ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ
ଗଗନଯାନର ଅଗ୍ରଗତି ସମୀକ୍ଷା କରିବା ସହ ମହାକାଶଚାରୀଙ୍କୁ 'ମହାକାଶଚାରୀ ୱିଙ୍ଗ୍' ପ୍ରଦାନ କରିଛନ୍ତି
ନୂଆ କାଳ ଚକ୍ରରେ ଭାରତ କ୍ରମାଗତ ଭାବରେ ବିଶ୍ୱ ବ୍ୟବସ୍ଥାରେ ନିଜର ସ୍ଥାନ ବିସ୍ତାର କରୁଛି ଏବଂ ଏହା ଆମ ମହାକାଶ କାର୍ଯ୍ୟକ୍ରମରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି
ଏହି ୪ ଜଣ ମହାକାଶଚାରୀ କେବଳ ୪ ଜଣ ନାମ କିମ୍ବା ବ୍ୟକ୍ତି ନୁହଁନ୍ତି, ସେମାନେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାକୁ ମହାକାଶକୁ ନେବାର ଚାରିଟି 'ଶକ୍ତି' ଅଟନ୍ତି
ଏହି ୪ ଜଣ ମହାକାଶଚାରୀ ଆଜିର ଭାରତର ବିଶ୍ୱାସ, ସାହସ, ବୀରତ୍ୱ ଓ ଶୃଙ୍ଖଳାର ପ୍ରତୀକ
୪୦ ବର୍ଷ ପରେ ମହାକାଶକୁ ଯାଉଛନ୍ତି ଜଣେ ଭାରତୀୟ । କିନ୍ତୁ ବର୍ତ୍ତମାନ ସମୟ, କାଉଣ୍ଟଡାଉନ୍ ଏବଂ ରକେଟ୍ ଆମର
ଭାରତ ବିଶ୍ବର ଶ୍ରେଷ୍ଠ-୩ ଅର୍ଥନୀତି ରେ ପରିଣତ ହେବାକୁ ଯାଉଥିବା ବେଳେ ଦେଶର ଗଗନଯାନ ଆମ ମହାକାଶ କ୍ଷେତ୍ରକୁ ମଧ୍ୟ ନୂଆ ଶିଖରରେ ପହଞ୍ଚାଇବାକୁ ଯାଉଛି
ମହାକାଶ କ୍ଷେତ୍ରରେ ଭାରତର ନାରୀ ଶକ୍ତି ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି
ମହାକାଶ କ୍ଷେତ୍ରରେ ଭାରତର ସଫଳତା ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିଛି
ଏହି ଅମୃତ କାଳରେ ଜଣେ ଭାରତୀୟ ମହାକାଶଚାରୀ ଭାରତୀୟ ରକେଟରେ ଚନ୍ଦ୍ରରେ ଅବତରଣ
ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମହାକାଶଚାରୀଙ୍କ ପାଇଁ ଷ୍ଟାଣ୍ଡିଂ ଓଭେସନ ଆହ୍ୱାନ ଦେବା ସହ ଭାରତ ମାତା କି ଜୟ ସ୍ଲୋଗାନରେ ହଲ ଗୁଞ୍ଜରିତ ହୋଇ ଉଠିଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳର ଥିରୁଅନନ୍ତପୁରମଠାରେ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର (ଭିଏସ୍ଏସସି) ପରିଦର୍ଶନ କରି ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରର ଏସଏଲଭି ଇଣ୍ଟିଗ୍ରେସନ୍ ଫାସିଲିଟି (ପିଆଇଏଫ୍), ମହେନ୍ଦ୍ରଗିରିସ୍ଥିତ ଇସ୍ରୋ ପ୍ରୋପଲସନ୍ କମ୍ପ୍ଲେକ୍ସରେ ନୂତନ 'ସେମି-କ୍ରାୟୋଜେନିକ୍ସ ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଆଣ୍ଡ ଷ୍ଟେଜ୍ ଟେଷ୍ଟ୍ ଫାସିଲିଟି'; ଏବଂ ଥିରୁଅନନ୍ତପୁରମର ଭିଏସ୍ଏସସି ଠାରେ 'ଟ୍ରାଇସୋନିକ୍ ୱିଣ୍ଡ ଟନେଲ୍' ଅନ୍ତର୍ଭୁକ୍ତ।  ଶ୍ରୀ ମୋଦୀ ଗଗନଯାନ ମିଶନର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ୪ ଜଣ ମହାକାଶଚାରୀଙ୍କୁ 'ମହାକାଶଚାରୀ ୱିଙ୍ଗ୍ ' ପ୍ରଦାନ କରିଥିଲେ। ଏଥିରେ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲକ୍ରିଷ୍ଣନ ନାୟାର, ଗ୍ରୁପ୍ କ୍ୟାପଟେନ୍ ଅଜିତ କ୍ରିଷ୍ଣନ୍, ଗ୍ରୁପ୍ କ୍ୟାପ୍ଟେନ୍ ଅଙ୍ଗଦ ପ୍ରତାପ ଓ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଳା ରହିଛନ୍ତି।

 

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମହାକାଶଚାରୀଙ୍କ ପାଇଁ ଷ୍ଟାଣ୍ଡିଂ ଓଭେସନ ଆହ୍ୱାନ ଦେବା ସହ ଭାରତ ମାତା କି ଜୟ ସ୍ଲୋଗାନରେ ହଲ ଗୁଞ୍ଜରିତ ହୋଇ ଉଠିଥିଲା । 

ପ୍ରତ୍ୟେକ ଦେଶର ବିକାଶ ଯାତ୍ରାର ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ଥାଏ ଯାହା କେବଳ ବର୍ତମାନ ନୁହେଁ ବରଂ ଭବିଷ୍ୟତ ପିଢ଼ିକୁ ପରିଭାଷିତ କରିଥାଏ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତ ପାଇଁ ଏପରି ଏକ ଅବସର ଯେତେବେଳେ ବର୍ତ୍ତମାନର ପିଢ଼ି ସ୍ଥଳ, ବାୟୁ, ଜଳ ଏବଂ ମହାକାଶରେ ରାଷ୍ଟ୍ରର ଐତିହାସିକ ସଫଳତା ପାଇଁ ଗର୍ବ କରିପାରିବେ । ଅଯୋଧ୍ୟାରୁ ନିର୍ମିତ ଏକ ନୂଆ 'କାଳ ଚକ୍ର'ର ଶୁଭାରମ୍ଭ ସମ୍ପର୍କରେ ତାଙ୍କ ବୟାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ କ୍ରମାଗତ ଭାବରେ ବିଶ୍ୱ ବ୍ୟବସ୍ଥାରେ ନିଜର ସ୍ଥାନ ବିସ୍ତାର କରୁଛି ଏବଂ ଏହାର ଝଲକ ଦେଶର ମହାକାଶ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥାଏ । 

ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ପ୍ରଥମ ରାଷ୍ଟ୍ର ହୋଇଥିବାରୁ ଭାରତର ଚନ୍ଦ୍ରଯାନ ସଫଳତାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଆଜି ଶିବ-ଶକ୍ତି ପଏଣ୍ଟ ସମଗ୍ର ବିଶ୍ୱକୁ ଭାରତୀୟ ଦକ୍ଷତା ସହିତ ପରିଚିତ କରୁଛି ବୋଲି ସେ କହିଛନ୍ତି। ମହାକାଶଚାରୀ ଭାବେ ମନୋନୀତ ୪ ଜଣ ଗଗନଯାନ ଯାତ୍ରୀଙ୍କ ପରିଚୟ ଏକ ଐତିହାସିକ ଅବସର ବୋଲି ସେ କହିଛନ୍ତି। ସେମାନେ କେବଳ ଚାରି ଜଣ ନାମ କିମ୍ବା ବ୍ୟକ୍ତି ନୁହଁନ୍ତି, ସେମାନେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାକୁ ମହାକାଶକୁ ନେବାର ଚାରିଟି 'ଶକ୍ତି' ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ଭାରତୀୟ ୪୦ ବର୍ଷ ପରେ ମହାକାଶକୁ ଯାଉଛନ୍ତି। କିନ୍ତୁ ଏବେ ସମୟ, କାଉଣ୍ଟଡାଉନ୍ ଓ ରକେଟ୍ ଆମ ପାଖରେ ରହିଛି। ମହାକାଶଚାରୀମାନଙ୍କୁ ଭେଟି ବା ପରିଚିତ କରାଇବାରେ ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ ସମଗ୍ର ଦେଶ ତରଫରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । 

 

ମହାକାଶଚାରୀମାନଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ନାମ ଭାରତର ସଫଳତା ସହିତ ଯୋଡ଼ି ହୋଇଛି ଏବଂ ସେମାନେ ଆଜିର ଭାରତର ବିଶ୍ୱାସ, ସାହସ, ବୀରତ୍ୱ ଏବଂ ଶୃଙ୍ଖଳାର ପ୍ରତୀକ । ସେ ପ୍ରଶିକ୍ଷଣ ପ୍ରତି ସେମାନଙ୍କର ସମର୍ପଣ ଏବଂ ଭାବନାକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେମାନେ ଭାରତର ଅମୃତ ପିଢ଼ିର ପ୍ରତିନିଧି ଯିଏ କେବେ ବି ହାର ମାନିନଥାନ୍ତି ଏବଂ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଚ୍ୟାଲେଞ୍ଜ କରିବାର ଶକ୍ତି ପ୍ରଦର୍ଶନ କରନ୍ତି । ଏହି ଅଭିଯାନ ପାଇଁ ଏକ ସୁସ୍ଥ ଶରୀର ଏବଂ ସୁସ୍ଥ ମନର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପ୍ରଶିକ୍ଷଣ ମଡ୍ୟୁଲର ଅଂଶ ଭାବରେ ଯୋଗର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ । ଦେଶର ଶୁଭେଚ୍ଛା ଓ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଗଗନଯାନ ପ୍ରକଳ୍ପ ସହ ଜଡ଼ିତ ଇସ୍ରୋର ସମସ୍ତ ଷ୍ଟାଫ୍ ଟ୍ରେନରଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି। 

ଏହି ୪ ଜଣ ମହାକାଶଚାରୀଙ୍କୁ ସେଲିବ୍ରିଟି ପରି ଧ୍ୟାନ ମିଳୁଥିବାରୁ ଏହା ପ୍ରଶିକ୍ଷଣରେ ବାଧା ସୃଷ୍ଟି କରୁଥିବା ନେଇ ପ୍ରଧାନମନ୍ତ୍ରୀ କିଛି ଚିନ୍ତା ପ୍ରକଟ କରିଥିଲେ। ମନୋନୀତ ମହାକାଶଚାରୀ ଏବଂ ସେମାନଙ୍କ ପରିବାର ସହିତ ସହଯୋଗ ପାଇଁ ସେ ନିବେଦନ କରିଛନ୍ତି, ଯାହାଦ୍ୱାରା ସେମାନେ ବିନା କୌଣସି ବିଚ୍ୟୁତିରେ ତାଲିମ ଜାରି ରଖିବେ । 

 

ଗଗନଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଗଗନଯାନର ଅଧିକାଂଶ ଉପକରଣ ମେଡ୍ ଇନ୍ ଇଣ୍ଡିଆ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ବିଶ୍ୱର ଶ୍ରେଷ୍ଠ ୩ ଟି ଅର୍ଥନୀତିରେ ଭାରତର ପ୍ରବେଶ ସହିତ ଗଗନଯାନଙ୍କ ପ୍ରସ୍ତୁତିର ଖୁସି ସଂଯୋଗ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ଆଜି ସମର୍ପିତ ହୋଇଥିବା ପ୍ରକଳ୍ପଗୁଡିକ ନୂତନ ନିଯୁକ୍ତି ସୃଷ୍ଟି କରିବ ଏବଂ ଭାରତର ପ୍ରୋଫାଇଲ୍ କୁ ବଢାଇବ । 

ଭାରତର ମହାକାଶ କାର୍ଯ୍ୟକ୍ରମରେ ନାରୀ ଶକ୍ତିର ଭୂମିକାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ "ଚନ୍ଦ୍ରଯାନ ହେଉ କିମ୍ବା ଗଗନଯାନ, ମହିଳା ବୈଜ୍ଞାନିକଙ୍କ ବିନା ଏଭଳି କୌଣସି ପ୍ରକଳ୍ପ କଳ୍ପନା କରାଯାଇପାରିବ ନାହିଁ"। ଇସ୍ରୋରେ ୫୦୦ରୁ ଅଧିକ ମହିଳା ନେତୃତ୍ୱ ପଦବୀରେ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। 

ଭାରତର ମହାକାଶ କ୍ଷେତ୍ରର ପ୍ରମୁଖ ଅବଦାନ ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ଭାବନା ସୃଷ୍ଟି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇସ୍ରୋ ହାସଲ କରିଥିବା ସଫଳତା ଆଜିର ପିଲାମାନଙ୍କ ମଧ୍ୟରେ ଜଣେ ବୈଜ୍ଞାନିକ ହେବାର ଚିନ୍ତାଧାରା ସୃଷ୍ଟି କରିଛି । ବୈଜ୍ଞାନିକମାନଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ଦେଇ ଉତ୍ସାହିତ ପ୍ରଧାନମନ୍ତ୍ରୀ କହିଛନ୍ତି, "ରକେଟର କାଉଣ୍ଟଡାଉନ୍ ଭାରତରେ ଲକ୍ଷ ଲକ୍ଷ ପିଲାଙ୍କୁ ପ୍ରେରଣା ଦେଉଛି ଏବଂ ଯେଉଁମାନେ ଆଜି କାଗଜ ବିମାନ ତିଆରି କରୁଛନ୍ତି ସେମାନେ ଆପଣଙ୍କ ଭଳି ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖୁଛନ୍ତି। ସେ କହିଥିଲେ ଯେ, ଯୁବଗୋଷ୍ଠୀଙ୍କ ଇଚ୍ଛାଶକ୍ତି ଏକ ରାଷ୍ଟ୍ରର ସମ୍ପତ୍ତି ସୃଷ୍ଟି କରିଥାଏ। ସେ କହିଛନ୍ତି ଯେ ଚନ୍ଦ୍ରଯାନ-୨ ର ଅବତରଣ ସମୟ ଦେଶର ପ୍ରତ୍ୟେକ ପିଲାଙ୍କ ପାଇଁ ଏକ ଶିଖିବାର ଅନୁଭୂତି ହୋଇଥିବା ବେଳେ ଗତ ବର୍ଷ ଅଗଷ୍ଟ ୨୩ ରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ଯୁବପିଢ଼ିଙ୍କୁ ନୂଆ ଶକ୍ତିରେ ଭରି ଦେଇଥିଲା। ମହାକାଶ କ୍ଷେତ୍ରରେ ଦେଶ କରିଥିବା ବିଭିନ୍ନ ରେକର୍ଡ ଉପରେ ଆଲୋକପାତ କରି ସେ ସୂଚନା ଦେଇଥିଲେ, "ଏହି ଦିନକୁ ବର୍ତ୍ତମାନ ମହାକାଶ ଦିବସ ଭାବରେ ପାଳନ କରାଯାଉଛି"। ପ୍ରଥମ ପ୍ରୟାସରେ ମଙ୍ଗଳ ଗ୍ରହରେ ପହଞ୍ଚିବା, ଗୋଟିଏ ମିଶନରେ ୧୦୦ରୁ ଅଧିକ ଉପଗ୍ରହ ଉତକ୍ଷେପଣ କରିବା ଏବଂ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂର କକ୍ଷପଥରେ ଆଦିତ୍ୟ ଏଲ୍ ୧ ସୋଲାର ପ୍ରୋବ୍ ର ସଫଳ ପ୍ରବେଶ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବହୁତ କମ୍ ଦେଶ ଏଭଳି ସଫଳତା ହାସଲ କରିଛନ୍ତି । ୨୦୨୪ ର ପ୍ରଥମ କିଛି ସପ୍ତାହରେ ଏକ୍ସପୋ-ସାଟ୍ ଏବଂ ଇନସାଟ୍-୩ଡିଏସର ସାମ୍ପ୍ରତିକ ସଫଳତା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

 

ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରୋ ଟିମକୁ କହିଛନ୍ତି, "ଆପଣମାନେ ସମସ୍ତେ ଭବିଷ୍ୟତର ସମ୍ଭାବନାର ନୂଆ ଦ୍ୱାର ଖୋଲୁଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆକଳନ ଅନୁଯାୟୀ ଭାରତର ମହାକାଶ ଅର୍ଥନୀତି ପାଞ୍ଚ ଗୁଣ ବୃଦ୍ଧି ପାଇବ ଏବଂ ଆଗାମୀ ୧୦ ବର୍ଷ ମଧ୍ୟରେ ୪୪ ବିଲିୟନ ଡଲାର ଛୁଇଁବ । ମହାକାଶ କ୍ଷେତ୍ରରେ ଭାରତ ଏକ ବିଶ୍ବ ବ୍ୟାବସାୟିକ କେନ୍ଦ୍ର ରେ ପରିଣତ ହେଉଛି ବୋଲି ସେ କହିଥିଲେ। ଆଗାମୀ ଦିନରେ ଭାରତ ପୁଣି ଥରେ ଚନ୍ଦ୍ରକୁ ଯିବ। ଚନ୍ଦ୍ରପୃଷ୍ଠରୁ ନମୁନା ପୁନରୁଦ୍ଧାର କରିବାର ନୂତନ ଅଭିଳାଷ ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ। ଶୁକ୍ର ମଧ୍ୟ ରାଡାରରେ ଅଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୩୫ ସୁଦ୍ଧା ଭାରତର ନିଜସ୍ୱ ମହାକାଶ ଷ୍ଟେସନ ରହିବ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଏହି ଅମୃତ କାଳରେ ଜଣେ ଭାରତୀୟ ମହାକାଶଚାରୀ ଭାରତୀୟ ରକେଟରେ ଚନ୍ଦ୍ରରେ ଅବତରଣ କରିବେ"। 

ଗତ ୧୦ ବର୍ଷ ମଧ୍ୟରେ ମହାକାଶ କ୍ଷେତ୍ରରେ ଭାରତର ସାମ୍ପ୍ରତିକ ସଫଳତା ଏବଂ ୨୦୧୪ ପୂର୍ବରୁ ଦଶନ୍ଧି ସହିତ ତୁଳନା କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଦେଶ କେବଳ ୩୩ ଟି ଉପଗ୍ରହ ତୁଳନାରେ ପାଖାପାଖି ୪୦୦ ଟି ଉପଗ୍ରହ ପ୍ରେରଣ କରିଛି ଏବଂ ଯୁବ-ପରିଚାଳିତ ମହାକାଶ ଷ୍ଟାର୍ଟଅପ୍ ସଂଖ୍ୟା ଦୁଇ କିମ୍ବା ତିନୋଟିରୁ ୨୦୦ରୁ ଅଧିକ ହୋଇଛି । ଆଜି ସେମାନଙ୍କ ଉପସ୍ଥିତିକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ସେମାନଙ୍କ ଦୂରଦୃଷ୍ଟି, ପ୍ରତିଭା ଏବଂ ଉଦ୍ୟୋଗକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମହାକାଶ ସଂସ୍କାର ବିଷୟରେ ମଧ୍ୟ ସ୍ପର୍ଶ କରିଥିଲେ ଯାହା ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିଥାଏ ଏବଂ ମହାକାଶ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ପୁଞ୍ଜିନିବେଶ ପାଇଁ ନିକଟରେ ଅନୁମୋଦିତ ଏଫଡିଆଇ ନୀତି ବିଷୟରେ ଉଲ୍ଲେଖ କରିଥିଲେ । ଏହି ସଂସ୍କାର ଦ୍ୱାରା ବିଶ୍ୱର ବୃହତ୍ତମ ମହାକାଶ ଅନୁଷ୍ଠାନ ଗୁଡ଼ିକ ଏବେ ଭାରତରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ଯୁବକମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

 

ବିକଶିତ ହେବା ପାଇଁ ଭାରତର ସଂକଳ୍ପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମହାକାଶ ବିଜ୍ଞାନ କେବଳ ରକେଟ୍ ବିଜ୍ଞାନ ନୁହେଁ, ଏହା ସବୁଠାରୁ ବଡ଼ ସାମାଜିକ ବିଜ୍ଞାନ। ମହାକାଶ ଜ୍ଞାନକୌଶଳରୁ ସମାଜ ସବୁଠାରୁ ଅଧିକ ଲାଭବାନ ହୋଇଥାଏ। ମତ୍ସ୍ୟଜୀବୀଙ୍କ ପାଇଁ କୃଷି, ପାଣିପାଗ ସମ୍ବନ୍ଧୀୟ, ବିପର୍ଯ୍ୟୟ ସତର୍କ ସୂଚନା, ଜଳସେଚନ ସମ୍ବନ୍ଧୀୟ, ନାଭିଗେସନ ମାନଚିତ୍ର ଏବଂ ଅନ୍ୟାନ୍ୟ ବ୍ୟବହାର ବିଷୟରେ ସେ ଉଲ୍ଲେଖ କରିଥିଲେ। ସେ ମହାକାଶ ବିଜ୍ଞାନର ଅନ୍ୟାନ୍ୟ ଉପଯୋଗ ଯଥା ସୀମା ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଅନେକ ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ, "ବିକଶିତ ଭାରତ ଗଠନରେ ଆପଣ ସମସ୍ତଙ୍କ, ଇସ୍ରୋ ଏବଂ ସମଗ୍ର ମହାକାଶ କ୍ଷେତ୍ରର ଏକ ବଡ଼ ଭୂମିକା ରହିଛି ।

ଅନ୍ୟମାନଙ୍କ ମଧ୍ୟରେ କେରଳ ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାନ, କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନରାଇ ବିଜୟନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ଏବଂ ମହାକାଶ ବିଭାଗ ସଚିବ ତଥା ଇସ୍ରୋ ଅଧ୍ୟକ୍ଷ ଶ୍ରୀ ଏସ ସୋମନାଥ ଉପସ୍ଥିତ ଥିଲେ । 

 

ପୃଷ୍ଠଭୂମି

ଥିରୁବନନ୍ତପୁରମସ୍ଥିତ ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର ପରିଦର୍ଶନ ସମୟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ହେଉଥିବାରୁ ଦେଶର ମହାକାଶ କ୍ଷେତ୍ରର ସମ୍ପୂର୍ଣ୍ଣ ସମ୍ଭାବନାକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ଏବଂ ଏହି କ୍ଷେତ୍ରରେ ବୈଷୟିକ ଏବଂ ଗବେଷଣା ଓ ବିକାଶ ଦକ୍ଷତା ବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତାକୁ ପ୍ରୋତ୍ସାହନ ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ପିଏସ୍ଏଲଭି ଇଣ୍ଟିଗ୍ରେସନ୍ ଫାସିଲିଟି (ପିଆଇଏଫ୍), ମହେନ୍ଦ୍ରଗିରିସ୍ଥିତ ଇସ୍ରୋ ପ୍ରୋପଲସନ୍ କମ୍ପ୍ଲେକ୍ସରେ ନୂତନ 'ସେମି-କ୍ରାୟୋଜେନିକ୍ସ ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଆଣ୍ଡ ଷ୍ଟେଜ୍ ଟେଷ୍ଟ୍ ସୁବିଧା'; ଏବଂ ଥିରୁବନନ୍ତପୁରମର ଭିଏସଏସସିରେ 'ଟ୍ରାଇସୋନିକ ୱିଣ୍ଡ ଟନେଲ' ଅନ୍ତର୍ଭୁକ୍ତ। ମହାକାଶ କ୍ଷେତ୍ର ପାଇଁ ବିଶ୍ୱସ୍ତରୀୟ ବୈଷୟିକ ସୁବିଧା ପ୍ରଦାନ କରୁଥିବା ଏହି ତିନୋଟି ପ୍ରକଳ୍ପ ପ୍ରାୟ ୧୮୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଛି ।

 

ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ପିଏସଏଲଭି ଇଣ୍ଟିଗ୍ରେସନ୍ ଫାସିଲିଟି (ପିଆଇଏଫ୍) ପିଏସଏଲଭି ଉତକ୍ଷେପଣର ଫ୍ରିକ୍ୱେନ୍ସିକୁ ବାର୍ଷିକ ୬ ରୁ ୧୫କୁ ବୃଦ୍ଧି କରିବାରେ ସହାୟକ ହେବ। ଏହି ଅତ୍ୟାଧୁନିକ ସୁବିଧା ଏସ୍ଏସ୍ଏଲଭି ଏବଂ ଘରୋଇ ମହାକାଶ କମ୍ପାନି ଦ୍ୱାରା ଡିଜାଇନ୍ କରାଯାଇଥିବା ଅନ୍ୟାନ୍ୟ କ୍ଷୁଦ୍ର ଉତକ୍ଷେପଣ ଯାନର ଉତକ୍ଷେପଣକୁ ମଧ୍ୟ ପୂରଣ କରିପାରିବ।

