ବନ୍ଧୁଗଣ

ଭାରତ ବିବିଧ ବିଶ୍ବାସ, ଆଧ୍ୟାତ୍ମିକତା ଓ ପରମ୍ପରାର ଦେଶ। ବିଶ୍ବର ଅନେକ ପ୍ରମୁଖ ଧର୍ମର ଜନ୍ମ ଏଠାରେ ହୋଇଛି ଓ ବିଶ୍ବର ପ୍ରତ୍ୟେକ ଧର୍ମକୁ ଏ ଦେଶ ସମ୍ମାନ ଦେଇଛି।

ଗଣତନ୍ତ୍ରର ଜନନୀ ହିସାବରେ ଆଲୋଚନା ଓ ଗଣତାନ୍ତ୍ରିକ ନୀତି ଉପରେ ଆମର ବିଶ୍ବାସ ଅନାଦି କାଳରୁ ଅଟଳ ରହି ଆସିଛି। ଆମର ବୈଶ୍ବିକ ଚରିତ୍ରର ମୂଳ ‘ବସୁଧୈବ କୁଟୁମ୍ବକମ୍’ ମୌଳିକ ନୀତି ଉପରେ ପର୍ଯ୍ୟବସିତ, ଯାହାର ଅର୍ଥ ‘ବିଶ୍ବ ଏକ ପରିବାର’।

ବିଶ୍ବକୁ ଗୋଟେ ପରିବାର ଭାବେ ବିଚାର କରିବାର ଅବଧାରଣା ମଧ୍ୟ ପ୍ରତ୍ୟେକ ଭାରତୀୟକୁ ଗୋଟିଏ ପୃଥିବୀର ଦାୟିତ୍ବ ବୋଧ ଦେଇଥାଏ। ଗୋଟିଏ ପୃଥିବୀ ଭାବନା ନେଇ ଭାରତ ‘ପରିବେଶ ଅଭିଯାନରେ ଜୀବନଧାରା’କୁ ଆରମ୍ଭ କରିଛି। ଭାରତର ପଦକ୍ଷେପ ଓ ଆପଣମାନଙ୍କ ସମର୍ଥନ ଯୋଗୁ ସମଗ୍ର ବିଶ୍ବ ଚଳିତବର୍ଷକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ଜଳବାୟୁ ସୁରକ୍ଷା ସହ ପାଳନ କରୁଛି। ଏହି ଭାବନା ଧାରାରେ ଭାରତ ସବୁଜ ଗ୍ରୀଡ୍ ପଦକ୍ଷେପ ବା “ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ, ଗୋଟିଏ ଗ୍ରୀଡ୍” କପ୍-୨୬ରେ ଆରମ୍ଭ କରିଥିଲା।

ଭାରତ ଆଜି ସେ ଦେଶମାନଙ୍କ ସହ ରହିଛି, ଯେଉଁଠି ସୌର ଶକ୍ତି ବିପ୍ଳବ ଏକ ଅଭିଯାନର ରୂପ ନେଇଛି। କୋଟି କୋଟି ଭାରତୀୟ କୃଷକ ପ୍ରାକୃତିକ କୃଷିକୁ ଆଦରିଛନ୍ତି। ମାନବ ଓ ମୃତ୍ତିକା ସହ ଧରିତ୍ରୀପୃଷ୍ଠର ସ୍ବାସ୍ଥ୍ୟକୁ ନିରାପତ୍ତା ଦେବା ପାଇଁ ଏହା ଏକ ବିରାଟ ଅଭିଯାନ। ‘ସବୁଜ ଉଦଜାନ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଆମେ ମଧ୍ୟ ଭାରତର ଜାତୀୟ ସବୁଜ ଉଦଯାନ ଅଭିଯାନ ଆରମ୍ଭ କରିଛୁ। ଭାରତର ଜି-୨୦ ଅଧ୍ୟକ୍ଷତା କାଳରେ ଆମେ ମଧ୍ୟ ବୈଶ୍ବିକ ଉଦଯାନ ଜଳବାୟୁ ବାତାବରଣ ପାଇଁ ମହତ୍ବପୂର୍ଣ୍ଣ ପଦକ୍ଷେପମାନ ନେଇଛୁ।

ବନ୍ଧୁଗଣ,

ଜଳବାୟୁ ପରିବର୍ତ୍ତନ ଆହ୍ବାନକୁ ଆଖି ଆଗରେ ରଖି ଶକ୍ତିର ଅବସ୍ଥାନ୍ତର ଏକବିଂଶ ଶତାବ୍ଦୀ ବିଶ୍ବରେ ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ହୋଇଛି। ସାମଗ୍ରିକ ଶକ୍ତି ଅବସ୍ଥାନ୍ତର ନିମନ୍ତେ ଟ୍ରିଲିୟନ ଟ୍ରିଲିୟନ ଡଲାରର ଆବଶ୍ୟକତା ରହିଛି। ସେ ଦୃଷ୍ଟିରୁ ବିକଶିତ ଦେଶମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଏ ଦିଗରେ ରହିଛି।

ଭାରତ ସହିତ ଗ୍ଲୋବାଲ ସାଉଥର ସମସ୍ତ ଦେଶ ଖୁସୀ ଯେ ବିକଶିତ ଦେଶମାନେ ଚଳିତ ବର୍ଷ ଅର୍ଥାତ ୨୦୨୩ରେ ଏ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ନେଇଛନ୍ତି। ପ୍ରଥମ ଥର ପାଇଁ ବିକଶିତ ଦେଶଗୁଡ଼ିକ ପ୍ରତିବଦ୍ଧତା ପୂରଣ ପାଇଁ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ମୁକାବିଲା ନିମନ୍ତେ ୧୦୦ ବିଲିୟନ ଡଲାର ଦେବାକୁ ଇଚ୍ଛା ପ୍ରକଟ କରିଛନ୍ତି।

‘ସବୁଜ ବିକାଶ ଚୁକ୍ତି’କୁ ଗ୍ରହଣ କରି ଜି-୨୦ ନିରନ୍ତର ଓ ସବୁଜ ଅଭିବୃଦ୍ଧି ନିମନ୍ତେ ଏହାର ଅଙ୍ଗୀକାରବଦ୍ଧତାକୁ ଦୋହରାଇଛି।

ବନ୍ଧୁଗଣ,

ସମ୍ମିଳିତ ଉଦ୍ୟମ ଓ ଉତ୍ସାହ ଯୋଗୁ ଆଜି ଭାରତ ଏହି ଜି-୨୦ ମଞ୍ଚରେ କେତେକ ପ୍ରସ୍ତାବ ରଖିଛି।

ସମସ୍ତ ଦେଶଗୁଡ଼ିକ ନିମନ୍ତେ ବର୍ତ୍ତମାନର ଆବଶ୍ୟକତା ହେଉଛି ସମସ୍ତେ ମିଶ୍ରିତ ଇନ୍ଧନର ଉପଯୋଗ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ପେଟ୍ରୋଲରେ ବିଶ୍ବବ୍ୟାପୀ ଶତକଡ଼ା ୨୦ ଭାଗ ଇଥାନଲ ମିଶ୍ରଣ ନିମନ୍ତେ ପଦକ୍ଷେପ ପାଇଁ ଆମେ ପ୍ରସ୍ତାବ ଦେଉଛୁ।

ବିକଳ୍ପ ମିଶ୍ରିତ ଇନ୍ଧନ ବାବଦ ଆମେ ବିଶ୍ବରେ ମହତ ହିତ ନିମନ୍ତେ ଅନ୍ୟ ଏକ ମିଶ୍ରଣର ବିକାଶ ନେଇ ଚେଷ୍ଟା କରି ପାରିବା, ଯାହା ସଠିକ ଶକ୍ତି ଯୋଗାଣ ସହ ଜଳବାୟୁ ସୁରକ୍ଷା ମଧ୍ୟ କରିପାରିବ।

