ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଆଁମାରର ବାଗାନସ୍ଥିତ ଆନନ୍ଦ ମନ୍ଦିର ପରିଦର୍ଶନ କରିଛନ୍ତି ।

ଦ୍ଵାଦଶ ଶତାବ୍ଦୀରେ ନିର୍ମିତ ଏହା ଏକ ବୌଦ୍ଧ ମନ୍ଦିର । ବାଗାନ ଅଞ୍ଚଳର ଏହା ଦ୍ଵିତୀୟ ବଡ ମନ୍ଦିର । ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ଏହି ମନ୍ଦିରର ଢାଞ୍ଚାଗତ ସଂରକ୍ଷଣ ଏବଂ ରସାୟନିକ ପ୍ରଲେପନ ତଥା ରକ୍ଷଣାବେକ୍ଷଣ କାର୍ଯ୍ୟ ହାତକୁ ନେଇଛି । ଗତବର୍ଷ ଭୂମିକମ୍ପରେ କ୍ଷତିଗ୍ରସ୍ତ ହୋଇଥିବା ଏହି ମନ୍ଦିରମାନଙ୍କର ପୁନରୁଦ୍ଧାର କାର୍ଯ୍ୟ ASI ପକ୍ଷରୁ ହାତକୁ ନିଆଯାଇଛି ।

 

 ପୁନରୁଦ୍ଧାର କାର୍ଯ୍ୟର କିଛି ଫଟୋ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦର୍ଶିତ କରାଯାଇଥିଲା ।  ପ୍ରଧାନମନ୍ତ୍ରୀ ମନ୍ଦିରରେ ପ୍ରାର୍ଥନା କରିଥିଲେ ଏବଂ ମନ୍ଦିର ପରିକ୍ରମା କରିବା ସମୟରେ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧିମାନେ ପୁନରୁଦ୍ଧାର କାର୍ଯ୍ୟର ବିସ୍ତୃତ ବିବରଣୀ ଦେଇଥିଲେ ।

 

ମନ୍ଦିରରେ ପ୍ରଧାନମନ୍ତ୍ରୀ ପରିଦର୍ଶକ ପୁସ୍ତିକାରେ ନିଜର ଟିପ୍ପଣୀ ଲେଖିବା ସହ ASI ଦ୍ଵାରା ଆନନ୍ଦ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ସଂକ୍ରାନ୍ତ ଫଳକକୁ ଏହି ଅବସରରେ ଅନାବରଣ କରିଥିଲେ ।  

 

 

 

 

ଏସିଆର ବିଭିନ୍ନ ଦେଶରେ ଐତିହ୍ୟସ୍ଥଳୀଗୁଡିକର ସଂରକ୍ଷଣ କାର୍ଯ୍ୟ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ହାତକୁ ନେଇଛି । ଆନନ୍ଦ ମନ୍ଦିର ବ୍ୟତୀତ ଆଫଗାନିସ୍ତାନର ବାମିୟାନ ବୁଦ୍ଧ ମନ୍ଦିର, କାମ୍ବୋଡିଆର ଅଙ୍କୁର ଭଟ ଏବଂ ତା ପ୍ରୋମ ମନ୍ଦିର, ଲାଓସର ଭଟ ଫୌ ମନ୍ଦିର ଏବଂ ଭିଏତନାମର ମାଇ ସନ ମନ୍ଦିର ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 5,083 cr pact for acquisition of six Mk-III light helicopters and missiles

Media Coverage

Defence ministry inks Rs 5,083 cr pact for acquisition of six Mk-III light helicopters and missiles
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 4, 2026
March 04, 2026

Citizens Celebrate Colours of Confidence: PM Modi's Vision Powers Holi Joy, Jobs, Security, and Global Trust