କହିଲେ ଏହି ସମସ୍ୟାକୁ ଅଧିକରୁ ଅଧିକ ବଢ଼ାଯାଉଥିଲା ଏବଂ ସୁରକ୍ଷା ବଳକୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁଯୋଗ ଦିଆଯାଉ ନଥିଲା ।

“ଯୁବପୂର୍ଣ୍ଣ ଚିନ୍ତାଧାରା ଓ ମନୋବୃତ୍ତି ସହ ଭାରତ ଆଜି ପ୍ରଗତି କରୁଛି । ତେଣୁ ଏହା ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ କରିବାରେ ସମର୍ଥ ହୋଇଛି ଏବଂ ସିଧାସଳଖ ଆତଙ୍କୀ ଶିବିରକୁ ଆକ୍ରମଣ କରିଛି ।”

ପ୍ରଧାନମନ୍ତ୍ରୀ କହିଲେ ଯେ ଏହିସବୁ କାର୍ଯ୍ୟାନୁଷ୍ଠାନ କାରଣରୁ ଆଜି ସାରା ଦେଶରେ ସବୁଠି ଶାନ୍ତି ବଜାୟ ରହିଛି ଏବଂ ଆତଙ୍କବାଦ ବହୁ ମାତ୍ରାରେ କମିଛି ।

 

ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ

ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶର ସହିଦଙ୍କ ପାଇଁ ସ୍ମାରକୀ ହେଉ ବୋଲି ଦେଶର କେତେକ ବ୍ୟକ୍ତି ଚାହୁଁ ନଥିଲେ ।

“ସୁରକ୍ଷା ବଳର ମନୋବଳକୁ ବଢ଼ାଇବା ପରିବର୍ତ୍ତେ ସେନାର ଗୌରବକୁ ଆଘାତ ପହଞ୍ଚାଇବାକୁ ପ୍ରଚେଷ୍ଟା କରାଯାଉଥିଲା” ବୋଲି ସେ କହିଲେ ।

ସେ କହିଲେ ଯେ ୟଙ୍ଗ୍ ଇଣ୍ଡିଆର ଆଶାକୁ ଅନୁସରଣ କରି ଆଜି ଦିଲ୍ଲୀରେ ଏକ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ଏବଂ ରାଷ୍ଟ୍ରୀୟ ପୁଲିସ ସ୍ମାରକୀ ନିର୍ମାଣ ହୋଇଛି ।

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍

ପ୍ରଧାନମନ୍ତ୍ରୀ କହିଲେ ଯେ ସାରା ବିଶ୍ୱର ପ୍ରତିରକ୍ଷା ବଳ ଏବେ ପରିବର୍ତ୍ତନ ହେଉଛି ଏବଂ ସ୍ଥଳସେନା, ନୌସେନା ଓ ବାୟୁସେନାର ସମନ୍ୱୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଏ ଦିଗରେ ଦୀର୍ଘ ଦଶନ୍ଧି ହେଲା ଏକ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS)ର ଦାବି ହେଉଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ଅନିଶ୍ଚିତତା ଲାଗି ରହୁଥିଲା ବୋଲି ସେ କହିଲେ ।

ସେ କହିଲେ ଏକ ଯୁବପୂର୍ଣ୍ଣ ଚିନ୍ତାଧାରା ଓ ମନୋବୃତ୍ତି ଦ୍ୱାରା ପ୍ରେରିତ ହୋଇ ସରକାର ଜଣେ ସିଡିଏସ ନିଯୁକ୍ତ କରିଛନ୍ତି ।

“ସିଡିଏସ ପଦବୀ ସୃଷ୍ଟି ଏବଂ ନୂଆ ସିଡିଏସଙ୍କୁ ନିଯୁକ୍ତି ଆମ ସରକାର କରିଛି” ବୋଲି ସେ କହିଥିଲେ ।

ରାଫେଲ- ପରବର୍ତ୍ତୀ ପିଢ଼ି ଲଢ଼ୁଆ ବିମାନର ପ୍ରଚଳନ

ପ୍ରତିରକ୍ଷା ବଳର ଆଧୁନିକୀକରଣ ଓ ବୈଷୟିକ ଉନ୍ନତିକରଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଲେ ଯେ ଯିଏ ଦେଶକୁ ଭଲ ପାଉଥିବ, ସେ ନିଶ୍ଚିତ ଭାବେ ତା’ର ଦେଶର ସୁରକ୍ଷା ବଳକୁ ଆଧୁନିକ ଓ ଉନ୍ନତ କରିବାକୁ ଚାହିଁବ ।

କିନ୍ତୁ ସେ ଦୁଃଖପ୍ରକାଶ କରି କହିଲେ ଯେ 30 ବର୍ଷ ହେଲା ଭାରତୀୟ ବାୟୁସେନା ଗୋଟିଏ ବି ହେଲେ ନୂଆ ପିଢ଼ିର ଲଢ଼ୁଆ ବିମାନ କିଣି ନ ଥିଲା ।

“ଆମର ବିମାନଗୁଡ଼ିକ ପୁରୁଣା ହୋଇଯାଇଥିଲା ଓ ସେଗୁଡ଼ିକୁ ଦୁର୍ଘଟଣାଗ୍ରସ୍ତ ହୋଇ ଆମର ଲଢ଼ୁଆ ପାଇଲଟଙ୍କୁ ସହିଦ କରୁଥିଲା” ବୋଲି ସେ କହିଲେ ।

“3 ଦଶନ୍ଧି ଧରି ପଡ଼ି ରହିଥିବା ଏହି କାର୍ଯ୍ୟକୁ ଆମେ ସମ୍ପୂର୍ଣ୍ଣ କରିପାରିଲୁ । ଆଜି ମୁଁ ଖୁସି ଯେ 3 ଦଶନ୍ଧିର ଅପେକ୍ଷା ପରେ ଭାରତୀୟ ବାୟୁସେନା ନୂଆ ପିଢ଼ିର ଲଢ଼ୁଆ ବିମାନ-ରାଫେଲ ପାଇପାରିଛି” ବୋଲି ସେ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour