ଇଟାଲିର ଅପୁଲିଆଠାରେ ଚାଲିଥିବା ଜି-୭ ଶିଖର ବୈଠକ ପୃଷ୍ଠଭୂମିରେ ଆଜି ଇଟାଲି ପ୍ରଧାନମନ୍ତ୍ରୀ ଜିଓରଜିଆ ମେଲୋନୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମେଲୋନୀ ନରେନ୍ଦ୍ର ମୋଦୀ ଲାଗାତାର ତୃତୀୟ ଥର ଭାରତର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଜି-୭ ଆଉଟ୍ ରିଚ୍ ଶିଖର ସମ୍ମିଳନୀରେ ଯୋଗ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଇଟାଲି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥି ସହିତ ଏହି ଶିଖର ସମ୍ମିଳନୀକୁ ସଫଳତାର ସହ ସଂପାଦନ କରିଥିବାରୁ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।
ଉଭୟ ନେତା ସନ୍ତୋଷ ବ୍ୟକ୍ତ କରି ଉଲ୍ଲେଖ କରିଥିଲେ ଯେ ନିୟମିତ ବ୍ୟବଧାନରେ ଦୁଇ ଦେଶର ଶୀର୍ଷ ନେତୃବର୍ଗଙ୍କ ମଧ୍ୟରେ ରାଜନୈତିକ ଆଲୋଚନା ହେବା ଏବଂ ଭାରତ- ଇଟାଲି ରଣନୀତିକ ସହଭାଗିତାକୁ ଆଗକୁ ଆଗେଇ ନେବା ପ୍ରଶଂସନୀୟ ପ୍ରୟାସ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଓ ଆର୍ଥିକ ସହଯୋଗ ବୃଦ୍ଧିରେ ସନ୍ତୋଷ ବ୍ୟକ୍ତ କରି ସେମାନେ ବ୍ୟବସାୟିକ ସମ୍ପର୍କକୁ ସ୍ୱଚ୍ଛ ଇନ୍ଧନ ଓ ଉତ୍ପାଦନ, ମହାକାଶ, ବିଜ୍ଞାନ ଓ ପ୍ରଯୁକ୍ତି, ଟେଲିକମ୍‌, କୃତ୍ରିମ ବୁଦ୍ଧିମତ୍ତା ଓ ଗୁରୁତ୍ୱପୂର୍ଣ୍ଣ ଖଣିଜଦ୍ରବ୍ୟର ନିରବଚ୍ଛିନ୍ନ ଯୋଗାଣ ଚେନ୍ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ମର୍ମରେ, ସେମାନେ ନିକଟରେ ଶିଳ୍ପ ସମ୍ପତ୍ତି ଅଧିକାର (ଆଇପିଆର) ଘେନି ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର (ଏମଓୟୁ)କୁ ସ୍ୱାଗତ କରିବା ସହ ଏହା ପାଟେଣ୍ଟ୍‌, ଡିଜାଇନ୍ ଓ ଟ୍ରେଡମାର୍କ କ୍ଷେତ୍ରରେ ସହଯୋଗର ଢାଞ୍ଚା ଗଠନର ପୃଷ୍ଠଭୂମି ଯୋଗାଇବ ବୋଲି ଉଲ୍ଲେଖ କରିଥିଲେ ।
 

ଦୁଇ ପକ୍ଷ ଦ୍ୱିପାକ୍ଷିକ ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗ ଉପରେ ଆଲୋଚନା କରିବା ସହିତ ଆଶା ବ୍ୟକ୍ତ କରିଛନ୍ତି ଯେ ଆଗାମୀ ଦିନରେ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ଭାରତ ଓ ଇଟାଲି ମଧ୍ୟରେ ସହଯୋଗକୁ ଆହୁରି ବ୍ୟାପକ କରାଯିବ । ଇଟାଲିର ଯୁଦ୍ଧବିମାନବାହୀ ପୋତ ଆଇଟିଏସ କାଭୋର ଏବଂ ଆଇଟିଏସ ଭେସପୁସି ତାଲିମ ଜାହାଜ ଚଳିତ ବର୍ଷ ଆଗାମୀ ଦିନରେ ଭାରତ ଉପକୂଳକୁ ଭ୍ରମଣରେ ଆସିବାକୁ ସେମାନେ ସ୍ୱାଗତ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧା ସମୟରେ ଭାରତୀୟ ସେନାଙ୍କ ଇଟାଲିଆନ୍ ଅଭିଯାନକୁ ଇଟାଲି ସରକାରଙ୍କ ସ୍ୱୀକୃତି ପ୍ରଦାନ ନିମନ୍ତେ ପ୍ରଧାନମନ୍ତ୍ରୀ ଇଟାଲି ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ସୂଚାଇଥିଲେ ଯେ ଇଟାଲିର ମୋଣ୍ଟୋନଠାରେ ଥିବା ୟଶୱନ୍ତ ଘଡ଼ସେ ସ୍ମାରକୀକୁ ଭାରତ ଆହୁରି ଉନ୍ନତ କରିବ ।
