ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଗୁରୁଦ୍ୱାର ରକାବଗଞ୍ଜ ପରିଦର୍ଶନ କରି ଗୁରୁ ତେଗ ବାହାଦୁରଙ୍କୁ ତାଙ୍କର ସର୍ବୋଚ୍ଚ ବଳିଦାନ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

"ଆଜି ସକାଳେ ମୁଁ ଐତିହାସିକ ଗୁରୁଦ୍ୱାର ରକାବଗଞ୍ଜ ସାହେବରେ ପ୍ରାର୍ଥନା କଲି, ଯେଉଁଠାରେ ଗୁରୁ ତେଗ ବାହାଦୁର ଜୀଙ୍କର ପବିତ୍ର ଶରୀରକୁ ଦାହ କରାଯାଇଥିଲା । ମୁଁ ନିଜକୁ ଧନ୍ୟ ମନେ କଲି । ମୁଁ ମଧ୍ୟ ଅଗଣିତ ଲୋକଙ୍କ ପରି ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଆଦର୍ଶ ଦ୍ୱାରା ଗଭୀର ଭାବରେ ଅନୁପ୍ରାଣିତ ହୋଇଛି ।

ଏହା ହେଉଛି ଗୁରୁ ସାହେବମାନଙ୍କର ଏକ ବିଶେଷ କୃପା ଯାହା ଫଳରେ ଆମ ସରକାରଙ୍କ କାର୍ଯ୍ୟକାଳ ସମୟରେ ଆମେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କର 400 ତମ ପ୍ରକାଶ ପର୍ବ ଉତ୍ସବକୁ ପାଳନ କରିବୁ ।

ଆସନ୍ତୁ ଆମେ ଏହି ପବିତ୍ର ଉତ୍ସବକୁ ଏକ ଐତିହାସିକ ଢଙ୍ଗରେ ପାଳନ କରିବା ଏବଂ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଆଦର୍ଶକୁ ଅନୁସରଣ କରିବା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth