Impact and Influence of Swami Vivekananda Remains Intact in Our National life: PM
Exhorts Youth to Contribute Selflessly and Constructively in Politics
Political Dynasty is the Major Cause of Social Corruption: PM

ନମସ୍କାର,

ମୁଁ ସର୍ବପ୍ରଥମେ ଏହି ତିନିଜଣ ଯୁବକଙ୍କୁ ହୃଦୟର ସହିତ ବହୁତ ଅଭିନନ୍ଦନ ଜଣାଉଛି, ସେମାନେ ବହୁତ ଭଲ ଭାବେ, ଯେଉଁଥିରେ ବିଚାର ମଧ୍ୟ ଥିଲା, ବକ୍ତୃତା କଳା ମଧ୍ୟ ଥିଲା। ଧାରାପ୍ରବାହ, ବିଚାରପ୍ରବାହ ହିଁ ବହୁତ ସଠିକ୍ ଭାବେ ପ୍ରସ୍ତୁତି ଥିଲା। ସେମାନଙ୍କର ବ୍ୟକ୍ତିତ୍ୱ ଆତ୍ମ ବିଶ୍ୱାସରେ ଭରପୁର ଥିଲା। ଏହି ତିନି ଜଣ ସାଥୀଙ୍କୁ, ଆମର ଯୁବସାଥୀଙ୍କୁ ବିଜୟୀ ହୋଇଥିବାରୁ ମୁଁ ହୃଦୟର ସହିତ ବହୁତ-ବହୁତ ଅଭିନନ୍ଦନ ଜଣାଉଛି। ଲୋକସଭାର ବାଚସ୍ପତି ଶ୍ରୀ ଓମ୍ ବିର୍ଲା ମହାଶୟ, ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ମହାଶୟ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କରିଣ ରିଜିଜ୍ଜୁ ମହାଶୟ, ଏବଂ ସାରା ଦେଶର ମୋର ଯୁବ ସାଥୀ, ଆପଣ ସମସ୍ତଙ୍କୁ ରାଷ୍ଟ୍ରୀୟ ଯୁବ ଦିବସର ବହୁତ- ବହୁତ ଶୁଭକାମନା।

ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତିର ଏହି ଦିନ, ଆମ ସମସ୍ତଙ୍କୁ ନୂଆ ପ୍ରେରଣା ଦେଇଥାଏ। ଆଜିର ଦିନ ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର ହୋଇ ଯାଇଛି ଯେ ଚଳିତ ଥର ଯୁବ ସଂସଦ, ଦେଶର, ସଂସଦର ସେଂଟ୍ରାଲ ହଲରେ ହେଉଅଛି। ଏହି ସେଂଟ୍ରାଲ ହଲ ଆମର ସମ୍ବିଧାନର ନିର୍ମାଣର ହେଉଛି ସାକ୍ଷୀ। ଦେଶର ଅନେକ ମହାନ ବ୍ୟକ୍ତିଗଣ ଏଠାରେ ସ୍ୱାଧୀନ ଭାରତ ପାଇଁ ନିଷ୍ପତି ନେଲେ, ଭାରତର ଭବିଷ୍ୟତ ପାଇଁ ଚିନ୍ତନ କରିଥିଲେ। ଭବିଷ୍ୟତର ଭାରତକୁ ନେଇ ସେମାନଙ୍କର ସ୍ୱପ୍ନ, ସେମାନଙ୍କର ସମର୍ପଣ, ସେମାନଙ୍କର ସାହସ, ସେମାନଙ୍କର ସାମର୍ଥ୍ୟ, ସେମାନଙ୍କର ପ୍ରୟାସ, ଏହାର ଅନୁଭବ ଆଜି ମଧ୍ୟ ସେଂଟ୍ରାଲ ହଲରେ ହେଉଛି। ଆଉ ସାଥୀଗଣ, ଆପଣମାନେ ଯେଉଁଠାରେ ବସିଛନ୍ତି, ସେହି ଆସନରେ ଯେତେବେଳେ ସମ୍ବିଧାନର ନିର୍ମାଣ ପ୍ରକ୍ରିୟା ଚାଲିଥିଲା, ଏହି ଦେଶର କୌଣସି ନା କୌଣସି ଗଣ୍ୟମାନ୍ୟ ମହାପୁରୁଷ ସେଠାରେ ବସିଥିବେ, ଆଜି ଆପଣ ସେହି ଆସନରେ ବସିଛନ୍ତି। ମନରେ କଳ୍ପନା କରନ୍ତୁ ଯେ ଯେଉଁ ସ୍ଥାନରେ ଦେଶର ସେହି ମହାପୁରୁଷ ବସିଥିଲେ, ଆଜି ସେଠାରେ ଆପଣ ବସିଛନ୍ତି। ଦେଶକୁ ଆପଣଙ୍କ ଠାରୁ କେତେ ଆଶା, ଆକାଂକ୍ଷା ରହିଛି। ମୋର ବିଶ୍ୱାସ ଯେ, ଏହି ସମୟରେ, ସେଂଟ୍ରାଲ ହଲରେ ବସିଥିବା ସମସ୍ତ ଯୁବ ସାଥୀଙ୍କୁ ସେହି ଅନୁଭବ ହେଉଥିବ।

ଆପଣ ସମସ୍ତେ ଯେଉଁମାନେ ଏଠାରେ ଆଲୋଚନା କଲେ, ମନ୍ଥନ କଲେ, ତାହା ମଧ୍ୟ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଯେଉଁମାନେ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି, ସେମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି, ନିଜର ଶୁଭକାମନା ଜଣାଉଛି। ଆଉ ଏଠାରେ ଯେତେବେଳେ ମୁଁ ଆପଣମାନଙ୍କୁ ଶୁଣୁଥିଲି, ସେତେବେଳେ ମୋ ମନକୁ ଏକ ବିଚାର ଆସିଲା ଆଉ ଏଥିପାଇଁ ମୁଁ ମନେ-ମନେ ସ୍ଥିର କଲି ଯେ ଆପଣଙ୍କର ଯେଉଁ ଭାଷଣ ରହିଛି, ତାହାକୁ ମୁଁ ଆଜି ମୋ ଟ୍ୱିଟର ହ୍ୟାଣ୍ଡଲରେ ଟ୍ୱିଟ କରିବି। ଆଉ ଆପଣ ତିନିଜଣଙ୍କର ଭାଷଣ ହିଁ କରିବି, ଏପରି ନୁହେଁ ଯଦି ରେକଡିଂ ମେଟେରିୟାଲ ଉପଲବ୍ଧ ହେବ, ତେବେ ମୁଁ ଯେଉଁମାନେ କାଲି ଫାଇନାଲ ପ୍ୟାନେଲରେ ଥିଲେ, ସେମାନଙ୍କ ପାଇଁ ମଧ୍ୟ ଅନେକ ଭାଷଣକୁ ଟ୍ୱିଟ କରିବି ଫଳରେ ଦେଶକୁ ମଧ୍ୟ ଜଣା ପଡ଼ିବ ଯେ ସଂସଦର ଏହି ପରିସରରେ ଆମର ଭବିଷ୍ୟତ ଭାରତ କିପରି ଆକାର ନେଉଛି। ଏହା ମୋ ପାଇଁ ବହୁତ ଗର୍ବର କଥା ହେବ ଯେ ମୁଁ ଆଜି ଆପଣମାନଙ୍କ ଭାଷଣକୁ ଟ୍ୱିଟ କରିବି।

ସାଥୀଗଣ,

ସ୍ୱାମୀଜୀ ଯାହା ଦେଶ ଆଉ ସମାଜକୁ ଦେଇଛନ୍ତି, ତାହା ସମୟ ଏବଂ ସ୍ଥାନଠାରୁ ହେଉଛି ଉପରେ, ପ୍ରତ୍ୟେକ ପିଢ଼ୀକୁ ପ୍ରେରଣା ଦେବାଭଳି, ପଥ ଦେଖାଇବା ଭଳି। ଆପଣ ଦେଖୁଥିବେ, ଯେ ଭାରତର ବୋଧହୁଏ ଏପରି କୌଣସି ଗାଁ ହେଉ, କୌଣସି ସହର ହେଉ, କୌଣସି ବ୍ୟକ୍ତି ହୁଅନ୍ତୁ, ଯେଉଁମାନେ ସ୍ୱାମୀଜୀଙ୍କ ମଧ୍ୟରେ ନିଜକୁ ଅନୁଭବ କରୁଥିବେ, ତାଙ୍କଠାରୁ ପ୍ରେରଣା ପାଇ ନ ଥିବେ। ସ୍ୱାମୀଜୀଙ୍କ ପ୍ରେରଣା, ସ୍ୱାଧୀନତା ସଂଗ୍ରାମକୁ ମଧ୍ୟ ନୂତନ ଉର୍ଜ୍ଜା ଦେଇଥିଲା। ପରାଧୀନତାର ଦୀର୍ଘ ସମୟ ଭାରତକୁ ହଜାର-ହଜାର ବର୍ଷ ଧରି ନିଜ ଶକ୍ତି ଓ ସାମର୍ଥ୍ୟର ଅନୁଭବରୁ ଦୂରେଇ ରଖିଥିଲା। ସ୍ୱାମୀ ବିବେକାନନ୍ଦ ଭାରତକୁ ତାହାର ସେହି ଶକ୍ତି ମନେ ପକାଇ ଦେଲେ, ଅନୁଭବ କରାଇଲେ, ସେମାନଙ୍କ ମଧ୍ୟରେ ସାମର୍ଥ୍ୟକୁ, ସେମାନଙ୍କର ମନ-ମସ୍ତିଷ୍କକୁ ପୁନର୍ଜିବୀତ କଲେ, ରାଷ୍ଟ୍ରୀୟ ଚେତନାକୁ ଜାଗ୍ରତ କଲେ। ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ସେହି ସମୟ ବିପ୍ଳବର ପଥ ମଧ୍ୟରେ ଏବଂ ଶାନ୍ତିର ପଥରେ ମଧ୍ୟ ଉଭୟ ପଟରେ ଯେଉଁ ସ୍ୱାଧୀନତା ପାଇଁ ଲଢ଼େଇ ଚାଲିଥିଲା, ସ୍ୱାଧୀନତା ପାଇଁ ବିପ୍ଳବ ଚାଲିଥିଲା, ସେଥିରେ କେଉଁଠି ନା କେଉଁଠି ସ୍ୱାମୀ ବିବେକାନନ୍ଦ ମହାଶୟଙ୍କ ଦ୍ୱାରା ପ୍ରେରଣା ମିଳିଥିଲା। ସଂଗ୍ରାମୀମାନଙ୍କୁ ଗିରଫ କରାଯିବାର ସମୟ ଫାଶୀର ସମୟ, ସ୍ୱାମୀଜୀଙ୍କ ସହିତ ଜଡ଼ିତ ସାହିତ୍ୟ ନିଶ୍ଚୟ ପୁଲିସ ହାତକୁ ଆସିଥିବ। ତେବେ ଯାଇ ତାହାର ବାସ୍ତବ ଅଧ୍ୟୟନ କରାଯାଇଥିଲା, ଯେ ସ୍ୱାମୀ ବିବେକାନନ୍ଦ ମହାଶୟଙ୍କ ବିଚାରଧାରାରେ ଏପରି କ’ଣ ଅଛି, ଯାହା ଲୋକଙ୍କୁ ଦେଶଭକ୍ତି ପାଇଁ, ରାଷ୍ଟ୍ର ନିର୍ମାଣ ପାଇଁ, ସ୍ୱାଧୀନତା ପାଇଁ ପ୍ରାଣବଳି ଦେବାକୁ ପ୍ରେରଣା ଦେଇଥାଏ, ପ୍ରତ୍ୟେକ ଯୁବକଙ୍କର ମସ୍ତିଷ୍କକୁ ଏତେ ମାତ୍ରାରେ ପ୍ରଭାବିତ କରିଥାଏ। ସମୟ ଅତିକ୍ରାନ୍ତ ହୋଇ ଚାଲିଲା, ଦେଶ ସ୍ୱାଧୀନ ହୋଇଗଲା, କିନ୍ତୁ ଆମେ ଆଜି ମଧ୍ୟ ଦେଖୁଛୁ ଯେ ସ୍ୱାମୀଜୀ ଆମମାନଙ୍କ ମଧ୍ୟରେ ଅଛନ୍ତି, ପ୍ରତିକ୍ଷଣ ଆମକୁ ପ୍ରେରଣା ଦେଉଛନ୍ତି, ତାଙ୍କ ପ୍ରଭାବ ଆମ ଚିନ୍ତାଧାରାରେ କେଉଁଠି ନା କେଉଁଠି ଦୃଷ୍ଟିଗୋଚର ହେଉଛି। ଆଧ୍ୟାତ୍ମକୁ ନେଇ ସେ ଯାହା କହିଥିଲେ, ରାଷ୍ଟ୍ରବାଦ-ରାଷ୍ଟ୍ର ନିର୍ମାଣ-ରାଷ୍ଟ୍ରହିତକୁ ନେଇ ସେ ଯାହା କହିଥିଲେ, ଜନସେବା ଦ୍ୱାରା ଦେଶସେବାକୁ ନେଇ ତାଙ୍କର ଚିନ୍ତାଧାରା ଆଜି ଆମର ମନ ମନ୍ଦିରରେ ସେତିକି ହିଁ ତୀବ୍ରତାର ସହିତ ପ୍ରବାହିତ ହେଉଛି। ମୋର ବିଶ୍ୱାସ, ଯେ ଆପଣ ଯୁବ ସାଥୀମାନେ ଏହି କଥାକୁ ନିଶ୍ଚିତ ଭାବେ ଅନୁଭବ କରୁଥିବେ। କେଉଁଠାରେ ମଧ୍ୟ ବିବେକାନନ୍ଦ ମହାଶୟଙ୍କ ଛବି ଦେଖୁଥିବେ, ଆପଣମାନେ କଳ୍ପନା ମଧ୍ୟ କରି ପାରିବ ନାହିଁ, ମନକୁ ମନ ଆପଣଙ୍କ ମନରେ ଏକ ଶ୍ରଦ୍ଧାର ଭାବନା ଜାଗ୍ରତ ହେବ, ଏହା ନିଶ୍ଚିତ ଭାବେ ହେଉଥିବ।

 

 

ସାଥୀଗଣ,

ସ୍ୱାମୀ ବିବେକାନନ୍ଦ ଆଉ ଏକ ଅମୂଲ୍ୟ ଉପହାର ଦେଇଛନ୍ତି। ଏହି ଉପହାର ହେଉଛି, ବ୍ୟକ୍ତିମାନଙ୍କର ନିର୍ମାଣର, ସଂସ୍ଥାଗୁଡ଼ିକର ନିର୍ମାଣ ପାଇଁ। ଏହାର ଚର୍ଚ୍ଚା ବହୁତ କମ୍ ହିଁ ହୋଇ ପାରିଥାଏ। କିନ୍ତୁ ଯଦି ଆମେ ଅଧ୍ୟୟନ କରିବା ତେବେ ପାଇବା ଯେ ସ୍ୱାମୀ ବିବେକାନନ୍ଦ ଏଭଳି ସଂସ୍ଥାକୁ ମଧ୍ୟ ଆଗକୁ ବଢ଼ାଇଛନ୍ତି, ଯାହା ଆଜି ମଧ୍ୟ ବ୍ୟକ୍ତିତ୍ୱ ନିର୍ମାଣର କାର୍ଯ୍ୟ ଖୁବ ସୁନ୍ଦର ଭାବେ କରୁଛି। ତାଙ୍କର ସଂସ୍କାର, ତାଙ୍କର ସ୍ୱଭାବ, ତାଙ୍କର ସମର୍ପଣ ଭାବ କ୍ରମାଗତ ଭାବେ ଜାଗ୍ରତ କରି ଚାଲିଛି। ବ୍ୟକ୍ତି ଦ୍ୱାରା ସଂସ୍ଥାର ନିର୍ମାଣ ଆଉ ସଂସ୍ଥା ଦ୍ୱାରା ଅନେକ ବ୍ୟକ୍ତିଙ୍କର ନିର୍ମାଣ, ଏହା ହେଉଛି ଏକ ଅନବରତ-ଅବିଳମ୍ବ-ଅବାଧିତ ଚକ୍ର, ଯାହା ଚାଲୁ ରହିଛି। ଲୋକ ସ୍ୱାମୀଜୀଙ୍କ ପ୍ରଭାବରେ ଆସିଥାନ୍ତି, ସଂସ୍ଥାନର ନିର୍ମାଣ କରିବାର ପ୍ରେରଣା ନେଇ ଥାଆନ୍ତି, ସଂସ୍ଥାନର ନିର୍ମାଣ କରିଥାଆନ୍ତି ପୁଣି ସେହି ସଂସ୍ଥାନ ଦ୍ୱାରା ତାହାର ବ୍ୟବସ୍ଥା ଦ୍ୱାରା, ପ୍ରେରଣା ଦ୍ୱାରା, ବିଚାର ଦ୍ୱାରା, ଆଦର ଦ୍ୱାରା ଏଭଳି ଲୋକ ବାହାରି ଥାଆନ୍ତି, ଯେଉଁମାନେ ସ୍ୱାମୀଜୀଙ୍କ ପ୍ରଦର୍ଶିତ ମାର୍ଗରେ ଚାଲି ନୂଆ ଲୋକଙ୍କୁ ନିଜ ସହିତ ଯୋଡ଼ି ଚାଲିଥାଆନ୍ତି। ବ୍ୟକ୍ତିତ୍ୱ ଦ୍ୱାରା ସଂସ୍ଥାନ ଏବଂ ସଂସ୍ଥାନ ଦ୍ୱାରା ପୁଣି ବ୍ୟକ୍ତିତ୍ୱ, ଏହି ଚକ୍ର ଆଜି ହେଉଛି ଭାରତର ବହୁତ ବଡ଼ ଶକ୍ତି। ଆପଣମାନେ ଉଦ୍ୟମୀଙ୍କ ବିଷୟରେ ବହୁତ ଶୁଣିଥିବେ, ତାହା ମଧ୍ୟ କିଛି ଏହିଭଳି। ଜଣେ ପ୍ରତିଭାସମ୍ପନ୍ନ ବ୍ୟକ୍ତି ଗୋଟିଏ କମ୍ପାନୀ ପ୍ରତିଷ୍ଠା କରିଥାନ୍ତି, ପରେ ସେହି କମ୍ପାନୀରେ ଯେଉଁ ଇକୋ ସିଷ୍ଟମ ପ୍ରସ୍ତୁତ ହୋଇଥାଏ, ସେଥି ଯୋଗୁଁ ସେଠାରେ ଅନେକ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ସୃଷ୍ଟି ହୋଇ ଥାଆନ୍ତି। ଏହି ବ୍ୟକ୍ତିମାନେ ଆଗକୁ ଯାଇ ଆହୁରି ନୂତନ କମ୍ପାନୀ ପ୍ରତିଷ୍ଠା କରିଥାଆନ୍ତି। ବ୍ୟକ୍ତିତ୍ୱ ଏବଂ ସଂସ୍ଥାନର ଏହି ଚକ୍ର ଦେଶ ଏବଂ ସମାଜର ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ସ୍ତର ପାଇଁ ହେଉଛି ସେତିକି ଗୁରୁତ୍ୱପୂର୍ଣ୍ଣ।

ସାଥୀଗଣ,

ଆଜି ଦେଶରେ ଯେଉଁ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ଲାଗୁ କରାଯାଇଛି, ତାହାର ମଧ୍ୟ ବହୁତ ବଡ଼ ଦୃଷ୍ଟି ଉନ୍ନତ ବ୍ୟକ୍ତିତ୍ୱ ନିର୍ମାଣ ଉପରେ ରହିଛି। ବ୍ୟକ୍ତିତ୍ୱ ନିର୍ମାଣ ଦ୍ୱାରା ରାଷ୍ଟ୍ରନିର୍ମାଣ ଏହି ନୀତି, ଯୁବକମାନଙ୍କର ଇଚ୍ଛା, ଯୁବକମାନଙ୍କର କୌଶଳ, ଯୁବକମାନଙ୍କର ଚିନ୍ତାଧାରା, ଯୁବକମାନଙ୍କର ନିଷ୍ପତିକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛି। ଏବେ ଆପଣ ଯେ କୌଣସି ବିଷୟ ବାଛନ୍ତୁ, ଯେକୌଣସି କମ୍ବିନେସନ ବାଛନ୍ତୁ, ଯେ କୌଣସି ଷ୍ଟ୍ରିମ ବାଛନ୍ତୁ। ଗୋଟିଏ ପାଠ୍ୟକ୍ରମକୁ ଅଧାରୁ ଛାଡି ଆପଣ ଦ୍ୱିତୀୟ ପାଠ୍ୟକ୍ରମ ଆରମ୍ଭ କରିବାକୁ ଚାହିଁବେ, ତେବେ ଆପଣ ତା’ମଧ୍ୟ କରି ପାରିବେ। ଯେତେବେଳେ ଏହା ହେବନାହିଁ, ପ୍ରଥମ ପାଠ୍ୟକ୍ରମ ପାଇଁ ଆପଣ ପରିଶ୍ରମ କରିଥିଲେ, ତାହା ବେକାର ହୋଇଯିବ। ତେବେ ଆପଣଙ୍କୁ ସେତିକି ଅଧ୍ୟୟନ ପାଇଁ ମଧ୍ୟ ପ୍ରମାଣପତ୍ର୍ର ମିଳିଯିବ, ଯାହା ଆଗକୁ ଆଗେଇନେବ।

ସାଥୀଗଣ,

ଆଜି ଦେଶରେ ଏକ ଏଭଳି ଇକୋ-ସିଷ୍ଟମ ବିକଶିତ କରାଯାଉଛି, ଯାହାର ସନ୍ଧାନରେ ସବୁବେଳେ ଆମର ଯୁବକମାନେ ବିଦେଶକୁ ଯାଉଥିଲେ। ସେଠାକାର ଆଧୁନିକ ଶିକ୍ଷା, ଉନ୍ନତ ଉଦ୍ୟୋଗ ପାଇଁ ସୁଯୋଗ, ପ୍ରତିଭାକୁ ଚିହ୍ନିବା ଭଳି, ସମ୍ମାନ ଦେବା ଭଳି ବ୍ୟବସ୍ଥା ସେମାନଙ୍କୁ ସ୍ୱଭାବିକ ଭାବେ ଆକର୍ଷିତ କରୁଥିଲା। ଏବେ ଦେଶରେ ହିଁ ଏହିଭଳି ବ୍ୟବସ୍ଥା ଆମର ଯୁବ ସାଥୀମାନଙ୍କୁ ମିଳୁ, ଏଥିପାଇଁ ଆମେ ମଧ୍ୟ ପ୍ରତିବଦ୍ଧ, ଆମେ ମଧ୍ୟ ପ୍ରୟାସ ଜାରି ରଖିଛୁ। ଆମର ଯୁବକମାନେ ଉନ୍ମୁକ୍ତ ଭାବେ ନିଜର ପ୍ରତିଭା, ନିଜ ସ୍ୱପ୍ନ ଅନୁସାରେ ନିଜକୁ ବିକଶିତ କରନ୍ତୁ, ଏଥିପାଇଁ ଆଜି ଏକ ବାତାବରଣ ପ୍ରସ୍ତୁତ କରାଯାଉଛି, ଇକୋ ସିଷ୍ଟମ ପ୍ରସ୍ତୁତ କରା ଯାଉଛି, ଶିକ୍ଷା ବ୍ୟବସ୍ଥା ହେଉ, ସମାଜ ବ୍ୟବସ୍ଥା ହେଉ, ଆଇନ ପ୍ରକ୍ରିୟା ହେଉ, ପ୍ରତ୍ୟେକ କ୍ଷେତ୍ରରେ ଏହି କଥାକୁ କେନ୍ଦ୍ରରେ ରଖା ଯାଉଛି। ସ୍ୱାମିଜୀ ସେହି କଥା ଉପରେ ବହୁତ ଗୁରୁତ୍ୱ ଦେଉଥିଲେ, ଯାହାକୁ ଆମେ କେବେ ଭୁଲିବା ଉଚିତ ନୁହେଁ। ସ୍ୱାମିଜୀ ଯାହା ସର୍ବଦା କହୁଥିଲେ ଆଉ ସେ ଏହି କଥା ଉପରେ ଗୁରୁତ୍ୱ ଦେଉଥିଲେ, ସେ ଶାରିରୀକ ଶକ୍ତି ଉପରେ ମଧ୍ୟ ଗୁରୁତ୍ୱ ଦେଉଥିଲେ, ମାନସିକ ଶକ୍ତି ଉପରେ ମଧ୍ୟ ଗୁରୁତ୍ୱ ଦେଉଥିଲେ। ସେ କହୁଥିଲେ ଲୁହା ଭଳି ଶକ୍ତ ମାଂଶପେଶୀ ଏବଂ ଇସ୍ପାତ ଭଳି ସ୍ନାୟୁ...। ତାଙ୍କରି ପ୍ରେରଣାରେ ଆଜି ଭାରତର ଯୁବକମାନଙ୍କର ଶାରିରୀକ ଓ ମାନସିକ ଫିଟନେସ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି। ଫିଟ୍ ଇଣ୍ଡିଆ ଅଭିଯାନ ହେଉ, ଯୋଗ ପ୍ରତି ସଚେତନତା ହେଉ ଅବା ପୁଣି କ୍ରୀଡା ସହିତ ଜଡିତ ଆଧୁନିକ ଭିତିଭୂମିର ନିର୍ମାଣ ହେଉ ଏହା ଯୁବମାନଙ୍କୁ ମାନସିକ ଏବଂ ଶାରୀରିକ ରୂପରେ ସୁଦୃଢ କରୁଛି।

ସାଥୀଗଣ,

ଆଜିକାଲି ଆପଣମାନେ କିଛି ଶବ୍ଦ ବାରମ୍ବାର ଶୁଣୁଥିବେ, ଆପଣମାନଙ୍କର କାନରେ ବାଜୁଥିବ। ବ୍ୟକ୍ତିତ୍ୱ ବିକାଶ ଏବଂ ଗୋଷ୍ଠୀ ପରିଚାଳନା ଏହାକୁ ସୂକ୍ଷ୍ମ ଭାବରେ ମଧ୍ୟ ଆପଣମାନେ ସ୍ୱାମୀ ବିବେକାନନ୍ଦଙ୍କୁ ଅଧ୍ୟୟନ କରିବା ପରେ ଆହୁରି ସହଜରେ ବୁଝି ପାରିବେ। ବ୍ୟକ୍ତିତ୍ୱ ବିକାଶ ସମ୍ପର୍କରେ ତାଙ୍କର ମତ ଥିଲା- ‘ନିଜକୁ ବିଶ୍ୱାସ କର’ ନିଜ ଉପରେ ଭରସା ରଖ, ନିଜ ଉପରେ ବିଶ୍ୱାସ କର। ନେତୃତ୍ୱ ନେଇ ତାଙ୍କର ମନ୍ତ୍ର ଥିଲା- ସମସ୍ତଙ୍କୁ ବିଶ୍ୱାସ କର। ସେ କହୁଥିଲେ- ‘ପୁରାତନ ଧର୍ମ ଅନୁସାରେ ସେ ହେଉଛି ନାସ୍ତିକ ଯିଏ ନିଜ ଉପରେ ଭରସା କରେ ନାହିଁ।’ ଆଉ ଯେତେବେଳେ ନେତୃତ୍ୱର କଥା ଆସୁଥିଲା, ସେ ନିଜଠାରୁ ମଧ୍ୟ ପ୍ରଥମେ ନିଜ ଟିମ୍ ଉପରେ ଭରସା କରୁଥିଲେ। ମୁଁ କେଉଁଠାରେ ପଢ଼ିଥିଲି, ସେହି କଥାକୁ ମଧ୍ୟ ଆପଣମାନଙ୍କୁ ଶୁଣାଇବାକୁ ଚାହୁଁଛି। ଥରେ ସ୍ୱାମୀଜୀ ନିଜ ସାଥୀ ସ୍ୱାମୀ ସାରଦାନନ୍ଦ ମହାଶୟଙ୍କ ସହିତ ଲଣ୍ଡନରେ ଏକ ସାଧାରଣ ସଭାରେ ଭାଷଣ ଦେବାକୁ ଯାଇଥିଲେ। ସମସ୍ତ ପ୍ରସ୍ତୁତି ହୋଇ ସାରିଥିଲା, ଶୁଣିବା ପାଇଁ ଲୋକ ଏକାଠି ହୋଇଥିଲେ ଆଉ ସ୍ୱଭାବିକ ହେଉଛି, ଯେ କେହି ସ୍ୱାମୀ ବିବେକାନନ୍ଦଙ୍କୁ ଶୁଣିବାକୁ ଆକର୍ଷିତ ହୋଇ ଆସିଥିଲେ। କିନ୍ତୁ ଯେତେବେଳେ କହିବାର ପାଳି ଆସିଲା, ସେତେବେଳେ ସ୍ୱାମୀଜୀ କହିଲେ ମୁଁ ଆଜି ଭାଷଣ ଦେବି ନାହିଁ ବରଂ ମୋର ସହଯୋଗୀ ସାରଦାନନ୍ଦଜୀ ଦେବେ! ସାରଦାନନ୍ଦଜୀ ଚିନ୍ତା ମଧ୍ୟ କରି ନଥିଲେ ଯେ ଅଚାନକ ତାଙ୍କ ଉପରକୁ ଦାୟିତ୍ୱ ଆସିଯିବ! ସେ ଏଥିପାଇଁ ପ୍ରସ୍ତୁତ ମଧ୍ୟ ନଥିଲେ। କିନ୍ତୁ ଯେତେବେଳେ ସାରଦାନନ୍ଦଜୀ ଭାଷଣ ଦେବା ଆରମ୍ଭ କଲେ, ସେତେବେଳେ ଯେ କେହି ମଧ୍ୟ ଆଶ୍ଚର‌୍ୟ୍ୟ ହୋଇଗଲେ, ତାଙ୍କଦ୍ୱାରା ପ୍ରଭାବିତ ହୋଇଗଲେ ଆଉ ପ୍ରଭାବିତ ହେଲେ। ଏହା ହେଉଛି ନେତୃତ୍ୱ ଆଉ ନିଜ ଟିମ୍ର ଲୋକଙ୍କ ଉପରେ ଭରସା କରିବାର ଶକ୍ତି! ଆଜି ଆମେ ଯେତେ କଥା ସ୍ୱାମୀ ବିବେକାନନ୍ଦ ମହାଶୟଙ୍କ ବିଷୟରେ ଜାଣିଛେ, ସେଥିରେ ବହୁତ ବଡ଼ ଯୋଗଦାନ ସ୍ୱାମୀ ସାରଦାନନ୍ଦଜୀଙ୍କର ମଧ୍ୟ ଅଛି।

ସାଥୀଗଣ,

ସେ ସ୍ୱାମୀଜୀ ହିଁ ଥିଲେ, ଯିଏ ସେହି ସମୟରେ କହିଥିଲେ, ନିର୍ଭୀକ, ସ୍ପଷ୍ଟଭାଷୀ, ସ୍ୱଚ୍ଛ ହୃଦୟ ସମ୍ପନ୍ନ, ସାହସୀ, ଏବଂ ଆକାଂକ୍ଷୀ ଯୁବକ ହିଁ ହେଉଛନ୍ତି ସେହି ମୂଳଦୁଆ ଯେଉଁମାନଙ୍କ ଉପରେ ରାଷ୍ଟ୍ରର ଭବିଷ୍ୟତ ନିର୍ମାଣ ହୋଇଥାଏ। ସେ ଯୁବକମାନଙ୍କ ଉପରେ, ଯୁବଶକ୍ତି ଉପରେ ଏତେ ବିଶ୍ୱାସ କରୁଥିଲେ। ଏବେ ଆପଣମାନଙ୍କୁ ତାଙ୍କର ଏକ ବିଶ୍ୱାସର କସଟି ପଥର ଉପରେ ସଠିକ ଭାବରେ ପରୀକ୍ଷିତ ହେବାକୁ ହେବ। ଭାରତକୁ ଏବେ ନୂତନ ଶୀଖରକୁ ନେଇଯିବାର କାର୍ଯ୍ୟ, ଦେଶକୁ ଆତ୍ମନିର୍ଭର କରିବାର କାର୍ଯ୍ୟ, ଆପଣ ସମସ୍ତ ଯୁବକମାନଙ୍କୁ ହିଁ କରିବାକୁ ହେବ। ଏବେ ଆପଣମାନଙ୍କ ମଧ୍ୟରୁ କିଛି ଯୁବକ ଚିନ୍ତା କରୁଥିବେ, ଯେ ଏବେ ଆମର ସେତେ ବୟସ ହୋଇନାହିଁ, ଏବେ ହସିବା, ଖେଳିବା, ଜୀବନରେ ମଉଜ, ମସ୍ତି କରିବାର ବୟସ। ସାଥୀଗଣ, ଯେବେ ଲକ୍ଷ୍ୟ ସ୍ପଷ୍ଟ ଅଛି, ଇଚ୍ଛାଶକ୍ତି ଅଛି, ସେତେବେଳେ ବୟସ କେବେ ପ୍ରତିବନ୍ଧକ ହୋଇପାରେ ନାହିଁ। ବୟସ ଏତେ ପ୍ରଭାବ ରଖେ ନାହିଁ। ଆପଣ ସଦା ସର୍ବଦା ମନେ ରଖିବେ ଯେ ପରାଧୀନ ସମୟରେ ସ୍ୱାଧୀନତା ଆନ୍ଦୋଳନକୁ ଯୁବ ପିଢ଼ୀ ହିଁ ନେତୃତ୍ୱ ଦେଇଥିଲେ। ଜାଣିଛନ୍ତି ଶହୀଦ ଖୁଦୀରାମ ବୋଷ ଯେତେବେଳେ ଫାଶୀ ଖୁଂଟରେ ଚଢ଼ିଥିଲେ, ସେତେବେଳେ ତାଙ୍କ ବୟସ କେତେ ଥିଲା ? 18-19 ବର୍ଷ। ଭଗତ ସିଂହଙ୍କୁ ଫାଶୀ ଦିଆଯାଇଥିଲା, ସେତେବେଳେ ତାଙ୍କ ବୟସ କେତେ ଥିଲା ? କେବଳ 24 ବର୍ଷ। ଭଗବାନ ବିର୍ସା ମୁଣ୍ଡା ଯେତେବେଳେ ଶହୀଦ ହୋଇଥିଲେ, ସେତେବେଳେ ତାଙ୍କ ବୟସ ;କେତେ ଥିଲା? ଅତି ବେଶୀରେ 25 ବର୍ଷ। ସେହି ପିଢ଼ୀ ଏହା ଦୃଢ଼ ନିଶ୍ଚୟ କରି ନେଇଥିଲେ ଯେ ଦେଶର ସ୍ୱାଧୀନତା ପାଇଁ ହିଁ ବଞ୍ଚିବାର ଅଛି, ଦେଶର ସ୍ୱାଧୀନତା ପାଇଁ ମରିବାର ଅଛି। ଆଇନଜୀବୀ, ଡାକ୍ତର, ପ୍ରଫେସର, ବ୍ୟାଙ୍କର୍ସ, ଭିନ୍ନ-ଭିନ୍ନ ବୃତିରେ ଯୁବ ପିଢ଼ୀର ଲୋକ ବାହରିଲେ ଆଉ ସମସ୍ତେ ମିଳିମିଶି ଆମକୁ ସ୍ୱାଧୀନତା ଦେଲେ।

ସାଥୀଗଣ,

ଆମେ ସେହି ସମୟରେ ଜନ୍ମ ହୋଇଛେ, ମୁଁ ମଧ୍ୟ ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଛି। ମୁଁ ପରାଧୀନତା ଦେଖିନାହିଁ। ଆଉ ମୋ ସାମ୍ନାରେ ଆପଣମାନେ ଯେଉଁମାନେ ବସିଛନ୍ତି, ଆପଣ ସମସ୍ତେ ମଧ୍ୟ ସ୍ୱାଧୀନତା ପରେ ଜନ୍ମ ହୋଇଛନ୍ତି। ଆମକୁ ଦେଶର ସ୍ୱାଧୀନତା ପାଇଁ ମରିବାର ସୁଯୋଗ ମିଳି ନାହିଁ। କିନ୍ତୁ ଆମକୁ ସ୍ୱାଧୀନ ଭାରତକୁ ଆଗକୁ ଅଗ୍ରସର କରାଇବାର ସୁଯୋଗ ନିଶ୍ଚିତ ମିଳିଛି। ଏହି ସୁଯୋଗକୁ ଆମକୁ ହାତଛଡ଼ା କରିବାର ନାହିଁ। ଦେଶର ମୋର ଯୁବ ସାଥୀଗଣ, ସ୍ୱାଧୀନତାର 75 ବର୍ଷରୁ ନେଇ 100ବର୍ଷ ହେବାପାଇଁ ଆଗାମୀ 25-26 ବର୍ଷ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। 2047, ଯେତେବେଳେ ସ୍ୱାଧୀନତାର 100 ବର୍ଷ ହେବ। ଏ ଯେଉଁ 25-26 ବର୍ଷର ଯାତ୍ରା ତାହା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ସାଥୀଗଣ, ଆପଣମାନେ ମଧ୍ୟ ଚିନ୍ତା କରନ୍ତୁ, ଆପଣ ଆଜି ଯେଉଁ ବୟସରେ ଅଛନ୍ତି, ଏବେଠାରୁ ଯେଉଁ ସମୟ ଆରମ୍ଭ ହେଉଛି, ଏହା ହେଉଛି ଆପଣଙ୍କ ଜୀବନର ସ୍ୱର୍ଣ୍ଣିମ ସମୟ, ଉତମ ସମୟ ଆଉ ଏହି କାଳଖଣ୍ଡ ମଧ୍ୟ ଭାରତକୁ ସ୍ୱାଧୀନତାର 100 ବର୍ଷ ଆଡ଼କୁ ନେଇ ଯାଉଛି। ଅର୍ଥାତ ଆପଣଙ୍କର ବିକାଶର ଶୀଖର, ସ୍ୱାଧୀନତାର 100 ବର୍ଷର ସିଦ୍ଧିଗୁଡ଼ିକ, ଉଭୟ ପାଦରେ ପାଦ ମିଳାଇ ଚାଲୁଛନ୍ତି। ଅର୍ଥାତ ଆପଣଙ୍କର ଜୀବନର ଆଗାମୀ 25-26 ବର୍ଷ ଦେଶର ଆଗାମୀ 25-26 ବର୍ଷ ମଧ୍ୟରେ ବହୁତ ବଡ଼ ସମନ୍ୱୟ ରହିଛି, ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ରହିଛି। ନିଜ ଜୀବନର ଏହି ବର୍ଷଗୁଡ଼ିକରେ ସର୍ବୋଚ୍ଚ ପ୍ରାଥମିକତା ଦେଶକୁ ଦିଅନ୍ତୁ, ଦେଶ ସେବାକୁ ଦିଅନ୍ତୁ। ବିବେକାନନ୍ଦ ମହାଶୟ କହୁଥିଲେ, ଏହି ଶତାବ୍ଦୀ ହେଉଛି ଭାରତର। ଏହି ଶତାବ୍ଦୀ ହେଉଛି ଭାରତର ଶତାବ୍ଦୀ, ଆପଣମାନଙ୍କୁ ହିଁ କରିବାର ଅଛି। ଆପଣ ଯାହା ମଧ୍ୟ କରନ୍ତୁ, ଯାହା ମଧ୍ୟ ନିଷ୍ପତି ନିଅନ୍ତୁ, ସେଥିରେ ଏହା ନିଶ୍ଚୟ ଚିନ୍ତା କରନ୍ତୁ ଯେ, ଏହାଦ୍ୱାରା ଦେଶର କ’ଣ ହିତ ହେବ ?

ସାଥୀଗଣ,

ସ୍ୱାମୀ ବିବେକାନନ୍ଦ ମହାଶୟ କହୁଥିଲେ, ଆମର ଯୁବକମାନଙ୍କୁ ଆଗକୁ ଆସି ରାଷ୍ଟ୍ରର ଭାଗ୍ୟବିଧାତା ହେବା ଉଚିତ। ଏଥିପାଇଁ ଏହି ଦାୟିତ୍ୱ ହେଉଛି ଆପଣମାନଙ୍କର ଯେ ଭାରତର ଭବିଷ୍ୟତର ନେତୃତ୍ୱ ଆପଣ କରନ୍ତୁ। ଆଉ ଆପଣମାନଙ୍କର ଏହି ଦାୟିତ୍ୱ ଦେଶର ରାଜନୀତିକୁ ନେଇ ମଧ୍ୟ ରହିଛି। କାରଣ ରାଜନୀତି, ପଲିଟିକ୍ସ ହେଉଛି ଦେଶରେ ଏକ ସାର୍ଥକ ପରିବର୍ତନ ଆଣିବାର ଏକ ସଶକ୍ତ ମାଧ୍ୟମ। ପ୍ରତ୍ୟେକ କ୍ଷେତ୍ରରେ ରାଜନୀତିରେ ମଧ୍ୟ ଯୁବକମାନଙ୍କର ବହୁତ ଅଧିକ ଆବଶ୍ୟକତା ଅଛି। ନୂତନ ଚିନ୍ତାଧାରା, ନୂତନ ଉର୍ଜ୍ଜା, ନୂତନ ସ୍ୱପ୍ନ, ନୂତନ ଉତ୍ସାହ, ଦେଶର ରାଜନୀତିରେ ଏହାର ମଧ୍ୟ ବହୁତ ଆବଶ୍ୟକତା ଅଛି।

ସାଥୀଗଣ,

ପୂର୍ବରୁ ଦେଶରେ ଏହି ଧାରଣା ରହିଥିଲା, ଯେ ଯଦି କୌଣସି ଯୁବକ ରାଜନୀତି ଆଡ଼କୁ ମନ ବଳାଇଥାଏ, ତେବେ ଘରର ଲୋକ କହିଥାଆନ୍ତି କି ଏବେ ପିଲା ବିଗିଡ଼ିବାରେ ଲାଗିଛି। କାରଣ ରାଜନୀତିର ଅର୍ଥ ଏହା ପାଲଟି ଯାଇଥିଲା – ଝଗଡ଼ା, ଗଣ୍ଡଗୋଳ, ଲୁଟପାଟ, ଭ୍ରଷ୍ଟାଚାର! କେଜାଣି କାହିଁକି ଏହି ଛାପ ଲାଗି ଯାଇଥିଲା। ଲୋକ କହୁଥିଲେ ଯେ ସବୁକିଛି ବଦଳି ଯାଇପାରେ, କିନ୍ତୁ ସରକାର ବଦଳିବ ନାହିଁ। କିନ୍ତୁ ଆଜି ଆପଣ ମାନେ ଦେଖନ୍ତୁ, ଆଜି ଦେଶର ଜନତା, ଦେଶର ନାଗରିକ ଏତେ ସଚେତନ ହୋଇ ଯାଇଛନ୍ତି ଯେ ସେମାନେ ସଚ୍ଚୋଟ ଲୋକଙ୍କ ସହିତ ଠିଆ ହେଉଛନ୍ତି। ସଚ୍ଚୋଟ ଲୋକଙ୍କୁ ସୁଯୋଗ ଦେଉଛନ୍ତି, ଦେଶର ସାଧାରଣ ଜନତା ସଚ୍ଚୋଟ ସମର୍ପିତ ସେବା ଭାବନା ଥିବା ରାଜନୀତିକୁ ଆସିଥିବା ଲୋକଙ୍କ ସହିତ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ଯାଉଛନ୍ତି। ସଚ୍ଚୋଟତା ଏବଂ ପ୍ରଦର୍ଶନ ଆଜିର ରାଜନୀତିର ପ୍ରଥମ ଅନିବାର‌୍ୟ୍ୟ ସର୍ତ ହେବାକୁ ଯାଉଛି। ଆଜି ଦେଶରେ ଯେଉଁ ସଚେତନତା ଆସିଛି ତାହା ଦ୍ୱାରା ଏହି ଚାପ ସୃଷ୍ଟି ହୋଇଛି। ଭଷ୍ଟାଚାର ଯେଉଁମାନଙ୍କ ଉତରାଧିକାର ଥିଲା, ସେମାନଙ୍କର ଭ୍ରଷ୍ଟାଚାର ହିଁ ଆଜି ସେମାନଙ୍କ ପାଇଁ ବୋଝ ପାଲଟି ଯାଇଛି । ଆଉ ଏହା ହେଉଛି ଦେଶର ସାଧାରଣ ନାଗରିକଙ୍କ ସଚେତନତାର ଶକ୍ତି, ଯାହା ଦ୍ୱାରା ସେମାନେ ଲକ୍ଷ ଲକ୍ଷ ପ୍ରୟାସ କରିବା ପରେ ମଧ୍ୟ ସେଥିରୁ ବାହାରି ପାରୁ ନାହାନ୍ତି। ଦେଶ ଏବେ ସଚ୍ଚୋଟ ଲୋକଙ୍କୁ ଭଲ ପାଉଛି, ସଚ୍ଚୋଟ ଲୋକଙ୍କୁ ଆଶୀର୍ବାଦ ଦେଉଛି, ସଚ୍ଚୋଟ ଲୋକଙ୍କ ସହିତ ନିଜର ଶକ୍ତି ଲଗାଇ ଦେଉଛି, ନିଜର ବିଶ୍ୱାସ ପ୍ରକଟ କରୁଛି। ଏବେ ଜନ ପ୍ରତିନିଧି ମଧ୍ୟ ଏହା ବୁଝି ପାରିଲେଣି ଯେ ନିର୍ବାଚନ ଲଢିବାର ଅଛି ତେବେ ନିଜର ସିଭି (ବାୟୋଡାଟା) ଭଲ ହେବା ଉଚିତ, କାର୍ଯ୍ୟର ହିସାବ ବେଶ ଆଖିଦୃଶିଆ ହେବା ଉଚିତ। କିନ୍ତୁ ସାଥୀଗଣ, କିଛି ପରିବର୍ତନ ଏବେ ମଧ୍ୟ ବାକି ଅଛି, ଆଉ ଏହି ପରିବର୍ତନ ଦେଶର ଯୁବକମାନଙ୍କୁ, ଆପଣମାନଙ୍କୁ କରିବାର ଅଛି। ଗଣତନ୍ତ୍ରରେ ଏକ ବଡ଼ ଶତ୍ରୁ ଜନ୍ମ ନେଇ ଚାଲିଛି ଆଉ ତାହା ହେଉଛି- ରାଜନୈତିକ ବଂଶବାଦ। ରାଜନୈତିକ ବଂଶବାଦ ଦେଶ ସାମ୍ନାରେ ଏଭଳି ଆହ୍ୱାନ ହୋଇ ରହିଛି ଯାହାର ମୂଳୋତ୍ପାଟନ କରିବାର ଅଛି। ଏକଥା ଠିକ୍ ଯେ, ଏବେ କେବଳ ସାଙ୍ଗିଆ ସାହାରାରେ ନିର୍ବାଚନ ଜିତିବା ବାଲାଙ୍କର ଦିନ ସରିଆସୁଛି। କିନ୍ତୁ ରାଜନୀତିରେ ବଂଶବାଦର ଏହି ରୋଗ ଏବେ ସଂମ୍ପର୍ଣ୍ଣ ଭାବେ ଶେଷ ହୋଇ ନାହିଁ। ଏବେ ମଧ୍ୟ ଏପରି ଲୋକ ଅଛନ୍ତି, ଯେଉଁମାନଙ୍କର ବିଚାର, ଯେଉଁମାନଙ୍କର ଆଚାର, ଯେଉଁମାନଙ୍କର ଲକ୍ଷ୍ୟ, ସବୁକିଛି ନିଜର ପରିବାରର ରାଜନୀତି ଏବଂ ରାଜନୀତିରେ ନିଜ ପରିବାରକୁ ବଞ୍ଚାଇବାର ଅଛି।

ସାଥୀଗଣ,

ଏହି ରାଜନୈତିକ ବଂଶବାଦ ଗଣତନ୍ତ୍ରରେ ଏକ ନୂଆ ରୂପରେ ରାଜତନ୍ତ୍ର ସହିତ ଦେଶରେ ଅକ୍ଷମତାର ବୋଝକୁ ପ୍ରେତ୍ସାହନ ଦେଉଛି। ରାଜନୈତିକ ବଂଶବାଦ, ଦେଶ ସର୍ବ ପ୍ରଥମେ, ବ୍ୟତିତ କେବଳ ମୁଁ ଏବଂ ମୋର ପରିବାର, ଏହି ଭାବନାକୁ ସୁଦୃଢ କରୁଛି। ଏହି ଭାରତରେ ରାଜନୈତିକ ଏବଂ ସାମାଜିକ ଭ୍ରଷ୍ଟାଚାରର ମଧ୍ୟ ହେଉଛି ଏକ ବହୁତ ବଡ କାରଣ। ବଂଶବାଦର କାରଣରୁ ଆଗକୁ ବଢୁଥିବା ଲୋକଙ୍କୁ ଅନୁଭବ ହେଉଛି ଯଦି ସେମାନଙ୍କ ପୂର୍ବ ପିଢୀର ଭ୍ରଷ୍ଟାଚାରର ହିସାବ ନ ହେଲା, ତେବେ ସେମାନଙ୍କର କେହି କିଛି ବିଗାଡି ପାରିବେ ନାହିଁ। ସେମାନେ ନିଜ ପରିବାରରେ ହିଁ ଏହି ପ୍ରକାରର ବିକୃତ ଉଦାହରଣ ମଧ୍ୟ ଦେଖୁଛନ୍ତି। ଏଥିପାଇଁ ଏଭଳି ଲୋକଙ୍କ ଆଇନ ପ୍ରତି ନା ସମ୍ମାନ ରହିଛି ନାଁ ଆଇନ ପ୍ରତି ସେମାନଙ୍କୁ ଡ଼ର ରହିଛି।

ସାଥୀଗଣ,

ଏହି ସ୍ଥିତିକୁ ବଦଳାଇବାର ଦାୟିତ୍ୱ ଦେଶରେ ସଚେତନତା ଉପରେ ନିର୍ଭର କରୁଛି, ଦେଶର ଯୁବ ପିଢୀ ଉପରେ ଅଛି ଆଉ ରାଷ୍ଟ୍ରୟାମ ଜାଗୃୟାମ ବୟଂ, ଏହି ମନ୍ତ୍ରକୁ ନେଇ ବଞ୍ଚିବାର ଅଛି। ଆପଣ ରାଜନୀତିରେ ଅଧିକରୁ ଅଧିକ ସଂଖ୍ୟାରେ ଆସନ୍ତୁ, ଯୋରଦାର ଢଙ୍ଗରେ ଭାଗ ନିଅନ୍ତୁ। ନେବା-ପାଇବା ହେବା ଭଳି ଲକ୍ଷ୍ୟରେ ନୁହେଁ, କଛି କରି ଯିବାର ଲକ୍ଷ୍ୟ ନେଇ ଆସନ୍ତୁ। ଆପଣ ନିଜର ଚିନ୍ତାଧାରାକୁ ନେଇ ଆଗକୁ ବଢନ୍ତୁ। ଏକାଠି ମିଳମିଶି କାର୍ଯ୍ୟ କରନ୍ତୁ, ଏକାଠି ହୋଇ କାର୍ଯ୍ୟ କରନ୍ତୁ, ଦୃଢ ଭାବେ କାର୍ଯ୍ୟ କରନ୍ତୁ। ମନେ ରଖିବେ, ଯେ ପର୍ଯ୍ୟନ୍ତ ଦେଶର ସାଧାରଣ ଯୁବକ ରାଜନୀତିକୁ ଆସିବେ ନାହିଁ, ବଂଶବାଦର ଏହି ବିଷ ଏହି ଭଳିଭାବରେ ଆମ ଗଣତନ୍ତ୍ରକୁ ଦୁର୍ବଳ କରି ଚାଲିଥିବ। ଏହି ଦେଶର ଗଣତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ଆପଣମାନଙ୍କର ରାଜନୀତିରେ ଆସିବା ଆବଶ୍ୟକ। ଆଉ ଆମର ଯୁବ ବିଭାଗ ଦ୍ୱାରା ଏ ଯେଉଁ ଛାୟା ସଂସଦ କାର୍ଯ୍ୟକ୍ରମ କରାଯାଉଛି। ଦେଶର ବିଭିନ୍ନ ବିଷୟରେ ଯୁବ ବନ୍ଧୁମାନେ ମିଳିମିଶି ଚର୍ଚ୍ଚା କରନ୍ତୁ, ଦେଶର ଯୁବକମାନଙ୍କୁ ଭାରତର ସେଂଟ୍ରାଲ ହଲ ପର୍ଯ୍ୟନ୍ତ ଅଣାଯାଉ। ଏହା ପଛରେ ଏହି ଲକ୍ଷ୍ୟ ରହିଛି ଯେ ଦେଶର ନୂତନ ଯୁବ ପିଢ଼ୀକୁ ଆମେ ପ୍ରସ୍ତୁତ କରିବା ଫଳରେ ସେମାନେ ଆମ ସହିତ ଆଗାମୀ ଦିନରେ ଦେଶର ନେତୃତ୍ୱ ନେବାକୁ ଆଗକୁ ଆସନ୍ତୁ, ଆଗକୁ ବଢ଼ନ୍ତୁ। ଆପଣଙ୍କ ସାମ୍ନାରେ ସ୍ୱାମୀ ବିବେକାନନ୍ଦଙ୍କ ଭଳି ମହାନ ମାର୍ଗଦର୍ଶକ ଅଛନ୍ତି। ତାଙ୍କ ପ୍ରେରଣାରେ ଆପଣଙ୍କ ଭଳି ଯୁବକମାନେ ରାଜନୀତିକୁ ଆସିବେ, ତେବେ ଦେଶ ଆହୁରି ସୁଦୃଢ଼ ହେବ।

ସାଥୀଗଣ,

ସ୍ୱାମୀ ବିବେକାନନ୍ଦ ମହାଶୟ ଯୁବକମାନଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ର ଦେଉଥିଲେ। ସେ କହୁଥିଲେ- ‘କୌଣସି ବିପଦ ଅବା ଅସୁବିଧା ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସେହି ବିପଦରୁ ମିଳୁଥିବା ଶିକ୍ଷା।’ ଆପଣମାନେ ସେଥିରୁ କ’ଣ ଶିକ୍ଷାଲାଭ କଲେ। ଆମକୁ ବିପଦ ସମୟରେ ସଂଯମ ରକ୍ଷା କରିବାର ଆବଶ୍ୟକତା ପଡ଼ିଥାଏ, ସାହସର ମଧ୍ୟ ଆବଶ୍ୟକତା ପଡ଼ିଥାଏ। ବିପଦ ଆମକୁ ଏହା ଚିନ୍ତା କରିବାର ମଧ୍ୟ ସୁଯୋଗ ଦେଇଥାଏ ଯେ ଯାହା ବିଗିଡ଼ି ଯାଇଛି, ଆମେ ପୁଣିଥରେ ତାହା ଠିକ୍ କରିନେବା, ଅବା ନୂତନ ପ୍ରକାରରେ ଏକ ନବ ନିର୍ମାଣର ମୂଳଦୁଆ ରଖିବା। ଅନେକ ଥର ଆମେ ଗୋଟିଏ ସଙ୍କଟ, କିଛି ବିପଦ ପରେ ନୂଆ କିଛି ଚିନ୍ତା କରିଥାଉ, ଆଉ ପୁଣି ଦେଖିଥାଉ କି ସେହି ନୂତନ ଚିନ୍ତାଧାରା କିଭଳି ସଂପୂର୍ଣ୍ଣ ଭବିଷ୍ୟତକୁ ବଦଳାଇଦେଲା। ଆପଣମାନେ ମଧ୍ୟ ନିଜ ଜୀବନରେ ଏହା ଅନୁଭବ କରିଥିବେ। ମୋର ମନ ହେଉଛି ଯେ, ଆଜି ଏକ ଅନୁଭବକୁ ଆପଣମାନଙ୍କ ସାମ୍ନାରେ ରଖିବି। 2001ରେ ଯେତେବେଳେ ଗୁଜରାଟର କଚ୍ଛରେ ଭୂମିକମ୍ପ ହୋଇଥିଲା, ତେବେ କିଛି ହିଁ କ୍ଷଣ ମଧ୍ୟରେ ସବୁକିଛି ନଷ୍ଟ ଭ୍ରଷ୍ଟ ହୋଇଗଲା। ସଂପୂର୍ଣ୍ଣ କଚ୍ଛ ଏକ ପ୍ରକାରରେ ମୃତ୍ୟୁର ଚାଦରରେ ଘୋଡାଇ ହୋଇ ଯାଇଥିଲା, ସବୁ କୋଠା ଘରଗୁଡ଼ିକ ଧରାଶାୟୀ ହୋଇଯାଇଥିଲା। ଯେଉଁ ସ୍ଥିତି ଥିଲା, ତାକୁ ଦେଖି ଲୋକ କହୁଥିଲେ ଯେ ଏବେ କଚ୍ଛ ସବୁଦିନ ପାଇଁ କ୍ଷତିଗ୍ରସ୍ତ ହୋଇଗଲା। ଏହି ଭୂକମ୍ପର କିଛି ମାସ ପରେ ହିଁ ମୋତେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇବାର ଉତରଦାୟିତ୍ୱ ମିଳିଲା । ଚାରିଆଡେ ସ୍ୱର ଉଠିଲା ଏବେ ଗୁଜରାଟ ଗଲା, ଏବେ ଗୁଜରାଟ ନଷ୍ଟ ଭ୍ରଷ୍ଟ ହୋଇଗଲା, ଏହା ସବୁ ଶୁଣୁଥିଲି। ଆମେ ଏକ ନୂତନ ଅଭିବ୍ୟକ୍ତି ସହିତ କାର୍ଯ୍ୟ କଲୁ, ଏକ ନୂତନ ରଣନୀତି ସହିତ ଆଗକୁ ବଢ଼ିଲୁ। ଆମେ କେବଳ କୋଠାଘର ଗୁଡ଼ିକୁ ପୁଣିଥରେ ନିର୍ମାଣ କଲୁ ନାହିଁ, ବରଂ ଏହି ପ୍ରଣ ନେଲୁ ଯେ କଚ୍ଛକୁ ବିକାଶର ନୂତନ ଶୀଖରରେ ପହଞ୍ଚାଇବୁ। ସେତେବେଳେ ସେଠାରେ ନା ଏତେ ସଡ଼କ ଥିଲା, ନା ବିଜୁଳି ବ୍ୟବସ୍ଥା ଠିକ୍ ଥିଲା, ନା ଏତେ ସହଜରେ ହିଁ ପାଣି ମିଳୁଥିଲା। ଆମେ ସମସ୍ତ ବ୍ୟବସ୍ଥା ସୁଧାରିଲୁ। ଆମେ ଶହ-ଶହ କିଲୋମିଟର ଦୀର୍ଘ କେନାଲ ତିଆରି କରି କଚ୍ଛ ପର୍ଯ୍ୟନ୍ତ ପାଣି ନେଇ ଆସିଲୁ, ପାଇପ୍ ଲାଇନ୍ରେର ପାଣି ଅଣାଗଲା। କଚ୍ଛର ଅବସ୍ଥା ଏପରି ଥିଲା ଯେ ସେଠାରେ ପର୍ଯ୍ୟଟନ ବିଷୟରେ କେହି ମଧ୍ୟ ଚିନ୍ତା କରି ପାରୁ ନଥିଲେ। ଏହାର ବିପରୀତ, ପ୍ରତିବର୍ଷ ହଜାର-ହଜାର ଲୋକ କଚ୍ଛରୁ ପଳାୟନ କରୁଥିଲେ। ଏବେ ଆଜି ପରିସ୍ଥିତି ଏଭଳି ହୋଇଛି ଯେ ବର୍ଷ-ବର୍ଷ ପୂର୍ବରୁ କଚ୍ଛକୁ ଛାଡି ଚାଲିଯାଇଥିବା ଲୋକ ଆଜି ଫେରି ଆସୁଛନ୍ତି। ଆଜି ଲକ୍ଷ-ଲକ୍ଷ ପର୍ଯ୍ୟଟକ କଚ୍ଛରେ ରଣ ଉତ୍ସବର ଆନନ୍ଦ ନେବାପାଇଁ ପହଞ୍ଚୁଛନ୍ତି। ଅର୍ଥାତ ବିପଦରେ, ଆମେ ଆଗକୁ ବଢ଼ିବାର ସୁଯୋଗ ଖୋଜିଲୁ।

ସାଥୀଗଣ,

ସେହି ସମୟ ଭୂକମ୍ପ ସମୟରେ ହିଁ ଆଉ ଏକ ବଡ଼ କାର୍ଯ୍ୟ ହୋଇଥିଲା, ଯାହାର ଯେତିକି ଚର୍ଚ୍ଚା ହେବା କଥା ତାହା ହୋଇନାହିଁ। ଆଜି କରୋନାର ଏହି ସମୟରେ ଆପଣମାନେ ବିପର୍ଯ୍ୟୟ ପରିଚାଳନା ଆଇନ ବିଷୟରେ ବହୁତ ଶୁଣିଥିବେ। ଏହି ସମୟରେ ସମସ୍ତ ସରକାରୀ ଆଦେଶ ଏହି ଆଇନକୁ ଆଧାର କରି ଜାରି କରାଗଲା। କିନ୍ତୁ ଏହି ଆଇନର ମଧ୍ୟ ଏକ କାହାଣୀ ରହିଛି, କଚ୍ଛର ଭୂକମ୍ପ ସହିତ ଏହାର ଏକ ସମ୍ପର୍କ ରହିଛି ଆଉ ମୁଁ ଏହି କଥା ଆପଣମାନଙ୍କୁ କହିବା ଦ୍ୱାରା ଆପଣମାନେ ମଧ୍ୟ ଖୁସି ହେବେ।

ସାଥୀଗଣ,

ପୂର୍ବରୁ ଆମ ଦେଶରେ ବିପର୍ଯ୍ୟୟ ପରିଚାଳନା କେବଳ କୃଷି ବିଭାଗ, କୃଷି ବିଭାଗର ଅଂଶ ହୋଇ ରହିଥିଲା ଏବଂ ଏହାକୁ ସେହି ବିଭାଗର କାର୍ଯ୍ୟ ବୋଲି ବୁଝା ଯାଉଥିଲା। କାରଣ ଆମର ଏଠାରେ ବିପର୍ଯ୍ୟୟର ଅର୍ଥ ଥିଲା ବଢ଼ି ଅବା ମରୁଡ଼ି। ଅଧିକ ବର୍ଷା ହେଲା ତେବେ ବିପର୍ଯ୍ୟୟ, ବର୍ଷା ଅଭାବ ହେଲା ତେବେ ବିପର୍ଯ୍ୟୟ, ବନ୍ୟା ଆଦି ଆସିଥାଏ, ତେବେ ଚାଷବାଷର କ୍ଷତି ଭରଣା ଆଦି ଦେବାକୁ ପ୍ରମୁଖତଃ ବିପର୍ଯ୍ୟୟ ପରିଚାଳନାର କାର୍ଯ୍ୟ ହେଉଥିଲା। କିନ୍ତୁ କଚ୍ଛ ଭୂକମ୍ପରୁ ଶିକ୍ଷା ଲାଭ କରି ଗୁଜରାଟରେ 2003ରେ ଗୁଜରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ ପ୍ରସ୍ତୁତ କରାଗଲା। ସେତେବେଳେ ଦେଶରେ ପ୍ରଥମ ଥର ଏପରି ହୋଇଥିଲା, ଯେତେବେଳେ ବିପର୍ଯ୍ୟୟ ପରିଚାଳନାକୁ କୃଷି ବିଭାଗରୁ ଅଲଗା କରି ଗୃହ ବିଭାଗ ଅଧିନରେ ରଖାଗଲା। ପରେ କେନ୍ଦ୍ର ସରକାର 2005ରେ ଗୁଜରାଟର ସେହି ଆଇନରୁ ଶିକ୍ଷା ଲାଭ କରି ସମଗ୍ର ଦେଶରେ ବିପର୍ଯ୍ୟୟ ପରିଚାଳନା ଆଇନ ପ୍ରସ୍ତୁତ କଲେ। ଏବେ ସେହି ଆଇନର ସହାୟତାରେ, ଶକ୍ତିରେ ଦେଶ ମହାମାରୀ ବିରୁଦ୍ଧରେ ଏତେ ବଡ଼ ଲଢ଼େଇ ଲଢ଼ିଛି। ଆଜି ଏହି ଆଇନ ଆମର ଲକ୍ଷ-ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି, ଦେଶକୁ ଏତେ ବଡ଼ ସଙ୍କଟରୁ ବାହାରି ଆସିବାର ଆଧାର ପାଲଟିଛି। କେବଳ ଏତିକି ନୁହେଁ, ଯେଉଁଠାରେ କେବେ ମଧ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷତିପୂରଣ ଓ ସହାୟତା ସାମଗ୍ରୀ ମଧ୍ୟରେ ସୀମିତ ଥିଲା, ସେହି ଭାରତର ବିପର୍ଯ୍ୟୟ ପରିଚାଳନାରୁ ଆଜି ବିଶ୍ୱ ଶିକ୍ଷାଲାଭ କରୁଛି।

ସାଥୀଗଣ,

ଯେଉଁ ସମାଜ ସଙ୍କଟରେ ମଧ୍ୟ ପ୍ରଗତିର ରାସ୍ତା ନିର୍ମାଣ କରିବା ଶିଖି ନେଇଥାଏ, ସେହି ସମାଜ ନିଜର ଭବିଷ୍ୟତ ନିଜେ ହିଁ ଲେଖିଥାଏ । ଏଥିପାଇଁ, ଆଜି ଭାରତ ଏବଂ 130 କୋଟି ଭାରତବାସୀ ନିଜର ଭବିଷ୍ୟତକୁ ଆହୁରି ମଧ୍ୟ ଉତମ ଭବିଷ୍ୟତ ଆଜି ଦେଶର ନାଗରିକ ନିଜେ ଗଢ଼ୁଛନ୍ତି। ଆପଣମାନଙ୍କ ଦ୍ୱାରା କରାଯାଇଥିବା ପ୍ରତ୍ୟେକଟି ପ୍ରୟାସ, ପ୍ରତ୍ୟେକଟି ସେବାକାର୍ଯ୍ୟ, ପ୍ରତ୍ୟେକଟି ନବସୃଜନ ଆଉ ପ୍ରତ୍ୟେକଟି ସଚ୍ଚୋଟ ସଂକଳ୍ପ, ଭବିଷ୍ୟତର ମୂଳଦୁଆ ଭାବେ ରଖାଯାଉଛି ଯାହା ହେଉଛି ଏକ ସୁଦୃଢ଼ ପ୍ରସ୍ତର। ଆପଣ ନିଜ ପ୍ରୟାସରେ ସଫଳ ହୁଅନ୍ତୁ, ଏହି ଶୁଭକାମନା ସହିତ ମୁଁ ପୁଣି ଥରେ ସାରା ଦେଶର ଲକ୍ଷ-ଲକ୍ଷ ଯୁବକମାନେ କରୋନାର ଏହି ସମୟରେ ମଧ୍ୟ କେଉଁଠାରେ ସାକ୍ଷାତ ହୁଅନ୍ତି, କେଉଁଠାରେ ଭର୍ଚୁଆଲ, ଏହି ଯୁବ ଆନ୍ଦୋଳନକୁ ଆଗକୁ ବଢ଼ାଇଲେ, ବିଭାଗର ଲୋକମଧ୍ୟ ହେଉଛନ୍ତି ଅଭିନନ୍ଦନର ଅଧିକାରୀ। ଏଥିରେ ଭାଗ ନେଇଥିବା ପ୍ରତ୍ୟେକ ଯୁବକମାନେ ମଧ୍ୟ ହେଉଛନ୍ତି ଅଭିନନ୍ଦନର ଅଧିକାରୀ, ଆଉ ବିଜେତା ହୋଇଥିବା ଯୁବକମାନଙ୍କୁ ମଧ୍ୟ ଅନେକ-ଅନେକ ଶୁଭକାମନା ଦେବା ସହିତ ଯେଉଁ କଥା ସେମାନେ କହିଛନ୍ତି, ସେହି କଥା ସମାଜର ତୃଣମୂଳ ପର୍ଯ୍ୟନ୍ତ ପହଞ୍ଚୁ। ଏଥିପାଇଁ ସେମାନେ ସଫଳତା ପୂର୍ବକ ଆଗକୁ ବଢ଼ନ୍ତୁ, ଏହା ହେଉଛି ମୋର ଅନେକ ଅନେକ ଶୁଭକାମନା। ମୁଁ ପୁଣିଥରେ ବାଚସ୍ପତି ମହୋଦୟଙ୍କୁ ସଂସଦ ଭବନରେ ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ କୃତଜ୍ଞତା ଜ୍ଞାପନ କରି ମୋ ବାଣୀକୁ ବିରାମ ଦେଉଛି।

ବହୁତ-ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How ODOP is helping Pratapgarh turn its amla into a bigger business

Media Coverage

How ODOP is helping Pratapgarh turn its amla into a bigger business
NM on the go

Nm on the go

Always be the first to hear from the PM. Get the App Now!
...
PM to participate in Valedictory Session of Departmental Summit on Water Security on 2nd September
September 01, 2026
This marks the first in a series of Summits envisioned by Prime Minister to strengthen spirit of Team India and deepen cooperative federalism
Summit brings together Centre and States to deliberate on priorities and evolve time-bound action plans
The summit will focus on timely implementation of water infrastructure projects, Jal Sanchay Jan Bhagidari, drinking water source sustainability and JJM 2.0.

Prime Minister Shri Narendra Modi will participate in the valedictory session of Departmental Summit of Ministry of Jal Shakti on 2nd September 2026 at around 4:30 PM at Sushma Swaraj Bhawan, New Delhi. He will also address the gathering on the occasion.

The two-day Departmental Summit, being held on 1-2 September 2026, is the first in a series of Departmental Summits envisioned by Prime Minister to strengthen the spirit of Team India, deepen cooperative federalism and foster collective ownership of national priorities through closer collaboration between the Centre and the States. The initiative provides a structured platform to jointly deliberate on critical sectoral priorities and accelerate implementation and outcomes.

The Summit will bring together political leadership and senior officials from the Union and State Governments to deliberate on key priorities, share best practices, address implementation challenges and evolve time-bound action plans. The initiative seeks to promote shared responsibility for national goals and ensure that deliberations translate into measurable improvements in governance and service delivery.

The Summit will focus on four key areas:

  1. Timely implementation of water infrastructure projects
  2. Jal Sanchay Jan Bhagidari - Catch the Rain
  3. Source sustainability of drinking water systems
  4. Operation and maintenance of rural drinking water supply schemes under Jal Jeevan Mission 2.0

The consultations are expected to result in concrete and time-bound actions for accelerating water infrastructure projects, enhancing public participation in water conservation, ensuring sustainable drinking water sources and improving the reliability and accountability of rural drinking water services.