The nation has fought against the coronavirus pandemic with discipline and patience and must continue to do so: PM
India has vaccinated at the fastest pace in the world: PM Modi
Lockdowns must only be chosen as the last resort and focus must be more on micro-containment zones: PM Modi

ମୋର ପ୍ରିୟ ଦେଶବାସୀଗଣନମସ୍କାର!

କରୋନା ବିରୋଧରେ ଦେଶ ଆଜି ପୁଣି ବହୁତ ବଡ ଲଢେଇ ଲଢୁଛି । କିଛି ସପ୍ତାହ ପୂର୍ବରୁ ସ୍ଥିତି ନିୟନ୍ତ୍ରଣାଧିନ ଥିଲା ଆଉ ପୁଣି କରୋନାର ଏହି ଦ୍ୱିତୀୟ ଲହର ଝଡ଼ ଭଳି ଆସିଗଲା। ଯେଉଁ କଷ୍ଟ ଆପଣମାନେ ସହିଛନ୍ତି, ଯେଉଁ କଷ୍ଟ ଆପଣମାନେ ସହୁଛନ୍ତି, ତାହା ମୁଁ ସଂମ୍ପୂର୍ଣ୍ଣ ଭାବେ ଅନୁଭବ କରିପାରୁଛି। ଯେଉଁ ଲୋକମାନେ ବିଗତ ଦିନରେ ନିଜର ସମ୍ପର୍କୀୟଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ଦେଶବାସୀଙ୍କ ତରଫରୁ ମୁଁ ସମବେଦନା ଜଣାଉଛି। ପରିବାରର ଜଣେ ସଦସ୍ୟ ଭାବେ, ମୁଁ ଆପଣଙ୍କ ଦୁଃଖରେ ସାମିଲ ହୋଇଛି। ଆହ୍ୱାନ ହେଉଛି ବହୁତ ବଡ଼, କିନ୍ତୁ ଆମେ ସମସ୍ତେ ମିଳିମିଶି ନିଜର ସଂକଳ୍ପ, ନିଜର ସାହସ ଏବଂ ପ୍ରସ୍ତୁତି ସହିତ ଏହାକୁ ଅତିକ୍ରମ କରି ପାରିବା।

ସାଥୀଗଣ,

ନିଜ କଥାକୁ ବିସ୍ତୃତ ଭାବେ କହିବା ପୂର୍ବରୁ ଦେଶର ସମସ୍ତ ଡାକ୍ତର, ମେଡିକାଲ କର୍ମଚାରୀ, ପାରା ମେଡିକାଲ କର୍ମଚାରୀ, ଆମର ସମସ୍ତ ସଫାଇ କର୍ମଚାରୀ ଭାଇ ଭଉଣୀ, ଆମର ଆମ୍ବୁଲାନ୍ସର ଡ୍ରାଇଭର, ଆମର ସୁରକ୍ଷାବଳ-ପୁଲିସ କର୍ମଚାରୀ, ସମସ୍ତଙ୍କୁ ପ୍ରଶଂସା କରୁଛି। ଆପଣମାନେ କରୋନାର ପ୍ରଥମ ଲହରରେ ମଧ୍ୟ ନିଜର ଜୀବନକୁ ବାଜି ଲଗାଇ ଲୋକମାନଙ୍କୁ ବଞ୍ଚାଇଥିଲେ। ଆଜି ଆପଣମାନେ ପୁଣି ଏହି ସଙ୍କଟରେ ନିଜ ପରିବାର, ନିଜର ସୁଖ, ନିଜର ଚିନ୍ତାକୁ ଛାଡ଼ି ଅନ୍ୟମାନଙ୍କ ଜୀବନ ବଞ୍ଚାଇବାରେ ନିଜର ଦିନ-ରାତି ଏକ କରି ଲାଗି ପଡ଼ିଛନ୍ତି।

