Prime Minister receives Dr. Mohamed Asim, Minister of Foreign Affairs & Special Envoy of the President of the Republic of Maldives

ମାଳଦୀପ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ରାଷ୍ଟ୍ରପତିଙ୍କ ସ୍ଵତନ୍ତ୍ର ଦୂତ ଡଃ ମହମଦ ଆସିମ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଭାରତ ମହାସାଗର ଅଞ୍ଚଳରେ ପଡୋଶୀ ରାଷ୍ଟ୍ର ଭାବେ ଭାରତ ଓ ମାଳଦୀପ ମଧ୍ୟରେ ଐତିହ୍ୟ, ସଂସ୍କୃତି ଏବଂ ସାମୁଦ୍ରିକ କ୍ଷେତ୍ରରେ ରହିଥିବା ନିବିଡ ସମ୍ବନ୍ଧ ନେଇ ସେମାନେ ଆଲୋଚନା କରିଥିଲେ । “ଇଣ୍ଡିଆ ଫାଷ୍ଟ ପଲିସି” ଅନ୍ତର୍ଗତ ଭାରତ ସହିତ ମାଳଦୀପ ନିବିଡ ସମ୍ପର୍କ ରକ୍ଷା କରିବ ବୋଲି ସ୍ଵତନ୍ତ୍ର ଦୂତ ଆସିମ ଦୋହରାଇଛନ୍ତି ।

ଭାରତ ସର୍ବଦା ଏକ ଭରସାଯୋଗ୍ୟ ପଡୋଶୀ ରାଷ୍ଟ୍ର ଭାବେ ମାଳଦୀପର ବିକାଶ ଏବଂ ସୁରକ୍ଷା ଦିଗରେ ସହଯୋଗ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ମାଳଦୀପ ଗସ୍ତ ପାଇଁ ରାଷ୍ଟ୍ରପତି ୟାମିନଙ୍କ ନିମନ୍ତ୍ରଣ ସମ୍ପର୍କରେ ସ୍ଵତନ୍ତ୍ର ଦୂତ ଆସିମ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ ପାଇଁ କୃତଜ୍ଞତା ଜଣାଇଥିଲେ ଏବଂ ଉଚିତ ସମୟରେ ଗସ୍ତ କରିବା ପାଇଁ ସହମତି ପ୍ରକାଶ କରିଥିଲେ ।

ସ୍ଵତନ୍ତ୍ର ଦୂତ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନଙ୍କ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ, ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ମଧ୍ୟ ଶୁଭକାମନା ଜଣାଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
7 hyper local foods that PM Modi made popular via speeches, social media and Mann ki Baat

Media Coverage

7 hyper local foods that PM Modi made popular via speeches, social media and Mann ki Baat
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 9, 2026
March 09, 2026

Transformative India: From Record Pharma & Auto Growth to Lakhpati Didis and Viksit Bharat Under the Leadership of PM Modi