ଏହି ପରିପ୍ରେକ୍ଷୀରେ ଆମେ ଆଜି ବୈଶ୍ବିକ ଜୈବ ଇନ୍ଧନ ଚୁକ୍ତି ଆରମ୍ଭ କରିଛୁ। ଏହି ପଦକ୍ଷେପରେ ଯୋଗ ଦେବା ପାଇଁ ଭାରତ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି।

ବନ୍ଧୁଗଣ,

ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ଯୁଗ ଯୁଗ ଧରି କାର୍ବନ କ୍ରେଡିଟ୍ କାର୍ଡ ଉପରେ ଆଲୋଚନା ହୋଇ ଚାଲିଛି। ନକାରାତ୍ମକ ପରିପ୍ରେକ୍ଷୀରୁ ଦେଖିଲେ କ’ଣ ସବୁ ନ କରାଯିବା ଉଚିତ କାର୍ବନ କ୍ରେଡିଟ୍ ତା’ ଉପରେ ଗୁରୁତ୍ବ ଦେଇଥାଏ।

ସେ ଦୃଷ୍ଟିରୁ କ’ଣ କ’ଣ ସକାରାତ୍ମକ ପଦକ୍ଷେପମାନେ ନିଆଯିବା ଉଚିତ ତାହା ଉପରେ ଦୃଷ୍ଟି ଅନେକ ସମୟରେ ଦିଆଯାଇ ପାରେ ନାହିଁ। ସକାରାତ୍ମକ ପଦକ୍ଷେପ ନିମନ୍ତେ କୌଣସି ପ୍ରୋତ୍ସାହନ ମଧ୍ୟ ଦିଆଯାଏ ନାହିଁ।

ଗ୍ରୀନ୍ କ୍ରେଡିଟ୍ ଆମକୁ ଆଗେଇବା ପାଇଁ ବାଟ କଢ଼ାଇ ଥାଏ। ଏହି ସକାରାତ୍ମକ ଚିନ୍ତାଧାରାକୁ ଆଗକୁ ବଢ଼ାଇବା ପାଇଁ ଜି-୨୦ ଦେଶ ସମୂହ ‘ଗ୍ରୀନ କ୍ରେଡିଟ୍ ପଦକ୍ଷେପ’ ଦିଗରେ କାର୍ଯ୍ୟ କରିବାକୁ ମୁଁ ପ୍ରସ୍ତାବ ଦେଉଛି।

ବନ୍ଧୁଗଣ,

ଆପଣମାନେ ସମସ୍ତେ ଭାରତ ଚନ୍ଦ୍ର ଅଭିଯାନର ସଫଳତା ନେଇ ଅବଗତ ଅଛନ୍ତି। ସେଠାରୁ ମିଳିଥିବା ସମଗ୍ର ମାନବଜାତି ନିମନ୍ତେ ଉପକାରୀ। ସେହି ଉତ୍ସାହରେ ଭାରତ ଆଜି “ଜି-୨୦ ପରିବେଶ ଓ ଜଳବାୟୁ ପର୍ଯ୍ୟବେକ୍ଷଣ’ ନିମନ୍ତେ ଉପଗ୍ରହ ଅଭିଯାନର ପ୍ରସ୍ତାବ ରଖୁଛି।

ଜଳବାୟୁ ଓ ପାଣିପାଗ ତଥ୍ୟ ଯାହା ଏଥିରୁ ମଳିବ ତାହା ସମସ୍ତ ଦେଶ ବିଶେଷ କରି ଗ୍ଲୋବାଲ ସାଉଥ ଦେଶମାନଙ୍କୁ ଅବଗତ କରାଯିବ। ଭାରତ ସମସ୍ତ ଜି-୨୦ ଦେଶଙ୍କୁ ଏଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରୁଛି।

ବନ୍ଧୁଗଣ,

ପୁଣିଥରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ବାଗତ ଓ ଅଭିନନ୍ଦନ।

ମୁଁ ବର୍ତ୍ତମାନ ଆପଣମାନଙ୍କୁ ଶୁଣିବା ପାଇଁ ଉଦଗ୍ରୀବ ରହିଛି।

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw

Media Coverage

Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 7, 2026
July 07, 2026

PM Modi Elevating India’s Global Standing Through Diplomacy and Development