ଗାୟତ୍ରୀ ପରିବାର ପକ୍ଷରୁ ଆୟୋଜିତ ଅଶ୍ୱମେଧ ଯଜ୍ଞ ଏକ ବିରାଟ ସାମାଜିକ ଅଭିଯାନରେ ପରିଣତ ହୋଇଛି
"ବୃହତ ଜାତୀୟ ଏବଂ ବିଶ୍ୱସ୍ତରୀୟ ପଦକ୍ଷେପ ସହିତ ଏକୀକରଣ ଯୁବକମାନଙ୍କୁ ଛୋଟ ଛୋଟ ସମସ୍ୟାରୁ ଦୂରେଇ ରଖିବ"
"ଏକ ନିଶା ମୁକ୍ତ ଭାରତ ଗଠନ ପାଇଁ, ପରିବାରଗୁଡ଼ିକ ଅନୁଷ୍ଠାନ ଭାବରେ ସୁଦୃଢ଼ ହେବା ଜରୁରୀ"
"ଜଣେ ଉତ୍ସାହିତ ଯୁବକ ନିଶା ଦ୍ରବ୍ୟ ସେବନ ଆଡକୁ ମୁହାଁଇ ପାରିବ ନାହିଁ"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞକୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି 'ଅଶ୍ୱମେଧ ଯଜ୍ଞ' ସହିତ ସେ ଜଡିତ ହେବାକୁ ନେଇ ରହିଥିବା ଦ୍ୱନ୍ଦ୍ୱରୁ ଆରମ୍ଭ କରିଥିଲେ, କାରଣ ସେ ଭାବିଥିଲେ ଯେ, ଏହାକୁ ନେଇ ଭୁଲ ବ୍ୟାଖ୍ୟା ମଧ୍ୟ କରାଯାଇପାରେ । ତେବେ ସେ କହିଲେ, "ଯେତେବେଳେ ମୁଁ ଆଚାର୍ଯ୍ୟ ଶ୍ରୀ ରାମ ଶର୍ମାଙ୍କ ଭାବନାକୁ ବଜାୟ ରଖିବା ଏବଂ ଏହାକୁ ନୂତନ ଅର୍ଥ ପ୍ରଦାନ କରିବା ପାଇଁ ଅଶ୍ୱମେଧ ଯଜ୍ଞ ଦେଖିଲି , ମୋର ସନ୍ଦେହ ଦୂର ହୋଇଗଲା । 

ଲକ୍ଷ ଲକ୍ଷ ଯୁବକଙ୍କୁ ନିଶାରୁ ଦୂରେଇ ରଖିବା ଏବଂ ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ପ୍ରତି ଏହାର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ସ୍ୱୀକାର କରିଛନ୍ତି, "ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞ ଏକ ବିରାଟ ସାମାଜିକ ଅଭିଯାନରେ ପରିଣତ ହୋଇଛି । ଭାରତର ଭାଗ୍ୟ ଗଢିବା ଏବଂ ଏହାର ବିକାଶରେ ଯୋଗଦାନ କରିବାରେ ଯୁବଗୋଷ୍ଠୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, "ସେମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ । ଏହି ମହାନ ପ୍ରୟାସରେ ପ୍ରତିବଦ୍ଧତା ପାଇଁ ସେ ଗାୟତ୍ରୀ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ଆଚାର୍ଯ୍ୟ ଶ୍ରୀରାମ ଶର୍ମା ଏବଂ ମାତା ଭଗବତୀଙ୍କ ଶିକ୍ଷା ମାଧ୍ୟମରେ ବ୍ୟକ୍ତିବିଶେଷଙ୍କୁ ପ୍ରେରଣା ଦେବା ପାଇଁ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶ୍ରୀ ଗାୟତ୍ରୀ ପରିବାରର ଅନେକ ସଦସ୍ୟଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ସ୍ମରଣ କରିଥିଲେ । 

ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ଏବଂ ପୂର୍ବରୁ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ । ୩ ରୁ ୪ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ନିଶାମୁକ୍ତ ଭାରତ ପାଇଁ ଦେଶବ୍ୟାପୀ ପଦକ୍ଷେପ ଯାହା ସହିତ ୧୧ କୋଟି ଲୋକ ଯୋଡି ହୋଇ ରହିଛନ୍ତି, ତାହା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ନିଶା ବ୍ୟକ୍ତି ଓ ସମାଜର ବିପର୍ଯ୍ୟୟ ଘଟାଇଥାଏ ଏବଂ ବ୍ୟାପକ କ୍ଷୟକ୍ଷତି କରିଥାଏ । ସାମାଜିକ ଓ ଧାର୍ମିକ ସଂଗଠନର ମିଳିତ ସହଯୋଗରେ ବାଇକ୍ ରାଲି, ଶପଥ ଗ୍ରହଣ ସମାରୋହ ଏବଂ ରାସ୍ତା କଡର ନାଟକ ସମେତ ବ୍ୟାପକ ପ୍ରଚାର ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ମନ୍ କି ବାତ୍‌ରେ ମଧ୍ୟ ନିଶା ବିରୋଧରେ ପ୍ରତିକାର ବ୍ୟବସ୍ଥାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । 

ପ୍ରଧାନମନ୍ତ୍ରୀ ମୋଦୀ ଏକ ବିକଶିତ ଏବଂ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲରେ ଯୁବକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି କହିଛନ୍ତି, "ଆମେ ଆମର ଯୁବକମାନଙ୍କୁ ବୃହତ୍ ଜାତୀୟ ଏବଂ ବିଶ୍ୱସ୍ତରୀୟ ପଦକ୍ଷେପ ସହିତ ଯୋଡ଼ିବା ଦ୍ୱାରା ସେମାନେ ଛୋଟ ଛୋଟ ଭୁଲରୁ ଦୂରେଇ ରହିବେ । 'ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରିଡ୍‌' ଏବଂ 'ଗୋଟିଏ ବିଶ୍ୱ, ଗୋଟିଏ ସ୍ୱାସ୍ଥ୍ୟ' ଭଳି ବିଶ୍ୱସ୍ତରୀୟ ପଦକ୍ଷେପରେ ସାମୂହିକ ଉଦ୍ୟମର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ଜି -୨୦ ଶିଖର ସମ୍ମିଳନୀର ବିଷୟବସ୍ତୁ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ଏହାର ଉଦାହରଣ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏଭଳି ଜାତୀୟ ଓ ବିଶ୍ୱସ୍ତରୀୟ ଅଭିଯାନରେ ଆମେ ଆମର ଯୁବକମାନଙ୍କୁ ଯେତେ ଅଧିକ ସାମିଲ କରିବୁ, ସେମାନେ ଭୁଲ ମାର୍ଗରୁ ଦୂରେଇ ରହିବେ ।

କ୍ରୀଡ଼ା ଓ ବିଜ୍ଞାନ ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ, ଚନ୍ଦ୍ରଯାନର ସଫଳତା ଯୁବପିଢ଼ିଙ୍କ ମଧ୍ୟରେ ଟେକ୍ନୋଲୋଜି ପ୍ରତି ଏକ ନୂତନ ଆଗ୍ରହ ସୃଷ୍ଟି କରିଛି । ଯୁବବର୍ଗଙ୍କ ଶକ୍ତିକୁ ସଠିକ ଦିଗରେ ପରିଚାଳିତ କରିବା ଦିଗରେ ଏଭଳି ପଦକ୍ଷେପର ପରିବର୍ତ୍ତନକାରୀ ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଓ ଖେଲୋ ଇଣ୍ଡିଆ ଭଳି ପଦକ୍ଷେପ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ଏବଂ ଉତ୍ସାହିତ ଯୁବକମାନେ ନିଶା ଦ୍ରବ୍ୟ ସେବନ ଆଡକୁ ମୁହାଁଇ ପାରିବେ ନାହିଁ ବୋଲି ସେ କହିଛନ୍ତି ।

ନୂତନ ସଂଗଠନ 'ମେରା ଯୁବ ଭାରତ (ଏମୱାଇ ଭାରତ)' ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଦେଶ ନିର୍ମାଣରେ ଯୁବ ଶକ୍ତିର ସଠିକ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ୧.୫ କୋଟିରୁ ଅଧିକ ଯୁବକ ଏହି ପୋର୍ଟାଲରେ ପଞ୍ଜୀକରଣ କରି ସାରିଛନ୍ତି । 

ମାଦକ ଦ୍ରବ୍ୟ ନିଶାର ବିନାଶକାରୀ ଫଳାଫଳକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱୀକାର କରିବା ସହ ତୃଣମୂଳ ସ୍ତରରୁ ମାଦକ ଦ୍ରବ୍ୟ ସେବନକୁ ଦୂର କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ମାଦକ ଦ୍ରବ୍ୟର ବ୍ୟବହାରକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବା ପାଇଁ ଦୃଢ ପାରିବାରିକ ସହାୟତା ବ୍ୟବସ୍ଥାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ । ତେଣୁ ନିଶାମୁକ୍ତ ଭାରତ ଗଠନ ପାଇଁ ପରିବାରଗୁଡ଼ିକ ଅନୁଷ୍ଠାନ ଭଳି ସୁଦୃଢ଼ ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

 ଏକ ଗୌରବମୟ ଭବିଷ୍ୟତ ଆଡ଼କୁ ଦେଶର ଗତିପଥ ଉପରେ ଆସ୍ଥା ପ୍ରକଟ କରି ପ୍ରଧାନମନ୍ତ୍ରୀ ମୋଦୀ ମନେ ପକାଇ କହିଛନ୍ତି, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ମୁଁ କହିଥିଲି ଯେ ଭାରତ ପାଇଁ ଏକ ହଜାର ବର୍ଷର ଏକ ନୂତନ ଯାତ୍ରା ଆରମ୍ଭ ହେଉଛି । ବ୍ୟକ୍ତିଗତ ବିକାଶର ପ୍ରୟାସ ମାଧ୍ୟମରେ ଜାତୀୟ ବିକାଶ ମାଧ୍ୟମରେ ବିଶ୍ୱ ନେତୃତ୍ୱ ହେବା ଦିଗରେ ଭାରତର ଯାତ୍ରାକୁ ନେଇ ଆଶାବାଦୀ ଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଏହି ଅମୃତ କାଳରେ ଆମେ ଏହି ନୂତନ ଯୁଗର ପ୍ରଭାତ ଦେଖୁଛୁ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Abrogation Of Article 370 Was A Strategic Necessity For India

Media Coverage

Why Abrogation Of Article 370 Was A Strategic Necessity For India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 05, 2026
August 05, 2026

Viksit Bharat in Action: Inclusive, Green, and Globally Competitive Under PM Modi