ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାର୍ସଠାରେ ପୋଲାଣ୍ଡ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଡୋନାଲ୍ଡ ଟସ୍କଙ୍କୁ ସାକ୍ଷାତ କରିଛନ୍ତି । ଫେଡେରାଲ ଚାନ୍ସଲରୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

ଦୁଇ ନେତା ସୀମିତ ଏବଂ ପ୍ରତିନିଧି ସ୍ତରୀୟ ଆଲୋଚନା କରିଥିଲେ। ଭାରତ-ପୋଲାଣ୍ଡ ସମ୍ପର୍କର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନେତାମାନେ ଏହି ସମ୍ପର୍କକୁ 'ରଣନୈତିକ ଭାଗିଦାରୀ’ ରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଣିଜ୍ୟ ଓ ପୁଞ୍ଜିନିବେଶବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାପ୍ରତିରକ୍ଷା ଓ ନିରାପତ୍ତାସାଂସ୍କୃତିକ ସହଯୋଗ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ସେମାନେ ବିସ୍ତୃତ ଆଲୋଚନା କରିଥିଲେ । ଖାଦ୍ୟ ପ୍ରକ୍ରିୟାକରଣସହରାଞ୍ଚଳ ଭିତ୍ତିଭୂମିଜଳକଠିନ ବର୍ଜ୍ୟବସ୍ତୁ ପରିଚାଳନାବୈଦ୍ୟୁତିକ ଯାନସବୁଜ ହାଇଡ୍ରୋଜେନଅକ୍ଷୟ ଶକ୍ତିଏଆଇଖଣି ଏବଂ ସ୍ୱଚ୍ଛ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅର୍ଥନୈତିକ ଏବଂ ବ୍ୟବସାୟିକ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି ବୋଲି ଦୁଇ ନେତା ସହମତ ହୋଇଥିଲେ ।

 

ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଏବଂ ସାଂସ୍କୃତିକ ସମ୍ପର୍କକୁ ଗଭୀର କରିବା ଉପରେ ନେତାମାନେ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ ଜାମନଗରର ମହାରାଜା ଏବଂ କୋହ୍ଲାପୁରର ରାଜ ପରିବାରର ଉଦାରତା ଆଧାରରେ ଦୁଇ ଦେଶ ମଧ୍ୟରେ ସ୍ଥାପିତ ଅନନ୍ୟ ବନ୍ଧନ ଉପରେ ଆଲୋକପାତ କରିଥିଲେ ।


ୟୁକ୍ରେନ୍ ଏବଂ ପଶ୍ଚିମ ଏସିଆରେ ସଂଘର୍ଷ ସମେତ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ନେତାମାନେ ଆଲୋଚନା କରିଥିଲେ। ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ଅନୁଷ୍ଠାନର ସଂସ୍କାରଜଳବାୟୁ ପରିବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଏବଂ ଆତଙ୍କବାଦ ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ଉପରେ ସେମାନେ ମତ ବିନିମୟ କରିଥିଲେ ।


ବୈଠକ ପରେ ଭାରତ-ପୋଲାଣ୍ଡ ରଣନୈତିକ ଭାଗିଦାରୀକୁ କାର୍ଯ୍ୟକାରୀ କରିବା ପାଇଁ ଏକ ମିଳିତ ବିବୃତି ଏବଂ ଏକ କାର୍ଯ୍ୟ ଯୋଜନା (୨୦୨୪-୨୦୨୮) ଜାରି କରାଯାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tractor sales cross 10 lakh mark in FY26 on strong rural demand, GST cut

Media Coverage

Tractor sales cross 10 lakh mark in FY26 on strong rural demand, GST cut
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 12, 2026
April 12, 2026

Trust, Technology & Transformation: How India is Building a Viksit Bharat Under PM Modi