ସାଥୀଗଣ,

ଆମର ଶାସ୍ତ୍ରରେ କୁହାଯାଇଛି- ତ୍ୟାଜ୍ୟମ୍‍  ଧୈର୍ଯ୍ୟମ୍‍ବିଧୁରେଃପି କାଳେ। ଅର୍ଥାତ କଠିନରୁ କଠିନ ସମୟରେ ମଧ୍ୟ ଆମକୁ ଧୈର୍ଯ୍ୟ ନ ହରାଇବା ଉଚିତ । କୌଣସି ମଧ୍ୟ ପରିସ୍ଥିତିର ମୁକାବିଲା କରିବା ପାଇଁ ଆମେ ସମସ୍ତେ ସଠିକ ନିଷ୍ପତି ନେବା, ସଠିକ ଦିଗରେ ପ୍ରୟାସ କରିବା, ତେବେ ଆମେ ବିଜୟ ହାସଲ କରି ପାରିବା। ଏହି ମନ୍ତ୍ରକୁ ସାମ୍ନାରେ ରଖି ଆଜି ଦେଶ ଦିନ-ରାତି କାର୍ଯ୍ୟ କରୁଛି। ବିଗତ କିଛି ଦିନରେ ଯେଉଁ ନିଷ୍ପତି ନିଆଯାଇଛି, ଯେଉଁ ପଦକ୍ଷେପ ଉଠାଯାଇଛି, ତାହା ପରିସ୍ଥିତିକୁ ଦ୍ରୁତ ଗତିରେ ସୁଧାରିବ। ଚଳିତ ଥର କରୋନା ସଙ୍କଟରେ ଦେଶର ଅନେକ ଭାଗରେ ଅମ୍ଳଜାନର ବହୁତ ଚାହିଦା ବୃଦ୍ଧି ପାଇଛି। ଏହି ବିଷୟରେ ଦ୍ରୁତ ଗତିରେ ଏବବଂ ସଂମ୍ପୂର୍ଣ୍ଣ ସମ୍ବେଦନଶୀଳତା ସହିତ କାର୍ଯ୍ୟ କରାଯାଉଛି। କେନ୍ଦ୍ର ସରକାର, ରାଜ୍ୟ ସରକାର, ଘରୋଇ କ୍ଷେତ୍ର, ସମସ୍ତେ, ପ୍ରତ୍ୟେକ ଅମ୍ଳଜାନ ଆବଶ୍ୟକ କରୁଥିବା ଲୋକଙ୍କ ଚାହିଦା କିପରି ପୂରଣ ହେବ ସେ ନେଇ ସମ୍ପୂର୍ଣ୍ଣ ପ୍ରୟାସ କରୁଛନ୍ତି। ଅମ୍ଳଜାନ ଉତ୍ପାଦନ ଏବଂ ଯୋଗାଣ ବୃଦ୍ଧି କରିବା ପାଇଁ ମଧ୍ୟ ଅନେକ ସ୍ତରରେ ଉପାୟ କରାଯାଉଛି। ରାଜ୍ୟଗୁଡ଼ିକରେ ନୂତନ ଅମ୍ଳଜାନ କାରଖାନା ହେଉ, ଏକ ଲକ୍ଷ ଟନ ସିଲିଣ୍ଡର ପହଞ୍ଚାଇବା ହେଉ, ଔଦ୍ୟୋଗିକ କ୍ଷେତ୍ରରେ ବ୍ୟବହାର ହେଉଥିବା ଅମ୍ଳଜାନକୁ ମେଡିକାଲରେ ବ୍ୟବହାର କରାଯାଉ, ଅମ୍ଳଜାନ (ଅକ୍ସିଜେନ ଏକ୍ସପ୍ରେସ) ରେଳ ହେଉ, ପ୍ରତ୍ୟେକ ସ୍ତରରେ ପ୍ରୟାସ କରାଯାଉଛି।

ସାଥୀଗଣ,

ଚଳିତ ଥର ଯେମିତି ହିଁ କରୋନାର ସଂକ୍ରମଣ ବଢ଼଼ିଛି, ଦେଶର ଫାର୍ମା କ୍ଷେତ୍ରରେ ଔଷଧ ଉତ୍ପାଦନକୁ ଆହୁରି ବୃଦ୍ଧି କରାଯାଇଛି। ଜାନୁଆରୀ-ଫେବୃଆରୀ ତୁଳନାରେ ଆଜି ଦେଶରେ ଔଷଧ ଉତ୍ପାଦନ ଅନେକ ଗୁଣ ବୃଦ୍ଧି ପାଇଛି। ଏହାକୁ ଏବେ ଆହୁରି ଦ୍ରୁତ ଗତି ଦିଆଯାଇଛି। ଗତକାଲି ମୁଁ ଦେଶର ଫାର୍ମା ଉଦ୍ୟୋଗର ବଡ଼-ବଡ଼ ଯେଉଁ ପ୍ରମୁଖ ଲୋକମାନେ ଅଛନ୍ତି, ବିଶେଷଜ୍ଞମାନେ ଅଛନ୍ତି, ସେମାନଙ୍କ ସହିତ ବହୁତ ଦୀର୍ଘ ସମୟ ଧରି କଥା ହୋଇଛି। ଉତ୍ପାଦନ ବୃଦ୍ଧି ପାଇଁ ଔଷଧ କମ୍ପାନୀଗୁଡ଼ିକ ଠାରୁ ସମସ୍ତ ପ୍ରକାରର ସହାୟତା ନିଆଯାଉଛି। ଆମେ ସୌଭାଗ୍ୟଶାଳୀ ଯେ ଆମ ଦେଶ ପାଖରେ ଏତେ ବୃହତ ଓ ସୁଦୃଢ଼ ଫାର୍ମା କ୍ଷେତ୍ର ଅଛି, ଯାହା ବହୁତ ଭଲ ଏବଂ ଦ୍ରୁତ ଗତିରେ ଔଷଧ ପ୍ରସ୍ତୁତ କରୁଛନ୍ତି। ଏହା ସହିତ ହସ୍ପିଟାଲଗୁଡ଼ିକରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି। କିଛି ସହରରେ ଅଧିକ ଚାହିଦାକୁ ଦେଖି ସ୍ୱତନ୍ତ୍ର ଏବଂ ବିଶାଳ କୋଭିଡ଼ ହସ୍ପିଟାଲମାନ ନିର୍ମାଣ କରାଯାଉଛି।

ସାଥୀଗଣ,

ବିଗତ ବର୍ଷ, ଯେତେବେଳେ ଦେଶରେ କରୋନାର ମାତ୍ର କିଛି ରୋଗୀ ଚିହ୍ନଟ ହୋଇଥିଲେ, ସେହି ସମୟରେ ଭାରତରେ କରୋନା ଭୂତାଣୁ ବିରୋଧରେ ପ୍ରଭାବଶାଳୀ ଟିକାକରଣ ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆମର ବୈଜ୍ଞାନିକମାନେ ଦିନ-ରାତି ଏକ କରି ବହୁତ କମ୍‍ ସମୟରେ ଦେଶବାସୀଙ୍କ ପାଇଁ ଟିକା ବିକଶିତ କରିଛନ୍ତି। ଆଜି ବିଶ୍ୱରେ ସବୁଠାରୁ ଶସ୍ତା ଟିକା ଭାରତରେ ମିଳୁଛି। ଭାରତର ଶୀତଳ ଶୃଙ୍ଖଳ ବ୍ୟବସ୍ଥା ଅନୁକୂଳ ଟିକା ଆମ ପାଖରେ ଅଛି। ଏହି ପ୍ରୟାସରେ ଆମର ଘରୋଇ କ୍ଷେତ୍ର ନବସୃଜନ ଏବଂ ଉଦ୍ୟୋଗୀ ଭାବନାକୁ ବେଶ ଭଲ ଭାବେ ପ୍ରଦର୍ଶନ କରିଛନ୍ତି। ଟିକାକୁ ମଞ୍ଜୁରି ଏବଂ ନିୟନ୍ତ୍ରଣ ପ୍ରକ୍ରିୟାକୁ ଫାଷ୍ଟଟ୍ରାକରେ ରଖିବା ସହିତ ସମସ୍ତ ବୈଜ୍ଞାନିକ ଏବଂ ନିୟନ୍ତ୍ରଣ ସହାୟତାକୁ ମଧ୍ୟ ବୃଦ୍ଧି କରାଯାଇଛି। ଏହା ହେଉଛି ଏକ ଦଳଗତ ପ୍ରୟାସ ଯାହାଦ୍ୱାରା ଆମ ଭାରତ ଦୁଇଟି ମେଡ ଇନ୍‍ ଇଣ୍ଡିଆ ଟିକା ସହିତ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ କରି ପାରିଲା। ଟିକାକରଣର ପ୍ରଥମ ପର୍ଯ୍ୟାୟରୁ ହିଁ ଦ୍ରୁତ ଗତିରେ ଏହି କଥା ଉପରେ ଗୁରୁତ୍ୱ ଦିଆଗଲା ଯେ ଅଧିକରୁ ଅଧିକ ଅଞ୍ଚଳ ପର୍ଯ୍ୟନ୍ତ ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ଟିକା ପହଞ୍ଚୁ। ବିଶ୍ୱରେ ସବୁଠାରୁ ଦ୍ରୁତ ଗତିରେ ଭାରତରେ ପ୍ରଥମ 10 କୋଟି, ପୁଣି 11 କୋଟି ଏବଂ ଏବେ 12 କୋଟି ଟିକା ଡୋଜ୍‍ ଦିଆଯାଇଛି। ଆଜି କରୋନାର ଏହି ଲଢ଼େଇରେ ଆମକୁ ଉତ୍ସାହ ମିଳିଛି ଯେ ଆମର ସ୍ୱାସ୍ଥ୍ୟସେବା କର୍ମଚାରୀ, ଆଗଧାଡ଼ିର କରୋନା ଯୋଦ୍ଧା ଏବଂ ବରିଷ୍ଠ ନାଗରିକମାନଙ୍କର ଏକ ବୃହତ ଭାଗକୁ ଟିକାର ଲାଭ ମିଳି ସାରିଛି।

ସାଥୀଗଣ,

ଗତକାଲି ହିଁ ଆମେ ଟିକାକରଣକୁ ନେଇ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛୁ। ମଇ ମାସ ପହିଲାରୁ, 18 ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତିଙ୍କୁ ଟିକା ଦିଆଯାଇ ପାରିବ। ଏବେ ଭାରତରେ ଯେଉଁ ଟିକା ପ୍ରସ୍ତୁତ ହେବ, ତାହାର ଅଧା ଭାଗ ସିଧାସଳଖ ରାଜ୍ୟ ଏବଂ ହସ୍ପିଟାଲଗୁଡ଼ିକୁ ମଧ୍ୟ ମିଳିବ। ଏହା ମଧ୍ୟରେ ଗରିବ, ବୟସ୍କ, ନିମ୍ନ ବର୍ଗର ଲୋକ, ନିମ୍ନମଧ୍ୟ ବର୍ଗର ଲୋକ ଏବଂ 45 ବର୍ଷ ବୟସରୁ ଅଧିକ ବୟସର ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଯେଉଁ ଟିକାକରଣ କାର୍ଯ୍ୟକ୍ରମ ଚଳାଉଛନ୍ତି, ତାହା ମଧ୍ୟ ସେତିକି ଦ୍ରୁତ ଗତିରେ ଜାରି ରହିବ। ପୂର୍ବଭଳି ସରକାରୀ ହସ୍ପିଟାଲରେ ମାଗଣା ଟିକା ମିଳି ଚାଲିବ ଯାହାର ଲାଭ ମୁଁ ଯେପରି କହିଲି, ଆମର ଗରିବ ପରିବାର ହେଉ, ଆମର ନିମ୍ନ ବର୍ଗର ଲୋକ, ମଧ୍ୟମ ବର୍ଗର ପରିବାର ହୁଅନ୍ତୁ, ସେମାନେ ଏହାର ଲାଭ ଉଠାଇ ପାରିବେ।

ସାଥୀଗଣ,

ଆମ ସମସ୍ତଙ୍କର ପ୍ରୟାସ, ହେଉଛି ଜୀବନ ବଞ୍ଚାଇବା ପାଇଁ ଏବଂ ଏହା ମଧ୍ୟ ହେଉଛି ଜୀବନ ବଞ୍ଚାଇବା ପାଇଁ, ଏହା ମଧ୍ୟ ପ୍ରୟାସ ହେଉଛି ଆର୍ଥିକ କାର୍ଯ୍ୟକଳାପ ଏବଂ ଜୀବିକା ଅତି କମ୍‍ ପ୍ରଭାବିତ ହେଉ। ପ୍ରୟାସର ପଦ୍ଧତି ଏହା ହିଁ ରଖାଯାଉ। 18 ବର୍ଷ ବୟସରୁ ଅଧିକ ଲୋକଙ୍କ ପାଇଁ ଟିକାକରଣକୁ ଉନ୍ମୁକ୍ତ କରିବା ଦ୍ୱାରା ସହରଗୁଡ଼ିକରେ ଆମର ଯେଉଁ କାର୍ଯ୍ୟବଳ ଅଛି, ତାହାକୁ ଦ୍ରୁତ ଗତିରେ ଟିକା ଉପଲବ୍ଧ ହେବ। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରୟାସ ଦ୍ୱାରା, ଶ୍ରମିକମାନଙ୍କୁ ମଧ୍ୟ ଦ୍ରୁତ ଗତିରେ ଟିକା ଦିଆଯିବ। ମୁଁ ରାଜ୍ୟ ପ୍ରଶାସନକୁ ଅନୁରୋଧ କରିବି ସେମାନେ ଶ୍ରମିକମାନଙ୍କ ମନରେ ବିଶ୍ୱାସ ଜଗାଇ ରଖନ୍ତୁ, ସେମାନଙ୍କୁ ଅନୁରୋଧ କରନ୍ତୁ ଯେ ସେମାନେ ଯେଉଁଠାରେ ଅଛନ୍ତି, ସେହିଠାରେ ରୁହନ୍ତୁ। ରାଜ୍ୟଗୁଡ଼ିକ ଦ୍ୱାରା ଦିଆଯାଉଥିବା ଏହି ବିଶ୍ୱାସ ସେମାନଙ୍କୁ ଅନେକ ସହାୟତା କରିବ, ଫଳରେ ସେମାନେ ଯେଉଁ ସହରରେ ଅଛନ୍ତି, ସେଠାରେ ଆଗାମୀ କିଛି ଦିନ ମଧ୍ୟରେ ଟିକା ମଧ୍ୟ ଦିଆଯିବ ଓ ସେମାନଙ୍କର କାମ ମଧ୍ୟ ବନ୍ଦ ହେବନାହିଁ।

ସାଥୀଗଣ,

ପୂର୍ବଥର ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହା ଏବେଠାରୁ ବହୁତ ଭିନ୍ନ ଥିଲା। ସେତେବେଳେ ଆମ ପାଖରେ ଏହି ବୈଶ୍ୱିକ ମହାମାରୀ ସହିତ ଲଢ଼ିବା ପାଇଁ କରୋନା ଜନିତ ସ୍ୱତନ୍ତ୍ର ମେଡିକାଲ ଭିତିଭୂମି ନଥିଲା। ଆପଣ ମନେ ପକାନ୍ତୁ, ଦେଶର ସ୍ଥିତି କ’ଣ ଥିଲା। କରୋନା ପରୀକ୍ଷଣ ପାଇଁ ପର୍ଯ୍ୟାପ୍ତ ପରିମାଣର ପରୀକ୍ଷାଗାର ନଥିଲା, ପିପିଇର କୌଣସି ଉତ୍ପାଦନ ନଥିଲା। ଆମ ପାଖରେ ଏହି ରୋଗର ଚିକିତ୍ସା ପାଇଁ କୌଣସି ବିଶେଷ ତଥ୍ୟ ମଧ୍ୟ ନଥିଲା। କିନ୍ତୁ ବହୁତ କମ୍‍ ସମୟରେ ହିଁ ଆମେ ଏହି ସମସ୍ତ କଥାକୁ ସୁଧାରି ନେଲୁ। ଆଜି ଆମ ଡାକ୍ତରମାନେ ନା କେବଳ ବହୁତ ଭଲଭାବେ କରୋନାର ଚିକିତ୍ସା କରୁଛନ୍ତି, ବରଂ ଦକ୍ଷତା ମଧ୍ୟ ହାସଲ କରି ନେଇଛନ୍ତି, ସେମାନେ ଅଧିକରୁ ଅଧିକ ଜୀବନ ବଞ୍ଚାଉଛନ୍ତି। ଆଜି ଆମ ପାଖରେ ବୃହତ ସଂଖ୍ୟାରେ ପିପିଇ କିଟ୍‍ ମାନ ଅଛି, ପରୀକ୍ଷାଗାରର ବଡ଼ ନେଟୱର୍କ ଅଛି ଏବଂ ଆମେ ଲୋକମାନଙ୍କ ପରୀକ୍ଷଣ ସୁବିଧାକୁ ନିରନ୍ତର ବୃଦ୍ଧି କରି ଚାଲିଛୁ।

