ବର୍ତ୍ତମାନ ସୁଦ୍ଧା କୋଭିଡ-19 ମୁକାବିଲାରେ ଯୋଗଦାନ ପାଇଁ ଦେଶର ସ୍ବାସ୍ଥ୍ୟସେବା ପେସାଦାରମାନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
ସମାଜ ଉପରେ ଡାକ୍ତରମାନଙ୍କର ପରିବର୍ତ୍ତନକାରୀ ଭୂମିକା ଏବଂ ସାମାଜିକ ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ
ସେବା ଅପହଞ୍ଚ କ୍ଷେତ୍ରରେ ହ୍ୟାଣ୍ଡହୋଲ୍ଡିଂ, ପ୍ରଶିକ୍ଷଣ, ଅନଲାଇନ ପରାମର୍ଶ ଜରିଆରେ ନିୟମ ପାଳନ ସୁନିଶ୍ଚିତ କରିବା ଲାଗି ସହାୟତା ନିମନ୍ତେ ସହରାଞ୍ଚଳ କୋଭିଡ ପରିଚାଳନାରେ ଅଭିଜ୍ଞତା ଥିବା ଡାକ୍ତରମାନଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ-19 ପ୍ରସଙ୍ଗ ଏବଂ ଟିକାକରଣ ଅଗ୍ରଗତି ସମ୍ପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ସାରା ଦେଶର ଡାକ୍ତରମାନଙ୍କ ସହିତ ଆଲୋଚନା କରିଛନ୍ତି। କରୋନା ଭୂତାଣୁ ମହାମାରୀ ସମୟରେ ଦେଶ ପ୍ରତି ଅମୂଲ୍ୟ ସେବା ଯୋଗାଇ ଦେଇଥିବାରୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଗତବର୍ଷ, ଏହି ସମୟରେ, ଆମ ଡାକ୍ତରମାନଙ୍କର ପରିଶ୍ରମ ଏବଂ ଦେଶର ରଣନୀତି କାରଣରୁ ଆମେ କରୋନା ଭୂତାଣୁ ଲହରୀକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲୁ। ବର୍ତ୍ତମାନ ଦେଶ କରୋନା ଭୂତାଣୁର ଦ୍ବିତୀୟ ଲହରୀର ସମ୍ମୁଖୀନ ହେଉଛି। ସମସ୍ତ ଡାକ୍ତର, ଆମ ଆଗଧାଡ଼ିର କର୍ମୀ ସମ୍ପୂର୍ଣ୍ଣ ଶକ୍ତି ସହିତ ମହାମାରୀର ମୁକାବିଲା କରୁଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ନିକଟରେ କେନ୍ଦ୍ର ସରକାର ଜରୁରୀ ଔଷଧ, ଇଞ୍ଜେକ୍ସନ ଓ ଯଥେଷ୍ଟ ପରିମାଣର ଅକ୍ସିଜେନ ଯୋଗାଣ ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କୁ ଏସବୁ ସମ୍ପର୍କରେ ଆବଶ୍ୟକ ମାର୍ଗଦର୍ଶିକା ଜାରି କରାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ଭୂତାଣୁ ବିରୋଧରେ ସବୁଠୁ ବଡ଼ ଅସ୍ତ୍ର ହେଉଛି ଟିକା। ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ ନିମନ୍ତେ ଉତ୍ସାହିତ କରିବା ଲାଗି ସେ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ।

କୋଭିଡ ଚିକିତ୍ସା ଓ ନିରାକରଣ ସଂକ୍ରାନ୍ତରେ କେତେକ ଗୁଜବ ବିରୋଧରେ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଡାକ୍ତରମାନଙ୍କୁ ନିବେଦନ କରିଥିଲେ। ଏହି କଷ୍ଟକର ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଲୋକମାନଙ୍କୁ ଭୟ ଠାରୁ ଦୂରରେ ରଖାଯିବା ଗୁରୁତ୍ବପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏଥିପାଇଁ ଉପଯୁକ୍ତ ଚିକିତ୍ସା ସହିତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ମାନସିକ ପରାମର୍ଶ ଦିଆଯିବାର ଆବଶ୍ୟକତା ରହିଛି। ଜରୁରିକାଳୀନ ସ୍ଥିତି ନଥିଲେ ଅନ୍ୟ ରୋଗର ଚିକିତ୍ସା ପାଇଁ ଟେଲିମେଡ଼ିସିନର ଉପଯୋଗ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଡାକ୍ତରମାନଙ୍କୁ ଉତ୍ସାହିତ କରିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏଥର ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ସହରରେ ମହାମାରୀ ଦ୍ରୁତ ଗତିରେ ବ୍ୟାପୁଛି। ଏପରି ସ୍ଥାନରେ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପ୍ରୟାସ  ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ। ଏହି ସ୍ତରର ସହରରେ କାମ କରୁଥିବା ନିଜ ସହଯୋଗୀମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ସହିତ ଅନଲାଇନ ପରାମର୍ଶ ମାଧ୍ୟମରେ ଉପଯୁକ୍ତ ଚିକିତ୍ସା ନିୟମ ପାଳନ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ।

କୋଭିଡ ମହାମାରୀ ମୁକାବିଲାରେ ଡାକ୍ତରମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ମହାମାରୀ ସମୟରେ ନେତୃତ୍ବ ପାଇଁ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେମାନେ କିପରି ସ୍ବାସ୍ଥ୍ୟ ଭିତ୍ତିଭୂମି ବଢ଼ାଉଛନ୍ତି ସେ ସମ୍ପର୍କରେ କହିଥିଲେ। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବାର ଗୁରୁତ୍ବକୁ ସେମାନେ ଦୋହରାଇଥିଲେ। ଅଣ-କୋଭିଡ ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି ବଜାୟ ରଖିବା ଉପରେ ମଧ୍ୟ ସେମାନେ ଜୋର ଦେଇଥିଲେ। ଔଷଧର ଅନୁପଯୁକ୍ତ ଉପଯୋଗ ସମ୍ପର୍କରେ ସେମାନେ କିପରି ରୋଗୀଙ୍କୁ ସଚେତନ କରୁଛନ୍ତି ସେ ସମ୍ପର୍କରେ ମଧ୍ୟ କହିଥିଲେ।

ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ହର୍ଷ ବର୍ଦ୍ଧନ, ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ଚୌବେ, କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି.ଭି ସଦାନନ୍ଦ ଗୌଡ଼ା, ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ଭାଣ୍ଡଭ୍ୟ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି କେ ପଲ, କ୍ୟାବିନେଟ ସଚିବ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବ, କେନ୍ଦ୍ର ଔଷଧ ସଚିବ, ଆଇସିଏମଆର ଡିଜି ଡା. ବଳରାମ ଭାର୍ଗବଙ୍କ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026