“Though India is visible in the symbols, it lives in its knowledge and thought. India lives in its quest for the eternal”
“Our temples and pilgrimages have been symbols of the values and prosperity of our society for centuries”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ତ୍ରିସୁର ଠାରେ ଥିବା ଶ୍ରୀ ସୀତାରାମ  ସ୍ୱାମୀ ମନ୍ଦିରର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ତ୍ରିସୁର ପୁରମ ମହୋତ୍ସବର ଶୁଭ ଅବସରରେ ସେ ସମସ୍ତଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କେରଳର ସାଂସ୍କୃତିକ ରାଜଧାନୀ ଭାବରେ ତ୍ରିସୁରର ସ୍ଥିତିକୁ ସ୍ୱୀକାର କରି ତାଙ୍କ ବକ୍ତବ୍ୟ ଆରମ୍ଭ କରି କହିଥିଲେ ଯେ,  ଏହି ସ୍ଥାନରେ ଆଧ୍ୟାତ୍ମିକତା, ଦର୍ଶନ ଏବଂ ପର୍ବପର୍ବାଣୀ ଗୁଡିକ ସହିତ ସଂସ୍କୃତି, ପରମ୍ପରା ଏବଂ କଳାର ଅଭିବୃଦ୍ଧି ହୋଇଥାଏ । ପ୍ରଧାନମନ୍ତ୍ରୀ ନିଜର ଖୁସି ବ୍ୟକ୍ତ କରି ଏହା ଉଲ୍ଲେଖ କରିଥିଲେ ଯେ , ତ୍ରିସୁର ନିଜର ଐତିହ୍ୟ ଏବଂ ପରିଚୟକୁ ଜୀବନ୍ତ ରଖିଛି ଏବଂ ଶ୍ରୀ ସୀତାରାମ  ସ୍ୱାମୀ ମନ୍ଦିର ଏହି ଦିଗରେ ଏକ ସ୍ଫୁର୍ତ୍ତିଶୀଳ କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି ।

ପ୍ରଧାନମନ୍ତ୍ରୀ ମନ୍ଦିରର ସମ୍ପ୍ରସାରଣକୁ ନେଇ ନିଜର ପ୍ରସନ୍ନତା ବ୍ୟକ୍ତ କରିଥିଲେ ଏବଂ ଏହା କହିଥିଲେ ଯେ ଏକ ସୁନାରେ ଆଚ୍ଛାଦିତ ହୋଇଥିବା ଗର୍ଭ ଗୃହ ପ୍ରଭୁ ଶ୍ରୀ ସୀତାରାମ  ଏବଂ ଭଗବାନ ଆୟାପ୍ପା ଏବଂ ଭଗବାନ ଶିବଙ୍କୁ ଉତ୍ସର୍ଗ କରାଯାଉଛି । ସେ ମଧ୍ୟ ୫୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରଭୁ ହନୁମାନଙ୍କର  ପ୍ରତିମୂର୍ତ୍ତି ସ୍ଥାପନକୁ ପ୍ରଶଂସା କରିଥିଲେ ଏବଂ କୁମ୍ଭାଭିଷେକ  ପାଇଁ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ ।

ସେ କଲ୍ୟାଣ ପରିବାର ତଥା ଶ୍ରୀ ଟି ଏସ୍ କଲ୍ୟାଣରମଣଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ତାଙ୍କ ସହ ପୂର୍ବରୁ ହୋଇଥିବା ସାକ୍ଷାତ ତଥା ମନ୍ଦିର ବିଷୟରେ ଆଲୋଚନାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଏହି ଅବସରରେ ଅନୁଭବ କରୁଥିବା ଆଧ୍ୟାତ୍ମିକ ଆନନ୍ଦର ଭାବନା ସମ୍ପର୍କରେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ତ୍ରିସୁର ଏବଂ ଶ୍ରୀ ସୀତାରାମ ସ୍ୱାମୀ ମନ୍ଦିର କେବଳ ବିଶ୍ୱାସର ଶିଖର ନୁହେଁ, ଏହା ମଧ୍ୟ ଭାରତର ଚେତନା ଏବଂ ଆତ୍ମାର ପ୍ରତିଫଳନ ଅଟେ । ମଧ୍ୟ ଯୁଗରେ ହେଉଥିବା ଆକ୍ରମଣର ସମୟକୁ ଶ୍ରୀ ମୋଦୀ ମଧ୍ୟ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେହେତୁ ଏହି ଆକ୍ରମଣକାରୀମାନେ ମନ୍ଦିର ଗୁଡିକୁ ଧ୍ୱଂସ କରି ଦେଉଥିଲେ, ସେମାନେ ଏ ସମ୍ପର୍କରେ ଅବଗତ ନଥିଲେ  ଯେ,  “ଯଦିଓ ଭାରତ ପ୍ରତୀକ ଗୁଡ଼ିକରେ ଦୃଶ୍ୟମାନ ହୋଇଥାଏ,  ତଥାପି ଏହା ନିଜ ଜ୍ଞାନ ଏବଂ ଚିନ୍ତାଧାରାକୁ ନେଇ ବଂଚିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଚିରନ୍ତନତାର ନିଜସ୍ୱ ଅନ୍ୱେଷଣରେ ଲାଗି ରହିଥାଏ ।  “ଭାରତର ଆତ୍ମା ଶ୍ରୀ ସୀତାରାମ ସ୍ୱାମୀ ଏବଂ ଭଗବାନ୍ ଆୟାପ୍ପାଙ୍କ ରୂପରେ ନିଜର ଅମରତା ଘୋଷଣା କରି ଆସୁଛି । ସେହି ସମୟରୁ ଏହି ମନ୍ଦିର ଗୁଡିକ ଏହା ଘୋଷଣା କରିଛନ୍ତି ଯେ  ‘ଏକ ଭାରତ ଶ୍ରେଷ୍ଠ ଭାରତ\' ର ଧାରଣା ହଜାର ହଜାର ବର୍ଷର ଏକ ଅମର ଧାରଣା ଅଟେ । ଆଜି ସ୍ୱାଧୀନତାର ସୁବର୍ଣ୍ଣ ଯୁଗରେ ଆମେ ଆମର ଐତିହ୍ୟ ପାଇଁ ଗର୍ବିତ ହେବାର ପ୍ରତିଶ୍ରୁତି ନେଇ ଏହି ଧାରଣାକୁ ଆଗକୁ ନେଉଛୁ ବୋଲି ସେ କହିଛନ୍ତି ।

ଶହ ଶହ ବର୍ଷ ଧରି ଆମର ମନ୍ଦିର ଏବଂ ତୀର୍ଥ ଆମ ସମାଜର ମୂଲ୍ୟବୋଧ ଗୁଡିକର ଏବଂ ସମୃଦ୍ଧିର ପ୍ରତୀକ ହୋଇ ରହି ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ ଯେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ସୀତାରାମ ସ୍ୱାମୀ ମନ୍ଦିର ପ୍ରାଚୀନ ଭାରତର ଗର୍ବ ତଥା ଗୌରବ ରକ୍ଷା କରୁଛି । ଏହି ମନ୍ଦିର ମାଧ୍ୟମରେ ଚାଲିଥିବା ବହୁ ଜନ କଲ୍ୟାଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏପରି ଏକ ବ୍ୟବସ୍ଥା ,  ଯେଉଁଠାରେ ସମାଜରୁ ପ୍ରାପ୍ତ ସମ୍ବଳ ଗୁଡିକୁ ସେବା ଭାବରେ ଫେରସ୍ତ କରା ଯାଇଥାଏ ।

ଏହି ପ୍ରୟାସରେ ଦେଶର ଅଧିକ ସଂକଳ୍ପ ଯୋଡିବାକୁ ସେ ମନ୍ଦିର କମିଟିକୁ ଅନୁରୋଧ କରିଛନ୍ତି, ତାହା ଶ୍ରୀ ଆନ୍ନା ଅଭିଯାନ ହେଉ କିମ୍ବା ସ୍ୱଚ୍ଛତା ଅଭିଯାନ ହେଉ କିମ୍ବା ପ୍ରାକୃତିକ ଚାଷକୁ ନେଇ ଜନ ସଚେତନତା ହେଉ । ନିଜର ସମ୍ବୋଧନକୁ ସମାପ୍ତ କରିବା ସହିତ ପ୍ରଧାନମନ୍ତ୍ରୀ ଏହି ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଦେଶର ଲକ୍ଷ୍ୟ ଓ ସଂକଳ୍ପକୁ ସଫଳ କରିବା ପାଇଁ କାର୍ଯ୍ୟ ଜାରି ରହି ଥିବାରୁ ଶ୍ରୀ ଶ୍ରୀ ସୀତାରାମ ସ୍ୱାମୀ ଜୀଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ପଡ଼ିବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"