“ମଣିପୁର ସାଙ୍ଗାଇ ମହୋତ୍ସବ ମଣିପୁରର ଲୋକଙ୍କ ଆବେଗ ଏବଂ ଉତ୍ସାହକୁ ପ୍ରଦର୍ଶିତ କରିଥାଏ”
“ମଣିପୁର ଠିକ୍ ଏକ ସୁସଜ୍ଜିତ ଫୁଲ ପରି, ଯେଉଁଠାରେ ଜଣେ ମିନି ଇଣ୍ଡିଆର ସାକ୍ଷୀ ହୋଇପାରିବ”
“ସାଙ୍ଗାଇ ମହୋତ୍ସବ ଭାରତର ଜୈବ ବିବିଧତାକୁ ପାଳନ କରିଥାଏ”
“ଯେତେବେଳେ ଆମେ ପ୍ରକୃତି, ପଶୁ ଏବଂ ଉଦ୍ଭିଦକୁ ଆମର ପର୍ବ ଏବଂ ଉତ୍ସବର ଅଂଶ କରିଥାଉ, ସେତେବେଳେ ସହ-ଅସ୍ତିତ୍ୱ ଆମ ଜୀବନର ଏକ ପ୍ରାକୃତିକ ଅଂଶ ହୋଇଯାଏ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମଣିପୁର ସାଙ୍ଗାଇ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି । ରାଜ୍ୟର ସର୍ବଶ୍ରେଷ୍ଠ ମହୋତ୍ସବ ଭାବରେ ନାମିତ ମଣିପୁର ସାଙ୍ଗାଇ ମହୋତ୍ସବ ମଣିପୁରକୁ ବିଶ୍ୱ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବରେ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ । ଏହି ଉତ୍ସବଟି କେବଳ ମଣିପୁରରେ ଦେଖାଯାଉଥିବା ସାଙ୍ଗାଇ ହରିଣର ନାମରେ ନାମିତ ହୋଇଛି ।

ଏହି ସମାବେଶକୁ ସମ୍ବୋଧିତ କରି ମଣିପୁର ସାଙ୍ଗାଇ ମହୋତ୍ସବର ସଫଳ ଆୟୋଜନ ପାଇଁ ମଣିପୁରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷର ବ୍ୟବଧାନ ପରେ ଏହି ଉତ୍ସବର ଆୟୋଜନ କରାଯାଉଥିବା ସେ ଦର୍ଶାଇଛନ୍ତି ଏବଂ ଏହି ଆୟୋଜନରେ ଖୁସି ବ୍ୟକ୍ତ କରିଛନ୍ତି । ମଣିପୁର ସାଙ୍ଗାଇ ମହୋତ୍ସବ ମଣିପୁରବାସୀଙ୍କ ଆବେଗ ଏବଂ ଉତ୍ସାହକୁ ପ୍ରଦର୍ଶିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହି ଉତ୍ସବର ଆୟୋଜନ ପାଇଁ ମଣିପୁର ସରକାର ତଥା ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଉଦ୍ୟମକୁ ତଥା ବ୍ୟାପକ ଦର୍ଶନକୁ ପ୍ରଶଂସା କରିଛନ୍ତି ।

ମଣିପୁରର ପ୍ରଚୁର ପ୍ରାକୃତିକ ସୌନ୍ଦର୍ଯ୍ୟ, ସାଂସ୍କୃତିକ ସମୃଦ୍ଧତା ଏବଂ ଜୈବ ବିବିଧତା ଉପରେ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ତେ ଅନ୍ତତଃ ପକ୍ଷେ ଥରେ ରାଜ୍ୟ ପରିଦର୍ଶନ କରିବାକୁ ଚାହାଁନ୍ତି ଏବଂ ଏହାକୁ ସେ ବିଭିନ୍ନ ଫୁଲରେ ର୍ନିମିତ ଏକ ସୁନ୍ଦର ରତ୍ନମାଳା ସହିତ ତୁଳନା କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମଣିପୁର ଏକ ସୁସଜ୍ଜିତ ଫୁଲ ପରି, ଯେଉଁଠାରେ ଜଣେ ରାଜ୍ୟରେ ଏକ ମିନି ଇଣ୍ଡିଆର ସାକ୍ଷୀ ହୋଇପାରିବେ ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଭାରତ ଏହାର ଅମୃତ କାଳରେ "ଏକ ଭାରତ ଶ୍ରେଷ୍ଠ ଭାରତ”ର ଆବେଗ ସହିତ ଆଗକୁ ବଢୁଛି । ସାଙ୍ଗାଇ ମହୋତ୍ସବର ବିଷୟବସ୍ତୁ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଉତ୍ସବର ସଫଳ ଆୟୋଜନ ଆଗାମୀ ଦିନରେ ଦେଶ ପାଇଁ ଶକ୍ତି ଏବଂ ପ୍ରେରଣାର ଉତ୍ସ ଭାବରେ କାର୍ଯ୍ୟ କରିବ । ସାଙ୍ଗାଇ କେବଳ ମଣିପୁରର ରାଜ୍ୟ ପ୍ରାଣୀ ନୁହେଁ ବରଂ ଭାରତର ବିଶ୍ୱାସ ଏବଂ ବିଶ୍ୱାସରେ ମଧ୍ୟ ଏହାର ବିଶେଷ ସ୍ଥାନ ରହିଛି । ସାଙ୍ଗାଇ ମହୋତ୍ସବ ମଧ୍ୟ ଭାରତର ଜୈବ ବିବିଧତାକୁ ପାଳନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ପ୍ରକୃତି ସହିତ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମ୍ପର୍କକୁ ମଧ୍ୟ ପାଳନ କରିଥାଏ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଏହି ପର୍ବ ଏକ ସ୍ଥାୟୀ ଜୀବନଶୈଳୀ ପ୍ରତି ଅପରିହାର୍ଯ୍ୟ ସାମାଜିକ ସମ୍ବେଦନଶୀଳତା ସୃଷ୍ଟି କରିଥାଏ । ସେ କହିଛନ୍ତି ଯେ ଯେତେବେଳେ ଆମେ ପ୍ରକୃତି, ପ୍ରାଣୀ ଏବଂ ଉଦ୍ଭିଦକୁ ଆମର ପର୍ବ ଏବଂ ଉତ୍ସବର ଏକ ଅଂଶ କରିଥାଉ, ସେତେବେଳେ ସହ-ଅସ୍ତିତ୍ୱ ଆମ ଜୀବନର ଏକ ପ୍ରାକୃତିକ ଅଂଶ ହୋଇଯାଏ ।

ସାଙ୍ଗାଇ ମହୋତ୍ସବ କେବଳ ରାଜ୍ୟ ରାଜଧାନୀରେ ନୁହେଁ ବରଂ ସମଗ୍ର ରାଜ୍ୟରେ ଆୟୋଜିତ ହେଉଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ନାଗାଲାଣ୍ଡ ସୀମାଠାରୁ ମିଆଁମାର ସୀମା ପର୍ଯ୍ୟନ୍ତ ପ୍ରାୟ ୧୪ ଟି ସ୍ଥାନରେ ଏହି ପର୍ବର ବିଭିନ୍ନ ମନୋଭାବ ଏବଂ ରଙ୍ଗ ଦେଖିବାକୁ ମିଳେ । ସେ ଏହି ପ୍ରଶଂସନୀୟ ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଯେ ଯେତେବେଳେ ଆମେ ଏହିପରି ଘଟଣାଗୁଡ଼ିକୁ ଅଧିକରୁ ଅଧିକ ଲୋକଙ୍କ ସହ ଯୋଡିଥାଉ, ସେତେବେଳେ ହିଁ ଏହାର ପୂର୍ଣ୍ଣ ସମ୍ଭାବନା ସାମ୍ନାକୁ ଆସିଥାଏ ।

ନିଜର ଅଭିଭାଷଣକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆମ ଦେଶରେ ଉତ୍ସବ ଓ ମେଳାର ଶତାବ୍ଦୀ ପୁରୁଣା ପରମ୍ପରାକୁ ସ୍ପର୍ଶ କରି ଦର୍ଶାଇଛନ୍ତି ଯେ ଏହା କେବଳ ଆମ ସଂସ୍କୃତିକୁ ସମୃଦ୍ଧ ନୁହେଁ ବରଂ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସଶକ୍ତ କରିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସାଙ୍ଗାଇ ମହୋତ୍ସବ ପରି କାର୍ଯ୍ୟକ୍ରମଣ୍ଟ ନିବେଶକ ଏବଂ ଶିଳ୍ପ ପାଇଁ ମଧ୍ୟ ଏକ ପ୍ରମୁଖ ଆକର୍ଷଣ ଅଟେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଭବିଷ୍ୟତରେ ଏହି ପର୍ବ ରାଜ୍ୟରେ ଉଲ୍ଲାସ ଏବଂ ବିକାଶର ଏକ ଶକ୍ତିଶାଳୀ ମାଧ୍ୟମ ହେବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore

Media Coverage

Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived