ବିଭିନ୍ନ ଆସନ ଏବଂ ଏହାର ଉପକାରିତା ବିଷୟରେ ମାର୍ଗଦର୍ଶନ ପ୍ରଦାନ କରୁଥିବା ଏକ ଭିଡିଓ ସେଟ୍ ମଧ୍ୟ ଶେୟାର କଲେ

ଯୋଗକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ହେଉଛି ଶାନ୍ତିର ମାଧ୍ୟମ, ଯାହା ଆମକୁ ଜୀବନର ଆହ୍ୱାନଗୁଡ଼ିକୁ ଶାନ୍ତ ଭାବେ ଏବଂ ଧୈର୍ଯ୍ୟର ସହିତ ମୁକାବିଲା କରିବାକୁ ସକ୍ଷମ କରେ।

ଆଗାମୀ ଯୋଗ ଦିବସ ପରିପ୍ରେକ୍ଷୀରେ ଶ୍ରୀ ମୋଦୀ ବିଭିନ୍ନ ଆସନ ଏବଂ ଏହାର ଉପକାରିତା ବିଷୟରେ ମାର୍ଗଦର୍ଶନ ପ୍ରଦାନ କରୁଥିବା ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି ।

ଏକାଧିକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆଜିଠାରୁ ୧୦ ଦିନ ପରେ ବିଶ୍ୱ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବ । ଏକତା ଓ ସୌହାର୍ଦ୍ଦ୍ୟକୁ ପାଳନ କରୁଥିବା ଏକ କାଳଜୟୀ ଉତ୍ସବ ପାଳନ କରିବ । ଯୋଗ ସାଂସ୍କୃତିକ ଓ ଭୌଗୋଳିକ ସୀମା ଅତିକ୍ରମ କରି ସାମଗ୍ରିକ କଲ୍ୟାଣ ସନ୍ଧାନରେ ସାରା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ରିତ କରିଛି।’’

‘‘ଚଳିତ ବର୍ଷ ଯୋଗ ଦିବସ ପାଖେଇ ଆସୁଥିବା ବେଳେ ଯୋଗକୁ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହାକୁ ସେମାନଙ୍କର ଜୀବନର ଅଂଶବିଶେଷ କରିବା ପାଇଁ ଉତ୍ସାହିତ କରିବା ଜରୁରୀ । ଯୋଗ ଶାନ୍ତିର ମାଧ୍ୟମ, ଯାହା ଆମକୁ ଜୀବନର ଆହ୍ୱାନଗୁଡ଼ିକୁ ଶାନ୍ତ ଭାବେ ଏବଂ ଧୈର୍ଯ୍ୟର ସହିତ ମୁକାବିଲା କରିବାକୁ ସକ୍ଷମ କରେ ।’’

‘‘ଯୋଗ ଦିବସ ପାଖେଇ ଆସୁଥିବା ବେଳେ ମୁଁ ଏକ ଭିଡିଓ ଶେୟାର କରୁଛି, ଯେଉଁଥିରେ ବିଭିନ୍ନ ଆସନ ଏବଂ ଏହାର ଉପକାରିତା ବିଷୟରେ ମାର୍ଗଦର୍ଶନ ମିଳିବ । ମୁଁ ଆଶା କରୁଛି ଏହା ଆପଣ ସମସ୍ତଙ୍କୁ ନିୟମିତ ଯୋଗ ଅଭ୍ୟାସ କରିବାକୁ ପ୍ରେରଣା ଯୋଗାଇବ।’’

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains among best-performing major economies: S&P Global

Media Coverage

India remains among best-performing major economies: S&P Global
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 19, 2026
April 19, 2026

Building a Stronger Bharat: Infrastructure Revolution, Economic Resilience & Inclusive Welfare Under PM Modi