‘ବୈଶ୍ୱିକ ଜୈବ ଇନ୍ଧନ ସହଯୋଗୀତା’ ଅଧୀନରେ ସହଭାଗୀତା ସମ୍ପର୍କରେ ଉଲ୍ଲେଖ କରି ଉଭୟ ନେତା ଶକ୍ତି ପର୍ଯ୍ୟାନ୍ତରଣ ସହଯୋଗ ରାଜିନାମା ସ୍ୱାକ୍ଷରକୁ ସେମାନେ ସ୍ୱାଗତ କରିଥିଲେ । ଏହା ସ୍ୱଚ୍ଛ ଓ ସବୁଜ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଯୋଗାଇବ । ୨୦୨୫-୨୭ ନୂତନ କାର୍ଯ୍ୟନିର୍ବାହୀ କାର୍ଯ୍ୟକ୍ରମ ସହଯୋଗିତାରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଯୁଗ୍ମ ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ମତ ପୋଷଣ କରିଛନ୍ତି ।
ଦୁଇ ଦେଶ ମଧ୍ୟରେ ଜନ- ଜନ ମଧ୍ୟରେ ସୁଦୃଢ଼ ସମ୍ପର୍କ ରହିଆସିଛି ଯାହାକି ଭାରତରେ ଦୀର୍ଘ ଦିନରୁ କରାଯାଇ ଆସୁଥିବା ଭାରତୀୟ ସଂସ୍କୃତି ସମ୍ପର୍କର ଅଧ୍ୟୟନରୁ ସ୍ପଷ୍ଟ ସୂଚନା ମିଳେ । ଏବେ ମିଲାନ ବିଶ୍ୱବିଦ୍ୟାଳୟରେ ଭାରତୀୟ ସଂସ୍କୃତି ସମ୍ପର୍କରେ ଅଧ୍ୟୟନ ନିମନ୍ତେ ପ୍ରଥମ ଥର ପାଇଁ ଆଇସିସିଆର ଚେୟାର ସ୍ଥାପନ କରାଯାଇଛି ଯାହାକି ଦୁଇ ଦେଶର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ । ଦୁଇ ନେତା ଦେଶାନ୍ତରଣ ଏବଂ ଚଳନ ରାଜିନାମାକୁ ଯଥା ଶୀଘ୍ର ପ୍ରବର୍ତ୍ତନ କରାଯିବା ନିମନ୍ତେ ଆହ୍ୱାନ ଜଣାଇଥିଲେ । ଏହା ପେଶାଦାର, କୁଶଳୀ ଏବଂ ଅର୍ଦ୍ଧ- କୁଶଳୀ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ଗବେଷକଙ୍କ ପରସ୍ପର ଦେଶ ଭ୍ରମଣକୁ ଅଧିକ ସୁବିଧା ଯୋଗାଇବ ।
ଉଭୟ ନେତା ଭାରତ- ପ୍ରଶାନ୍ତ ମହାସାଗରୀୟ ଉପକ୍ରମ ଢାଞ୍ଚା ଅଧୀନରେ ଯୁଗ୍ମ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ନିମନ୍ତେ ଦୃଢ଼ ଆଶା ପୋଷଣ କରିଛନ୍ତି ଯାହାକି ସେମାନଙ୍କର ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମୁକ୍ତ ଓ ସ୍ୱାଧୀନ ସହଭାଗୀ ପରିକଳ୍ପନାକୁ ସାକାର କରିବ । ଏହି ଅବସରରେ ସେମାନେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରୀୟ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଏବଂ ବୈଶ୍ୱିକ ଓ ବହୁପକ୍ଷିୟ ଉପକ୍ରମ ଯଥା ଭାରତ- ମଧ୍ୟପ୍ରାଚ୍ୟ- ୟୁରୋପୀୟ ଆର୍ଥିକ କରିଡୋର ଭଳି ଉପକ୍ରମରେ ସହଯୋଗ କରି ଏହାକୁ ସୁଦୃଢ଼ କରିବା ସକାଶେ ସହମତ ପ୍ରକଟ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts