ସେୟାର
 
Comments
PM Modi unveils schemes for tribal development in Limkheda, Gujarat
Our government is dedicated to the welfare of the poor and marginalized: PM Modi
Water supply was a major challenge for the State of Gujarat, but that challenge has been successfully overcome: PM

ଦାହୋଦ ଏକ ଆଦିବାସୀ ଜିଲ୍ଲା, ଆଦିବାସୀ ବହୁଳ ଅଞ୍ଚଳ। ଯଦି 1857 ମସିହାର ସ୍ୱାଧୀନତା ସଂଗ୍ରାମରେ ଗୁଜୁରାଟର ଭୂମିକା ସମ୍ପର୍କରେ ଆଲୋଚନା କରାଯାଏ, ତାହେଲେ ଆମକୁ ତାହା ଦାହୋଦରୁ ଆରମ୍ଭ କରିବାକୁ ପଡିବ। ସ୍ୱାଧୀନତା ସଂଗ୍ରାମକୁ ଆମେ ଏତେ ସୀମିତ କରିଦେଇଛୁ ଯେ, ଆମେ ସ୍ୱାଧୀନତା ପାଇଁ ଲଢିଥିବା ଆଦିବାସୀ ଭାଇ-ଭଉଣୀମାନଙ୍କୁ ଭୁଲିଯାଇଛୁ। ବନ୍ଧୁଗଣ, ଏହି ଦେଶର ପ୍ରତିଟି ଗାଁର, ଲକ୍ଷ ଲକ୍ଷ ଲୋକ, ଶହ ଶହ ବର୍ଷ ଧରି ସ୍ୱାଧୀନତା ପାଇଁ ତ୍ୟାଗ ଏବଂ ବଳିଦାନର ମଶାଲକୁ ଅନବରତ ଜଳାଇ ରଖିଥିଲେ। ଭାରତର ଏଭଳି କୌଣସି ଆଦିବାସୀ ଅଞ୍ଚଳ ନାହିଁ ଯିଏ ଇଂରେଜମାନଙ୍କର କଡ଼ା ମୁକାବିଲା ନ କରିଛି। ବିଗତ କିଛି ବର୍ଷ ହେଲା ଲୋକ ବିର୍ସା ମୁଣ୍ଡାଙ୍କ ନାମ ସହିତ ପରିଚିତ ହୋଇଛନ୍ତି। ଆମର ଗୁରୁ ଗୋବିନ୍ଦ ସିଂହ ସ୍ୱାଧୀନତା ପାଇଁ ଏକ ସୁଦୀର୍ଘ ସଂଘର୍ଷ କରିଥିଲେ। ଏହି ମାଟିରେ ହିଁ ସ୍ୱାଧୀନତା ପାଇଁ ଲଢେଇ ହୋଇଥିଲା। 1857ର ସ୍ୱାଧୀନତା ସଂଗ୍ରାମରେ ଦାହୋଦ ଅଞ୍ଚଳର ଆଦିବାସୀ ଭାଇ ଓ ଭଉଣୀମାନେ ଇଂରେଜମାନଙ୍କ ପାଇଁ ଗୋଟିଏ ଆହ୍ୱାନ ସୃଷ୍ଟି କରିଥିଲେ। ଆଜି ଆମେ ଯେତେବେଳେ ସ୍ୱାଧୀନତା ପ୍ରାପ୍ତିର 70ତମ ବାର୍ଷିକୀର ଉତ୍ସବ ପାଳନ କରୁଛୁ, ସେତେବେଳେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିବା ଏହି ଆଦିବାସୀ ଯୋଦ୍ଧାମାନଙ୍କୁ, ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମୁଁ ଏହି ପବିତ୍ର ମାଟିରୁ ଶତ ଶତ ପ୍ରଣାମ କରୁଛି।

