ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଳଦ୍ୱୀପ ସାଧାରଣତନ୍ତ୍ର ରାଷ୍ଟ୍ରପତି ମହାମାନ୍ୟ ଇବ୍ରାହିମ୍ ମହମ୍ମଦ ସୋଲିଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି ।

ରାଷ୍ଟ୍ରପତି ସୋଲି କୋଭିଡ ବୈଶ୍ୱିକ ମହାମାରୀ ବିରୁଦ୍ଧରେ ସଂଗ୍ରାମ ପାଇଁ ସହଯୋଗ ଓ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଉଭୟ ନେତା ମାଳଦ୍ୱୀପରେ ଭାରତ ସହଯୋଗରେ ଚାଲିଥିବା ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିବା ସହ କୋଭିଡ ମହାମାରୀଜନିତ ଘାତ ପ୍ରତିଘାତ ସତ୍ତ୍ୱେ କାର୍ଯ୍ୟକ୍ରମର ଦ୍ରୁତ କାର୍ଯ୍ୟକାରିତା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତର ‘ପଡୋଶୀ ଆଗ’ ନୀତି ଏବଂ ସୁରକ୍ଷା ଓ ସମସ୍ତ ଆଞ୍ଚଳିକ ଅଭିବୃଦ୍ଧି (ସାଗର)ର ସାମୁଦ୍ରିକ ଦୃଷ୍ଟିକୋଣ ପରିପ୍ରେକ୍ଷୀରେ ମାଳଦ୍ୱୀପ ଏକ ମଝିଖୁଣ୍ଟ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ଶ୍ରୀ ସୋଲିଙ୍କୁ ତାଙ୍କ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସାହିଦ ଜାତିସଂଘ ସାଧାରଣ ପରିଷଦକୁ ସଭାପତିଭାବେ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ଜଣାଇଥିଲେ ।

ଏହି ଟେଲିଫୋନ ବାର୍ତ୍ତାଳାପ  ଜରିଆରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ସହଯୋଗ  ନେଇ ଅବଗତ ହୋଇପାରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FPOs’ sales rise via commodity exchanges in FY26

Media Coverage

FPOs’ sales rise via commodity exchanges in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 11, 2026
May 11, 2026

Society Above Politics: PM Modi’s Call for a Stronger, Self-Reliant & Sacred Bharat