ଭାରତ ହେବ ବିଶ୍ୱର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହବ୍

ଯେତେବେଳେ ଏଆଇ କଥା ଆସେ, ସେତେବେଳେ ବିଶ୍ୱ ଭାରତ ପ୍ରତି ଆଶାବାଦୀ ହୋଇଥାଏ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଇକ୍ରୋସଫ୍ଟର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ସତ୍ୟ ନାଡେଲାଙ୍କ ସହ ଫଳପ୍ରଦ ଆଲୋଚନା ପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତର ନେତୃତ୍ୱକୁ ନେଇ ଆଶା ବ୍ୟକ୍ତ କରିଛନ୍ତି। 
ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ବିଶ୍ୱସନୀୟ ସ୍ଥାନ ଭାବେ ଦେଶର ବର୍ଦ୍ଧିତ ଭୂମିକା ଉପରେ ଆଲୋକପାତ କରି ଭାରତରେ ଏସିଆରେ ସର୍ବବୃହତ ପୁଞ୍ଜି ବିନିଯୋଗ ଲାଗି ମାଇକ୍ରୋସଫ୍ଟର ଘୋଷଣାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ। 
ଶ୍ରୀ ସତ୍ୟ ନାଡେଲାଙ୍କ ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:
"ଯେତେବେଳେ ଏଆଇ କଥା ଆସେ, ବିଶ୍ୱ ଭାରତ ପ୍ରତି ଆଶାବାଦୀ! 
ଶ୍ରୀଯୁକ୍ତ ସତ୍ୟ ନାଡେଲାଙ୍କ ସହ ବହୁତ ଫଳପ୍ରଦ ଆଲୋଚନା ହୋଇଥିଲା। ଭାରତକୁ ଏପରି ଏକ ସ୍ଥାନ ଭାବେ ଦେଖି ଖୁସି ଲାଗୁଛି ଯେଉଁଠାରେ ମାଇକ୍ରୋସଫ୍ଟ ଏସିଆରେ ଏହାର ସର୍ବବୃହତ୍ ନିବେଶ କରିବ। 
ଭାରତର ଯୁବକମାନେ ଏହି ସୁଯୋଗର ଉପଯୋଗ କରି ଏକ ଉନ୍ନତ ବିଶ୍ବ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଶକ୍ତିକୁ ଉପଯୋଗ କରିବେ ।’’

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
E-Samudra: India’s digital push to reshape maritime governance

Media Coverage

E-Samudra: India’s digital push to reshape maritime governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 11, 2026
August 11, 2026

Champions on the Podium, Capital Unlocked, Digital Seas Opened: New India’s Winning Streak Under PM Modi