ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ଜଟାଉନର ମନୁମେଣ୍ଟ ଗାର୍ଡେନରେ ଥିବା ଇଣ୍ଡିଆନ ଆରାଇଭାଲ ମନୁମେଣ୍ଟ (ଭାରତୀୟ ଆଗମନ ସ୍ମାରକ) ବୁଲି ଦେଖିଛନ୍ତି । ତାଙ୍କ ସହ ଏହି ଅବସରରେ ଗୁୟାନାର ପ୍ରଧାନମନ୍ତ୍ରୀ ବ୍ରିଗେଡ଼ିୟର(ଅବସରପ୍ରାପ୍ତ) ମାର୍କ ଫିଲିପ୍ସ ଉପସ୍ଥିତ ଥିଲେ । ଟାସା ଡ୍ରମ ବାଦକଙ୍କ ଏକ ଦଳ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଆରାଇଭାଲ ମନୁମେଣ୍ଟରେ   ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପ୍ରଧାନମନ୍ତ୍ରୀ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଜଣାଇ ଗୁୟାନାରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଲାଗି ପ୍ରବାସୀ ଭାରତୀୟମାନେ କରିଥିବା ସଂଗ୍ରାମ ଓ ଏ ଦିଗରେ ଥିବା ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରିଥିଲେ । ସ୍ମାରକରେ ସେ ଏକ ବେଲ ପତ୍ର ଚାରା ରୋପଣ କରିଥିଲେ ।

 

ସ୍ମାରକଟି ୧୮୩୮ ମସିହାରେ ଭାରତରୁ ପ୍ରବାସୀମାନଙ୍କୁ ଧରି ଗୁୟାନା ଆସିଥିବା ପ୍ରଥମ ଜାହାଜର ଏକ ପ୍ରତିକୃତି । ୧୯୯୧ରେ ଭାରତ ପକ୍ଷରୁ ଗୁୟାନାବାସୀଙ୍କ ଉପହାର ଭାବେ ଏହା ପ୍ରଦାନ କରାଯାଇଥିଲା ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 28, 2026
July 28, 2026

From Factories to Space & High-Speed Rail: How PM Modi’s Vision is Rewiring India’s Future