ଭାଇ ଓ ଭଉଣୀମାନେ,

1960ରେ ଗୁଜୁରାଟ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠିତ ହେଲା। ଯେତେବେଳେ ବୃହତ୍ ମହାରାଷ୍ଟ୍ରରୁ ଅଲଗା ହୋଇ ଗୁଜୁରାଟ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠିତ ହେଲା, ସେତେବେଳେ ସାଧାରଣରେ ଆଲୋଚନା ହେଉଥିଲା ଯେ, ଗୁଜୁରାଟରେ ପାଣି ନାହିଁ, ଗୁଜୁରାଟର ନିଜସ୍ୱ ଉଦ୍ୟୋଗ ନାହିଁ, ଗୁଜୁରାଟ ପାଖରେ ଖଣିଜ ଦ୍ରବ୍ୟ ନାହିଁ, ଏହି ରାଜ୍ୟ ତିଷ୍ଠି ପାରିବ ନାହିଁ। ଗୁଜୁରାଟ କେବେ ହେଲେ ନିଜ ଗୋଡ଼ରେ ଠିଆ ହୋଇ ପାରିବ ନାହିଁ । ଏହି ଧାରଣା ଲୋକଙ୍କ ମନରେ ସୃଷ୍ଟି ହୋଇଥିଲା। ମହାଗୁଜୁରାଟ ଆନ୍ଦୋଳନ ଆଗରେ ଏହା ସବୁଠାରୁ ବଡ ଯୁକ୍ତି ଥିଲା। ଆଜି ଭାଇ ଓ ଭଉଣୀମାନେ ସାରା ଦେଶ ଗୁଜୁରାଟକୁ ନେଇ ଗର୍ବିତ ଯେ, ଏହି ରାଜ୍ୟ, ଏହି ରାଜ୍ୟର ଲୋକେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇ, ଅନେକ ଅସୁବିଧାର ସମ୍ମୁଖୀନ ହୋଇ, ପ୍ରାକୃତିକ ସମ୍ବଳର ସୀମା ମଧ୍ୟରେ ରହି ପ୍ରତ୍ୟେକ ଆହ୍ୱାନର କଡା ମୁକାବିଲା କରଛନ୍ତି, ପ୍ରତ୍ୟେକ ଆହ୍ୱାନକୁ ଆହ୍ୱାନ କରି ଗୋଟିଏ ପରେ ଗୋଟିଏ ସଫଳତା ହାସିଲ କରିଛନ୍ତି, ବିକାଶର ନୂତନ ମାନଦଣ୍ଡ ସ୍ଥାପିତ କରିଛନ୍ତି । ଆମେ ଆହ୍ୱାନର ମୁକାବିଲା କରିଛୁ ଏବଂ ସଫଳ ପ୍ରୟୋଗ କରି ଦେଖାଇଛୁ।

ଜଳର ଅଭାବ ଆମ ପାଇଁ ସବୁଠାରୁ ବଡ ଆହ୍ୱାନ ଥିଲା। ଯେଉଁଠି ପାଣି ପହଞ୍ଚିଲା ସେଠାକାର ଲୋକ ନିଜର ଶକ୍ତିର ପରିଚୟ ଦେଲେ। ଆମ ଗୁଜୁରାଟର ପୂର୍ବାଞ୍ଚଳ, ଉମରଗାଁଓ ରୁ ଅମ୍ବାଜୀ ଯାଏ ଦେଖନ୍ତୁ, ଆପଣଙ୍କୁ ପଥୁରିଆ ଜମି ଏବଂ ଛୋଟ ଛୋଟ ପାହାଡ଼ ଦେଖାଯିବ। ତେଣୁ ବର୍ଷା ହୋଇ ଯେଉଁ ପାଣି ମିଳେ ତାହା ବୋହିଯାଏ। ଜଳ ସଞ୍ଚୟ ହୋଇପାରେ ନାହିଁ, ଜମିରେ ଜଳ ସଂଗ୍ରହ ହୋଇପାରେ ନାହିଁ। ତେଣୁ ମୋର ଆଦିବାସୀ ଭାଇମାନଙ୍କୁ ଜମି ଜଳରେ ନୁହେଁ ସେମାନଙ୍କ ଝାଳରେ ସିଞ୍ଚିବାକୁ ପଡୁଥିଲା। ଜୀବିକା ଉପାର୍ଜନ ପାଇଁ ତାକୁ ବାହାରକୁ ଯିବାକୁ ପଡୁଥିଲା। 40 ରୁ 50 ଡିଗ୍ରୀ ତାପମାତ୍ରାରେ ଆକାଶରୁ ଅଗ୍ନିବର୍ଷା ହେଉଥିବା ସମୟରେ ଏହି ଆଦିବାସୀମାନଙ୍କୁ ଗାଁର ରାସ୍ତା ତିଆରି କରିବାକୁ ପଡୁଥିଲା, ସେମାନଙ୍କ ଗୋଡରେ ଫୋଟକା ହୋଇଯାଉଥିଲା। ଏହିଭଳି ଭାବରେ ଜୀବନ ବିତୁଥିଲା। ଏହି ପରିସ୍ଥିତିରେ ଆମେ ଦୃରଦୃଷ୍ଟି ସମ୍ପନ୍ନ ଆଭିମୁଖ୍ୟ ଗ୍ରହଣ କଲୁ ଏବଂ ଜଳ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେଲୁ। ଗୁଜୁରାଟ ସରକାରଙ୍କର ବଜେଟର ଏକ ବଡ ଅଂଶ ପାଣି ପାଇଁ ଖର୍ଚ୍ଚ ହେଉଥିଲା। ଏବଂ ଆଜି ମୁଁ ଖୁସି ଯେ ଏହି ଜଳ ସଙ୍କଟର ସମାଧାନ ହୋଇପାରିଛି। ଆଜି ଗୋଟିଏ ପରେ ଗୋଟିଏ ଲୋକାର୍ପଣ କିମ୍ବା ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ହଜାର ହଜାର କୋଟି ଟଙ୍କା, ଏହା କୌଣସି ସାମାନ୍ୟ ରାଶି ନୁହେଁ, ହଜାର ହଜାର କୋଟି ଟଙ୍କା ଜଳ ସଙ୍କଟର ସମାଧାନ ପାଇଁ ଖର୍ଚ୍ଚ କରାଗଲା। ଗୋଟିଏ ଦଶନ୍ଧି ପୂର୍ବରୁ ଆମେ ଚିନ୍ତା ମଧ୍ୟ କରିପାରୁ ନ ଥିଲୁ ଯେ, ଆଦିବାସୀର ରୋଷେଇ ଘରକୁ କଳରେ ପାଣି ଆସିବ। ଆମେ ଏହି ଅଭିଯାନ ଆରମ୍ଭ କଲୁ, କାରଣ ସମାଜର ସର୍ବ ନିମ୍ନ ସ୍ତରରେ ଥିବା ବ୍ୟକ୍ତିକୁ ସଶକ୍ତ କଲେ ସେ ଦୃତ ଗତିରେ ଉନ୍ନତି କରେ। କେବଳ ସେତିକି ନୁହେଁ, ସେ ନିଜ ସହ ନିଜ ସାଥିମାନଙ୍କୁ, ନିଜ ସମାଜକୁ ଯୋଡିବାର ପ୍ରଚେଷ୍ଟା ମଧ୍ୟ କରେ।

ଯେବେଠାରୁ ଦିଲ୍ଲୀରେ ଆମ ସରକାର ଗଠିତ ହୋଇଛି, ତେବେ ଠାରୁ ଆମେ ଆଜିଯାଏ ଉପେକ୍ଷିତ ହୋଇଥିବା ବସ୍ତୁଗୁଡିକ ଉପରେ ଆମ ଧ୍ୟାନ କେନ୍ଦ୍ରିତ କରିଛୁ। ବ୍ୟାଙ୍କଗୁଡିକ ଥିଲା, ମାତ୍ର ସେଥିରେ ଗରିବମାନଙ୍କ ପ୍ରବେଶ ନିଷିଦ୍ଧ ଥିଲା। ଅନେକ ପ୍ରକାର ବୀମା ଯୋଜନା ଥିଲା, କିନ୍ତୁ ଏହାର ଲାଭ ଗରିବମାନଙ୍କୁ ମିଳୁ ନ ଥିଲା। ଡାକ୍ତରଖାନାଗୁଡିକ ଥିଲା, ହେଲେ ଗରିବମାନଙ୍କୁ ଏହାର ଦ୍ୱାର ବାହାରେ ହିଁ ଠିଆ ହେବାକୁ ପଡୁଥିଲା। ବିଜୁଳି ଉତ୍ପାଦିତ ହେଉଥିଲା, କିନ୍ତୁ ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ 18,000 ଗାଁ ର ଲୋକ ଅଷ୍ଟାଦଶ ଶତାବ୍ଦି ଭଳି ପରିସ୍ଥିତିରେ ଜୀବନଯାପନ କରିବାକୁ ବାଧ୍ୟ ହେଉଥିଲେ। ସେମାନେ ବିଜୁଳି ଆଲୁଅ କେବେହେଲେ ଦେଖି ନ ଥିଲେ। ଏହାଠାରୁ ବଳି ଖରାପ ପରିସ୍ଥିତି ଆଉ କଣ ହୋଇପାରେ? ସେଥିପାଇଁ, ଭାଇ ଓ ଭଉଣୀମାନେ, ଯେତେବେଳେ ଆପଣମାନେ, ଏହି ଦେଶର ଏନ.ଡି.ଏ. ର ସାଂସଦମାନେ ଏହି ମାଟିର ସନ୍ତାନକୁ – ଯାହାକୁ ଆପଣ ଲାଳନପାଳନ କରି ବଡ କରିଛନ୍ତି ଏବଂ ତାକୁ ଏହି ଦେଶର ପ୍ରଧାନ ସେବକ ଭାବରେ, ପ୍ରଧାନମନ୍ତ୍ରୀ ରୂପେ ଚୟନ କରିଛନ୍ତି । ତେଣୁ ସଂସଦରେ ମୋର ସର୍ବପ୍ରଥମ ଭାଷଣରେ ମୁଁ କହିଥିଲି ଯେ, ମୋ ସରକାର ଗରିବମାନଙ୍କ ସରକାର, ମୋ ସରକାର ଦଳିତ, ପୀଡିତ, ବଞ୍ଚିତମାନଙ୍କ ସରକାର। ଆମ ଦେଶର ଏହି ବିଶାଳ ଜନସମୁଦାୟ ଯଦି ବିକାଶର ମୁଖ୍ୟ ଧାରାରେ ସାମିଲ ହୋଇଯାଏ ତେବେ ଦେଶ ବିକାଶର ଏକ ନୂତନ ପରିଭାଷା ସୃଷ୍ଟି କରିପାରିବ। ଏହି ଦେଶର ଚାଷୀମାନଙ୍କୁ କଣ ଦରକାର? ଏହି ଦେଶର ଚାଷୀକୁ ପାଣି ମିଳି ଗଲେ ସେ ମାଟିରୁ ସୁନା ଫଳାଇ ପାରେ। ସେଥିପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଅଧିନରେ ଆମେ ଗୋଟିଏ ଅଭିଯାନ ଆରମ୍ଭ କରିଛୁ, ଗୋଟିଏ ବିଶାଳ କାର୍ଯ୍ୟ ଆରମ୍ଭ କରିଛୁ। ଆମେ ଲକ୍ଷ ଲକ୍ଷ କୋଟି ଟଙ୍କା ବ୍ୟୟରେ ଆଗାମୀ ବର୍ଷମାନଙ୍କରେ ଏହି ଦେଶର ପ୍ରତ୍ୟେକ ଗାଁକୁ ପାଣି ପହଞ୍ଚାଇବାକୁ ଚାହୁଁଛୁ। ଆଗରୁ କୁହାଯାଉଥିଲା ଯେ, ଦେଶର ଚାଷୀର, ଗରିବର ତିନୋଟି ମୌଳିକ ଆବଶ୍ୟକତା ରହିଛି – ବିଜୁଳି, ପାଣି ଏବଂ ସଡକ ପଥ। ଆମେ ସେଥିରେ ଆଉ ଦୁଇଟି ଜିନିଷ ଯୋଡି ଦେଇଛୁ – ଶିକ୍ଷା ଏବଂ ସ୍ୱାସ୍ଥ୍ୟ। ଯଦି ଏହି ପାଞ୍ଚଟି ଜିନିଷକୁ ପ୍ରାଥମିକତା ଦିଆଯାଏ ଏବଂ ଏହାକୁ ସର୍ବସୁଲଭ କରାଯାଏ ତେବେ ରୋଜଗାର ଆପେ ଆପେ ସୃଷ୍ଟି ହେବ ଏବଂ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ମଜଭୁତ ମୂଳଦୁଆର ନିର୍ମାଣ ହେବ। ତେଣୁ ଆଜି ଭାରତର କୋଣ ଅନୁକୋଣରେ ଗୋଟିଏ ମନ୍ତ୍ର ଗୁଞ୍ଜରିତ ହେଉଛି – ସମସ୍ତଙ୍କ ସହଯୋଗ, ସମସ୍ତଙ୍କ ବିକାଶ। ଆମେ ସେହି ମନ୍ତ୍ରକୁ ନେଇ ବିକାଶକୁ ନୂତନ ଶିଖରକୁ ପହଞ୍ଚାଇବାର ପ୍ରୟାସ କରୁଛୁ।

ଆମେ ଦେଖିଛୁ ଯେ, ଅନେକ ରାଜ୍ୟରେ ସରକାର ଗଠିତ ହୁଏ ଏବଂ ହେବା ସଙ୍ଗେ ସଙ୍ଗେ 100, 200 କିମ୍ବା 500 କୋଟି ଟଙ୍କାର ଯୋଜନାର ଡେଙ୍ଗୁରା ପିଟାଯାଏ। ଖବରକାଗଜମାନଙ୍କର ମୁଖ୍ୟ ଖବର ହୁଏ। ରାଜ୍ୟର ଲୋକ ମଧ୍ୟ ଏଗୁଡିକ ସମ୍ପର୍କରେ ଆଲୋଚନା କରନ୍ତି। ଭଲ କଥା। କିନ୍ତୁ ଖୁବ କମ୍ ଲୋକ ଜାଣନ୍ତି ଯେ କେତେକ ଯୋଜନା ସରକାରଙ୍କ କୋଷାଗାରକୁ ପୂର୍ଣ୍ଣ କରିଦିଏ। କେବଳ ରାଜ୍ୟ ସରକାର କାହିଁକି –ମହାନଗରନିଗମ, ପୌରପାଳିକା, ଗ୍ରାମ ପଞ୍ଚାୟତ ଏ ସମସ୍ତଙ୍କର ଅର୍ଥକୋଷକୁ ଧନରେ ଭରିଯାଏ। ଏଇ କିଛି କ୍ଷଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟଭାଇ ଏଲ.ଇ.ଡି. ବଲ୍ବ କଥା କହୁଥିଲେ। ଦେଖିବାକୁ ଏହା ଖୁବ ଛୋଟ କଥା ପରି ମନେ ହେଉଛି। ଗୁଜରାଟ ଦୁଇ ତିନି ମାସ ହେବ ଗୋଟିଏ କାମ ହାତକୁ ନେଇଛି। ଗୁଜରାଟ ଦୁଇ କୋଟି ପଚିଶ ଲକ୍ଷ ଏଲ.ଇ.ଡି. ବଲ୍ବ ଲଗାଇ ଏହି କ୍ଷେତ୍ରରେ ସମଗ୍ର ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏଠାରେ ବଲ୍ବ କଥା ପଡିନି। କଥା ହେଉଛି ଲାଭର। ଆପଣମାନେ ଜାଣି ନାହାନ୍ତି, ଏଲ.ଇ.ଡି. ବଲ୍ବ ବ୍ୟବହାର ଫଳରେ ଗୁଜରାଟ ବର୍ଷକୁ 1,000 କୋଟି ଟଙ୍କା ସଞ୍ଚୟ କରିବ। ଏହି ଟଙ୍କା ଗରିବ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରାଯିବ। ଏହି ଅର୍ଥକୁ କିଭଳି ଭାବରେ ବ୍ୟବହାର କରାଯିବ, ସେ ସମ୍ପର୍କରେ ରାଜ୍ୟ ସରକାର, ମହାନଗର ନିଗମ, ପୌରପାଳିକା କିମ୍ବା ଗ୍ରାମ ପଞ୍ଚାୟତ ନିଷ୍ପତ୍ତି ଗ୍ରହଣ କରିପାରିବେ। ସମ୍ପୂର୍ଣ୍ଣ ଯୋଜନା କେନ୍ଦ୍ରରେ ରହିଛି ଗାଁ, ଗରିବ ଆଉ ଚାଷୀମାନଙ୍କ ହିତସାଧନ।

ଆସନ୍ତୁ ଏବେ ବନବନ୍ଧୁ କଲ୍ୟାଣ ଯୋଜନା ସମ୍ପର୍କରେ କଥା ହେବା। ଅନେକ ଦଶନ୍ଧିରେ 9,000 କୋଟି ଟଙ୍କା ଆଉ ଗୋଟିଏ ଦଶନ୍ଧିରେ 60,000କୋଟି ଟଙ୍କା। ଆମେ ଗୋଟିଏ ଦଶନ୍ଧିରେ 60,000କୋଟି ଟଙ୍କା ଆଦିବାସୀମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ଯୋଜନା ପ୍ରସ୍ତୁତ କରିଛୁ, କାରଣ ଆମେ ଏ ଦେଶର ଆଦିବାସୀମାନଙ୍କର ପୁନରୁତ୍ଥାନ କରିବାକୁ ଚାହୁଁ। ବନବନ୍ଧୁ କଲ୍ୟାଣ ଯୋଜନା ଏହି ଚିନ୍ତାଧାରା ର ପରିଣାମ। ଏହି ଯୋଜନା ମାଧ୍ୟମରେ ଗୋଟିଏ ପ୍ରୟୋଗ ଚାଲିଛି, ଯାହାର ଶୁଭାରମ୍ଭ ଗୁଜରାଟରୁ ହୋଇଥିଲା। ଆଜି ଶ୍ରୀଯୁକ୍ତ ଯଶୋବନ୍ତ ସିଂ ଭାଭୋରଙ୍କ ନେତୃତ୍ୱରେ ଏହି ପ୍ରୟୋଗ ସମ୍ପୂର୍ଣ୍ଣ ଦେଶରେ ଚାଲିଛି। ଏହି ଯୋଜନା ସଫଳ ହେବ, ଏହାର ସୁଫଳ ମିଳିବ ଏହି ବିଶ୍ୱାସ ଲୋକଙ୍କ ମନରେ ସୃଷ୍ଟି ହୋଇଛି।

ଭାଇ ଓ ଭଉଣୀମାନେ,

ମୁଁ ଯେତେବେଳେ ଦାହୋଦରେ ସଂଗଠନର କାର୍ଯ୍ୟ କରୁଥିଲି, ସେତେବେଳେ ପ୍ରାୟତଃ ସ୍କୁଟରରେ ବୁଲୁଥିଲି। ଆଜି ଏଠାରେ ଉପସ୍ଥିତ ଅନେକ ଲୋକଙ୍କ ଘରେ ମୁଁ ଚା ପିଇଛି, ଭୋଜନ ଗ୍ରହଣ କରିଛି। ସେ ସମୟରେ ଯେତେବେଳେ ମୁଁ ସ୍କୁଟର ଧରି ବାହାରୁଥିଲି, ଲୋକ ମୋତେ କହୁଥିଲେ ଯେ, ଆପଣ ବେଶୀ ଭିତର ଇଲାକାକୁ ଯାଆନ୍ତୁ ନାହିଁ । କେତେବେଳେ ଅସୁବିଧାରେ ପଡିବେ। ସେମାନେ ମୋତେ ଅଟକାଉଥିଲେ। ସେ ସମୟରେ ମୁଁ ଯେତେବେଳେ ପରେଲ୍ ଯାଉଥିଲି, ଦାହୋଦରେ ପରେଲ୍ କୁ ଦେଖି ଭାବୁଥିଲି ଯେ, ଏହି ଯାଗାଟି ଖୁବ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ କେହି ଏ କଥା ଚିନ୍ତା କରୁନାହାନ୍ତି। ଏହା ଖୁବ ବଡ ସ୍ଥାନ, ଅଥଚ ଲୋକ ରୋଜଗାର ପାଇଁ ବାହାରକୁ ଚାଲି ଯାଉଛନ୍ତି। ଅତୀତରେ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଥିଲେ। କିନ୍ତୁ ଏଗୁଡିକ ରହିଯାଉଥିଲା କେବଳ କାଗଜ ଉପରେ। କେବେହେଲେ ଏହା କାର୍ଯ୍ୟକାରୀ ହେଉ ନ ଥିଲା। ବନ୍ଧୁଗଣ, ପରେଲ୍ ଏହି ଜିଲ୍ଲାର ସବୁଠାରୁ ବଡ ଶକ୍ତି। ପରେଲ୍ ରେଳ ଷ୍ଟେସନର କାୟା ପରିବର୍ତ୍ତନ ପାଇଁ ଆମେ ଗୋଟିଏ ଅଭିଯାନ ଆରମ୍ଭ କରିଦେଇଛୁ। ଆମେ ବଡ ଆକାରରେ କାର୍ଯ୍ୟ ଆରମ୍ଭ କରିଦେଇଛୁ। ମୁଁ ଭାବୁଥିଲି ଯେ, ଦାହୋଦ ମୁଖ୍ୟ ରେଳମାର୍ଗରେ ରହିଥିବା ଯୋଗୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ। ସରକାରଙ୍କ ପାଖରେ ବ୍ୟବସ୍ଥା ରହିଛି ହେଲେ, କାହାରି କିଛି କରିବାର ଇଚ୍ଛା ହିଁ ନାହିଁ । ଏହା ଜନସାଧାରଣଙ୍କ ଧନ ନଷ୍ଟ ହେବାର ସବୁଠାରୁ ବଡ ଉଦାହରଣ ପାଲଟି ଯାଇଥିଲା।

ଭାଇ ଓ ଭଉଣୀମାନେ,

ଯୋଜନା କାର୍ଯ୍ୟକାରୀ ହେବା ଆରମ୍ଭ ହେଲାଣି। ତୋନୋଟି ପର୍ଯ୍ୟାୟରେ ଯୋଜନାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆପଣଙ୍କ ଆଖି ଆଗରେ ପରେଲ୍ ରେଳ ୟାର୍ଡ ରୋଜଗାରର ନୂତନ ସୁଯୋଗ ସୃଷ୍ଟି କରିବ। ଏଠାକାର ଅର୍ଥବ୍ୟବସ୍ଥାରେ ନୂତନ ଉତ୍ସାହ ଭରିଯିବ। ମୁଁ ଜାଣିଛି, ଦାହୋଦ ଜିଲ୍ଲାର ଆଦିବାସୀ କୃଷକ ପ୍ରଗତିଶୀଳ। ତା ଠାରେ ପରମ୍ପରାକୁ ଛାଡି ନୂତନ ଜ୍ଞାନକୌଶଳକୁ ଆପଣେଇବାର ସାହସ ରହିଛି। ଗୁଜରାଟରେ ସାଧାରଣତଃ କୃଷିକାର୍ଯ୍ୟ ପାଇଁ “ଖେତିବାଡି” ଶବ୍ଦକୁ ପ୍ରୟୋଗ କରାଯାଏ। କିନ୍ତୁ ଦାହୋଦର ଆଦିବାସୀ ଚାଷୀ ନିଜର ଖେତକୁ “ଫୁଲ୍ୱାଡି” ଅର୍ଥାତ ଫୁଲ ଚାଷ ହେଉଥିବା ଖେତରେ ପରିଣତ କରିଦେଇଛନ୍ତି। ତାଙ୍କର ଏହି କାର୍ଯ୍ୟରେ ମୁଁ ନିଜକୁ ଗର୍ବ ଅନୁଭବ କରୁଛି। ଆଜି ଦାହୋଦର ଖେତମାନଙ୍କରେ ବିଭିନ୍ନ ପ୍ରକାର ଫୁଲ ଚାଷ ହେଉଛି। ଦହୋଦ ଜିଲ୍ଲାର ଚାଷୀମାନେ ଏହାର ନେତୃତ୍ୱ ନେଇଛନ୍ତି। ସେମାନେ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରୁଛନ୍ତି। ମକା ଚାଷରେ ତ ସେମାନେ ପ୍ରଥମ ସ୍ଥାନରେ ରହିଛନ୍ତି। ଦାହୋଦ ଜିଲ୍ଲାର ଆଦିବାସୀ ପାଖରେ ଜମି କମ ଥାଏ କିନ୍ତୁ ସାହସ ଢେର ଅଧିକ। ସେ ବାହାରକୁ ଯାଏ, କିଛି ନୂଆ ଶିଖେ ଆଉ ନିଜ ଗାଁକୁ ଫେରି ତାହାର ପ୍ରୟୋଗ କରେ।

ଭାଇ ଓ ଭଉଣୀମାନେ,

ଉମରଗାଁଓ ରୁ ଅମ୍ବାଜୀ ପର୍ଯ୍ୟନ୍ତ ଥିବା ଆଦିବାସୀ ଅଞ୍ଚଳକୁ ପାନୀୟ ଜଳ ପହଞ୍ଚାଇବାର ଅଭିଯାନ ଆରମ୍ଭ ହୋଇସାରିଛି। ଉଠା ଜଳସେଚନର ବ୍ୟବସ୍ଥା କରିବାକୁ ବାକୁ ରହିଛି। ଏବେ ଆମେ ଏହି କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦେଉଛୁ। ଭବିଷ୍ୟତରେ ଏହାର ସୁଫଳ ଦେଖିବାକୁ ମିଳିବ। ସୌର୍ଯ୍ୟ ଶକ୍ତି ରେ ଚାଲୁଥିବା ସୋଲାର ପମ୍ପ ବୈପ୍ଳବିକ ପରିବର୍ତ୍ତନ ସୃଷ୍ଟି କରିବାକୁ ଯାଉଛି। ଏହ ଯୋଗୁ ବିଜୁଳି ପାଇଁ ଚାଷୀମାନଙ୍କ ସରକାରଙ୍କ ଉପରେ ନିର୍ଭରଶୀଳତାର ଅନ୍ତ ଘଟିବ। ସୋଲାର ବା ସୌର ପମ୍ପରେ ସରକାର ବିନିଯୋଗ କରିବେ। ନୂତନ ପ୍ରୟୋଗ ଚାଲିଛି। ସୂର୍ଯ୍ୟାଲୋକରେ ଏହି ପମ୍ପ ଚାଲିବ। ଆଗାମୀ ଦିନମାନଙ୍କରେ ଏକ ବଡ ଧରଣର ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହାଦ୍ୱାରା ଆମେ ବୁନ୍ଦା ଜଳସେଚନରେ ମଧ୍ୟ ଆମ ପରିସ୍ଥିତି ଅନୁସାରେ ପରିବର୍ତ୍ତନ କରିପାରିବା। ଆଗାମୀ ଦିନମାନଙ୍କରେ ଏହାର ଲାଭ ଆଦିବାସୀ ଚାଷୀମାନଙ୍କୁ, ଭାରତର ଚାଷୀମାନଙ୍କୁ ମିଳିବ।

ଆମେ ଗୋଟିଏ ସ୍ୱପ୍ନକୁ ଧରି ଚାଲିଛୁ। ଆମେ ଚାହୁଁଛୁ ଯେ, 2022ରେ ଯେତେବେଳେ ଦେଶ ସ୍ୱାଧୀନତାର 75ତମ ବାର୍ଷିକୀର ଉତ୍ସବ ପାଳନ କରିବ ସେତେବେଳ ସୁଦ୍ଧା ଭାରତର ଚାଷୀର ଆୟ ଯେମିତି ଦ୍ୱିଗୁଣିତ ହେବ। କିଛି ଦିନ ପୂର୍ବେ ମୁଁ ଗୁଜରାଟର ଡାଏରୀ (ଗୋପାଳନ ଓ ଦୁଗ୍ଧ ଉତ୍ପାଦନ) ଉଦ୍ୟୋଗରେ ରୁଚି ଥିବା କିଛି ଲୋକଙ୍କୁ ଦିଲ୍ଲୀ ଡାକିଥିଲି। କିଛି ଅଧିକାରୀମାନଙ୍କ ସହିତ ସେମାନଙ୍କୁ ସାକ୍ଷାତ କରାଇଥିଲି। ମୁଁ ସେମାନଙ୍କୁ କହିଲି ଯେ, ପ୍ରତ୍ୟେକ ଗାଁରେ ମହୁମାଛି ପାଳନ ଏବଂ ମହୁ ଉତ୍ପାଦନ କରନ୍ତୁ। ଗାଁ ମାନଙ୍କରେ କ୍ଷୀର ପାଇଁ ଯେମିତି ଲୋକ କେନ୍ ଧରି ଯାଆନ୍ତି ସେମିତି ଛୋଟ କେନ୍ ରେ ମହୁ ନେଇ ଆସିବେ। ଲୋକଙ୍କର କ୍ଷୀର ସହିତ ମହୁରୁ ମଧ୍ୟ ଆୟ ହେବ। କ୍ଷୀର ପ୍ରକ୍ରିୟାକରଣ ସହ ମହୁ ର ମଧ୍ୟ ପ୍ରକ୍ରିୟାକରଣ କରନ୍ତୁ। ବିଶ୍ୱରେ ଏହାର ବହୁତ ଚାହିଦା ରହିଛି। ଗୁଜରାଟର ଚାଷୀ ଏହାଦ୍ୱାରା ବହୁତ ଲାଭବାନ ହୋଇପାରିବ। ଆଗାମୀ ଦିନରେ ସାରା ଦେଶର ଚାଷୀ ମଧ୍ୟ ଏଥିରୁ ଲାଭାନ୍ୱିତ ହୋଇପାରିବେ।

ଭାଇ ଓ ଭଉଣୀମାନେ,

ଶିକ୍ଷା ହେଉ, ସ୍ୱାସ୍ଥ୍ୟ ହେଉ, କୃଷି ହେଉ, ଆଜି ଜମିର ଯେଉଁ ଖଣ୍ଡ ଦିଆଯାଇଛି, ଏହି ଭଉଣୀମାନେ କେବଳ ଫଟୋ ଉଠାଇବାକୁ ଆସି ନାହାନ୍ତି, ଗୁଜରାଟ ସରକାର ସେମାନଙ୍କୁ ଯେଉଁ ଜମି ଖଣ୍ଡେ ଖଣ୍ଡେ ଦେଇଛନ୍ତି ସେଥିରେ ପ୍ରଥମ ନାମ ମୋର ଏହି ଆଦିବାସୀ ଭଉଣୀମାନଙ୍କର ରହିଛି। ସେମାନଙ୍କର ସ୍ୱାମୀମାନଙ୍କ ନାମ ଦ୍ୱିତୀୟରେ ରହିଛି। ଶହ ଶହ ବର୍ଷ ଧରି ଆଦିବାସୀ ଜମିର ମାଲିକ ହୋଇପାରିନାହାନ୍ତି। ଆଜି ଜଣେ ଆଦିବାସୀ ମାଆ ଜମି ମାଲିକ ହୋଇପାରିଛି। ଏହାଠାରୁ ବଡ ଖୁସିର କଥା ଆଉ କଣ ହୋଇପାରେ ?

ଭାଇ ଓ ଭଉଣୀମାନେ,

ମୁଁ ଅନେକ ବର୍ଷ ଗୁଜରାଟରେ ବିତାଇଛି ହେଲେ କେବେ ଜନ୍ମଦିନ ପାଳନ କରିନି। ଆଜି ମଧ୍ୟ ପାଳନ କରୁ ନାହିଁ। କିନ୍ତୁ ମୋ ମାତାଙ୍କ ସହ କିଛି ମୂହୁର୍ତ୍ତ ବିତାଇବାକୁ ନିଶ୍ଚୟ ଚେଷ୍ଟା କରୁଛି। ମୁଁ ମୋ ମାଆଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଛି। କିନ୍ତୁ ଗୁଜରାଟ ସରକାର ମୋତେ ସେମିତି ଫେରିବାକୁ ଦେବାକୁ ଚାହୁଁ ନାହିଁ। ସେମାନେ କହିଲେ, ଆପଣ ଯେତେବେଳେ ଗୁଜରାଟ ଆସୁଛନ୍ତି, କିଛି ସମୟ ଆମକୁ ମଧ୍ୟ ଦିଅନ୍ତୁ। ଗୁଜରାଟ ସରକାର ଦୁଇଟି ଖୁବ ଭଲ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଗୋଟୋଏ କାର୍ଯ୍ୟକ୍ରମ ନୌସାରୀଠାରେ ହେବ, ଯାହା ଭାରତ ସରକାରଙ୍କ କାର୍ଯ୍ୟକ୍ରମ। ଆଦିବାସୀ ଭାଇ ଭଉଣୀମାନଙ୍କ ଆଶୀର୍ବାଦ ଲାଭ କରିବା ମୋର ସୌଭାଗ୍ୟ। ପୁରୁଣା ବନ୍ଧୁମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଲା। ଆପଣମାନେ ମୋତେ ସ୍ୱାଗତ କଲେ, ସମ୍ମାନିତ କଲେ, ଆଶୀର୍ବାଦ କଲେ, ଅଜସ୍ର ସ୍ନେହ ଦେଲେ ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ ଏବଂ ଆପଣମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ମୁଁ ଗୁଜରାଟ ସରକାରଙ୍କ ନିକଟରେ କୃତଜ୍ଞ। ଗୁଜରାଟ ବିକାଶର ନୂତନ ମାନଦଣ୍ଡ ସ୍ଥାପନ କରୁ, କେବଳ ନିଜ ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ଭାରତ ପାଇଁ କରୁ ଏବଂ ସର୍ବଦା ପ୍ରଥମ ସ୍ଥାନରେ ରହୁ ଏହି ଶୁଭେଚ୍ଛା ସହ, ଆପଣମାନଙ୍କୁ ଧନ୍ୟବାଦ।

ଭାରତ ମାତା କୀ ଜୟ ।

 

 

 

 

 

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From Ukraine to Russia to France, PM Modi's India wins global praise at UNGA

Media Coverage

From Ukraine to Russia to France, PM Modi's India wins global praise at UNGA
...

Nm on the go

Always be the first to hear from the PM. Get the App Now!
...
PM Modi's Remarks at the bilateral meeting with the Prime Minister of Japan
September 27, 2022
ସେୟାର
 
Comments

Excellency,

We are meeting today in this hour of grief. After arriving in Japan today, I am feeling more saddened. Because the last time I came, I had a very long conversation with Abe San. And never thought that after leaving, I would have to hear such a news.

Along with Abe San, you in the role of Foreign Minister have taken the India-Japan relationship to new heights and also expanded it further in many areas. And our friendship, the friendship of India and Japan, also played a major role in creating a global impact. And for all this, today, the people of India remember Abe San very much, remember Japan very much. India is always missing him in a way.

But I am confident that under your leadership, India-Japan relations will deepen further, and scale to greater heights. And I firmly believe that we will be able to play an appropriate role in finding solutions to the problems of the world.