ଆଇପିଆରସି ମହେନ୍ଦ୍ରଗିରିରେ ନୂତନ 'ସେମି-କ୍ରାୟୋଜେନିକ୍ସ ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଆଣ୍ଡ ଷ୍ଟେଜ୍ ଟେଷ୍ଟ୍ ଫାସିଲିଟି' ସେମି-କ୍ରାୟୋଜେନିକ୍ ଇଞ୍ଜିନ୍ ଏବଂ ଷ୍ଟେଜ୍ ର ବିକାଶରେ ସକ୍ଷମ କରିବ ଯାହା ବର୍ତ୍ତମାନର ଉତକ୍ଷେପଣ ଯାନଗୁଡ଼ିକର ପେଲୋଡ୍ କ୍ଷମତା ବୃଦ୍ଧି କରିବ। ଏହି କେନ୍ଦ୍ରରେ ତରଳ ଅମ୍ଳଜାନ ଏବଂ କିରୋସିନ ଯୋଗାଣ ବ୍ୟବସ୍ଥା ରହିଛି ଯାହା ଦ୍ୱାରା ୨୦୦ ଟନ୍ ପର୍ଯ୍ୟନ୍ତ ଇଞ୍ଜିନ ପରୀକ୍ଷଣ କରାଯାଇପାରିବ ।

ବାୟୁମଣ୍ଡଳୀୟ ବ୍ୟବସ୍ଥାରେ ଉଡ଼ାଣ ସମୟରେ ରକେଟ୍ ଏବଂ ବିମାନର ବୈଶିଷ୍ଟ୍ୟ ପାଇଁ ଏରୋଡାଇନାମିକ୍ ପରୀକ୍ଷଣ ପାଇଁ ୱିଣ୍ଡ ଟନେଲ୍ ଜରୁରୀ ଅଟେ । ଉଦଘାଟିତ ହେଉଥିବା ଭିଏସଏସସିରେ "ଟ୍ରାଇସୋନିକ୍ ୱିଣ୍ଡ ଟନେଲ" ଏକ ଜଟିଳ ବୈଷୟିକ ବ୍ୟବସ୍ଥା ଯାହା ଆମର ଭବିଷ୍ୟତ ର ଟେକ୍ନୋଲୋଜି ବିକାଶ ଆବଶ୍ୟକତାକୁ ପୂରଣ କରିବ ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଗଗନଯାନ ମିଶନର ଅଗ୍ରଗତି ର ସମୀକ୍ଷା କରିବା ସହ ମହାକାଶଚାରୀମାନଙ୍କୁ 'ମହାକାଶଚାରୀ ୱିଙ୍ଗ୍ ' ପ୍ରଦାନ କରିଥିଲେ । ଗଗନଯାନ ମିଶନ ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ଯାହା ପାଇଁ ଇସ୍ରୋର ବିଭିନ୍ନ କେନ୍ଦ୍ରରେ ବ୍ୟାପକ ପ୍ରସ୍ତୁତି ଚାଲିଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in a mishap at a cracker factory in Thrissur, Keralam
April 21, 2026
PM announces ex-gratia from PMNRF

The Prime Minister, Shri Narendra Modi has condoled the loss of lives due to a mishap at a cracker factory in Thrissur, Keralam. Shri Modi also wished speedy recovery for those injured in the mishap.

The Prime Minister announced an ex-gratia from PMNRF of Rs. 2 lakh to the next of kin of each deceased and Rs. 50,000 for those injured.

The Prime Minister posted on X:

“Saddened to hear about the loss of lives due to the mishap at a cracker factory in Thrissur, Keralam. My deepest condolences to those who have lost their loved ones. May the injured recover at the earliest: PM @narendramodi"

"The Prime Minister has announced that an ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000." 

"തൃശൂരിലെ പടക്ക നിർമാണശാലയിലുണ്ടായ അപകടത്തിൽ നിരവധി ജീവനുകൾ പൊലിഞ്ഞ വാർത്തയറിഞ്ഞതിൽ ദുഃഖമുണ്ട്. പ്രിയപ്പെട്ടവരെ നഷ്ടപ്പെട്ടവരുടെ വേദനയിൽ പങ്കുചേരുന്നു. പരിക്കേറ്റവർ എത്രയും വേഗം സുഖം പ്രാപിക്കട്ടെ: പ്രധാനമന്ത്രി

@narendramodi."

"മരിച്ച ഓരോ വ്യക്തിയുടെയും കുടുംബത്തിന് പ്രധാനമന്ത്രിയുടെ ദേശീയ ദുരിതാശ്വാസ നിധിയിൽ (PMNRF) നിന്ന് 2 ലക്ഷം രൂപ ധനസഹായം നൽകുമെന്ന് പ്രധാനമന്ത്രി അറിയിച്ചു. പരിക്കേറ്റവർക്ക് 50,000 രൂപ വീതം നൽകും."