ଜର୍ମାନ ଚାନସେଲର ମହାମହିମ ଓଲାଫ ସୋଜଙ୍କ ଆମନ୍ତ୍ରଣ କ୍ରମେ ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୁଁ ଜର୍ମାନୀର ସୋଲସ ଏଲାମୁ ଗସ୍ତରେ ଯାଉଛି । ଗତ ମାସର ଭାରତ-ଜର୍ମାନୀ ଆନ୍ତଃ ସରକାରୀ ଫଳପ୍ରଦ ବିଚାରବିମର୍ଶ ପରେ ଚାନସେଲର ସୋଜଙ୍କୁ ପୁଣି ଦେଖାକରିବା ଏକ ନିଶ୍ଚିତ ଭାବେ ସୁଖଦ ଅବସର ।

ମାନବତା ଉପରେ ପ୍ରଭାବ ବିସ୍ତାରକାରୀ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ସମସ୍ୟାକୁ ନେଇ ଆନ୍ତର୍ଜାତିକ ସହଯୋଗକୁ ମଜବୁତ କରିବା ନିମନ୍ତେ ଜର୍ମାନୀ ଏବଂ ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ଯଥା ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗାଲ ଓ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଜି୭ ଶିଖର ସମ୍ମିଳନୀକୁ ଆମନ୍ତ୍ରଣ କରିଛୁ । ଶିଖର ସମ୍ମିଳନୀର ଅଧିବେଶନ କାଳରେ ମୁଁ ଜି-୭ ଦେଶ ସମୂହ, ଜି-୭ ସହଯୋଗୀ ରାଷ୍ଟ୍ର ଓ ଅତିଥି ଆନ୍ତର୍ଜାତିକ ସଂଗଠନଗୁଡ଼ିକ ସହ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ, ସୁରକ୍ଷା, ସ୍ୱାସ୍ଥ୍ୟ, ଆତଙ୍କବାଦ ନିରୋଧ, ଲିଙ୍ଗଗତ ସମାନତା ଓ ଗଣତନ୍ତ୍ର ଉପରେ ମତ ବିନିମୟ କରିବି । ସମ୍ମିଳନୀ କାଳରେ ମୁଁ କେତେକ ଜି-୭ ଅଂଶଗ୍ରହଣକାରୀ ଦେଶ ଓ ଅତିଥି ଦେଶ ନେତୃବୃନ୍ଦଙ୍କ ସହ ଆଲୋଚନା କରିବି ।

ଜର୍ମାନୀ ଗସ୍ତ କାଳରେ ମୁଁ ମଧ୍ୟ ୟୁରୋପର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କ ସହ ସାକ୍ଷାତ କରିବି । ସେମାନେ ସ୍ଥାନୀୟ ଅର୍ଥନୀତିକୁ ଏକ ବିରାଟ ଅବଦାନ ଦେବା ସହ ୟୁରୋପୀୟ ଦେଶଗୁଡ଼ିକ ସହ ଆମର ସୁସମ୍ପର୍କ ପାଇଁ ଅନେକ କିଛି କରିଛନ୍ତି ।

ଭାରତ ପ୍ରତ୍ୟାବର୍ତ୍ତନ କାଳରେ ମୁଁ ୟୁଏଇ ରାଜଧାନୀ ଆବୁଧାବିରେ ଅଳ୍ପ ସମୟ ପାଇଁ ଜୁନ ୨୮, ୨୦୨୨ରେ ଅଟକି ୟୁଏଇ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମହାମହିମ ଶେଖ ମହମ୍ମଦବିନ ଜାୟେଦ ଆଲ ନାହ୍ୟାନଙ୍କୁ ଭେଟିବି । ତାଙ୍କୁ ମୁଁ ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖାଲିଫାବିନ ଜାୟେଦ ଆଲ ନାହ୍ୟାନଙ୍କ ଶୋକ ସନ୍ଦେଶ ବ୍ୟକ୍ତିଗତ ଭାବେ ଜଣାଇବି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Government's foodgrain stocks hit 604 lakh tonnes, nearly three times buffer requirement

Media Coverage

Government's foodgrain stocks hit 604 lakh tonnes, nearly three times buffer requirement
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 7, 2026
May 07, 2026

Justice Delivered Under PM Modi: How Operation Sindoor Redefined India’s Response to Terror

Aatmanirbhar Bharat in Action: Record Exports, Defence Exports, Food Security & Green Mobility Under the Leadership of PM Modi