ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସଫଳ କାର୍ଯ୍ୟକାଳ କାମନା କରିଛନ୍ତି । ରାଷ୍ଟ୍ରପତି ଭାବେ ତାଙ୍କ ଦାୟିତ୍ୱ ଗ୍ରହଣ ଭାରତ ପାଇଁ ବିଶେଷତଃ ଦରିଦ୍ର, ବଞ୍ଚିତ ଓ ଅବହେଳିତଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶପଥ ନେବା ପରେ ନିଜ ଭାଷଣରେ ରାଷ୍ଟ୍ରପତି ଭାରତର ଉପଲବ୍ଧିଗୁଡିକ ଉପରେ ଆଲୋକପାତ କରିବା ସହ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ଭାରତର ଭବିଷ୍ୟତ ଦୃଷ୍ଟିଭଙ୍ଗୀ ଉପସ୍ଥାପିତ କରିଥିଲେ ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଭାରତର ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣକୁ ସାରା ଦେଶ ଗର୍ବର ସହ ଦେଖିଛି । ରାଷ୍ଟ୍ରପତି ଭାବେ ତାଙ୍କ ଦାୟିତ୍ୱ ଗ୍ରହଣ ଭାରତ ପାଇଁ ବିଶେଷ କରି ଦରିଦ୍ର, ବଞ୍ଚିତ ଓ ଅବହେଳିତଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ । ତାଙ୍କ କାର୍ଯ୍ୟକାଳ ସଫଳ ହେଉ ବୋଲି କାମନା କରୁଛି ।”  

“ଶପଥ ଗ୍ରହଣ ପରେ ନିଜ ଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀ ଆଶା ଓ କରୁଣାର ବାର୍ତ୍ତା ଦେଇଛନ୍ତି । ସେ ଭାରତର ଉପଲବ୍ଧିଗୁଡିକ ଉପରେ ଆଲୋକପାତ କରିବା ସହ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ଭାରତର ଭବିଷ୍ୟତ ଦୃଷ୍ଟିଭଙ୍ଗୀ ଉପସ୍ଥାପିତ କରିଛନ୍ତି ।”   

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 52,000 Indians return safely from Gulf amid Iran war: MEA

Media Coverage

Over 52,000 Indians return safely from Gulf amid Iran war: MEA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 10, 2026
March 10, 2026

Citizens Appreciate India’s Digital Leap and Green Triumphs Under the Leadership of PM Modi