PM Modi to launch the platform for “Transparent Taxation – Honoring the Honest”
CBDT has carried out several major tax reforms in direct taxes in the recent years, Dividend distribution Tax abolished
Last year, the Corporate Tax rates were reduced from 30% to 22% and for new manufacturing units, the rates were reduced to 15%

ଅଗଷ୍ଟ 13, 2020ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଚ୍ଛ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ (ଟ୍ରାନ୍ସପାରେଣ୍ଟ ଟାକ୍ସେସନ-ଅନରିଂ ଦି ଅନେଷ୍ଟ) ପ୍ଲାଟଫର୍ମର ଉଦ୍‌ଘାଟନ କରିବେ ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ବା ସିବିଡିଟି ନିକଟ ଅତୀତରେ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ଏକ ବଡ଼ ଧରଣର ସଂସ୍କାର କାର୍ଯ୍ୟକାରୀ କରିଛି । ଗତବର୍ଷ କର୍ପୋରେଟ ଟିକସ ହାରକୁ 30 ଶତାଂଶରୁ 22 ଶତାଂଶକୁ ହ୍ରାସ କରାଯାଇଛି । ନୂଆ ମ୍ୟାନୁଫ୍ୟାକ୍‌ଚରିଂ ୟୁନିଟଗୁଡିକ ପାଇଁ ଟିକସ ହାରକୁ କମାଯାଇ 15 ଶତାଂଶ ଧାର୍ଯ୍ୟ ହୋଇଛି । ଲାଭାଂଶ ବଣ୍ଟନ ଟିକସ ବ୍ୟବସ୍ଥାକୁ ମଧ୍ୟ ଉଚ୍ଛେଦ କରାଯାଇଛି ।

ଟିକସ ସଂସ୍କାରର କେନ୍ଦ୍ରରେ ରହିଛି ଟିକସ ଦର ହ୍ରାସ କରିବା ଏବଂ ପ୍ରତ୍ୟକ୍ଷ ଟିକସ ଆଇନକୁ ସରଳ କରିବା । ଆୟକର ବିଭାଗର କାର୍ଯ୍ୟକୁ ଅଧିକ ଦକ୍ଷ ଏବଂ ସ୍ୱଚ୍ଛ କରିବା ପାଇଁ ସିବିଡିଟି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସହିତ ମଧ୍ୟ ନବପ୍ରବର୍ତ୍ତିତ ଡକ୍ୟୁମେଣ୍ଟେ ଆଇଡେଣ୍ଟିଫିକେସନ ନମ୍ବର ବା ଡିନ୍‌ ମାଧ୍ୟମରେ ଯେଉଁସବୁ ସରକାରୀ ଯୋଗାଯୋଗ ବା କମ୍ୟୁନିକେସନ କରାଯାଉଛି ତାହାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାରଙ୍କ ପକ୍ଷରୁ ଏ ସଂପର୍କରେ କୌଣସି ଯୋଗାଯୋଗ ବା ତଥ୍ୟ ପ୍ରେରଣ କ୍ଷେତ୍ରରେ ସଂପୃକ୍ତ ସୂଚନାରେ ଏକ କମ୍ପ୍ୟୁଟର ଜେନେରେଟେଡ ୟୁନିକ ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେସନ ନମ୍ବର ରହୁଛି । ସେହିଭଳି ଟିକସଦାତାଙ୍କ ଟିକସ ପୈଠ ବ୍ୟବସ୍ଥାକୁ ଅଧିକ ସହଜ  ଓ ସରଳ କରିବା ପାଇଁ ଆୟକର ବିଭାଗ ଏକ ପ୍ରି-ଫାଇଲିଂ ବ୍ୟବସ୍ଥା କରିଛି । ଏହାଦ୍ୱାରା ଟିକସଦାତା ଆଗୁଆ ସେମାନଙ୍କର ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ । ଏହାଦ୍ୱାରା ବ୍ୟକ୍ତିଗତ ଆୟକରଦାତା ବିଶେଷ ଉପକୃତ ହେବେ । ଏହାଛଡା ଷ୍ଟାର୍ଟଅପ୍‌ଗୁଡିକ ପାଇଁ ଉଦ୍ଦିଷ୍ଟ ଟିକସ ପ୍ରଦାନ ବ୍ୟବସ୍ଥାକୁ ମଧ୍ୟ ସରଳ କରାଯାଇଛି ।

ପ୍ରତ୍ୟକ୍ଷ ଟିକସ ପୈଠଜନିତ ବିବାଦ ସମାଧାନ ପାଇଁ ଆୟକର ବିଭାଗ ମଧ୍ୟ ‘ବିବାଦ ସେ ବିଶ୍ୱାସ’ 2020 ଆଇନ କାର୍ଯ୍ୟକାରୀ କରିଛି । ଏଥିରେ ବିଚାରାଧୀନ ବିବାଦୀୟ ଆୟକର ମାମଲାଗୁଡିକରେ ଟିକସଦାତା ଘୋଷଣାପତ୍ର ପ୍ରଦାନ କରି ଏହାର ସମାଧାନ ପାଇଁ ଆବେଦନ କରିପାରିବେ । ଏହି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସେହିଭଳି ଟିକସଦାତାଙ୍କ ଆପତ୍ତି ଅଭିଯୋଗ ବା ଟିକସଜନିତ ବିବାଦର ସଂଖ୍ୟା ଯଥାସମ୍ଭବ ହ୍ରାସ ପାଇଁ ବିଭିନ୍ନ ଆପିଲେଟ କୋର୍ଟରେ ବିଭାଗୀୟ ଆବେଦନ ନିମନ୍ତେ ମାମଲାର ଆର୍ଥିକ ସୀମାକୁ ବଢାଇ ଦିଆଯାଇଛି । ଏହାଦ୍ୱାରା ଏକ ନିର୍ଦ୍ଦିଷ୍ଟ ପରିମାଣର ଟିକସଗତ ବିବାଦ ଆପିଲେଟ ଟ୍ରିବ୍ୟୁନାଲକୁ ଯିବ ଏବଂ ତା’ଠାରୁ କମ୍‌ ମାମଲା ଟ୍ରିବ୍ୟୁନାଲକୁ ଯିବ ନାହିଁ । ଫଳରେ ଛୋଟ ଛୋଟ ମାମଲାର ବିଚାର ଶୀଘ୍ର ଓ ସହଜରେ ହୋଇପାରିବ । ଡିଜିଟାଲ ଟ୍ରାଞ୍ଜାକସନ ଏବଂ ଇଲେକ୍‌ଟ୍ରୋନିକ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନା ମହାମାରୀ ସମୟରେ ମଧ୍ୟ ଟିକସଦାତାଙ୍କ ସୁବିଧା ପାଇଁ ଆୟକର ବିଭାଗ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି । ଏହା ଫଳରେ ଟିକସଦାତାମାନେ ସହଜରେ ଏବଂ ସୁବିଧାରେ ସେମାନଙ୍କର ଟିକସ ପୈଠ କରିପାରୁଛନ୍ତି । ଆୟକର ରିଟର୍ଣ୍ଣ ଫାଇଲ କରିବାକୁ ଆଗରୁ ଯେଉଁ ନିର୍ଦ୍ଧାରିତ ସମୟସୀମା ଥିଲା ତାହାକୁ ବଢାଇ ଦିଆଯାଇଛି । ଟିକସଦାତାଙ୍କ ଆବେଦନଗୁଡିକୁ ତୁରନ୍ତ ବିଚାର କରି ସେମାନଙ୍କୁ ଫେରି ପାଇବାକୁ ଥିବା ଅର୍ଥ ବା ରିଫଣ୍ଡ ଯଥାସମ୍ଭବ ଶୀଘ୍ର ଯୋଗାଇ ଦିଆଯାଉଛି । ଫଳରେ ଅଗ୍ରୀମ ଟିକସ ଦେଇଥିବା ଟିକସଦାତାଙ୍କ ହାତକୁ ନଗଦ ଅର୍ଥ ଫେରୁଛି ।

ପ୍ରଧାନମନ୍ତ୍ରୀ ଅଗଷ୍ଟ 13 ବା ଆସନ୍ତାକାଲି ଯେଉଁ ‘ଟ୍ରାନ୍ସପରେଣ୍ଟ ଟାକ୍ସେସନ-ଅନରିଂ ଦି ଅନେଷ୍ଟ ପ୍ଲାଟଫର୍ମ’ ଉଦ୍‌ଘାଟନ କରିବେ ତାହା ପ୍ରତ୍ୟକ୍ଷ ଟିକସ ସଂସ୍କାର କାର୍ଯ୍ୟକ୍ରମକୁ ଆହୁରି ଆଗକୁ ବଢାଇବ । ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଶିଳ୍ପ ବଣିକ ସଂଘ, ବ୍ୟବସାୟ ପ୍ରତିଷ୍ଠାନ, ଚାଟାର୍ଡ ଆକାଉଣ୍ଟାଣ୍ଟ ଆସୋସିଏସନ, ବିଶିଷ୍ଟ ଟିକସଦାତା ଦେଖିପାରିବେ । ଏହାଛଡା ଏହି କାର୍ଯ୍ୟକ୍ରମରେ ଆୟକର ବିଭାଗର ଅଧିକାରୀମାନେ ଯୋଗଦେବେ । କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ମଧ୍ୟ ଏଥିରେ ଉପସ୍ଥିତ ରହିବେ ।    

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi explains why he sent Vande Mataram note to space aboard Skyroot’s Vikram-1

Media Coverage

PM Modi explains why he sent Vande Mataram note to space aboard Skyroot’s Vikram-1
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to the great revolutionary Mangal Pandey ji
July 19, 2026

Prime Minister Shri Narendra Modi today, paid tributes to the great revolutionary Mangal Pandey ji on his birth anniversary. Shri Modi remarked that his courageous life continues to fill every Indian with pride even today, and his saga of valor will keep inspiring every generation of the nation.

Shri Modi posted on X;

महान क्रांतिकारी मंगल पांडे जी को उनकी जयंती पर शत-शत नमन। मातृभूमि के स्वाभिमान और सम्मान की रक्षा के लिए उन्होंने अपना सर्वस्व न्योछावर कर दिया। उनका साहसिक जीवन आज भी हर भारतीय को गर्व से भर देता है। राष्ट्रभक्ति से ओतप्रोत उनकी शौर्यगाथा देश की हर पीढ़ी को प्रेरित करती रहेगी।