ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 3, 2020ରେ ରୋହତଙ୍ଗସ୍ଥିତ ଅଟଳ ସୁଡଙ୍ଗକୁ ଉଦଘାଟନ କରିବେ ।

ଅଟଳ ସୁଡ଼ଙ୍ଗ ହେଉଛି ବିଶ୍ୱର ଦୀର୍ଘତମ ରାଜପଥ ସୁଡ଼ଙ୍ଗ । ଏହାର ଦୈର୍ଘ୍ୟ 9.02 କିଲୋମିଟର ଏବଂ ଏହା ବର୍ଷତମାମ ମନାଲୀକୁ ଲାହୌଲ- ସ୍ପିତି ଉପତ୍ୟକା ସହ ସଡ଼କପଥରେ ଯୋଡ଼ିବ। ପୂର୍ବରୁ ଏହି ଉପତ୍ୟକାରେ ଶୀତଦିନେ ପ୍ରବଳ ତୁଷାରପାତ ଘଟୁଥିବା ହେତୁ ବର୍ଷରେ ଛଅମାସ ପର୍ଯ୍ୟନ୍ତ ବନ୍ଦ ରହୁଥିଲା ।

ଏହି ସୁଡ଼ଙ୍ଗ ହିମାଳୟ ପର୍ବତମାଳାର ପୀର ପଞ୍ଜାଲ ଶୃଙ୍ଖଳାରେ ସମୁଦ୍ର ପତ୍ତନ ଠାରୁ ହାରାହାରୀ 3000 ମିଟର (10,000 ଫୁଟ ଉଚ୍ଚତା)ରେ ଅବସ୍ଥିତ । ଏହାକୁ ଅତ୍ୟାଧୁନିକ ପ୍ରଯୁକ୍ତି ଦ୍ୱାରା ନିର୍ମାଣ କରାଯାଇଛି ।

ଏହି ସୁଡ଼ଙ୍ଗ ମାର୍ଗ ପ୍ରଶସ୍ତ ହେବା ଦ୍ୱାରା ମନାଲୀ ଏବଂ ଲେହ ମଧ୍ୟରେ ପ୍ରାୟ 46 କିଲୋମିଟର ରାସ୍ତାର ଦୂରତା କମିବ ଏବଂ ଲୋକମାନଙ୍କ ଯାତାୟାତରେ ମଧ୍ୟ 4 ରୁ 5 ଘଣ୍ଟା ସମୟ ବଞ୍ଚିବ ।

ଅଟଳ ସୁଡ଼ଙ୍ଗର ଦକ୍ଷିଣ ପୋର୍ଟାଲ (ଏସପି) ମନାଲୀ ଠାରୁ 25 କିଲୋମିଟର ଦୂରରେ ସମୁଦ୍ର ପତ୍ତନ ଠାରୁ 3060 ମିଟର ଉଚ୍ଚତାରେ ଅବସ୍ଥିତ ଏବଂ ସୁଡ଼ଙ୍ଗର ଉତ୍ତର ପୋର୍ଟାଲ (ଏନପି) ଲାହୌଲ ଉପତ୍ୟକାର ସିସୁସ୍ଥିତ ତେଲିଙ୍ଗ ଗ୍ରାମ ନିକଟରେ ସମୁଦ୍ର ପତ୍ତନ ଠାରୁ 3071 ମିଟର ଉଚ୍ଚତାରେ ନିର୍ମିତ ।

ଏହି ସୁଡ଼ଙ୍ଗ ଅଶ୍ୱ କ୍ଷୁରାକୃତି ବିଶିଷ୍ଟ । ଏହା ସିଙ୍ଗଲ ଟ୍ୟୁବ୍ ଏବଂ ଡବଲ ଲେନ ବିଶିଷ୍ଟ ରାଜମାର୍ଗ ଏବଂ ସଡ଼କର ଚଉଡ଼ା ଆଠ ମିଟର । ସେହିଭଳି ଏହାର ଉଚ୍ଚତା 5.525 ମିଟର ।

ଏଥିରେ 10.5 ମିଟର ଚଉଡ଼ା ଓ 3.6×2.25 ମିଟରର ଅଗ୍ନିନିରୋଧୀ ଆପାତକାଳୀନ ସୁଡ଼ଙ୍ଗ ମାର୍ଗ ରହିଛି ଯାହାକି ମୁଖ୍ୟ ସୁଡ଼ଙ୍ଗ ସହିତ ହିଁ ନିର୍ମାଣ କରାଯାଇଛି ।

ଅଟଳ ସୁଡ଼ଙ୍ଗକୁ ଏଭଳି ଭାବେ ନିର୍ମାଣ କରାଯାଇଛି ଯେ ଏହା ମଧ୍ୟ ଦେଇ ଦୈନିକ 3000 କାର୍ ଏବଂ 1500 ଟ୍ରକ ଆତଯାତ ହୋଇପାରିବ । ସୁଡ଼ଙ୍ଗ ଭିତରେ ଘଣ୍ଟାକୁ 80 କିଲୋମିଟର ପର୍ଯ୍ୟନ୍ତ ବେଗରେ ଏହିସବୁ ଯାନବାହନ ଯାତାୟାତ କରିପାରିବେ ।

ଏଥିରେ ସର୍ବାଧୁନିକ ଇଲେକ୍ଟ୍ରୋମେକାନିକାଲ ବ୍ୟବସ୍ଥା ରହିଛି ଏବଂ ସେଥି ମଧ୍ୟରେ ଟ୍ରାନ୍ସଭର୍ସ ଭେଣ୍ଟିଲେଟର ସିଷ୍ଟମ୍, ସ୍କାଡ଼ା ନିୟନ୍ତ୍ରକ ଅଗ୍ନି ନିର୍ବାପନ ପ୍ରଣାଳୀ, ଆଲୋକୀକରଣ ଏବଂ ମନିଟରିଂ ବ୍ୟବସ୍ଥା ସାମିଲ ।

ଏହି ସୁଡ଼ଙ୍ଗରେ ସକଳ ପ୍ରକାର ନିରାପତ୍ତା ବ୍ୟବସ୍ଥା କରାଯାଇଛି ଏବଂ ତାହା ସୁଡ଼ଙ୍ଗ ସହ ହିଁ ନିର୍ମାଣ କରାଯାଇଛି । ସେଥି ମଧ୍ୟରୁ କେତେକ ନିରାପତ୍ତା ବୈଶିଷ୍ଟ୍ୟ ନିମ୍ନରେ ପ୍ରଦାନ କରାଗଲା:

କ) ଉଭୟ ପୋର୍ଟାଲ ପଟେ ସୁଡ଼ଙ୍ଗ ପ୍ରବେଶ ପ୍ରତିରୋଧକ ଖଞ୍ଜାଯାଇଛି ।

ଖ) ପ୍ରତି 150 ମିଟର ଦୂରତାରେ ଆପାତକାଳିନ ଯୋଗାଯୋଗ ନିମନ୍ତେ ଟେଲିଫୋନ୍ ସଂଯୋଗର ବ୍ୟବସ୍ଥା କରାଯାଇଛି ।

ଗ)  ପ୍ରତି 60 ମିଟର ବ୍ୟବଧାନରେ ଫାୟାର ହାଇଡ୍ରାଣ୍ଟ୍ ବ୍ୟବସ୍ଥା ରହିଛି ।

ଘ) ପ୍ରତି 250 ମିଟର ବ୍ୟବଧାନରେ ସ୍ୱୟଂକ୍ରିୟ ଘଟଣା ଚିହ୍ନଟକାରୀ ବ୍ୟବସ୍ଥା ସହିତ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି ।

ଙ) ପ୍ରତି 1 କିଲୋମିଟର ବ୍ୟବଧାନରେ ବାୟୁର ଗୁଣ ମନିଟରିଂ ବ୍ୟବସ୍ଥା ରହିଛି ।

ଚ) ପ୍ରତି 25 ମିଟର ବ୍ୟବଧାନରେ ଇଭାକୁଏସନ୍ ଲାଇଟିଂ/ ପ୍ରସ୍ଥାନ ସଂକେତ ଖଞ୍ଜାଯାଇଛି ।

ଛ) ସୁଡ଼ଙ୍ଗ ସାରା ବ୍ରଡକାଷ୍ଟିଂ ବ୍ୟବସ୍ଥା ରଖାଯାଇଛି ।

ଜ) ପ୍ରତି 50 ମିଟର ବ୍ୟବଧାନରେ ‘ଫାୟାର ରେଟେଡ଼ ଡାମ୍ପର’ ଖଞ୍ଜାଯାଇଛି ।

ଝ) ପ୍ରତି 60 ମିଟର ବ୍ୟବଧାନରେ କ୍ୟାମେରା ବ୍ୟବସ୍ଥା କରାଯାଇଛି ।

2000 ମସିହା ଜୁନ 03 ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ରୋହତଙ୍ଗ ତଳକୁ ଏହି ରଣନୀତିକ ସୁଡ଼ଙ୍ଗ ନିର୍ମାଣ ନିମନ୍ତେ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସୁଡ଼ଙ୍ଗର ଦକ୍ଷିଣ ପୋର୍ଟାଲ ପର୍ଯ୍ୟନ୍ତ ପ୍ରବେଶ ମାର୍ଗ ନିମନ୍ତେ 2002 ମସିହା ମେ 26 ତାରିଖ ଦିନ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।

ସୀମା ସଡ଼କ ସଂଗଠନ (ବିଆରଓ) ନିରନ୍ତର ଭାବେ କାର୍ଯ୍ୟ କରି ସେହି ସ୍ଥାନର ଭୂତାତ୍ତ୍ୱିକ, ଭୂପୃଷ୍ଠକ ତଥା ଜଳବାୟୁ ଜନିତ ସକଳ ପ୍ରକାର ସମସ୍ୟାକୁ ଦୂର କରିପାରିଥିଲା । ସେଥି ମଧ୍ୟରୁ ସବୁଠାରୁ ଜଟିଳ ଥିଲା 587 ମିଟର ଦୈର୍ଘ୍ୟବିଶିଷ୍ଟ ସେରୀ ନଳା ଫଲ୍ଟ ଜୋନରେ ସଡ଼କ ନିର୍ମାଣ କରିବା । 2017 ମସିହା ଅକ୍ଟୋବର 15 ତାରିଖ ଦିନ ଉଭୟ ପଟୁ ସୁଡ଼ଙ୍ଗ ସଡ଼କ ଆସି ଏକତ୍ର ମିଳିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ 2019 ମସିହା ଡିସେମ୍ବର 24 ତାରିଖ ଦିନ କେନ୍ଦ୍ର କ୍ୟାବିନେଟର ବୈଠକରେ ରୋହତଙ୍ଗ ସୁଡ଼ଙ୍ଗକୁ ‘ଅଟଳ ସୁଡ଼ଙ୍ଗ’ ନାମରେ ନାମିତ କରିବା ସକାଶେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଭୂତପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏହି ପ୍ରକଳ୍ପ ପାଇଁ ଥିବା ଅବଦାନ ନିମନ୍ତେ ତାଙ୍କ ନାମରେ ଏହି ସୁଡ଼ଙ୍ଗର ନାମ ତାଙ୍କ ନାମରେ ନାମିତ କରିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ।

ମନାଲି ଠାରେ ଦକ୍ଷିଣ ପୋର୍ଟାଲରେ ଅଟଳ ସୁଡଙ୍ଗ ଉଡ଼ଘାଟନ ସମାରୋହରେ ଯୋଗ ଦେଇସାରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲହୌଲ ସ୍ପିଟି ଏବଂ ସୋଲାଙ୍ଗ ଉପତ୍ୟକାରେ ଆୟୋଜିତ ଜନସମାବେଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Meets Amazon CEO Andy Jassy, Tech Giant To Invest $48 Billion In India By 2030

Media Coverage

PM Modi Meets Amazon CEO Andy Jassy, Tech Giant To Invest $48 Billion In India By 2030
NM on the go

Nm on the go

Always be the first to hear from the PM. Get the App Now!
...
Governor of Gujarat meets the Prime Minister
June 25, 2026

Governor of Gujarat, Shri Acharya Devvrat met with the Prime Minister Shri Narendra Modi, today.

The Prime Minister posted on X;

Governor of Gujarat, Shri @ADevvrat met Prime Minister @narendramodi today.