ରାଜ୍ୟପାଳମାନଙ୍କ 50ତମ ସମ୍ମିଳନୀ ଆଜି ରାଷ୍ଟ୍ରପତି ଭବନରେ ଜନଜାତି କଲ୍ୟାଣ ଓ ଜଳ, କୃଷି ଓ ଉଚ୍ଚ ଶିକ୍ଷା ଏବଂ ଜୀବନଧାରଣ ସୁଗମତା ଉପରେ ଗୁରୁତ୍ୱାରୋପ କରାଯାଇ ଉଦଯାପିତ ହୋଇଯାଇଛି ।

ରାଜ୍ୟପାଳମାନଙ୍କ 5ଟି ସମୂହ ଏସବୁ ପ୍ରସଙ୍ଗ ଉପରେ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିଥିଲେ । ରାଜ୍ୟପାଳମାନେ ମଧ୍ୟସ୍ଥି ଭୂମିକା ନିର୍ବାହ କରିପାରିବା ଭଳି ଦିଗ ଚିହ୍ନଟ ତଥା ସେଗୁଡ଼ିକ ଉପରେ ବିଚାରବିମର୍ଶ କରିଥିଲେ । ସମ୍ମିଳନୀରେ ଜନଜାତି କଲ୍ୟାଣ ପ୍ରସଙ୍ଗ ଉପରେ ବିଶେଷ ଆଗ୍ରହ ପ୍ରକଟ କରାଯାଇଥିଲା ଏବଂ କୁହାଯାଇଥିଲା ଯେ ଜନଜାତି କଲ୍ୟାଣ ନୀତି ସ୍ଥାନୀୟ ଆବଶ୍ୟକତା ଅନୁରୂପ ପ୍ରସ୍ତୁତ ହେବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀର 50ତମ ସଂସ୍କରଣର ସଫଳ ସମାପନ ପାଇଁ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଥିସହିତ ସେ ଜୋର ଦେଇଥିଲେ ଯେ ଭବିଷ୍ୟତରେ ସମ୍ମିଳନୀର ସଂସ୍ଥାଗତ ରୂପ ଆହୁରି ବିକଶିତ ହୋଇ ରାଷ୍ଟ୍ରର ବିକାଶ ଏବଂ ସାଧାରଣ ଜନତାଙ୍କ ଆବଶ୍ୟକତାକୁ ପୂରଣ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ।

ସେ ମୂଲ୍ୟବାନ ପରାମର୍ଶ ଦେଇଥିବା ଅଂଶଗ୍ରହଣକାରୀଙ୍କୁ ପ୍ରଶଂସା କରିବା ସହିତ ରାଜ୍ୟପାଳମାନଙ୍କ ଠାରୁ ରାଜ୍ୟର ପ୍ରଥମ ନାଗରିକ ଭାବେ ରାଜ୍ୟସ୍ତରରେ ସକ୍ରିୟ ଆଲୋଚନା କରିବା ଲାଗି ଆହ୍ୱାନ କରିଥିଲେ । ଫଳରେ ସ୍ଥାନୀୟ ଆବଶ୍ୟକତା ସହିତ ଜଡ଼ିତ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ଶକ୍ତି ସହିତ ଆଗେଇ ନିଆଯାଇପାରିବ ।

ଜନଜାତି କ୍ଷେତ୍ରର ବିକାଶ ସମ୍ପର୍କରେ ପ୍ରଯୁକ୍ତିର ଉଚିତ ଉପଯୋଗ ଏବଂ କ୍ରୀଡ଼ା ଓ ଯୁବକମାନଙ୍କ ବିକାଶ ଲାଗି ପ୍ରଗତିଶୀଳ ଯୋଜନା ଆପଣାଇବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ 112ଟି ଆକାଂକ୍ଷୀ ଜିଲ୍ଲା, ବିଶେଷ କରି ଦେଶର ଜନଜାତୀୟ କ୍ଷେତ୍ରରେ ଆସୁଥିବା ଏପରି ଜିଲ୍ଲାର ବିକାଶ ଆବଶ୍ୟକତାକୁ ପୂରଣ କରିବା ପାଇଁ ଲକ୍ଷ୍ୟବଦ୍ଧ ହୋଇ କାମ କରିବା ଲାଗି କହିଥିଲେ । ଏସବୁ ଜିଲ୍ଲାର ବିକାଶ ଯେପରି ରାଜ୍ୟ ଓ ଦେଶର ହାରାହାରୀ ବିକାଶ ଠାରୁ ଅଧିକ ହେବ ତାହା ସୁନିଶ୍ଚିତ କରିବା ପାଇଁ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ମିଳନୀରେ ଜଳ ଜୀବନ ମିଶନ ଉପରେ ଆଲୋଚନା ସ୍ଥାନୀୟ ଆବଶ୍ୟକତା ଅନୁରୂପ ଜଳ ସଂରକ୍ଷଣ ଏବଂ ଜଳ ପରିଚାଳନା କୌଶଳ ପ୍ରତି ସରକାରଙ୍କ ପ୍ରାଥମିକତାକୁ ଦର୍ଶାଉଛି । ବିଶ୍ୱବିଦ୍ୟାଳୟର କୁଳପତି ଭାବେ ରାଜ୍ୟପାଳମାନଙ୍କ ଭୂମିକା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଳ ସଂରକ୍ଷଣର ଉତ୍ତମ ଅଭ୍ୟାସ ବିକଶିତ କରିବା ଲାଗି ଅନୁରୋଧ କରିଥିଲେ । ସେ ରାଜ୍ୟପାଳମାନଙ୍କୁ ପୁଷ୍କରମ ଭଳି ଜଳ ସହ ଜଡ଼ିତ ପାରମ୍ପରିକ ପର୍ବର ବାର୍ତ୍ତା ପ୍ରଚାର କରିବାରେ ସହାୟତା ପାଇଁ ଅନୁରୋଧ କରିଥିଲେ ।

ନୂତନ ଶିକ୍ଷା ନୀତି ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ର ସମ୍ପର୍କରେ ରାଜ୍ୟପାଳମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ବିଶ୍ୱବିଦ୍ୟାଳୟରେ ଏପରି ଉଚ୍ଚ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାରେ ନିବେଶ ସୁନିଶ୍ଚିତ କରିପାରିବେ ଯାହା ପ୍ରଭାବୀ ନବାଚାର ତଥା ପ୍ରଯୁକ୍ତିର ପ୍ରୟୋଗକୁ ପ୍ରୋତ୍ସାହନ ଦେଇପାରିବ ଏବଂ ହ୍ୟାକଥନ ଭଳି ପ୍ଲାଟଫର୍ମର ଉପଯୋଗ କରି ଯୁବକମାନଙ୍କ ମଧ୍ୟରେ ଷ୍ଟାର୍ଟଅପ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସହିତ ସେମାନଙ୍କ ପାଇଁ ରୋଜଗାରର ନୂତନ ଅବସର ସୃଷ୍ଟି କରିବ ।

ସାଧାରଣ ଲୋକଙ୍କ ଜୀବନଧାରଣକୁ ସୁଗମ କରିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ସରକାରୀ ସଂସ୍ଥାକୁ ଗୋଟିଏ ପଟେ ନାଲିଫିତା ଶାସନ ଓ ଅନେକ ନିୟମକାନୁନ ମଧ୍ୟରେ ସନ୍ତୁଳନ ପ୍ରତିଷ୍ଠା କରିବାକୁ ହେବ ଅନ୍ୟପଟେ ସ୍ୱାସ୍ଥ୍ୟ ଯତ୍ନ ଓ ଶିକ୍ଷା ଭଳି ମୌଳିକ କ୍ଷେତ୍ର ସହ ଜଡ଼ିତ ପ୍ରାଥମିକ ଆବଶ୍ୟକତା ଶସ୍ତା ଦରରେ ଉପଲବ୍ଧ କରାଇବାକୁ ହେବ ।

କୃଷି କ୍ଷେତ୍ରରେ ସାମୂହିକ ଦୃଷ୍ଟିକୋଣ ସହିତ ଏପରି କୃଷି ଅର୍ଥବ୍ୟବସ୍ଥା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେଉଁଥିରେ ସମାଧାନର ସୁଯୋଗ ରହିଥିବ । ସେ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ କୃଷି ବିଶ୍ୱବଦ୍ୟାଳୟର ବ୍ୟବହାରିକ ପ୍ରକଳ୍ପ ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ କୃଷି କ୍ଷେତ୍ରରେ ଉତ୍ତମ ପ୍ରଚଳନକୁ ଆପଣାଇବାରେ ସହାୟତା କରିପାରିବେ ।
ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଗୃହମନ୍ତ୍ରୀ ମଧ୍ୟ ସମ୍ବୋଧିତ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth