ମହାମହିମ ରାଷ୍ଟ୍ରପତି ବାଇଡେନ, ଉଭୟ ଦେଶର ପ୍ରତିନିଧି, ଗଣମାଧ୍ୟମ ବଂଧୁଗଣ ନମସ୍କାର!

ପ୍ରଥମେ ମୁଁ ରାଷ୍ଟ୍ରପତି ବାଇଡେନଙ୍କୁ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କରେ ତାଙ୍କର ଅମାୟିକ କଥା ଓ ସକାରାତ୍ମକ ଚିନ୍ତାଧାରା ନିମନ୍ତେ ଧନ୍ୟବାଦ ଦେଉଛି ।

ବନ୍ଧୁଗଣ,

ଆଜିର ଦିନଟିର ଭାରତ-ଯୁକ୍ତରାଷ୍ଟ୍ର ସମ୍ପର୍କର ଇତିହାସରେ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ଆମର ଆଜିର ଆଲୋଚନା ଏବଂ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏକ ନୂତନ ଅଧ୍ୟାୟ ଉନ୍ମୋଚନ କରିବା ସହ ଆମର ବୈଶ୍ୱିକ ରଣନୀତିକ ବିସ୍ତୃତ ଅଂଶୀଦାରୀକୁ ନୂତନ ଉତ୍ସାହରେ ଭରିଦେଇଛି ।

ବନ୍ଧୁଗଣ,

ଭାରତ-ଯୁକ୍ତରାଷ୍ଟ୍ର ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଭାଗୀଦାରିତା କେବଳ ଏହି ଦୁଇ ଦେଶ ନିମନ୍ତେ ନୁହେଁ ବରଂ ବୈଶ୍ୱିକ ଅର୍ଥନୀତି ନିମନ୍ତେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆମେରିକା ଆଜି ଭାରତର ସର୍ବବୃହତ୍ ବାଣିଜ୍ୟ ଅଂଶୀଦାର । ଆମେ ବାଣିଜ୍ୟକୁ ନେଇ ବାକି ରହିଥିବା ସମସ୍ୟାର ପରିସମାପ୍ତି ପାଇଁ ଏକ ନୂତନ ଆରମ୍ଭ ପାଇଁ ସ୍ଥିର କରିଛୁ । ଆଇସିଇଟି ଯାହାର ଅର୍ଥ ହେଲା ଦୂରଦର୍ଶୀ ଓ ନୂଆ କରି ଆସୁଥିବା ପ୍ରଯୁକ୍ତି ନେଇ, ପଦକ୍ଷେପ ବୈଷୟିକ ସହଯୋଗର ମୁଖ୍ୟ ବିଷୟ ହୋଇଛି । ଆମର ସହଯୋଗ କୃତ୍ରିମ ମେଧା, ସେମିକଣ୍ଡକ୍ଟର, ମହାକାଶ, କ୍ୱାଣ୍ଟମ ଓ ଦୂରସଂଚାର ଭଳି କ୍ଷେତ୍ରରେ ସମ୍ପ୍ରସାରଣ କରି ଆମେ ଆମର ଦୃଢ଼ ଓ ଭବିଷ୍ୟତ ଭାଗିଦାରିତା ତିଆରି କରୁଛୁ । ଆମେରିକୀୟ ମାଇକ୍ରନ, ଗୁଗୁଲ ଓ ଆପ୍ଲାଏଡ ମାଟ୍ରିଆଲ୍ସ ପ୍ରଭୃତି କମ୍ପାନୀଙ୍କ ଭାରତରେ ନିବେଶ ଭବିଷ୍ୟତ ଭାଗିଦାରିତାର ଏକ ପ୍ରତୀକ ।

ଗସ୍ତ କାଳରେ ମୁଁ ଯୁକ୍ତରାଷ୍ଟ୍ରର ଅନ୍ୟାନ୍ୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଭେଟିବାର ସୁଯୋଗ ପାଇଛି । ମୋର ସେମାନଙ୍କ ସହ ମତ ବିନିମୟ କାଳରେ ଭାରତ ପ୍ରତି ସେମାନଙ୍କ ସକାରାତ୍ମକ ମନୋଭାବ ଥିବା ମୁଁ ଲକ୍ଷ୍ୟ କରିଛି । ସରକାର, ବ୍ୟବସାୟ ଏବଂ ଶିକ୍ଷାନୁଷ୍ଠାନ ଏକାଠି ହୋଇ ଆମର ବୈଷୟିକ ଭାଗୀଦାରିତାକୁ ଅର୍ଥପୂର୍ଣ୍ଣ କରିବା ନେଇ ଆମେ ଉଭୟ ଏକମତ । ସ୍ୱଚ୍ଛଶକ୍ତି ଅବସ୍ଥାନ୍ତର ନେଇ ଭାରତ ଓ ଆମେରିକା ଏକ ସହମତିଭିତ୍ତିକ ପଦକ୍ଷେପ ନେବାକୁ ଆମେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛୁ । ଏଥିରେ ସବୁଜ ଉଦଜାନ, ପବନ ଶକ୍ତି, ବ୍ୟାଟେରୀ ଭଣ୍ଡାରଣ ଓ କାର୍ବନ କ୍ୟାପଚର୍ ଅନ୍ତର୍ଭୁକ୍ତ ।

ବୈଶ୍ୱିକ ଅନିଶ୍ଚିତତା ସତ୍ତ୍ୱେ ବିଶ୍ୱସ୍ତ ଅଂଶୀଦାର ଭାବେ ଭାରତ ଓ ଆମେରିକା ନିର୍ଭରଶୀଳ, ଦୃଢ଼ ଓ ନମନୀୟ ବୈଶ୍ୱିକ ଯୋଗାଣ ଓ ମୂଲ୍ୟବୋଧଭିତ୍ତିକ ବ୍ୟବସ୍ଥା ରଖିବାକୁ ଆମେ ମଧ୍ୟ ନିଷ୍ପତ୍ତି ନେଇଛୁ । ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ନିବିଡ଼ ପ୍ରତିରକ୍ଷା ସହଯୋଗ ପାରସ୍ପରିକ ବିଶ୍ୱାସ ଓ ଉଭୟଙ୍କ ରଣନୀତିକ ଅଗ୍ରାଧିକାରର ପ୍ରତୀକ । ପ୍ରାଚୀନ କ୍ରେତା ବିକ୍ରେତା ସମ୍ପର୍କକୁ ଛାଡ଼ି ଆଜି ଆମେ ବୈଷୟିକ ଜ୍ଞାନ ହସ୍ତାନ୍ତର, ମିଳିତ ବିକାଶ ଓ ଉତ୍ପାଦନ ଉପରେ ଦୃଷ୍ଟି ଦେଉଛୁ । ଜେନେରାଲ ଇଲେଟ୍ରିକର ଭାରତରେ ବୈଷୟିକ ଜ୍ଞାନ ହସ୍ତାନ୍ତର ଜରିଆରେ ଇଞ୍ଜିନ୍ ତିଆରି ନିଷ୍ପତ୍ତି ଏକ ଉଲ୍ଲେଖନୀୟ ରାଜିନାମା । ଏହା ଭବିଷ୍ୟତରେ ଉଭୟ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ଭବିଷ୍ୟତରେ ଆମର ପ୍ରତିରକ୍ଷା ସହଯୋଗକୁ ଏକ ନୂତନ ମୋଡ ଦେବ । ଉଭୟ ଦେଶର ପ୍ରତିରକ୍ଷା ଶିଳ୍ପ ଓ ଷ୍ଟାର୍ଟଅପ ଏହି ସହଯୋଗରେ ପ୍ରମୁଖ ସହଯୋଗୀ । ସେମାନଙ୍କ ଏକତ୍ରିକରଣ ଆମ ପ୍ରତିରକ୍ଷା ଶିଳ୍ପ ରୋଡମ୍ୟାପର ମୁଖ୍ୟ ଲକ୍ଷ୍ୟ । ଆମର ମହାକାଶ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଦୀର୍ଘ ଦିନର ନିବିଡ଼ ସମ୍ପର୍କ ରହିଛି । ଆଜି, ଆମେ “ଆଟେମିସ ରାଜିନାମା”ରେ ପ୍ରବେଶ କରି ମହାକାଶ ସହଯୋଗରେ ବିଶେଷ ଆଗୁଆ ଅଛୁ । ସଂକ୍ଷେପରେ କହିବାକୁ ଗଲେ ଭାରତ-ଯୁକ୍ତରାଷ୍ଟ୍ର ଭାଗୀଦାରିତା ନିମନ୍ତେ ଆକାଶ ହିଁ ଏକମାତ୍ର ସୀମା ।

ବନ୍ଧୁଗଣ,

ଆମ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ଲୋକ ସମ୍ପର୍କ । ପ୍ରାୟ ୪୦ ଲକ୍ଷ ଭାରତୀୟ ବଂଶୋଦ୍ଭବ ଜନସାଧାରଣଙ୍କ ଆଜି ଆମେରିକାର ପ୍ରଗତିରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । ଆଜି ହ୍ୱାଇଟ୍ ହାଉସରେ ଏତେ ଅଧିକ ସଂଖ୍ୟକ ଭାରତୀୟଙ୍କ ଉପସ୍ଥିତି ପ୍ରମାଣ କରୁଛି ଯେ ପ୍ରବାସୀ ଭାରତୀୟମାନେ ଆମ ସମ୍ପର୍କର ମୁଖ୍ୟ ବଳ । ଏହି ସମ୍ପର୍କକୁ ଅହମ୍ମଦାବାଦରେ ଏହି ସମ୍ପର୍କକୁ ଅଧିକ ନିବିଡ଼ କରିବା ପାଇଁ ଆମେରିକାର ବେଙ୍ଗାଲୁରୁ ଓ ଅହମ୍ମଦାବାଦରେ ବାଣିଜ୍ୟ ଦୂତାବାସ ଖୋଲିବା ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ସେହିପରି ସିଆଇଟେଲରେ ମଧ୍ୟ ଭାରତର ଏକ ବାଣିଜି୍ୟକ ଦୂତାବାସ ଖୋଲ ହେବ ।

ବନ୍ଧୁଗଣ,

ଆଜି ବୈଠକରେ ଆମେ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ନେଇ ଆଲୋଚନା କରିଛୁ । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ଆମ ଉଭୟଙ୍କ ପ୍ରାଥମିକତା । ସମଗ୍ର ବିଶ୍ୱ ନିମନ୍ତେ ଏହି ଅଞ୍ଚଳର ବିକାଶ ଓ ସଫଳତା ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ଉଭୟେ ସହମତ । କ୍ୱାଡ୍ ସହଯୋଗୀମାନଙ୍କ ସହ ଆମେ ଏହି ଅଞ୍ଚଳର ସମସ୍ତ ଦେଶ ସହ ସହଯୋଗ ପାଇଁ ଆମର ସହମତି ରହିଛି । ଆତଙ୍କବାଦ ଓ ଉଗ୍ରବାଦ ମୁକାବିଲା ନେଇ ଭାରତ ଓ ଆମେରିକା କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରୁଛନ୍ତି । କୋଭିଡ୍ ବୈଶ୍ୱିକ ମହାମାରୀ ଓ ୟୁକ୍ରେନ ଯୁଦ୍ଧ ନେଇ ଦକ୍ଷିଣ ଗୋଲାର୍ଦ୍ଧର ଦେଶଗୁଡ଼ିକ ବିଶେଷ କରି ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ଆମ ମତରେ ସବୁ ଦେଶ ଏହିସବୁ ସମସ୍ୟା ସମାଧାନ କରିବା ପାଇଁ ଆଗଭର ହେବା ଆବଶ୍ୟକ । ୟୁକ୍ରେନରେ ସମସ୍ୟା ଉପୁଜିବା ଦିନ ଠାରୁ ଭାରତ କଥାବାର୍ତ୍ତା ଓ କୂଟନୀତି ଦ୍ୱାରା ଏହାର ସମାଧାନ ନିମନ୍ତେ ଯୁକ୍ତି ବାଢ଼ି ଆସିଛି । ଶାନ୍ତି ଫେରାଇ ଆଣିବା ଲାଗି ସମସ୍ତ ସହାୟତା ପାଇଁ ଆମେ ପ୍ରସ୍ତୁତ । ଭାରତର ଅଧ୍ୟକ୍ଷତାରେ ଚାଲିଥିବା ଜି-୨୦ ବୈଠକରେ ଆମେ ‘ଗୋଟିଏ ପୃଥିବୀ ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ’ ନୀତି ଉପରେ ଗୁରୁତ୍ୱାରୋପ କରିଆସୁଛୁ ଓ ଦକ୍ଷିଣ ଗୋଲାର୍ଦ୍ଧ ସପକ୍ଷରେ କହିଆସୁଛୁ । ଆଫ୍ରିକୀୟ ଦେଶକୁ ଜି-୨୦ର ସମ୍ପୂର୍ଣ୍ଣ ସଦସ୍ୟତା ପ୍ରଦାନ ନେଇ ରାଷ୍ଟ୍ରପତି ବାଇଡେନଙ୍କ ମୋ ପ୍ରସ୍ତାବକୁ ସମର୍ଥନ ଦେବା ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।

ବନ୍ଧୁଗଣ,

ଆମର ସମ୍ମିଳିତ ଉଦ୍ୟମର ମୌଳିକ ମନ୍ତ୍ର ହେଉଛି ଗଣତନ୍ତ୍ର ଏହାର ମୂଲ୍ୟ ଓ ପଦ୍ଧତିକୁ ମଜଭୁତ କରିବା । ବିଶ୍ୱର ଦୁଇଟି ବୃହତ ଗଣତନ୍ତ୍ର ଭାରତ ଓ ଆମେରିକା ମିଶି ବିଶ୍ୱ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଦିଗରେ ବହୁମୂଲ୍ୟ ଅବଦାନ ଦେଇପାରିବେ । ମୁଁ ନିଶ୍ଚିତ ଯେ ଏହି ସବୁ ମୂଲ୍ୟବୋଧ ଜରିଆରେ ଆମେ କେବଳ ଦୂର ଦେଶ ନୁହଁ ବରଂ ସମଗ୍ର ବିଶ୍ୱବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ସମର୍ଥ ହେବା ।

ରାଷ୍ଟ୍ରପତି ବାଇଡେନ

ଆଜିର ଫଳପ୍ରଦ ଆଲୋଚନା ନିମନ୍ତେ ମୁଁ ଆପଣଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି । ଚଳିତ ବର୍ଷ ଜି-୨୦ ଶିଖର ବୈଠକରେ ଆପଣଙ୍କ ଉପସ୍ଥିତିକୁ ସ୍ୱାଗତ କରିବା ପାଇଁ ମୋ ସହ ସମଗ୍ର ଭାରତ ଚାହିଁବସିଛି । ରାଷ୍ଟ୍ରପତି ଯେତେବେଳେ ମୋତେ ଯାଇ କଂଗ୍ରେସରେ ବକ୍ତବ୍ୟ ରଖିବାକୁ ପଡ଼ିବ ବୋଲି କହିସାରିଲେଣି, ସେ ଦୃଷ୍ଟିରୁ ଆଉ ଅଧିକ ସମୟ ନ ନେଇ ମୁଁ ମୋର ବକ୍ତବ୍ୟ ଶେଷ କରୁଛି । ମୁଁ ପୁଣିଥରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଉଛି । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"