ମହାମହିମ

ମାନ୍ୟଗଣ୍ୟ,

ଏହି ବିଶେଷ ଆୟୋଜନରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ବାଗତ। ମୋର ମିତ୍ର ରାଷ୍ଟ୍ରପତି ଜୋ. ବାଇଡେନଙ୍କ ସହିତ ଏହି ଆୟୋଜନରେ ସହ ଅଧ୍ୟକ୍ଷତା କରିଥିବାରୁ ମୁଁ ଆନ୍ତରିକ ଖୁସୀ ଅନୁଭବ କରୁଛି।

ଆଜି ଆମେ ସମସ୍ତେ ଗୋଟିଏ ମହତ୍ବପୂର୍ଣ୍ଣ ଐତିହାସିକ ବୁଝାମଣା ସମ୍ପନ୍ନ ହୋଇଥିବା ଦେଖୁଛୁ।

ଆଗାମୀ ସମୟରେ ଏହା ଭାରତ, ପଶ୍ଚିମ ଏସିଆ ଏବଂ ୟୁରୋପ ମଧ୍ୟରେ ଅର୍ଥନୈତିକ ଏକୀକରଣର ପ୍ରଭାବଶାଳୀ ମାଧ୍ୟମ ହେବ।

ଏହା ସମଗ୍ର ବିଶ୍ବରେ ସଂଯୋଗୀକରଣ ଏବଂ ବିକାଶକୁ ଏକୀକରଣର ଦିଗ ପ୍ରଦାନ କରିବ।

ମୁଁ,

ମହାମହିମ, ରାଷ୍ଟ୍ରପତି ବାଇଡେନ୍,

ମହାମହିମ, କ୍ରାଉନ ରାଜା ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ,

ମହାମହିମ, ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟଦ,

ମହାମହିମ, ରାଷ୍ଟ୍ରପତି ମାକ୍ରୋନ,

ମହାମହିମ, ଚାନ୍ସଲେର ଶେଲିଜ,

ମହାମହିମ, ପ୍ରଧାନମନ୍ତ୍ରୀ ମେଲୋନୀ, ଏବଂ

ମହାମହିମ, ରାଷ୍ଟ୍ରପତି ଓ୍ବାନ ଡର ଲେୟେନ,

ଆପଣ ସମସ୍ତଙ୍କୁ, ଏହି ପଦକ୍ଷେପ ପାଇଁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି।

ସାଥୀମାନେ,

ଦୃଢ଼ ସଂଯୋଗୀକରଣ ଏବଂ ଭିତ୍ତିଭୂମି ମାନବ ସଭ୍ୟତାର ବିକାଶର ମୂଳ ଆଧାର ଅଟେ।

ଭାରତ ଏହାର ବିକାଶ ଯାତ୍ରାରେ ଏହି ସମସ୍ତ ବିଷୟଗୁଡ଼ିକ ଉପରେ ସର୍ବୋଚ୍ଚ ପ୍ରାର୍ଥମିକତା ଦେଇଛି।

ଭୌତିକ ଭିତ୍ତିଭୂମି ସହିତ ସାମାଜିକ, ଡିଜିଟାଲ ତଥା ଅର୍ଥନୈତିକ ଭିତ୍ତିଭୂମି ଉପରେ ଅଭୂତପୂର୍ବ ପରିମାଣରେ ନିବେଶ କରାଯାଇଛି। 

ଏହାଦ୍ବାରା ଏକ ବିକଶିତ ଭାରତର ମଜଭୁତ ମୂଳଦୁଆ ପଡ଼ିପାରିଛି।

ଆମେ ଗ୍ଲୋବାଲ ସାଉଥର ସେମାନଙ୍କ ଦେଶରେ ଏକ ବିଶ୍ବାସନୀୟ ଭାଗିଦାରୀ ଭାବରେ ଶକ୍ତି, ରେଲେଓ୍ବ, ପାଣି, ବୈଷୟିକ ଉଦ୍ୟାନ ଭଳି କ୍ଷେତ୍ରରେ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରିଛୁ।

ଏହି ପ୍ରୟାସରେ ଆମେ ଆବଶ୍ୟକତା ଅନୁଯାୟୀ ଏବଂ ପାରଦର୍ଶିତା ଦୃଷ୍ଟିକୋଣ ଉପରେ ବିଶେଷ ଭାବରେ ଧ୍ୟାନ ଦିଆଯାଇଛି।

ପିଜିଆଇଆଇ ମଧ୍ୟରେ ଆମେ ଗ୍ଲୋବାଲ ସାଉଥର ଦେଶଗୁଡ଼ିକରେ ଭିତ୍ତିଭୂମିର ଅନ୍ତରକୁ କମ୍ କରିବାରେ ମହତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିବୁ।

ସାଥୀମାନେ,

ଭାରତ ସଂଯୋଗୀକରଣକୁ ଆଞ୍ଚଳିକ ସୀମା ମଧ୍ୟରେ ମାପ କରୁନାହୁଁ।

ସମସ୍ତ ଅଞ୍ଚଳ ସହିତ ସଂଯୋଗୀକରଣକୁ ବଢ଼ାଇବା ପାଇଁ ଭାରତର ମୁଖ୍ୟ ପ୍ରାଥମିକତା ରହିଛି।

ଆମକୁ ଗ୍ରହଣ କରିବାକୁ ହେବ ଯେ ସଂଯୋଗୀକରଣ ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ବ୍ୟବସାୟ ନୁହେଁ, ଉଭୟଙ୍କ ମଧ୍ୟରେ ବିଶ୍ବାସକୁ ବୃଦ୍ଧି କରିବାର ସ୍ରୋତ ଅଟେ।

ସଂଯୋଗୀକରଣର ଅଧିକାରକୁ ଅଗ୍ରାଧକାର ଦେବାବେଳେ କେତେକ ମୌଳିକ ନୀତିଗୁଡ଼ିକୁ ସୁନିଶ୍ଚିତ କରିବା ମହତ୍ବପୂର୍ଣ୍ଣ। ଯେପରି;

ଅନ୍ତର୍ଜାତୀୟ ମାନଦଣ୍ଡ, ନିୟମ ତଥା ଆଇନର ପାଳନ।

ସମସ୍ତ ଦେଶର ସାର୍ବଭୌମତ୍ବ ଏବଂ ଆଞ୍ଚଳିକ ଅଖଣ୍ଡତା ପାଇଁ ସମ୍ମାନ।

ଋଣର ବୋଝ ସ୍ଥାନରେ ଆର୍ଥିକ କାର୍ଯ୍ୟକ୍ଷମତାକୁ ପ୍ରୋତ୍ସାହିତ କରିବା।

ଏବଂ ପରିବେଶର ସମସ୍ତ ମାନଦଣ୍ଡକୁ ପାଳନ କରିବା।

ଆଜି ଯେତେବେଳେ ଆମେ ସଂଯୋଗୀକରଣର ଏତେ ବଡ଼ ପଦକ୍ଷେପ ନେଇଛୁ, ସେତେବେଳେ ଆମେ ଆଗାମୀ ପିଢ଼ିର ସ୍ବପ୍ନକୁ ବିସ୍ତାର କରିବାର ମଞ୍ଜି ବୁଣୁଛୁ।

ମୁଁ ଏହି ଐତିହାସିକ କ୍ଷଣରେ ସମସ୍ତ ନେୃତବୃନ୍ଦଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ଏବଂ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 16, 2026
May 16, 2026

Petroleum Reserves Secured, Dollars Pouring In, AI Supercluster Rising — Welcome to PM Modi’s New India