ମହାକାଶ କେବଳ ଏକ ଗନ୍ତବ୍ୟସ୍ଥଳ ନୁହେଁ ବରଂ କୌତୁହଳ, ସାହସ ଏବଂ ସାମୂହିକ ପ୍ରଗତିର ଏକ ଉଦଘୋଷ : ପ୍ରଧାନମନ୍ତ୍ରୀ
ଭାରତୀୟ ରକେଟ୍ ପେଲୋଡ୍ ଠାରୁ ଅଧିକ ବହନ କରେ – ଏଗୁଡିକ ୧.୪ ବିଲିୟନ ଭାରତୀୟଙ୍କ ସ୍ୱପ୍ନ ବହନ କରନ୍ତି : ପ୍ରଧାନମନ୍ତ୍ରୀ
ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ମିଶନ - ଗଗନୟାନ , ମହାକାଶ ପ୍ରଯୁକ୍ତିରେ ଦେଶର ବର୍ଦ୍ଧିତ ଆକାଂକ୍ଷାକୁ ପ୍ରତିଫଳିତ କରେ : ପ୍ରଧାନମନ୍ତ୍ରୀ
ଭାରତର ଅନେକ ମହାକାଶ ମିଶନ ମହିଳା ବୈଜ୍ଞାନିକଙ୍କ ଦ୍ୱାରା ପରିଚାଳିତ ହେଉଛି : ପ୍ରଧାନମନ୍ତ୍ରୀ
ଭାରତର ମହାକାଶ ଦୃଷ୍ଟିକୋଣ ପ୍ରାଚୀନ ଦର୍ଶନ 'ବସୁଧୈବ କୁଟୁମ୍ବକମ୍' ଉପରେ ଆଧାରିତ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ୱ ମହାକାଶ ଅନୁସନ୍ଧାନ ସମ୍ମିଳନୀ (ଜିଏଲଇଏକ୍ସ) ୨୦୨୫ କୁ ସମ୍ବୋଧିତ କରିଛନ୍ତି । ସାରା ବିଶ୍ୱରୁ ଆସିଥିବା ବିଶିଷ୍ଟ ପ୍ରତିନିଧି, ବୈଜ୍ଞାନିକ ଏବଂ ମହାକାଶଚାରୀମାନଙ୍କୁ ସ୍ୱାଗତ କରି, ସେ (ଜିଏଲଇଏକ୍ସ) ୨୦୨୫ ରେ ଭାରତର ଉଲ୍ଲେଖନୀୟ ମହାକାଶ ଯାତ୍ରା ଉପରେ ଆଲୋକପାତ କରି କହିଥିଲେ ଯେ, "ମହାକାଶ କେବଳ ଏକ ଗନ୍ତବ୍ୟସ୍ଥଳ ନୁହେଁ , ବରଂ କୌତୁହଳ, ସାହସ ଏବଂ ସାମୂହିକ ପ୍ରଗତିର ଉଦଘୋଷ "। ୧୯୬୩ରେ ଏକ ଛୋଟ ରକେଟ୍ ଉତକ୍ଷେପଣ କରିବା ଠାରୁ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିବା ପ୍ରଥମ ରାଷ୍ଟ୍ର ହେବା ପର୍ଯ୍ୟନ୍ତ ଭାରତର ମହାକାଶ ଯାତ୍ରାର ସଫଳତାର ଭାବନାକୁ ପ୍ରତିଫଳିତ କରେ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। "ଭାରତୀୟ ରକେଟ୍ ପେଲୋଡ୍ ଅପେକ୍ଷା ଅଧିକ ବହନ କରେ - ଏଗୁଡିକ ୧.