ତାଙ୍କ କାର୍ଯ୍ୟର ଏକ ସଂକଳନ ଶ୍ରୀ ମୋଦୀ ତାଙ୍କ ବାସଭବନରେ ଉନ୍ମୋଚନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କବି ତଥା ଲେଖକ ସୁବ୍ରମଣିଆ ଭାରତୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏହି ଅବସରରେ ଲୋକ କଲ୍ୟାଣ ମାର୍ଗରେ ୧ଟା ସମୟରେ ତାଙ୍କ କାର୍ଯ୍ୟର ଏକ ସଂକଳନ ଉନ୍ମୋଚନ କରିବାକୁ ଶ୍ରୀ ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ଜୟନ୍ତୀ ଅବସରରେ ମହାନ ସୁବ୍ରମଣିଆ ଭାରତୀଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଜଣେ ଦୂରଦୃଷ୍ଟି ସମ୍ପନ୍ନ କବି, ଲେଖକ, ଚିନ୍ତକ, ସ୍ୱାଧୀନତା ସଂଗ୍ରାମୀ ତଥା ସାମାଜିକ ସଂସ୍କାରକ ଭାବରେ ତାଙ୍କର ଶବ୍ଦ ଅସଂଖ୍ୟ ଲୋକଙ୍କ ମଧ୍ୟରେ ଦେଶଭକ୍ତି ଓ ବିପ୍ଳବର ନିଆଁ ପ୍ରଜ୍ୱଳିତ କରିଛି। ସମାନତା ଏବଂ ମହିଳା ସଶକ୍ତିକରଣ ଉପରେ ତାଙ୍କର ପ୍ରଗତିଶୀଳ ଆଦର୍ଶ ମଧ୍ୟ ସମାନ ଭାବରେ ପ୍ରେରଣାଦାୟକ ।

ଆଜି ଦିନ ୧ଟା ସମୟରେ ୭ ଲୋକ କଲ୍ୟାଣ ମାର୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କର ରଚନାଗୁଡିକର ସଂକଳନ ଉନ୍ମୋଚନ କରିବି । ଏହି ପ୍ରୟାସ କରିଥିବାରୁ ମୁଁ ସିନି ବିଶ୍ୱନାଥନ୍‌ଙ୍କୁ ପ୍ରଶଂସା କରୁଛି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi