ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର, ୨୦୨୩ରେ ୟୁଏଇର ଦୁବାଇଠାରେ "ଜଳବାୟୁ ପାଣ୍ଠି ଯୋଗାଣ ରୂପାନ୍ତର" ଉପରେ କପ୍-୨୮ ଅଧ୍ୟକ୍ଷତା ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି। ବିକାଶଶୀଳ ଦେଶମାନଙ୍କ ପାଇଁ ଜଳବାୟୁ ପାଣ୍ଠି ଯୋଗାଣକୁ ଅଧିକ ଉପଲବ୍ଧ, ଗ୍ରହଣୀୟ ଏବଂ ସୁଲଭ କରିବା ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି ଅଧିବେଶନ ଅବସରରେ ନେତାମାନେ "ଏକ ନୂତନ ବିଶ୍ୱ ଜଳବାୟୁ ପାଣ୍ଠି ଯୋଗାଣ ଢାଞ୍ଚା ଉପରେ ୟୁଏଇ ଘୋଷଣାନାମା" ଗ୍ରହଣ କରିଥିଲେ। ଏହି ଘୋଷଣାନାମାରେ ଅନ୍ୟାନ୍ୟ ବିଷୟ ସହିତ ଜଳବାୟୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ପୂରଣ କରିବା ଓ ମହତ୍ୱାକାଂକ୍ଷୀ ପରିଣାମ ହାସଲ କରିବା ତଥା ରିହାତିଯୋଗ୍ୟ ପାଣ୍ଠି ଯୋଗାଣର ଉତ୍ସକୁ ବଢ଼ାଇବା ଆଦି ବିଷୟକୁ ସାମିଲ କରାଯାଇଛି ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଗ୍ଲୋବାଲ ସାଉଥକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଏବଂ ବିକାଶଶୀଳ ଦେଶମାନଙ୍କୁ ସେମାନଙ୍କର ଜଳବାୟୁ ଅଭିଳାଷ ହାସଲ କରିବା ଓ ସେମାନଙ୍କର ଏନଡିସିଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟକାରୀ କରିବାର ଉପାୟ, ବିଶେଷକରି ଜଳବାୟୁ ପାଣ୍ଠି ଉପଲବ୍ଧ କରାଇବାର ତ୍ୱରିତ ଆବଶ୍ୟକତା ଦୋହରାଇଥିଲେ ।

କ୍ଷତି ଓ କ୍ଷୟକ୍ଷତି ପାଣ୍ଠି କାର୍ଯ୍ୟକ୍ଷମ କରିବା ଏବଂ କପ୍‌-୨୮ରେ ୟୁଏଇ ଜଳବାୟୁ ନିବେଶ ପାଣ୍ଠି ପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।

ଜଳବାୟୁ ପାଣ୍ଠି ଯୋଗାଣ ସମ୍ବନ୍ଧୀୟ ନିମ୍ନଲିଖିତ ପ୍ରସଙ୍ଗଗୁଡ଼ିକୁ ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ କପ୍‌-୨୮କୁ ଆହ୍ୱାନ ଦେଇଥିଲେ:

ଜଳବାୟୁ ପାଣ୍ଠି ଯୋଗାଣ ଉପରେ ପରିମାଣ ଆଧାରିତ ଲକ୍ଷ୍ୟ

 ସବୁଜ ଜଳବାୟୁ ପାଣ୍ଠି ଏବଂ ଅନୁକୂଳନ ପାଣ୍ଠିର ପୁନରୁଦ୍ଧାର

ଜଳବାୟୁ କାର୍ଯ୍ୟ ପାଇଁ ଏମଡିବି ଦ୍ୱାରା ସୁଲଭ ଅର୍ଥ ଉପଲବ୍ଧ ହେବ

ବିକଶିତ ଦେଶଗୁଡ଼ିକ ୨୦୫୦ ପୂର୍ବରୁ ସେମାନଙ୍କର କାର୍ବନ ଫୁଟପ୍ରିଣ୍ଟକୁ ହଟାଇବା ଜରୁରୀ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy, banks well positioned to tackle West Asia crisis, trade risks: RBI Governor Malhotra

Media Coverage

Indian economy, banks well positioned to tackle West Asia crisis, trade risks: RBI Governor Malhotra
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights India’s strong conservation efforts on World Elephant Day
August 12, 2026

Prime Minister Shri Narendra Modi today stated that on World Elephant Day, we celebrate the majestic elephant, which has remained an integral part of India’s ecological heritage. He expressed gladness that India is home to over 60% of the world’s wild Asian elephants.

The Prime Minister noted that our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. Shri Modi also expressed pride in all forest personnel, scientists, veterinarians, mahouts, and the local communities who are integral to all such efforts.

In a post on X, the Prime Minister shared:

"On World Elephant Day, we celebrate the majestic elephant which has remained an integral part of India’s ecological heritage. It is gladdening that India is home to over 60% of the world’s wild Asian elephants. Our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. We are also proud of all forest personnel, scientists, veterinarians, mahouts and the local communities who are integral to all such efforts."