୪ ବିଲିୟନ ଭାରତୀୟଙ୍କ ସ୍ୱପ୍ନ ବହନ କରନ୍ତି" ବୋଲି ସେ କହିବା ସହିତ ଏହା କହିଛନ୍ତି ଯେ , ଭାରତର ମହାକାଶ କ୍ଷେତ୍ରର ପ୍ରଗତି ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ମାଇଲଖୁଣ୍ଟ ଏବଂ ଏହା ପ୍ରମାଣିତ ଯେ ମାନବ ଭାବନା ଗୁରୁତ୍ୱାକର୍ଷଣକୁ ଚ୍ୟାଲେଞ୍ଜ କରିପାରିବ। ସେ ୨୦୧୪ ମସିହାରେ ପ୍ରଥମ ପ୍ରୟାସରେ ମଙ୍ଗଳ ଗ୍ରହରେ ପହଞ୍ଚିବାର ଭାରତର ଐତିହାସିକ ସଫଳତାକୁ ମନେ ପକାଇଥିଲେ। ସେ ଆଲୋକପାତ କରିଥିଲେ ଯେ ଚନ୍ଦ୍ରାୟଣ - ୧ ଚନ୍ଦ୍ରରେ ଜଳ ଆବିଷ୍କାର କରିବାରେ ସାହାଯ୍ୟ କରିଥିଲା, ଚନ୍ଦ୍ରାୟଣ - ୨ ଚନ୍ଦ୍ର ପୃଷ୍ଠର ସର୍ବୋଚ୍ଚ-ରିଜୋଲ୍ୟୁସନ୍ ଚିତ୍ର ପ୍ରଦାନ କରିଥିଲା ଏବଂ ଚନ୍ଦ୍ରାୟଣ -୩ ଚନ୍ଦ୍ରର ଦକ୍ଷିଣ ମେରୁ ସମ୍ପର୍କରେ ସୂଚନାକୁ ଆହୁରି ଆଗକୁ ବଢାଇଥିଲା। "ଭାରତ ରେକର୍ଡ ସମୟରେ କ୍ରାୟୋଜେନିକ୍ ଇଞ୍ଜିନ୍ ବିକଶିତ କରିଥିଲା, ଗୋଟିଏ ମିଶନରେ ୧୦୦ ଉପଗ୍ରହ ପ୍ରକ୍ଷେପଣ କରିଥିଲା ଏବଂ ଭାରତୀୟ ପ୍ରକ୍ଷେପଣ ଯାନ ବ୍ୟବହାର କରି ୩୪ଟି ରାଷ୍ଟ୍ର ପାଇଁ ୪୦୦ ରୁ ଅଧିକ ଉପଗ୍ରହ ସଫଳତାର ସହିତ ସ୍ଥାପିତ କରିଥିଲା" ବୋଲି ସେ ଉଲ୍ଲେଖ କରିଥିଲେ। ଭାରତର ସଦ୍ୟତମ ସଫଳତାରେ , ଚଳିତ ବର୍ଷ ମହାକାଶରେ ଦୁଇଟି ଉପଗ୍ରହ ଡକିଂ କୁ ଗୁରୁତ୍ୱାରୋପ କରି ଏହାକୁ ମହାକାଶ ଅନୁସନ୍ଧାନରେ ଏକ ପ୍ରମୁଖ ପଦକ୍ଷେପ ବୋଲି ସେ କହିଥିଲେ।

 

ଶ୍ରୀ ମୋଦୀ ପୁନର୍ବାର କହିଛନ୍ତି ଯେ ଭାରତର ମହାକାଶ ଯାତ୍ରା ଅନ୍ୟମାନଙ୍କ ସହିତ ପ୍ରତିଯୋଗିତା କରିବା ଉପରେ ଆଧାରିତ ନୁହେଁ, ବରଂ ଏକାଠି ଅଧିକ ଉଚ୍ଚତାରେ ପହଞ୍ଚିବା ବିଷୟ ଉପରେ ଆଧାରିତ। ସେ ମାନବତାର ଲାଭ ପାଇଁ ମହାକାଶ ଅନୁସନ୍ଧାନ କରିବାର ସାମୂହିକ ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ପାଇଁ ଏକ ଉପଗ୍ରହର ସଫଳ ଉତ​‌କ୍ଷେପଣକୁ ମନେ ପକାଇ ଆଞ୍ଚଳିକ ସହଯୋଗ ପ୍ରତି ଭାରତର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ସେ ଘୋଷଣା କରିଥିଲେ ଯେ ଭାରତର ଅଧ୍ୟକ୍ଷତା ସମୟରେ ଆରମ୍ଭ ହୋଇଥିବା ଜି୨୦ ସାଟେଲାଇଟ୍ ମିଶନ ଦକ୍ଷିଣ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେବ। ସେ ମନ୍ତବ୍ୟ ଦେଇଥିଲେ ଯେ ଭାରତ ନୂତନ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ି ଚାଲିଛି, ନିରନ୍ତର ବୈଜ୍ଞାନିକ ଅନୁସନ୍ଧାନର ସୀମାକୁ ଆଗକୁ ବଢାଇ ଚାଲିଛି। "ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ମିଶନ, ' ଗଗନାୟାନ ', ମହାକାଶ ପ୍ରଯୁକ୍ତିବିଦ୍ୟାରେ ଦେଶର ବର୍ଦ୍ଧିତ ଆକାଂକ୍ଷାକୁ ପ୍ରତିଫଳିତ କରେ" ବୋଲି ସେ ସୂଚିତ କରିଥିଲେ। ଶ୍ରୀ ମୋଦୀ ପ୍ରକାଶ କରିଥିଲେ ଯେ, ଆଗାମୀ ସପ୍ତାହ ଗୁଡ଼ିକରେ, ଜଣେ ଭାରତୀୟ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଇସ୍ରୋ - ନାସା ମିଳିତ ମିଶନର ଅଂଶ ଭାବରେ ମହାକାଶ ଯାତ୍ରା କରିବେ। ସେ ଭାରତର ଦୀର୍ଘକାଳୀନ ଦୃଷ୍ଟିକୋଣକୁ ଆହୁରି ଉଲ୍ଲେଖ କରି କହିଥିଲେ ଯେ ୨୦୩୫ ସୁଦ୍ଧା, ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ଐତିହାସିକ ଗବେଷଣା ଏବଂ ଆନ୍ତର୍ଜାତୀୟ ସହଯୋଗକୁ ସହଜ କରିବ। ସେ ଘୋଷଣା କରିଥିଲେ ଯେ ୨୦୪୦ ସୁଦ୍ଧା ଜଣେ ଭାରତୀୟ ମହାକାଶଚାରୀ ଚନ୍ଦ୍ରରେ ପାଦଚିହ୍ନ ଛାଡିବେ ଏବଂ ଏହା ମଧ୍ୟ କହିଥିଲେ ଯେ ମଙ୍ଗଳ ଏବଂ ଶୁକ୍ର ଗ୍ରହ ଭାରତର ଭବିଷ୍ୟତର ମହାକାଶ ମହତ୍ତ୍ୱାକାଂକ୍ଷାରେ ପ୍ରମୁଖ ଲକ୍ଷ୍ୟସ୍ଥଳ ହୋଇ ରହିଛି।

ଭାରତ ପାଇଁ ମହାକାଶ କେବଳ ଅନୁସନ୍ଧାନ ନୁହେଁ ବରଂ ସଶକ୍ତୀକରଣ ବିଷୟ ସମ୍ଵନ୍ଧୀୟ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, କିପରି ମହାକାଶ ପ୍ରଯୁକ୍ତି ବିଦ୍ୟା ଶାସନକୁ ବୃଦ୍ଧି କରେ, ଜୀବିକା ନିର୍ବାହରେ ଉନ୍ନତି ଆଣେ ଏବଂ ପିଢ଼ିକୁ ପ୍ରେରଣା ଦିଏ। ସେ ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ସୁନିଶ୍ଚିତ କରିବାରେ ଉପଗ୍ରହ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ, ମତ୍ସ୍ୟଜୀବୀଙ୍କୁ ସତର୍କ କରିବା, ଗତିଶକ୍ତି ପ୍ଲାଟଫର୍ମ, ରେଳ ସୁରକ୍ଷା ଏବଂ ପାଣିପାଗ ପୂର୍ବାନୁମାନରେ ସେମାନଙ୍କର ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ ଷ୍ଟାର୍ଟଅପ୍, ଉଦ୍ୟୋଗୀ ଏବଂ ଯୁବ ମନ ପାଇଁ ଏହାର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରି ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ସୂଚାଇଥିଲେ ଯେ , ଭାରତରେ ବର୍ତ୍ତମାନ 250 ରୁ ଅଧିକ ମହାକାଶ ଷ୍ଟାର୍ଟଅପ୍ ଅଛନ୍ତି, ଯେଉଁମାନେ ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା, ପ୍ରପଲ୍ସନ ସିଷ୍ଟମ୍, ଇମେଜିଂ ଏବଂ ଅନ୍ୟାନ୍ୟ ଅଗ୍ରଣୀ କ୍ଷେତ୍ରର ପ୍ରଗତିରେ ଯୋଗଦାନ ଦେଉଛନ୍ତି। "ଭାରତର ଅନେକ ମହାକାଶ ମିଶନ ମହିଳା ବୈଜ୍ଞାନିକଙ୍କ ଦ୍ୱାରା ପରିଚାଳିତ ହେଉଛି" ବୋଲି ସେ ଗର୍ବର ସହିତ ସ୍ୱୀକାର କରିଛନ୍ତି।

 

ଭାରତର ମହାକାଶ ଦୃଷ୍ଟିକୋଣ ପ୍ରାଚୀନ ଦର୍ଶନ 'ବସୁଧୈବ କୁଟୁମ୍ବକମ୍' ଉପରେ ଆଧାରିତ ବୋଲି ଉଲ୍ଲେଖ କରିବା ସହିତ ଶ୍ରୀ ମୋଦୀ ସୁନିଶ୍ଚିତ କରିଛନ୍ତି ଯେ, ଭାରତର ମହାକାଶ ଯାତ୍ରା କେବଳ ନିଜସ୍ୱ ଅଭିବୃଦ୍ଧି ନୁହେଁ ବରଂ ବିଶ୍ୱ ଜ୍ଞାନକୁ ସମୃଦ୍ଧ କରିବା, ସହଭାଗୀ ଆହ୍ଵାନଗୁଡିକୁ ସମାଧାନ କରିବା ଏବଂ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବା ଗୁରୁତ୍ୱାରୋପ କ​‌ରେ। ସେ ସହଯୋଗ ପ୍ରତି ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ରାଷ୍ଟ୍ର ଏକାଠି ସ୍ୱପ୍ନ ଦେଖିବା, ଏକାଠି ନିର୍ମାଣ କରିବା ଏବଂ ଏକାଠି ନକ୍ଷତ୍ରମାନଙ୍କ ପାଖରେ ପହଞ୍ଚିବା ପାଇଁ ଠିଆ ହୋଇଛି। ତାଙ୍କର ବକ୍ତବ୍ୟ ଶେଷ କରି, ସେ ବିଜ୍ଞାନ ଏବଂ ଏକ ଉତ୍ତମ ଭବିଷ୍ୟତ ଗଠନ କରିବା ପାଇଁ ସାମୂହିକ ଆକାଂକ୍ଷା ଦ୍ୱାରା ପରିଚାଳିତ ମହାକାଶ ଅନୁସନ୍ଧାନରେ ଏକ ନୂତନ ଅଧ୍ୟାୟ ପାଇଁ ଆହ୍ୱାନ କରିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI to remain free for consumers, says Payments Council of India

Media Coverage

UPI to remain free for consumers, says Payments Council of India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch