1000 କୋଟି ଟଙ୍କାର ଷ୍ଟାର୍ଟଅପ୍‍ ଇଣ୍ଡିଆ ସିଡ୍‍ ଫଣ୍ଡ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ସାଂପ୍ରତିକ ବ୍ୟବସାୟର ଜନସାଂଖ୍ୟିକ ଚରିତ୍ରକୁ ଷ୍ଟାର୍ଟଅପ୍‍ ବଦଳାଉଛି: ପ୍ରଧାନମନ୍ତ୍ରୀ
‘ଯୁବକଙ୍କ ଦ୍ୱାରା, ଯୁବକଙ୍କ ପାଇଁ ଓ ଯୁବକଙ୍କ’ର ଏକ ଷ୍ଟାର୍ଟଅପ୍‍ ପରିବେଶ ତିଆରି କରିବାକୁ ଭାରତ ଉଦ୍ୟମ କରୁଛି: ପ୍ରଧାନମନ୍ତ୍ରୀ
8 ହଜାର ଷ୍ଟାର୍ଟଅପ୍‍ ଜେଇଏମ୍‍ରେ ପଞ୍ଜୀକୃତ ହୋଇଛି ଏବଂ 23 ହଜାର କୋଟି ଟଙ୍କାର କାରବାର କରାଯାଇଛି: ଶ୍ରୀ ମୋଦୀ

ଯୁବ ଶକ୍ତି, ଯୁବ ସ୍ୱପ୍ନ, କେତେ ଉତ୍‌ତାଳ, କେତେ ବିଶାଳ, ଆପଣମାନେ ସମସ୍ତେ ତା’ର ଉତ୍କୃଷ୍ଟ ଉଦାହରଣ ବର୍ତମାନ ମୁଁ ଆପଣ ସମସ୍ତଙ୍କୁ ଖୁବ୍ ଧ୍ୟାନର ସହ ଶୁଣୁଥିଲି, ଦେଖୁଥିଲି । ଏହି ଆତ୍ମବିଶ୍ୱାସ ଏହିଭଳି ଭାବରେ ବଜାୟ ରହିବା ଉଚିତ୍ । ଆପଣମାନେ ଭାବନ୍ତୁ, ଷ୍ଟାର୍ଟ ଅପ୍‌ଗୁଡିକର ପରିବ୍ୟାପ୍ତି କେତେ । ଗୋଟିଏ ଷ୍ଟାର୍ଟ ଅପ୍ କାର୍ବନ୍ ଫାଇବର୍ ଥ୍ରୀଡି ପ୍ରିଣ୍ଟର ବିଷୟରେ କହୁଥିବାବେଳେ ଅନ୍ୟଗୋଟିଏ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ବିଷୟରେ ବ୍ୟାଖ୍ୟା କରୁଛି । ଇ-ଶୌଚାଳୟଠାରୁ ଅବକ୍ଷୟଧର୍ମୀ ଜୈବ ପିପିଇ କିଟ୍ସ୍ ପର୍ଯ୍ୟନ୍ତ ଏବଂ ମଧୁମେହର ଔଷଧ ପ୍ରସ୍ତୁତିଠାରୁ ଇଟା ତିଆରି ମେସିନ୍ ପୁଣି ଦିବ୍ୟାଙ୍ଗମାନଙ୍କ ପାଇଁ ଏ.ଆର୍‌.ଟେକ୍ନୋଲୋଜି ପର୍ଯ୍ୟନ୍ତ, ଆପଣମାନେ ନିଜ ନିଜର ଷ୍ଟାର୍ଟ ଅପ୍ ବିଷୟରେ ଯାହାସବୁ କହିଲେ, ସେସବୁ କଥା ଅନୁଭବ କରାଉଛି ଯେ ଆପଣମାନଙ୍କ ନିକଟରେ ଭବିଷ୍ୟତକୁ ପରିବର୍ତନ କରିବା ପାଇଁ କେତେ ବଡ ସାମର୍ଥ୍ୟ ରହିଛି ।

ଆଉ ଏକ ପରିବର୍ତନ ଯାହା ଏବେ ପରିଲକ୍ଷିତ ହେଉଛି, ପୂର୍ବରୁ ଯଦି କେହି ଯୁବକ ଷ୍ଟାର୍ଟ ଅପ୍ ଆରମ୍ଭ କରୁଥିଲେ, ତାଙ୍କୁ ଲୋକେ କହୁଥିଲେ ‘ତୁମେ ଗୋଟିଏ ଚାକିରୀ କାହିଁକି କରୁନ?’ କାହିଁକି ଏକ ଷ୍ଟାର୍ଟ ଅପ୍ କରୁଛ? କିନ୍ତୁ ଏବେ ଲୋକେ କହୁଛନ୍ତି – ଚାକିରୀ ଠିକ୍ ଅଛି, କିନ୍ତୁ ତୁମେ ନିଜର ଏକ ଷ୍ଟାର୍ଟ ଅପ୍ କାହିଁକି ଆରମ୍ଭ କରୁନାହଁ!ଏବଂ ଯେଉଁ ଯୁବକ ପୂର୍ବରୁ ଷ୍ଟାର୍ଟ ଅପ୍‌ରେ ଅଛନ୍ତି, ସେମାନଙ୍କୁ ଦେଖିବା ପରେ ପ୍ରଥମ ପ୍ରତିକ୍ରିୟା ହେଉଛି – ୱାଃ, ଆପଣଙ୍କର ଷ୍ଟାର୍ଟ ଅପ୍ ଅଛି! ଏହି ପରିବର୍ତନ ବିମସ୍‌ଟେକ୍ ଦେଶ, ଯଥା, ବଙ୍ଗୋପସାଗରରୁ ବିକାଶର ପ୍ରେରଣା ନେଉଥିବା ବାଂଲାଦେଶ, ଭୂଟାନ୍‌, ଭାରତ, ନେପାଳ, ଶ୍ରୀଲଙ୍କା, ମାୟାମାଁର ଏବଂ ଥାଇଲାଣ୍ଡର ବହୁତ ବଡ ସାମର୍ଥ୍ୟ ପାଲଟିଛି । ଭାରତର ଷ୍ଟାର୍ଟ ଅପ୍ ହେଉ କିମ୍ବା ବିମସ୍‌ଟେକ୍ ଦେଶରଷ୍ଟାର୍ଟ ଅପ୍‌, ସବୁଠାରେ ସମାନ ଧରଣର ଶକ୍ତି ଦେଖିବାକୁ ମିଳୁଛି । କାର୍ଯ୍ୟକ୍ରମରେ ମୋ ସହ ସାମିଲ୍ ହୋଇଥିବା ବିମସ୍‌ଟେକ୍ ଦେଶଗୁଡିକର ମାନ୍ୟଗଣ୍ୟ ମନ୍ତ୍ରୀଗଣ, ବାଂଲାଦେଶର ଶ୍ରୀ ଜୁନୈଦ ଅହମ୍ମଦ ପଲକ, ଭୂଟାନ୍‌ର ଲିନ୍‌ପୋ ଶ୍ରୀ ଲୋକନାଥ ଶର୍ମା, ମାୟାମାଁରର ଉ ଥାଉଁଗ ତୁନ୍‌, ନେପାଳର ଶ୍ରୀ ଲେଖରାଜ ଭଟ୍ଟ, ଶ୍ରୀଲଙ୍କାର ନମଲ ରାଜପକ୍ଷ ଏବଂ ବିମସ୍‌ଟେକ୍‌ର ସାଧାରଣ ସଚିବ ଶ୍ରୀ ତେନଜିନ୍ ଲେକଫେଲ୍‌, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ପୀୟୁଷ ଗୋୟଲ, ଶ୍ରୀ ପ୍ରକାଶ ଜାଭଡେକର, ଶ୍ରୀ ହରଦୀପ ପୁରୀ, ଶ୍ରୀ ସୋମପ୍ରକାଶ, ଶିଳ୍ପଜଗତରୁ ଏଠାରେ ଉପସ୍ଥିତ ଫିକ୍କିର ସଭାପତି ଶ୍ରୀ ଉଦୟ ଶଙ୍କର, ଶ୍ରୀ ଉଦୟ କୋଟାକ, ଶ୍ରୀ ସଂଜୀବ ମେହତା, ଡଃ ସଂଗୀତା ରେଡ୍ଡୀ, ଶ୍ରୀ ସୁବ୍ରକାନ୍ତ ପଣ୍ଡା, ଶ୍ରୀ ସନ୍ଦୀପ ସୋମାନି, ଶ୍ରୀ ହର୍ଷ ମରିବାଲା, ଶ୍ରୀ ସିଙ୍ଘାନିଆ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଷ୍ଟାର୍ଟ ଅପ୍‌ର ମୋର ଯୁବ ସାଥୀଗଣ!

ଆଜିର ଦିନ ଆମ ସମସ୍ତଙ୍କ ପାଇଁ ଏକ ସମୟରେ ଅନେକଗୁଡିଏ ‘ପ୍ରାରମ୍ଭ’ର ଦିନ । ଆଜି ବିମଦେଷ୍ଟକ୍ ଦେଶଗୁଡିକର ପ୍ରଥମ ଷ୍ଟାର୍ଟ ଅପ୍ ସମାବେଶ ଆୟୋଜିତ ହେଉଛି, ଆଜି ‘ଷ୍ଟାର୍ଟ ଅପ୍ ଇଣ୍ଡିଆ’ ଆନ୍ଦୋଳନ ନିଜ ସଫଳତାର 5 ବର୍ଷ ପୂରଣ କରୁଛି ଏବଂ ଆଜି ହିଁ ଭାରତ କରୋନା ବିରୋଧି ସଂଗ୍ରାମରେ ସବୁଠାରୁ ଐତିହାସିକ ବିଶାଳ ଟିକାକରଣ ଅଭିଯାନର ପ୍ରାରମ୍ଭ କରିଛି । ଏହି ଦିନ ଆମର ବୈଜ୍ଞାନିକ, ଆମର ଯୁବକ ଏବଂ ଆମ ଉଦ୍ୟମୀମାନଙ୍କର ସାମର୍ଥ୍ୟ ଏବଂ ଆମ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କ୍ଷେତ୍ରର କର୍ମଚାରୀମାନଙ୍କର ପରିଶ୍ରମ ଓ ସେବାଭାବର ସାକ୍ଷୀ ଅଟେ । କରୋନା ବିରୋଧି ଲଢେଇରୁ ଆରମ୍ଭ କରି ପ୍ରତିଷେଧକ ପ୍ରସ୍ତୁତି ପର୍ଯ୍ୟନ୍ତ, ଆମ ସମସ୍ତଙ୍କର ଯେଉଁ ଅନୁଭବ ରହିଛି, ଆମର ସେହି ଅନୁଭବଗୁଡିକ ସହିତ ଆଜି ବିମସ୍‌ଟେକ୍ ଦେଶଗୁଡିକର ଆମର ଯୁବବିଢୀ ଏବଂ ଉଦ୍ୟମୀ ଏହି ପ୍ରାରମ୍ଭ ଶିଖର ସମ୍ମିଳନୀରେ ସାମିଲ୍ ହେଉଛନ୍ତି । ଏଥିପାଇଁ, ଏହି ସମ୍ମିଳନୀ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଉଛି । ମତେ କୁହାଯାଇଛି ଯେ, ଏହି ଦୁଇ ଦିନ ମଧ୍ୟରେ ଆପଣମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି, ନିଜ ନିଜର ଷ୍ଟାର୍ଟ ଅପ୍‌ଗୁଡିକର ସଫଳ କାହାଣୀ ବଖାଣିଛନ୍ତି ଏବଂ ପାରସ୍ପରିକ ସହଯୋଗର ନୂଆ ସୁଯୋଗ ସୃଷ୍ଟି କରିଛନ୍ତି । ଦେଶରେ ଯେଉଁ 12ଟି କ୍ଷେତ୍ରରେ ଷ୍ଟାର୍ଟ ଅପ୍ ପୁରସ୍କାର ଆରମ୍ଭ କରାଯାଇଥିଲା, ସେହି ବିଜେତାମାନଙ୍କର ନାମ ମଧ୍ୟ ଘୋଷଣା କରାଯାଇଛି । ଏହି ପୁରସ୍କାର ପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

 

ବନ୍ଧୁଗଣ,

ଏହି ଶତାଦ୍ଦୀ ହେଉଛି ଡିଜିଟାଲ୍ ବିପ୍ଳବ ଏବଂ ସଦ୍ୟତମ ନବସୃଜନଶୀଳତାର ଶତାଦ୍ଦୀ । ଏବଂ ଏହି ଶତାଦ୍ଦୀକୁ ଏସିଆର ଶତାଦ୍ଦୀ ବୋଲି ମଧ୍ୟ କୁହାଯାଉଛି । ଏବଂ ଏଥିପାଇଁ ଏହା ସମୟର ଆହ୍ୱାନ ଯେ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଏସିଆର ପରୀକ୍ଷାଗାରରୁ ବାହାରୁ, ଭବିଷ୍ୟତର ଉଦ୍ୟୋଗୀ ଆମର ଏଇଠାରୁ ସୃଷ୍ଟି ହୁଅନ୍ତୁ । ଏଥିପାଇଁ ଏସିଆର ସେହି ଦେଶମାନଙ୍କୁ ଆଗକୁ ଆସି ଦାୟିତ୍ୱ ନେବାକୁ ପଡିବ, ଯିଏ ଏକାଠି ହୋଇ କାମ କରିପାରିବେ, ପରସ୍ପର ପାଇଁ କାମ କରିପାରିବେ । ଯେଉଁମାନଙ୍କ ନିକଟରେ ସମାଧାନର ସୂତ୍ର ବି ଥିବ, ଏବଂ ସହଯୋଗର ଭାବନା ମଧ୍ୟ ଥିବ, ଏଣୁ ଏହି ଦାୟିତ୍ୱ ସ୍ୱାଭାବିକଭାବେ ଆମ ସମସ୍ତ ବିମସ୍‌ଟେକ୍ ଦେଶମାନଙ୍କ ଉପରକୁ ହିଁ ଆସୁଛି । ଆମର ଯୁଗଯୁଗର ପୁରାତନ ସମ୍ପର୍କ, ଆମର ସଂସ୍କୃତି, ସଭ୍ୟତା ଏବଂ ସମ୍ବନ୍ଧର ଅଭିନ୍ନ ପରମ୍ପରା ଆମ ସମସ୍ତଙ୍କୁ ପରସ୍ପର ସହିତ ନିବିଡ ଭାବେ ବାନ୍ଧି ରଖିଛି । ଆମେ ପରସ୍ପର ମଧ୍ୟରେ ଆମ ବିଚାରଧାରାର ବିନିମୟ କରୁଥିବା ଯୋଗୁଁଆମେ ଆମ ଚିନ୍ତାଧାରାକୁ ଆହୁରି ଅଧିକ ବ୍ୟକ୍ତ କରିପାରୁଛୁ । ଆମେ ପରସ୍ପରର ସୁଖ ଦୁଃଖ ବାଣ୍ଟୁ, ଏଣୁ ଆମର ସଫଳତା ମଧ୍ୟ ବାଣ୍ଟିବାକୁ ପଡିବ । ଏଥିସହ ଆମେ ଏକସଙ୍ଗରେ ବିଶ୍ୱର ଏକ ପଞ୍ଚମାଂଶ ଜନସଂଖ୍ୟା ପାଇଁ କାର୍ଯ୍ୟ କରୁଛୁ । ଆମ ନିକଟରେ ସାମୁହିକ ଭାବରେ 3.8 ଟ୍ରିଲିୟନ୍ ଡଲାର ଜିଡିପିର ମଧ୍ୟ ଶକ୍ତି ରହିଛି । ଆମର ଯୁବପିଢୀ ନିକଟରେ ଯେଉଁ ଶକ୍ତି ରହିଛି, ନିଜର ଭବିଷ୍ୟତ ନିଜେ ଲେଖିବା ନେଇ ଯେଉଁ ଅଧିରତା ରହିଛି, ମୁଁ ସେଥିରେ ସମଗ୍ର ବିଶ୍ୱ ପାଇଁ ନୂଆ ସମ୍ଭାବନା ଦେଖିପାରୁଛି ।

ବନ୍ଧୁଗଣ,

ଏଥିପାଇଁ ମୁଁ 2018 ବିମସ୍‌ଟେକ୍ ଶିଖର ସମ୍ମିଳନୀରେ କହିଥିଲି ଯେ ଆମେ ସମସ୍ତେ ଦେଶର ପ୍ରଯୁକ୍ତି ବିଦ୍ୟା ଓ ନବସୃଜନ କ୍ଷେତ୍ରକୁ ଏକ ସମୟରେ ପ୍ରବେଶ କରିବା । ମୁଁ ବିମସ୍‌ଟେକ୍ ଷ୍ଟାର୍ଟ ଅପ୍ ସମ୍ମିଳନୀ ବିଷୟରେ ମଧ୍ୟ କହିଥିଲି । ଏହି ସଙ୍କଳ୍ପକୁ ପୂରଣ କରିବା ପାଇଁ ଆଜି ଆମେ ସବୁ ଦେଶ ଷ୍ଟାର୍ଟ ଅପ୍ ଇଣ୍ଡିଆ ଅନ୍ତର୍ଜାତୀୟ ଶିଖର ସମ୍ମିଳନୀର ଏହି ମଞ୍ଚରେ ଏକାଠି ହୋଇଛୁ । ସମସ୍ତ ବିମସ୍‌ଟେକ୍ ଦେଶ ପାରସ୍ପରିକ ସଂଯୋଗ ବୃଦ୍ଧି ଏବଂ ବ୍ୟାବସାୟିକ ସମ୍ପର୍କକୁ ଗତିଶୀଳ କରିବା ପାଇଁ ପୂର୍ବରୁ ହିଁ ନିରନ୍ତର କାର୍ଯ୍ୟ କରି ଆସୁbଛନ୍ତି । 2018ରେ ଡିଜିଟାଲ୍ ସଂଯୋଗ ବୃଦ୍ଧି ପାଇଁ ବିମସ୍‌ଟେକ୍ ମନ୍ତ୍ରୀମାନେ ଭାରତ ମୋବାଇଲ୍ କଂଗ୍ରେସରେ ଅଂଶଗ୍ରହଣ ଲ ଆଦି କ୍ଷେତ୍ରରେ ମଧ୍ୟ ଆମେମାନେ ମିଳିମିଶି କାମ କରୁଛୁ । ଆମର ଏହିସବୁ କ୍ଷେତ୍ର ଯେତେ ଶକ୍ତିଶାଳୀ ହେବ, ଯେତେ ଆଧୁନିକ ହେବ, ଆମ ଷ୍ଟାର୍ଟ ଅପ୍‌ଗୁଡିକୁ ସେତେ ସୁଫଳ ମିଳିବ । ଏହା ଏକ ମୂଲ୍ୟ ସୃଷ୍ଟିକାରୀ ଚକ୍ର । ଅଥାତ୍‌ର୍, ଆମେ ଭିତ୍ତିଭୂମି, କୃଷି ଏବଂ ବ୍ୟବସାୟ ଭଳି କ୍ଷେତ୍ରରେ ଆମର ସମ୍ପର୍କକୁ ମଜବୁତ୍ କରୁଛେ, ଯାହାଦ୍ୱାରା ଆମ ଷ୍ଟାର୍ଟ ଅପ୍ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି । ଏବଂ ଆମରଷ୍ଟାର୍ଟ ଅପ୍‌ଗୁଡିକ ଯେତେ ମଜବୁତ୍ ହେବ, ଆମର ସବୁ କ୍ଷେତ୍ରରେ ଅଭିବୃଦ୍ଧି ସେତିକି ଗତିଶୀଳ ହେବ ।

ବନ୍ଧୁଗଣ,

ବ୍ୟକ୍ତିଗତଭାବେ ମଧ୍ୟ ଷ୍ଟାର୍ଟ ଅପ୍‌ମାନେ ଏଠାରେ ସେମାନଙ୍କ ଅନୁଭବ ନିଜ ନିଜ ମଧ୍ୟରେ ବାଣ୍ଟୁଛନ୍ତି । କିନ୍ତୁ ପରିବର୍ତନର ଏତେ ବଡ ଯାତ୍ରାରେ ପ୍ରତ୍ୟେକ ଦେଶର ନିଜର ଅନୁଭୂତି ରହିଛି । ଭାରତ ଏହାର 5 ବର୍ଷର ଅନୁଭବ ବାଣ୍ଟିବା ପାଇଁ ‘ଇଭୋଲ୍ୟୁସନ୍ ଅଫ୍ ଷ୍ଟାର୍ଟ ଅପ୍ ଇଣ୍ଡିଆ’ ନାମକ ଏକ ପୁସ୍ତିକା ମଧ୍ୟ ଆଜି ପ୍ରକାଶ କରିଛି । ମୁଁ ଚାହୁଁଛି, ଏହିଭଳି ସବୁ ବିମସ୍‌ଟେକ୍ ଦେଶ ମଧ୍ୟ ସମୟ ସମୟରେ ନିଜର ଅନୁଭବକୁ ପରସ୍ପର ସହ ବାଂଟନ୍ତୁ । ଆପଣଙ୍କର ଏହି ଅନୁଭବ ଆମ ସମସ୍ତଙ୍କୁ ଶିଖିବାରେ ସାହାଯ୍ୟ କରିବ । ଉଦାହରଣ ସ୍ୱରୂପ, ଭାରତର 5ବର୍ଷର ଷ୍ଟାର୍ଟ ଅପ୍‌ର ଯାତ୍ରାକୁ ଦେଖନ୍ତୁ । ଯେତେବେଳେ ଷ୍ଟାର୍ଟ ଅପ୍ ଇଣ୍ଡିଆ ମିଶନ୍ ଆରମ୍ଭ ହେଲା, ସେତେବେଳେ ଆମ ସମ୍ମୁଖରେ ଅନେକଗୁଡିଏ ଆହ୍ୱାନ ମଧ୍ୟ ରହିଥିଲା । କିନ୍ତୁ ଭାରତ ଆଜି ବିଶ୍ୱର ସବୁଠାରୁ ବଡ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ ମଧ୍ୟରୁ ଅନ୍ୟତମ । ଆଜି 41 ହଜାରରୁ ଅଧିକ ଷ୍ଟାର୍ଟ ଅପ୍ ଆମ ଦେଶରେ କୌଣସି ନାଁ କୌଣସି ଅଭିଯାନରେ ନିୟୋଜିତ ଅଛି । ଏଗୁଡିକ ମଧ୍ୟରୁ 5.700ରୁ ଅଧିକ ଷ୍ଟାର୍ଟ ଅପ୍ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ, 3600ରୁ ଅଧିକ ଷ୍ଟାର୍ଟ ଅପ୍ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବାବେଳେ ପ୍ରାୟ 1800 ଷ୍ଟାର୍ଟ ଅପ୍ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

 

ବନ୍ଧୁଗଣ,

ଏହିଷ୍ଟାର୍ଟ ଅପ୍‌ଗୁଡିକ ବ୍ୟବସାୟର ଜନସଂଖ୍ୟାତନ୍ତ୍ରର ବିଶେଷତ୍ୱକୁ ମଧ୍ୟ ପରିବର୍ତନ କରୁଛି । ଆଜି ଭାରତରେ 44 ପ୍ରତିଶତ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟ ଅପ୍‌ରେ ମହିଳାମାନେ ନିର୍ଦ୍ଦେଶକ ଅଛନ୍ତି ଏବଂ ବହୁସଂଖ୍ୟକ ମହିଳା ମଧ୍ୟ ଏଥିରେ କାର୍ଯ୍ୟ କରୁଛନ୍ତି । ଆଜି ସାମାନ୍ୟ ଆର୍ଥିକ ପୃଷ୍ଠଭୂମିରୁ ଆସିଥିବା ଯୁବକ ମଧ୍ୟ ନିଜର ପ୍ରତିଭା, ନିଜର ଭାବନାକୁ ବାସ୍ତବତାରେ ପରିଣତ କରିପାରୁଛି । ଏହାର ଫଳ ମଧ୍ୟ ଆଜି ଆମ ସମ୍ମୁଖରେ ରହିଛି। 2014ରେ ଭାରତରେ କେବଳ 4ଟିଷ୍ଟାର୍ଟ ଅପ୍ ୟୁନିକର୍ନ କ୍ଲବ୍‌ରେ ଥିଲା, ମାତ୍ର ଆଜି 30ଅଧିକ ଷ୍ଟାର୍ଟ ଅପ୍ 1 ବିଲିୟନ୍ ସୂଚକାଙ୍କ ଅତିକ୍ରମ କରିସାରିଲେଣି । ଏକଥା ଜାଣି ଆପଣମାନେ ଆଶ୍ଚର୍ଯ୍ୟ ହେବେ, ଏଥିରେ ମଧ୍ୟ ଆମର 11ଟି ଷ୍ଟାର୍ଟ ଅପ୍ 2020 ମସିହାରେ ୟୁନିକର୍ନ କ୍ଲବ୍‌ରେ ସାମିଲ ହୋଇଛନ୍ତି । ଅର୍ଥ କରୋନାର ଏହି କଠିନ ବର୍ଷରେ!

ବନ୍ଧୁଗଣ,

ମହାମାରୀର ଏହି କଠିନ ସମୟରେ ହିଁ ଭାରତ ‘ଆତ୍ମନିର୍ଭର ଭାରତ’ ଅଭିଯାନ ଆରମ୍ଭ କରିଥିଲା । ଏଥିରେ ମଧ୍ୟ ଆମର ଷ୍ଟାର୍ଟ ଅପ୍‌ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ମହାମାରୀ ସମୟରେ ଯେତେବେଳେ ବିଶ୍ୱର ବଡ ବଡ କମ୍ପାନିଗୁଡିକ ତିଷ୍ଠିବା ପାଇଁ ସଂଘର୍ଷ କରୁଥିଲେ, ସେତେବେଳେ ଭାରତରେ ଷ୍ଟାର୍ଟ ଅପ୍‌ର ଏକ ନୂତନ ଯୋଦ୍ଧା ପ୍ରସ୍ତୁତ ହେଉଥିଲେ । ଦେଶରେ ସାନିଟାଇଜରରୁ ଆରମ୍ଭ କରି ପିପିଇ କିଟ୍ସର ଆବଶ୍ୟକତା ଥିଲା, ଯୋଗାଣ ଶୃଙ୍ଖଳର ଆବଶ୍ୟକତା ଥିଲା, ଏସବୁଥିରେ ଆମରଷ୍ଟାର୍ଟ ଅପ୍‌ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସ୍ଥାନୀୟ ଆବଶ୍ୟକତା ପାଇଁ ସ୍ଥାନୀୟ ଷ୍ଟାର୍ଟ ଅପ୍‌ଗୁଡିକ ଆଗେଇ ଆସିଲେ । ଗୋଟିଏ ଷ୍ଟାର୍ଟ ଅପ୍ ଗ୍ରାହକମାନଙ୍କୁ ରୋଷେଇବାସର ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବା କାର୍ଯ୍ୟ କଲା, ତ ଆଉ ଗୋଟିଏ ଘରେ ଘରେ ଔଷଧ ପହଞ୍ଚାଇବା କାମ ଆରମ୍ଭ କଲା । କିଛି ଷ୍ଟାର୍ଟ ଅପ୍ ଅଗ୍ରଣୀ ଯୋଦ୍ଧାଙ୍କ ପାଇଁ ପରିବହନ ଉପଲବ୍‌ଧ କରାଇଲେ ତ ଆଉ କିଛି ଅନ୍‌ଲାଇନ୍ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କଲେ । ଅର୍ଥାତ୍‌, ଏହି ଷ୍ଟାର୍ଟ ଅପ୍‌ଗୁଡିକ ବିପତ୍ତି ସୁଯୋଗ ଖୋଜି ପାଇଥିଲେ ଏବଂ ବିପଦ ସମୟରେ ବିଶ୍ୱାସ ମଧ୍ୟ ସୃଷ୍ଟି କରିପାରିଥିଲେ ।

ବନ୍ଧୁଗଣ,

ଆଜି ଷ୍ଟାର୍ଟ ଅପ୍‌ଗୁଡିକର ସଫଳତାର ଏହି କାହାଣୀ କେବଳ ବଡ ବଡ ସହର ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ। ଆପଣମାନେ ଦେଖନ୍ତୁ, ଆଜି ଆଠଟି ପୁରସ୍କାର ଏଭଳି ଷ୍ଟାର୍ଟ ଅପ୍‌କୁ ମିଳିଛି ଯେଉଁଗୁଡିକ ମେଟ୍ରୋ ସହରରେ ନୁହେଁ ବରଂ ଛୋଟ ଛୋଟ ସହରରେ ଆରମ୍ଭ ହୋଇଛି । ଏସବୁ ମଧ୍ୟରୁ ଗୋଟିଏ ଲକ୍ଷେ୍ମøର, ଆଉ ଗୋଟିଏ ଭୋପାଳର, ଅନ୍ୟ ଗୋଟିଏ ସୋନିପତ୍‌ର, ପୁଣି ଆଉ ଗୋଟିଏ କୋଚ୍ଚି ଏବଂ ତିରୁବନନ୍ତପୁରମର । କାରଣ ଆଜି ଭାରତର ପ୍ରତ୍ୟେକ ରାଜ୍ୟ ଷ୍ଟାର୍ଟ ଅପ୍ ଇଣ୍ଡିଆ ଅଭିଯାନରେ ସାମିଲ୍ ଅଟନ୍ତି । ପ୍ରତ୍ୟେକ ରାଜ୍ୟ ସ୍ଥାନୀୟ ସମ୍ଭାବନା ଆଧାରରେ ଷ୍ଟାର୍ଟ ଅପ୍‌ଗୁଡିକୁ ସୃଷ୍ଟିକରବିା ସହ ସହାୟତା ଯୋଗାଇ ଦେଉଛନ୍ତି । ଏବଂ ଏହାର ଫଳସ୍ୱରୂପ, ଆଜି ଭାରତର 80ପ୍ରତିଶତ ଜିଲ୍ଲା ଷ୍ଟାର୍ଟ ଅପ୍ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି । ଆମର 45 ପ୍ରତିଶତ ଷ୍ଟାର୍ଟ ଅପ୍ ଆଜି ଟାୟର-ଟୁ ଏବଂ ଟାୟର-ଥ୍ରୀ ଭଳି ସହରରେ ରହିଛି, ଯାହାକି ସ୍ଥାନୀୟ ଉତ୍ପାଦର ବ୍ରାଣ୍ଡ ଆମ୍ବାସଡର୍ ଭଳି କାର୍ଯ୍ୟ କରୁଛି ।

ବନ୍ଧୁଗଣ,

ଆଜି ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ଖାଦ୍ୟପେୟକୁ ନେଇ ଯେଉଁ ସଚେତନତା ବୃଦ୍ଧି ପାଇଛି, ଯେଉଁ ସୁସ୍ଥ ପରିବର୍ତନ ହେଉଛି, ସେଥିରେ ମଧ୍ୟ ଷ୍ଟାର୍ଟ ଅପ୍ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି । କହିବାକୁ ଗଲେ ଆଜି ଯଦି କୌଣସି କ୍ଷେତ୍ର ଚିରସବୁଜ ରହିଛି ତାହା ହେଉଛି ଖାଦ୍ୟ ଓ କୃଷି କ୍ଷେତ୍ର । ଭାରତରେ ଏହି କ୍ଷେତ୍ରର ବିକାଶ ପାଇଁ ବିଶେଷଭାବେ ପ୍ରୟାସ କରାଯାଉଛି ।କୃଷି ସହ ଜଡିତ ଭିତିଭୂମର ଆଧୁନିକୀକରଣ ପାଇଁ ଦେଶରେ ଏକ ଲକ୍ଷ କୋଟି ଟଙ୍କାର ଏଗ୍ରି ଇନଫ୍ରା ଫଣ୍ଡ୍ ସୃଷ୍ଟି କରାଯାଇଛି । ଏହାଦ୍ୱାରା ଆମ ଷ୍ଟାର୍ଟ ଅପ୍‌ଗୁଡିକ ପାଇଁ ନୂତନ ମାର୍ଗ ଉନ୍ମୁକ୍ତ ହୋଇଛି । ଆଜି ଷ୍ଟାର୍ଟ ଅପ୍‌ଗୁଡିକ କୃଷକମାନଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି । କ୍ଷେତରୁ ଟେବୁଲ୍ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀଗୁଡିକୁ ଯେପରି ଅଧିକରୁ ଅଧିକ ସହଜ ଭାବରେ, ଉନ୍ନତା ଗୁଣବତାର ସହ ପହଂଚାଯାଇପାରିବ ସେଥିରେ ମଧ୍ୟ ଷ୍ଟାର୍ଟ ଅପ୍‌ଗୁଡିକ ନିଜର ଭୂମିକା ନିର୍ବାହ କରୁଛନ୍ତି ।

ବନ୍ଧୁଗଣ,

ଆମ ଷ୍ଟାର୍ଟ ଅପ୍ ଦୁନିଆର ସବୁଠାରୁ ବଡ ୟୁଏସ୍‌ପି ବା ବିଶେଷତ୍ୱ ହେଉଛି ଏସବୁର ବ୍ୟାଘାତ ଏବଂ ବିବିଧକରଣକୁ ବହନ କରିବାର କ୍ଷମତା, ବ୍ୟାଘାତ ଏଥିପାଇଁ, ଷ୍ଟାର୍ଟ ଅପ୍‌ଗୁଡିକ ଆଜି ନୂତନ ଆଭିମୁଖ୍ୟ, ନୂତନ ପ୍ରଯୁକ୍ତି ବିଦ୍ୟା ଏବଂ ନୂତନ ପଦ୍ଧତିକୁ ସୃଷ୍ଟି କରୁଛି । ଗୋଟିଏ ମାର୍ଗରେ ଚାଲିବାର ଆମର ଯେଉଁ ଚିନ୍ତାଧାରା ଥିଲା, ଷ୍ଟାର୍ଟ ଅପ୍ ଆଜି ତାହାକୁ ବଦଳାଇବାରେ ଲାଗିଛି । ଏବଂ ଦ୍ୱିତୀୟଟି ହେଉଛି ବିବିଧକରଣ, ଆପଣମାନେ ଦେଖନ୍ତୁ, ଆଜି ସବୁ ଷ୍ଟାର୍ଟ ଅପ୍‌ଗୁଡିକ ପୃଥକ୍ ପୃଥକ୍ ବିଚାରଧାରା ସହ ଆସୁଛନ୍ତି । ଏହି ଷ୍ଟାର୍ଟ ଅପ୍ ସବୁ କ୍ଷେତ୍ରରେ ମହଜୁଦ୍ ରହି ଏହି ସମସ୍ତ କ୍ଷେତ୍ରରେ ନୂତନ ବିପ୍ଳବ ସୃଷ୍ଟି କରୁଛନ୍ତି । ଆଜି ଆମ ଷ୍ଟାର୍ଟ ଅପ୍‌ଗୁଡିକର ଯେଉଁଆକାର ରହିଛି, ଯେତେସବୁ ଉପାଦାନ ରହିଛି ତାହା ଅଭୂତପୂର୍ବ । ଏବଂ ସବୁଠାରୁ ବଡ କଥା ହେଲା, ଏହି ଷ୍ଟାର୍ଟ ଅପ୍‌ଗୁଡିକପରିପକ୍ୱତାଠାରୁ ଆବେଗ ଦ୍ୱାରା ଅଧିକ ପରିଚାଳିତ ହେଉଛି । ଯେତେବେଳେ ବି କୌଣସି କ୍ଷେତ୍ରରେ ନୂତନ ଆହ୍ୱାନ ଆସେ, ସେତେବେଳେ କୌଣସି ନା କୌଣସି ଷ୍ଟାର୍ଟ ଅପ୍ ସମ୍ମୁଖକୁ ଆସି କହେ କିଏହି କାମ ଆମେ ହିଁ କରିବୁ । ଭାରତ ମଧ୍ୟ ଆଜି ଏହି ଷ୍ଟାର୍ଟ ଅପ୍ ଭାବନାର ସହ କାର୍ଯ୍ୟ କରୁଛି । ପୂର୍ବରୁ ଯେବେ ମଧ୍ୟ କୋଣସି ନୂଆ ପରିସ୍ଥିତି ଆସୁଥିଲା, ଯେତେବେଳେ କିଛି ମଧ୍ୟ ନୂଆ କରିବାକୁ ପଡୁଥିଲା, ସେତେବେଳେ ପଚରାଯାଉଥିଲା ଯେ, ‘କିଏ ଏହା କରିବ?’ କିନ୍ତୁ ଆଜି ଦେଶ ସ୍ୱୟଂ କହୁଛି ‘ଆମେ ଏହା କରିବୁ’ । ଡିଜିଟାଲ୍ ପେମେଂଟ୍ ହେଉ, ସୌର କ୍ଷେତ୍ରର ନିର୍ମାଣ ହେଉ, କିମ୍ବା ଆର୍ଟିଫିସିଆଲ୍ ଇଣ୍ଟେଇଂଟେଲିଜେନସ୍ ବିପ୍ଳବ ହେଉ, ଦେଶ ପଚାରିଲା ନାହିଁ, ‘କିଏ ଏହା କରିବ?’ ଦେଶ ନିର୍ଣ୍ଣୟ ନେଲା – ‘ଆମେ ଏହା କରିବୁ ।’ ଏବଂ ଏହାର ଫଳାଫଳ ଆଜି ଆମ ସମ୍ମୁଖରେ ରହିଛି । ଆଜି ଭିମ୍ ୟୁପିଆଇ ଦେଣନେଣ କ୍ଷେତ୍ରରେ ବିପ୍ଳବ ଆଣିଛି । ଡିସେମ୍ବର ମାସରେ ହିଁ ଭାରତରେ 4ଲକ୍ଷ କୋଟିରୁ ଅଧିକ ଟଙ୍କାର କାରବାର, ୟୁପିଆଇ ମାଧ୍ୟମରେ ହୋଇଛି । ସୌର କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେବା ଦିଗରେ ଅଗ୍ରସର ହେଉଛି । ଏବେ ନିକଟରେ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଅନ୍ୟ ଦେଶ ତୁଳନାରେ ଭାରତରେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସର ବ୍ୟବହାର ଦୃତ ଗତିରେ ବଢିଛି ।

ବନ୍ଧୁଗଣ,

ଷ୍ଟାର୍ଟ ଅପ୍ ଯେପରି କୌଣସି ବି କ୍ଷେତ୍ରରେପ୍ରତିବନ୍ଧକଗୁଡିକୁ ଦୂର କରି ସମାଧାନ ଆଣିଦିଏ, ଠିକ୍ ସେହିପରି ଭାରତ ଆଜି ପ୍ରତ୍ୟେକ କ୍ଷେତ୍ରରେ ରହିଥିବା ପୁରୁଣା ପ୍ରତିବନ୍ଧକକୁ ଦୂର କରିବାରେ ଲାଗିଛି । ଆଜି ଦେଶରେ ଗରିବମାନଙ୍କୁ, ଚାଷୀମାନଙ୍କୁ, ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତାକଡିବିଟି ବା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଉଛି । ଏହାଦ୍ୱାରା ସାଧାରଣ ଲୋକଙ୍କୁ ସମସ୍ୟାରୁ ମୁକ୍ତି ମିଳିଛି, ଏବଂ ଦେଶର ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କାକୁ ବାଟମାରଣା ହେବାରୁ ରୋକାଯାଇପାରିଛି । ଏହିଭଳିଭାବରେ ଆଜି ସରକାରଙ୍କ ସହ ସମ୍ବନ୍ଧିତ, ବ୍ୟାଙ୍କିଙ୍ଗ କ୍ଷେତ୍ର ସହ ଜଡିତ ଅଧିକାଂଶ ସେବା ଡିଜିଟାଲ୍ ଇଣ୍ଡିଆ ଦ୍ୱାରା ସିଧାସଳଖ ମୋବାଇଲରେ ଉପଲବ୍‌ଧ ହେଉଛି । ଦେଶରେ ଏହି ପରିବର୍ତନଗୁଡିକୁ ଆମର ଷ୍ଟାର୍ଟ ଅପ୍‌ମାନେ ସ୍ୱୟଂ ଉପଲବ୍‌ଧି କରୁଛନ୍ତି ।

ଆଜି ଜିଇଏମ୍ ପୋର୍ଟାଲ ମାଧ୍ୟମରେ ସରକାରୀ ଟେଣ୍ଡରରେ ବଡ ବଡ କମ୍ପାନୀଗୁଡିକୁ ଯେତିକି ସୁଯୋଗ ମିଳୁଛି ଏକ ଷ୍ଟାଟ୍ ଅପ୍‌କୁ ମଧ୍ୟ ସେତିକି ସୁଯୋଗ ମିଳୁଛି । ବର୍ତମାନ ପର୍ଯ୍ୟନ୍ତ ପ୍ରାୟ 800ଷ୍ଟାଟ୍ ଅପ୍ ଜିଇଏମ୍ ପୋର୍ଟାଲରେ ପଞ୍ଜୀକୃତ ହୋଇଛି ଏବଂ ସେସବୁ ପ୍ରାୟ 2300 କୋଟି ଟଙ୍କାର ବ୍ୟବସାୟ ମଧ୍ୟ କରିଛନ୍ତି । ଜିଇଏମ୍ ପୋର୍ଟାଲରେ ମୋଟ୍ କାରବାର ଆଜି ପ୍ରାୟ 80ହଜାର କୋଟିରେ ପହଞ୍ଚିଛି । ଭବିଷ୍ୟତରେ ଏଥିରେ ଷ୍ଟାଟ୍ ଅପ୍ ଗୁଡିକର ଭାଗିଦାରୀ ଆହୁରି ବୃଦ୍ଧି ପାଇବ । ଏହି ଅର୍ଥ ଆମର ଷ୍ଟାର୍ଟ ଅପ୍‌ଗୁଡିକ ପାଖରେ ଯଦି ପହଞ୍ଚେ ତାହାହେଲେ ସ୍ଥାନୀୟ ନିର୍ମାଣ ମଧ୍ୟ ବଢିବ, ଯୁବପିଢୀକୁ ବହୁ ସଂଖ୍ୟାରେ ରୋଜଗାର ମିଳିବ, ଏବଂ ଷ୍ଟାର୍ଟ ଅପ୍ ଗବେଷଣା ଓ ଅଭିନବତା କ୍ଷେତ୍ରରେ ମଧ୍ୟ ଆହୁରି ଅଧିକ ପୁଞ୍ଜିନିବେଶ ହେବ ।

ବନ୍ଧୁଗଣ,

ଆମର ଷ୍ଟାର୍ଟ ଅପ୍‌ଗୁଡିକରେ ଯେପରି ପୁଂଜିର ଅଭାବ ନହୁଏ, ସେଥିପାଇଁ ଦେଶ ଅନେକ ପଦକ୍ଷେପ ହାତକୁ ନେଇଛି । ଏହି ପରିପ୍ରେକ୍ଷୀରେ ଆଜି ଏହି କାର୍ଯ୍ୟକ୍ରମ ଅବସରରେ ମୁଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାକୁ ଯାଉଛି । ଷ୍ଟାର୍ଟ ଅପ୍‌ଗୁଡିକୁ ପ୍ରାରମ୍ଭିକ ପୁଞ୍ଜି ଯୋଗାଇଦେବା ପାଇଁ ଦେଶ ଏକ ହଜାର କୋଟି ଟଙ୍କାର ଷ୍ଟାର୍ଟ ଅପ୍ ଇଣ୍ଡିଆ ସିଡ୍ ଫଣ୍ଡ୍‌ର ଶୁଭାରମ୍ଭ କରିବାକୁ ଯାଉଛି । ଏହାଦ୍ୱାରା ନୂତନ ଷ୍ଟାର୍ଟ ଅପ୍ ଆରମ୍ଭ ଏବଂ ଅଭିବୃଦ୍ଧିକୁ ସହାୟତା ମିଳିବ । ଫଣ୍ଡ୍ ଅଫ୍ ଫଣ୍ଡସ୍ ଯୋଜନା ମାଧ୍ୟମରେ ଷ୍ଟାର୍ଟ ଅପ୍‌ଗୁଡିକୁ ଇକ୍ୱିଟି ଅର୍ଥ ଉଠାଇବା ପୂର୍ବରୁ ହିଁ ସହାୟତା ଯୋଗାଇ ଦିଆଯାଉଛି । ଆଗକୁ ସରକାର ଷ୍ଟାର୍ଟ ଅପ୍‌ଗୁଡିକୁ ଗ୍ୟାରେଣ୍ଟି ମାଧ୍ୟମରେ ଋଣ ଅର୍ଥ ପଠାଇବା ପାଇଁ ମଧ୍ୟ ସହାୟତା ଯୋଗାଇଦେବେ ।

ବନ୍ଧୁଗଣ,

ଭାରତ ଏଭଳି ଏକ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍ ତିଆରି କରିବାକୁ ପ୍ରୟାସ କରୁଛି ଯାହାର ଆଧାରସ୍ତମ୍ଭ ଯୁବକମାନଙ୍କର, ଯୁବକମାନଙ୍କ ଦ୍ୱାରା, ଯୁବକମାନଙ୍କ ପାଇଁ ମନ୍ତ୍ର ଉପରେ ପର୍ଯ୍ୟବେଶିତ ହେବ । ଷ୍ଟାର୍ଟ ଅପ୍ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଆମର ଯୁବକମାନେ ଏହି 5 ବର୍ଷ ମଧ୍ୟରେ ଏହାର ମୂଳଦୁଆ ମଜବୁତ୍ କରିସାରିଛନ୍ତି । ବର୍ତମାନ ଆମକୁ ଆଗକୁ 5 ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପଡିବ । ଏବଂ ଲକ୍ଷ୍ୟ ଏହା ହେବା ଉଚିତ୍ ଯେ, ଆମର ଷ୍ଟାର୍ଟ ଅପ୍‌, ଆମର ୟୁନିକର୍ନ ଏବେ ବିଶ୍ୱର ବୃହତମ ସଂସ୍ଥା ଭଳି ଉଭା ହେଉ । ଭବିଷ୍ୟତ ପ୍ରଯୁକ୍ତିବିଦ୍ୟାରେ ଆମ ଷ୍ଟାର୍ଟ ଅପ୍‌ଗୁଡିକ ଆଗରେ ରହୁ । ଯଦି ଏହି ସଙ୍କଳ୍ପ ଆମ ସମସ୍ତ ବିମସ୍‌ଟେକ୍ ଦେଶଗୁଡିକର ସାମୁହିକ ସଂକଳ୍ପ ହୁଏ ତେବେ ବହୁ ସଂଖ୍ୟାରେ ଜନସାଧାରଣଙ୍କୁ ଏହାର ଲାଭ ମିଳିବ, ସବୁ ଦେଶର ଲୋକଙ୍କର ଜୀବନ ଆହୁରି ଅଧିକ ସରସ ହେବ ।ମୁଁ ଯେତେବେଳେ ବିମସ୍‌ଟେକ୍ ସହ ଜଡିତ ଦେଶଗୁଡିକର ଷ୍ଟାର୍ଟ ଅପ୍‌ର ସଫଳ କାହାଣୀ ଦେଖେ, ଶୁଣେ, ମୋର ଖୁସି ଆହୁରି ବଢିଯାଏ । ବିମସ୍‌ଟେକ୍ ଦେଶମାନଙ୍କର ସମସ୍ତ ଷ୍ଟାର୍ଟଅପ୍‌ଗୁଡିକୁ ମୋର ଅନେକ ଅନେକ ଶୁଭେଚ୍ଛା । ମୋର ବିଶ୍ୱାସ ଯେ ଏହି ନୂତନ ଦଶନ୍ଧିରେ, ଆମେ ସମସ୍ତେ ଏକାଠି ହୋଇ ସମଗ୍ର ଅଂଚଳରେ ଷ୍ଟାର୍ଟ ଅପ୍‌କୁ ନୂଆ ପରିଚୟ ଦେବା, ବିମସ୍‌ଟେକ୍ ଦେଶଗୁଡିକର ଷ୍ଟାର୍ଟ ଅପ୍‌ର ଶକ୍ତି ସମଗ୍ର ବିଶ୍ୱକୁ ହୃଦୟଙ୍ଗମ କରାଇଦେବା । ଏହି ଶୁଭେଚ୍ଛା ସହିତ, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi meets Skyroot founders after Vikram-1 success, hails India's growing private space ecosystem

Media Coverage

PM Modi meets Skyroot founders after Vikram-1 success, hails India's growing private space ecosystem
NM on the go

Nm on the go

Always be the first to hear from the PM. Get the App Now!
...
Prime Minister reviews flood situation in Assam with MPs from the state
July 28, 2026

The Prime Minister, Shri Narendra Modi, met Members of Parliament from Assam and discussed the prevailing flood situation in various parts of the state.

The Prime Minister said that the Centre is working closely with the Assam Government in assisting those affected.

Shri Modi prayed for everyone’s safety and well-being.

In a post on X, Shri Modi said;

“Met MPs from Assam and discussed the prevailing flood situation in various parts of the state.

The Centre is working closely with the Assam Government in assisting those affected. I pray for everyone's safety and well-being.”