ସାଥୀଗଣ,

ଦେଶ କରୋନା ବିରୋଧରେ ଏ ପର୍ଯ୍ୟନ୍ତ ଦୃଢତା ଏବଂ ଧୈର୍ଯ୍ୟର ସହିତ ଲଢେଇ ଲଢିଛି। ଏହାର ଶ୍ରେୟ ଆପଣ ସମସ୍ତ ଦେଶବାସୀଙ୍କୁ ହିଁ ଯାଉଛି। ଅନୁଶାସନ ଏବଂ ଧୈର୍ଯ୍ୟର ସହିତ କରୋନା ସହିତ ଲଢି ଆପଣ ଦେଶକୁ ଏ ପର୍ଯ୍ୟନ୍ତ ଆଣିଛନ୍ତି। ମୋର ବିଶ୍ୱାସ ଯେ, ଜନସହଯୋଗ ଅବା ଜନଭାଗିଦାରୀର ଶକ୍ତି ବଳରେ ଆମେ କରୋନାର ଏହି ଝଡ଼କୁ ମଧ୍ୟ ପରାଜିତ କରି ପାରିବା। ଆଜି ଆମେ ନିଜ ଚାରିପଟେ ଦେଖୁଛେ ଯେ, କିପରି ଅନେକ ଲୋକ, ଅନେକ ସାମାଜିକ ସଂସ୍ଥା ଅଭାବୀ ଲୋକଙ୍କ ପାଖରେ ସହାୟତା ପହଁଚାଇବା ପାଇଁ ଦିନ ରାତି ଲାଗିଛନ୍ତି। ଔଷଧ ପହଁଚାଇବା ହେଉ, ଖାଦ୍ୟ ଏବଂ ରହିବା ବ୍ୟବସ୍ଥା କରିବା ହେଉ, ଲୋକମାନେ ସଂମ୍ପୂର୍ଣ୍ଣ ମନଯୋଗ ସହ କାର୍ଯ୍ୟ କରୁଛନ୍ତି। ମୁଁ ଏହି ସମସ୍ତଙ୍କର ସେବା ଭାବକୁ ପ୍ରଣାମ କରୁଛି ଏବଂ ଦେଶବାସୀଙ୍କୁ ନିବେଦନ କରୁଛି ଯେ ଅଧିକରୁ ଅଧିକ ସଂଖ୍ୟାରେ ଏହି ସଂକଟ ସମୟରେ ଆଗକୁ ଆସନ୍ତୁ ଏବଂ ଅଭାବୀ ଲୋକଙ୍କ ପାଖରେ ସହାୟତା ପହଁଚାନ୍ତୁ। ସମାଜର ପୁରୁଷାର୍ଥ ଏବଂ ସେବାର ସଂକଳ୍ପ ଦ୍ୱାରା ହିଁ ଆମେ ଏହି ଏଢେଇ ଜିତି ପାରିବା। ଯୁବ ସାଥୀମାନଙ୍କୁ ମୋର ଅନୁରୋଧ ଯେ ସେମାନେ ନିଜ ସମାଜ(ସୋସାଇଟି)ରେ, ସାହି ବସ୍ତିରେ, ଆପାର୍ଟମେଣ୍ଟରେ ଛୋଟ ଛୋଟ ସମିତିମାନ ଗଠନ କରି କୋଭିଡ ଅନୁଶାସନ ପାଳନ କରିବାରେ ସହାୟତା କରନ୍ତୁ। ଆମେ ଯଦି ଏପରି କରିବା ତେବେ ସରକାରଙ୍କୁ ନା କେବେ କଂଟେନମେଣ୍ଟ ଜୋନ କରିବାର ଆବଶ୍ୟକତା ପଡ଼ିବ ନା କର୍ଫ୍ୟୁ ଲଗାଇବାକୁ ପଡ଼ିବ ଏବଂ ଲକଡାଉନର ମଧ୍ୟ ପ୍ରଶ୍ନ ଉଠିବ ନାହିଁ। ଆବଶ୍ୟକତା ପଡ଼ିବ ନାହିଁ। ସ୍ୱଚ୍ଛତା ଅଭିଯାନ ସମୟରେ, ଦେଶରେ ସଚେତନତା ସୃଷ୍ଟି କରିବାରେ ମୋର ବାଲ ମିତ୍ରମାନେ ବହୁତ ସହାୟତା କରିଥିଲେ। ଛୋଟ- ଛୋଟ ପିଲାମାନେ 5ମ, 7ମ, 10ମରେ ପଢ଼ୁଥିବା ପିଲା। ସେମାନେ ଘରର ଲୋକଙ୍କୁ ବୁଝାଇଥିଲେ, ମାନିବାକୁ କହିଥିଲେ। ସେମାନେ ବଡ଼ ଲୋକମାନଙ୍କୁ ମଧ୍ୟ ସ୍ୱଚ୍ଛତାର ସନ୍ଦେଶ ଦେଇଥିଲେ। ଆଜି ମୁଁ ପୁଣିଥରେ ମୋର ବାଲ ମିତ୍ରମାନଙ୍କୁ ବିଶେଷ ଭାବେ କହିବାକୁ ଚାହୁଁଛି। ମୋର ବାଲ ମିତ୍ର, ଘରେ ଏଭଳି ବାତାବରଣ ସୃଷ୍ଟି କରନ୍ତୁ ଯେ ବିନା କାମରେ, ବିନା କାରଣରେ ଘରର ଲୋକ, ଘରୁ ବାହାରନ୍ତୁ ନାହିଁ। ତୁମମାନଙ୍କର ଜିଦି ବହୁତ ବଡ଼ ପରିଣାମ ଆଣି ପାରିବ। ପ୍ରଚାର ମାଧ୍ୟମ ଗୁଡିକୁ ମୋର ମଧ୍ୟ ପ୍ରାର୍ଥନା ଯେ, ଏଭଳି ସଂକଟ ସମୟରେ ସେମାନେ ଲୋକଙ୍କୁ ସତର୍କ ଏବଂ ସଚେତନ କରିବା ପାଇଁ ଯେଉଁ ପ୍ରୟାସ କରୁଛନ୍ତି, ତାହାକୁ ଆହୁରି ବୃଦ୍ଧି କରନ୍ତୁ। ଏହା ସହିତ, ଏଥିପାଇଁ ମଧ୍ୟ କାର୍ଯ୍ୟ କରନ୍ତୁ ଯେ ଭୟର ବାତାବରଣ ହ୍ରାସ ପାଉ, ଲୋକମାନେ ଗୁଜବ ଏବଂ ଭ୍ରମରେ ପଡନ୍ତୁ ନାହିଁ।

ସାଥୀଗଣ,

ଆଜିର ସ୍ଥିତିରେ ଆମେ ଦେଶକୁ ଲକଡାଉନରୁ ରକ୍ଷା କରିବା ଦରକାର। ମୁଁ ରାଜ୍ୟଗୁଡିକୁ ମଧ୍ୟ ଅନୁରୋଧ କରିବି ଯେ ସେମାନେ ଲକଡାଉନକୁ ଶେଷ ବିକଳ୍ପ ଭାବେ ହିଁ ବ୍ୟବହାର କରନ୍ତୁ। ଲକଡାଉନରୁ ରକ୍ଷା ପାଇବା ପାଇଁ ଯଥା ସମ୍ଭବ ପ୍ରୟାସ କରିବାର ଅଛି। ଆଉ ମାଇକ୍ରୋ କଂଟେନମେଣ୍ଟ ଜୋନ୍‍ ଉପରେ ହିଁ ଧ୍ୟାନ କେନ୍ଦ୍ରୀତ କରିବାର ଅଛି। ଆମକୁ ନିଜର ଅର୍ଥ ବ୍ୟବସ୍ଥାର ସ୍ଥିତି ମଧ୍ୟ ସୁଧାରିବାର ଅଛି ଏବଂ ଦେଶବାସୀଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନ ଦେବାର ଅଛି।

ସାଥୀଗଣ,

 ଆଜି ହେଉଛି ନବରାତ୍ରିର ଶେଷ ଦିନ। କାଲି ହେଉଛି ରାମନବମୀ ଏବଂ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କର ଆମ ସମସ୍ତଙ୍କ ପାଇଁ ଏହି ସନ୍ଦେଶ ଯେ, ଆମେ ମର୍ଯ୍ୟାଦା ଗୁଡିକୁ ପାଳନ କରିବା। କରୋନାର ଏହି ସଂକଟ କାଳରେ, କରୋନାରୁ ରକ୍ଷା ପାଇବା ପାଇଁ ଯାହା ମଧ୍ୟ ଉପାୟ ଅଛି, ଦୟାକରି ଶତ ପ୍ରତିଶତ ତାହାକୁ ପାଳନ କରନ୍ତୁ। ଔଷଧ ମଧ୍ୟ, କଡ଼ାକଡି ନିୟମ ମଧ୍ୟ (ଦବାଇ ଭି, କଡାଇ ଭି)ମନ୍ତ୍ରକୁ କେବେ ମଧ୍ୟ ଭୁଲିବାର ନାହିଁ। ଏହି ମନ୍ତ୍ର ହେଉଛି ବହୁତ ଜରୁରୀ, ଟିକା ନେବା ପରେ ମଧ୍ୟ ଏହା ଜରୁରୀ। ରମଜାନର ପବିତ୍ର ମାସର ଆଜି ମଧ୍ୟ ହେଉଛି ସପ୍ତମ ଦିନ। ରମଜାନ ଆମକୁ ଧୈର୍ଯ୍ୟ, ଆତ୍ମସଂଯମ ଏବଂ ଅନୁଶାସନର ଶିକ୍ଷା ଦେଇଥାଏ। କରୋନା ବିରୋଧରେ ଲଢେଇ ଜିତିବା ପାଇଁ ଅନୁଶାସନର ମଧ୍ୟ ସେତିକି ଆବଶ୍ୟକତା ରହିଛି। ଯେତେବେଳେ ଆବଶ୍ୟକ ପଡ଼ିବ, ସେତେବେଳେ ବାହାରକୁ ବାହାରିବା, କେଭିଡ ଅନୁଶାସନକୁ ସଂମ୍ପୂର୍ଣ୍ଣ ପାଳନ କରନ୍ତୁ, ଆପଣ ସମସ୍ତଙ୍କୁ ମୋର ଏହି ଅନୁରୋଧ। ମୁଁ ଆପଣମାନଙ୍କୁ ପୁଣି ଥରେ ଏହି ଭରସା ଦେଉଛି, ଆପଣମାନଙ୍କର ଏହି ସାହସ, ଧୈର୍ଯ୍ୟ ଏବଂ ଅନୁଶାସନ ସହିତ ଯେଡି ହୋଇ, ଆଜି ଯେଉଁ ପରିସ୍ଥିତି ଅଛି, ତାହାକୁ ବଦଳାଇବାରେ ଦେଶ କୌଣସି ସୁଯୋଗ ହାତଛଡା କରିବ ନାହିଁ। ଆପଣ ସମସ୍ତେ ସୁସ୍ଥ ରୁହନ୍ତୁ, ଆପଣଙ୍କର ପରିବାରର ସମସ୍ତେ ସୁସ୍ଥ ରୁହନ୍ତୁ, ଏହି କାମନା ସହିତ ମୁଁ ମୋ କଥା ଶେଷ କରୁଛି। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jan Aushadhi Kendras And India's Medical Revolution Under PM Modi

Media Coverage

Jan Aushadhi Kendras And India's Medical Revolution Under PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on sacred Earth as a source of strength to the nation
March 10, 2026

The Prime Minister, Shri Narendra Modi, shared a Sanskrit Subhashitam emphasising on sacred Earth as a source of strength to the nation:

“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।

यस्या हृदयं परमे व्योमन्त्सत्येनावृतममृतं पृथिव्याः।

सा नो भूमिस्त्विषिं बलं राष्ट्रे दधातूत्तमे॥”

The Subhashitam conveys that, the Earth, which is filled with water within the oceans, and surrounded by water outside, which thoughtful scholars have understood through their wisdom, and whose heart is covered by the eternal truth in the vast sky – may that earth, sustain our energy and strength in a noble nation.

The Prime Minister wrote on X;

“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।

यस्या हृदयं परमे व्योमन्त्सत्येनावृतममृतं पृथिव्याः।

सा नो भूमिस्त्विषिं बलं राष्ट्रे दधातूत्तमे॥”