ଇଟାଲିର ଅପୁଲିଆଠାରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀ ପୃଷ୍ଠଭୂମିରେ ଜାପାନ ପ୍ରଧାନମନ୍ତ୍ରୀ ମହାମହୀମ ଶ୍ରୀ ଫୁମିଓ କିସିଡ଼ାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି ।
ଲଗାତାର ଭାବରେ ତୃତୀୟ ଥର ସରକାର ଗଠନ କରିବା ଅବସରରେ ତାଙ୍କୁ ଅଭିନନ୍ଦନ ବାର୍ତ୍ତା ଜଣାଇଥିବା ଯୋଗୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ କିସିଡ଼ାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଜାପାନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ଜାରି ରଖିବା ସକାଶେ ତାଙ୍କ ତୃତୀୟ ପାଳି ଶାସନ କାଳରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିକୁ ଦୋହରାଇଥିଲେ । ଦୁଇ ନେତା ଭାରତ- ଜାପାନ ବିଶେଷ ରଣନୀତିକ ଏବଂ ବୈଶ୍ୱିକ ସହଭାଗୀତାର ୧୦ମ ବର୍ଷ ସମ୍ପର୍କରେ ଉଲ୍ଲେଖ କରିବା ସହିତ ଏହି ସମ୍ପର୍କରେ ଏବେସୁଦ୍ଧା ହାସଲ କରାଯାଇଥିବା ପ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ସମ୍ପର୍କକୁ ଅଧିକ ନିବିଡ଼ କରିବା ସମ୍ପର୍କରେ ସେମାନେ ଆଲୋଚନା କରିବା ସହିତ ନୂଆ ଏବଂ ସମ୍ପ୍ରତି ମୁଣ୍ଡ ଟେକୁଥିବା ବିଭିନ୍ନ କ୍ଷେତ୍ର ପ୍ରସଙ୍ଗରେ ମଧ୍ୟ ଭାବ ବିନିମୟ କରିଥିଲେ ଏବଂ ବି୨ବି ଏବଂ ପି୨ପି ସହଯୋଗକୁ ସୁଦୃଢ଼ କରିବା ଉପରେ ଜୋର୍ ଦେଇଥିଲେ ।
ମୁମ୍ବାଇ- ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ ପ୍ରକଳ୍ପ ସହିତ ଭାରତ ଏବଂ ଜାପାନ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପରସ୍ପର ମଧ୍ୟରେ ସହଯୋଗିତା କରିଆସୁଛନ୍ତି । ଏହି ରେଳ ପ୍ରକଳ୍ପ ଭାରତର ଗମନାଗମନ ବ୍ୟବସ୍ଥାକୁ ଏକ ନୂତନ ଗତି ପ୍ରଦାନ କରିବ । ଏହା ବ୍ୟତୀତ ୨୦୨୨ ଠାରୁ ୨୦୨୭ ମସିହା ଅବଧିରେ ଭାରତରେ ଜାପାନ ପ୍ରାୟ ୫ ଟ୍ରିଲିୟନ୍ ୟେନ୍ ଅର୍ଥ ନିବେଶ କରିବାର ଲକ୍ଷ୍ୟ ରଖାଯାଇଛି ଏବଂ ଭାରତ- ଜାପାନ ଶିଳ୍ପ ପ୍ରତିଯୋଗୀତା ସହଭାଗିତା ମଧ୍ୟ ଉତ୍ପାଦନ କ୍ଷେତ୍ରରେ ସହଭାଗୀତାରେ ବୈପ୍ଳବିକ ପରିବର୍ତ୍ତନ ଘଟିବାର ଆଶା କରାଯାଉଛି । ଉଭୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଏହି ବୈଠକ ଏହିସବୁ ପ୍ରକଳ୍ପମାନଙ୍କର ପ୍ରଗତି ସମ୍ପର୍କରେ ସମୀକ୍ଷା କରିବା ନିମନ୍ତେ ସୁଯୋଗ ପ୍ରଦାନ କରିଛି ।
ଦୁଇ ନେତା ଆଗାମୀ ଭାରତ- ଜାପାନ ବାର୍ଷିକ ଶିଖର ବୈଠକ ସମୟରେ ଏହି ଆଲୋଚନାକୁ ଆଗକୁ ଆଗେଇ ନେବାର ଆଶା କରାଯାଏ । 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jan Dhan accounts hold Rs 2.75 lakh crore in banks: Official

Media Coverage

Jan Dhan accounts hold Rs 2.75 lakh crore in banks: Official
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives due to a mishap in Nashik, Maharashtra
December 07, 2025

The Prime Minister, Shri Narendra Modi has expressed deep grief over the loss of lives due to a mishap in Nashik, Maharashtra.

Shri Modi also prayed for the speedy recovery of those injured in the mishap.

The Prime Minister’s Office posted on X;

“Deeply saddened by the loss of lives due to a mishap in Nashik, Maharashtra. My thoughts are with those who have lost their loved ones. I pray that the injured recover soon: PM @narendramodi”