ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି (ଶନିବାର) ସେପ୍ଟେମ୍ବର 29, 2018ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ‘Academic Leadership on Education for Resurgence ’ ଉପରେ ଆୟୋଜିତ ଏକ ସମ୍ମିଳନୀକୁ ଉଦଘାଟନ କରିବେ । ଏହି ସମ୍ମିଳନୀରେ 350ରୁ ଅଧିକ ବିଶ୍ୱବିଦ୍ୟାଳୟଗୁଡିକର କୁଳପତି/ ନିର୍ଦ୍ଦେଶକ ଅଂଶଗ୍ରହଣ କରିବେ । ଏହି ସମ୍ମିଳନୀଯୁଜିସି, ଏଆଇସିଟିଇ, ଆଇସିଏସଏସଆର, ଇଗ୍ନାସା, ଇଗ୍ନୌ, ଜେଏନୟୁ ଏବଂ ଏସଜିଟି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି  ।

ସମ୍ମିଳନୀରେ ଭାରତୀୟ ଶିକ୍ଷା ପ୍ରଣାଳୀରେ ଦେଖାଦେଉଥିବା ଆହ୍ୱାନଗୁଡିକ ସହିତ ଆଶାନୁରୂପ ଶୈକ୍ଷିକ ପରିଣାମ ହାସଲ କରିବା ଏବଂ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ପାଇଁ ଏକ ଯୋଜନା ପ୍ରସ୍ତୁତ କରିବା ଉପରେ ଆଲୋଚନା କରାଯିବ  ।

ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ 10.30ରେ ଉଦଘାଟନ କରିବେ  । ସମ୍ମିଳନୀରେ ଆଠଟି ବିଷୟଗତ କ୍ଷେତ୍ରଗୁଡିକ ବିଷୟରେ ଆଲୋଚନା କରାଯିବ  ।

1-     ଶିକ୍ଷାର୍ଥୀ କୈନ୍ଦ୍ରୀକ ଶିକ୍ଷା ପାଇଁ ଅଧ୍ୟାପନା-କଳା କୁ ଉନ୍ନତ କରିବା- ବିଶିଷ୍ଟ ଆବଶ୍ୟକତା ଥିବା ଶିକ୍ଷା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରିବା  ।

2-     ରୋଜଗାର ଅନ୍ୱେଷଣ କରିବା ପରିବର୍ତ୍ତେ ରୋଜଗାର ବୃଦ୍ଧି ଦିଗରେ କାର୍ଯ୍ୟ କରିବା- ନୂତନ ଏବଂ ଉଦ୍ୟମୀତାକୁ ପ୍ରାଧାନ୍ୟ ପ୍ରଦାନ  ।

3-     ଗବେଷଣାର ଗୁଣାତ୍ମକ ମାନରେ ସଂସ୍କାର ଆଣିବା- ଭାରତର ଆବଶ୍ୟକତା ଉପରେ ଗୁରୁତ୍ଵ ପ୍ରଦାନ କରିବା  ।

4-     ଶିକ୍ଷଣ ପ୍ରତିଷ୍ଠାନଗୁଡିକ ମଧ୍ୟରେ ସାମଞସ୍ୟ ପ୍ରତିଷ୍ଠା କରିବା- ଶୈକ୍ଷିକ ସଂଶାଧନର ସଂଯୋଜନା କରି ପୁସ୍ତକାଳୟଗୁଡିକର ଉଚିତ ବ୍ୟବହାର କରିବା ଏବଂ ଜ୍ଞାନର ଆଦାନ ପ୍ରଦାନ କରିବା  ।

5-     ସାମଗ୍ରିକ ଏବଂ ଏକୀକୃତ କ୍ୟାମ୍ପସ ନିର୍ମାଣ କରିବା- ଏହିଭଳି କାର୍ଯ୍ୟ ଆୟୋଜିତ କରାଯିବ ଯାହାଦ୍ୱାରା ବିଦ୍ୟାର୍ଥୀମାନଙ୍କର କ୍ୟାମ୍ପସ ସହିତ ଭାବନାତ୍ମକ ଭାବେ ଜଡିତ ରହିବା ସମ୍ଭବ ହେବ  ।

6-     ସହଭାଗୀତାପୂର୍ଣ୍ଣ ଗଭର୍ନାନ୍ସ ମଡେଲ- ଗଭର୍ନାନ୍ସ ସହ ଜଡିତ ପ୍ରକ୍ରୀୟାଗୁଡିକରେ ବିଦ୍ୟାର୍ଥୀମାନଙ୍କର ଅଂଶୀଦାରୀତାକୁ ସୁବିଧାଜନକ କରିବା  ।

7-     ସୁବ୍ୟବସ୍ଥିତ ଆର୍ଥିକ ମଡେଲ ପ୍ରସ୍ତୁତ କରିବା- ପୂର୍ବ ବିଦ୍ୟାର୍ଥୀମାନଙ୍କ ସହିତ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) ରୁ ଆର୍ଥିକ ସହାୟତା ପ୍ରାପ୍ତ କରି ସରକାରୀ ସଂସାଧନର ପୂରକ ବ୍ୟବସ୍ଥା କରିବା  ।

8-     ଶିକ୍ଷାରେ ସାର୍ବଭୌମିକ ମୂଲ୍ୟ ଏବଂ ଜୀବନ କୌଶଳକୁ ସମାହିତ କରି ନୈତିକ ମୂଲ୍ୟବୋଧଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା  ।

ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାର ଜାଭଡେକର ଅନ୍ତିମ ଅଧିବେଶନରେ ଅଧ୍ୟକ୍ଷତା କରିବେ  । ଏହି ସମ୍ମିଳନୀରେ ଆଠଟି ସମୂହ ମଧ୍ୟରୁ ପ୍ରତ୍ୟେକ ଗ୍ରୁପ ପାରସ୍ପରିକ ସହମତିରେ ପ୍ରସ୍ତୁତ କରିଥିବା କାର୍ଯ୍ୟ ଯୋଜନା ଉପସ୍ଥାପନ କରିବେ  । ପୂର୍ଣ୍ଣାଙ୍ଗ ଅଧିବେଶନରେ ଏହାର ଆଗାମୀ କାର୍ଯ୍ୟପନ୍ଥା ଉପରେ ନିଷ୍ପତ୍ତି ନିଆଯିବ  । ଏହା ଆଶା କରାଯାଉଛି ଯେ ଦେଶରେ ଉଚ୍ଚଶିକ୍ଷାର ମାନରେ ଉନ୍ନତି ସୁନିଶ୍ଚିତ କରିବା ପାଇଁ କୌଣସି ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହେବ  ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India is reshaping strategy through diversified trade, stronger self-reliance, deeper partnerships

Media Coverage

India is reshaping strategy through diversified trade, stronger self-reliance, deeper partnerships
NM on the go

Nm on the go

Always be the first to hear from the PM. Get the App Now!
...
PM shares a Sanskrit Subhashitam highlighting the importance of complete and scientifically grounded knowledge
February 18, 2026

Prime Minister Shri Narendra Modi today shared a Sanskrit Subhashitam highlighting the importance of complete and scientifically grounded knowledge. Such a complete true wisdom leads an individual to fullness, Clarity and the supreme realisation of truth.

The PM quoted an ancient Sanskrit verse on X:

“ज्ञानं तेऽहं सविज्ञानमिदं वक्ष्याम्यशेषतः।

यज्ज्ञात्वा नेह भूयोऽन्यज्ज्ञातव्यमवशिष्यते।।”