ପ୍ରଧାନମନ୍ତ୍ରୀ ଜାନୁଆରୀ ୧୭ ରେ ମାଲଦାରେ ୩,୨୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ହାଓଡ଼ା ଏବଂ ଗୌହାଟି (କାମାକ୍ଷା) ମଧ୍ୟରେ ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ
ସମ୍ପୂର୍ଣ୍ଣ ବାତାନୁକୂଳିତ ବନ୍ଦେ ଭାରତ ସ୍ଲିପର ଟ୍ରେନ ଏକ ଆଧୁନିକ, ଆରାମଦାୟକ ଏବଂ ସୁଲଭ ଦୂରଗାମୀ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ।
ପ୍ରଧାନମନ୍ତ୍ରୀ ହୁଗଲିର ସିଙ୍ଗୁରଠାରେ ୮୩୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ଶୁଭାରମ୍ଭ କରିବେ
ପ୍ରଧାନମନ୍ତ୍ରୀ ବାଲାଗଡ଼ରେ ବିସ୍ତାରିତ ବନ୍ଦର ଗେଟ ସିଷ୍ଟମର ଶିଳାନ୍ୟାସ କରିବେ, ଯାହାକି ଆଭ୍ୟନ୍ତରୀଣ ଜଳ ପରିବହନ ଏବଂ ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭-୧୮ ଜାନୁଆରୀ, ୨୦୨୬ରେ ପଶ୍ଚିମବଙ୍ଗ ଗସ୍ତ କରିବେ । ଜାନୁଆରୀ ୧୭ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ମାଲଦା ଗସ୍ତ କରିବେ ଏବଂ ହାଓଡ଼ା ଓ ଗୌହାଟୀ (କାମାକ୍ଷା) ମଧ୍ୟରେ ମାଲଦା ଟାଉନ ରେଳ ଷ୍ଟେସନରେ ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହାପରେ ଅପରାହ୍ଣ ପ୍ରାୟ ୧ଟା ୪୫ ମିନିଟରେ, ପ୍ରଧାନମନ୍ତ୍ରୀ ମାଲଦାରେ ଏକ ସାର୍ବଜନୀକ କାର୍ଯ୍ୟକ୍ରମରେ ୩,୨୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଓ ଶିଳାନ୍ୟାସ କରିବେ ।

ଜାନୁଆରୀ ୧୮ ତାରିଖ ଅପରାହ୍ଣ ପ୍ରାୟ ୩ଟା ସମୟରେ, ପ୍ରଧାନମନ୍ତ୍ରୀ ହୁଗଲି ଜିଲ୍ଲାର ସିଙ୍ଗୁରରେ ପ୍ରାୟ ୮୩୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ମାଲଦାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମାଲଦା ଗସ୍ତ କରିବେ ଏବଂ ୩,୨୫୦ କୋଟି ଟଙ୍କାର ବହୁବିଧ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଶିଳାନ୍ୟାସ କରିବେ । ଏହାର ଲକ୍ଷ୍ୟ ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ କ୍ଷେତ୍ରରେ ସଂଯୋଗକୁ ସୁଦୃଢ଼ କରିବା ଏବଂ ବିକାଶକୁ ତ୍ୱରାନ୍ୱିତ କରିବା । 

ପ୍ରଧାନମନ୍ତ୍ରୀ ମାଲଦା ରେଳ ଷ୍ଟେସନ ପରିଦର୍ଶନ କରି, ଯେଉଁଠାରେ ସେ ହାଓଡ଼ା ଓ ଗୌହାଟୀ (କାମାକ୍ଷା) ମଧ୍ୟରେ ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ ଆଭାସୀରେ ମଧ୍ୟ ଗୌହାଟୀ (କାମାକ୍ଷା)-ହାଓଡ଼ା ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଆଧୁନିକ ଭାରତର ବର୍ଦ୍ଧିତ ପରିବହନ ଆବଶ୍ୟକତା ପୂରଣ କରିବା ପାଇଁ ବିକଶିତ, ସମ୍ପୂର୍ଣ୍ଣ ବାତାନୁକୂଳିତ ବନ୍ଦେ ଭାରତ ସ୍ଲିପର ଟ୍ରେନ ଯାତ୍ରୀମାନଙ୍କୁ ମିତବ୍ୟୟୀ ଭଡ଼ାରେ ବିମାନଯାତ୍ରା ପରି ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରସ୍ତୁତ । ଏହା ଦୀର୍ଘ ଦୂରତ୍ୱ ଯାତ୍ରାକୁ ଦ୍ରୁତ, ସୁରକ୍ଷିତ ଏବଂ ଅଧିକ ସୁବିଧାଜନକ କରିବ । ହାଓଡ଼ା - ଗୌହାଟୀ (କାମାକ୍ଷା) ରୁଟରେ ପ୍ରାୟ ଅଢ଼େଇ ଘଣ୍ଟାର ଯାତ୍ରା ସମୟକୁ ଉଲ୍ଲେଖନୀୟ ଭାବେ ହ୍ରାସ କରି, ଏହି ଟ୍ରେନ ଧାର୍ମିକ ଯାତ୍ରା ଏବଂ ପର୍ଯ୍ୟଟନକୁ ମଧ୍ୟ ଏକ ପ୍ରମୁଖ ପ୍ରୋତ୍ସାହନ ଦେବ ।

ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଚାରୋଟି ପ୍ରମୁଖ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ, ଯେଉଁଥିରେ ବାଲୁରଘାଟ ଓ ହିଲି ମଧ୍ୟରେ ନୂତନ ରେଳଲାଇନ, ନ୍ୟୁ ଜଲପାଇଗୁଡ଼ିରେ ପରବର୍ତ୍ତୀ ପିଢ଼ିର ପଣ୍ୟ ପରିବହନ ରକ୍ଷଣାବେକ୍ଷଣ ସୁବିଧା, ସିଲିଗୁଡ଼ି ଲୋକୋ ସେଡର ଉନ୍ନତିକରଣ ଏବଂ ଜଲପାଇଗୁଡ଼ି ଜିଲ୍ଲାରେ ବନ୍ଦେ ଭାରତ ଟ୍ରେନ ରକ୍ଷଣାବେକ୍ଷଣ ସୁବିଧାର ଆଧୁନିକୀକରଣ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ଗୁଡ଼ିକ ଯାତ୍ରୀ ଏବଂ ପଣ୍ୟ ପରିବହନ କାର୍ଯ୍ୟକୁ ସୁଦୃଢ଼ କରିବ, ଉତ୍ତର ବଙ୍ଗରେ ଲଜିଷ୍ଟିକ୍ସ ଦକ୍ଷତାରେ ଉନ୍ନତି ଆଣିବ ଏବଂ ଏହି ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ ନ୍ୟୁ କୁଚବିହାର- ବାମନହାଟ ଏବଂ ନ୍ୟୁ କୁଚବିହାର - ବକ୍ସିରହାଟ ମଧ୍ୟରେ ରେଳ ଲାଇନର ବିଦ୍ୟୁତୀକରଣକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ, ଯାହା ଦ୍ରୁତ, ସ୍ୱଚ୍ଛ ଏବଂ ଅଧିକ ଶକ୍ତି - କାର୍ଯ୍ୟକ୍ଷମ ଟ୍ରେନ ପରିଚାଳନକୁ ସକ୍ଷମ କରିବ । 

ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ୪ଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ - ନ୍ୟୁ ଜଲପାଇଗୁଡ଼ି- ନାଗରକଏଲ ଅମୃତଭାରତ ଏକ୍ସପ୍ରେସ, ନ୍ୟୁ ଜଲପାଇଗୁଡ଼ି- ତିରୁଚିରାପଲ୍ଲୀ ଅମୃତଭାରତ ଏକ୍ସପ୍ରେସ, ଆଲିପୁରଦୁଆର -ଏସଏମଭିଟି ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ, ଆଲିପୁରଦୁଆର -ମୁମ୍ବାଇ (ପାନଭେଲ) ଅମୃତ ଭାରତ ଏକ୍ସପ୍ରେସ । ଏହା ସୁଲଭ ଏବଂ ନିଭରଯୋଗ୍ୟ ଦୀର୍ଘ ଦୂରତ୍ୱ ରେଳ ସଂଯୋଗୀକରଣକୁ ବୃଦ୍ଧି କରିବ । ଏହି ସେବା ଗୁଡ଼ିକ ସାଧାରଣ ନାଗରିକ, ଛାତ୍ର, ପ୍ରବାସୀ ଶ୍ରମିକ ଏବଂ ବ୍ୟବସାୟୀଙ୍କ ଗତିଶୀଳତା ଆବଶ୍ୟକତାକୁ ସମର୍ଥନ କରିବା ସହିତ ଆନ୍ତଃରାଜ୍ୟ ଅର୍ଥନୈତିକ ଏବଂ ସାମାଜିକ ସଂଯୋଗକୁ ସୁଦୃଢ଼ କରିବ ।

ପ୍ରଧାନମନ୍ତ୍ରୀ ଏଲଏଚବି କୋଚ ସହିତ ସଜ୍ଜିତ ଦୁଇଟି ଟ୍ରେନ ସେବା - ରାଧିକାପୁର -ଏସଏମଭିଟି ବେଙ୍ଗାଲୁରୁ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଟ୍ରେନଗୁଡ଼ିକ ଅଞ୍ଚଳର ଯୁବପିଢ଼ି, ଛାତ୍ର ଏବଂ ଆଇଟି ପେସାଦାରମାନଙ୍କୁ ବେଙ୍ଗାଲୁରୁ ଭଳି ପ୍ରମୁଖ ଆଇଟି ଏବଂ ନିଯୁକ୍ତି କେନ୍ଦ୍ର ସହିତ ସିଧାସଳଖ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସଂଯୋଗୀକରଣ ପ୍ରଦାନ କରିବା । 

ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ ୩୧ଡି ର ଧୂପଗୁଡ଼ି - ଫଲକଟା ସେକ୍ସନର ପୁନରୁଦ୍ଧାର ଏବଂ ଚାରି ଲେନ୍ ପାଇଁ ଶିଳାନ୍ୟାସ କରିବେ, ଏହା ଏକ ପ୍ରମୁଖ ସଡ଼କ ପ୍ରକଳ୍ପ ଯାହା ଉତ୍ତର ବଙ୍ଗରେ ଆଞ୍ଚଳିକ ସଡ଼କ ସଂଯୋଗୀକରଣକୁ ଉନ୍ନତ କରିବ ଏବଂ ଯାତ୍ରୀ ଓ ସାମଗ୍ରୀର ସୁଗମ ପରିବହନକୁ ସହଜ କରିବ । 

ଏହି ପ୍ରକଳ୍ପ ଗୁଡ଼ିକ ଆଧୁନିକ ଭିତ୍ତିଭୂମି ସୃଷ୍ଟି ଏବଂ ଉନ୍ନତ ସଂଯୋଗୀକରଣ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ପୂର୍ବ ଏବଂ ଉତ୍ତର-ପୂର୍ବ ଅଞ୍ଚଳ ଗୁଡ଼ିକୁ ଦେଶର ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ ଭାବରେ ମଜବୁତ କରିବ ।

ହୁଗଲିରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ହୁଗଲିର ସିଙ୍ଗୁରଠାରେ ୮୩୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ବାଲାଗଡ଼ରେ ଏକ ଆଭନ୍ତରୀଣ ଜଳ ପରିବହନ (ଆଇଡବ୍ଲୁଟି) ଟର୍ମିନଲ ଏବଂ ଏକ ରୋଡ ଓଭରବ୍ରିଜ୍ ସମେତ ସମ୍ପ୍ରସାରିତ ବନ୍ଦର ଗେଟ୍ ସିଷ୍ଟମର ଶିଳାନ୍ୟାସ କରିବେ ।

ପ୍ରାୟ ୯୦୦ ଏକ ପରିବ୍ୟାପ୍ତ, ବାଲାଗଡ଼କୁ ବାର୍ଷିକ ପ୍ରାୟ ୨.୭ ନିୟୁତ ଟନ୍ (ଏମଟିପିଏ) କ୍ଷମତା ସହିତ ଏକ ଆଧୁନିକ କାର୍ଗୋ ହ୍ୟାଣ୍ଡଲିଙ୍ଗ ଟର୍ମିନଲ ଭାବରେ ବିକଶିତ କରାଯାଉଛି । ଏହି ପ୍ରକଳ୍ପରେ ଦୁଇଟି ଉତ୍ସର୍ଗୀକୃତ କାର୍ଗୋ ହ୍ୟାଣ୍ଡଲିଙ୍ଗ ଜେଟି ନିର୍ମାଣ ଅନ୍ତର୍ଭୁକ୍ତ,ଗୋଟିଏ କଣ୍ଟେନରାଇଜଡ କାଗୋ ପାଇଁ ଏବଂ ଗୋଟିଏ ଶୁଷ୍କ ବଲକ୍ କାର୍ଗୋ ପାଇଁ ।

ବାଲାଗଡ଼ ପ୍ରକଳ୍ପର ଲକ୍ଷ୍ୟ, ଭିଡ଼ ସହରାଞ୍ଚଳ କରିଡରରୁ ଭାରୀ କାର୍ଗୋ ପରିବହନକୁ ଦୂରେଇ ରଖି କାର୍ଗୋ ନିଷ୍କାସନ ଦକ୍ଷତାକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରିବା । ଏହା ସଡ଼କ ସୁରକ୍ଷାକୁ ବୃଦ୍ଧି କରିବ, କୋଲକାତା ସହରରେ ଯାନବାହନ ଭିଡ଼ ଏବଂ ପ୍ରଦୂଷଣକୁ ହ୍ରାସ କରିବ ଏବଂ ବାସିନ୍ଦାଙ୍କ ଜୀବନର ଗୁଣବତ୍ତାରେ ଉନ୍ନତି ଆଣିବ । ଉନ୍ନତ ବହୁମୁଖୀ ସଂଯୋଗୀକରଣ ଏବଂ ଲଜିଷ୍ଟିକ୍ସ ଦକ୍ଷତା ଆଞ୍ଚଳିକ ଶିଳ୍ପ, ଏମଏସଏମଇ ଏବଂ କୃଷି ଉତ୍ପାଦକମାନଙ୍କୁ ମଧ୍ୟ ମୂଲ୍ୟ-ପ୍ରଭାବଶାଳୀ ବଜାର ପ୍ରବେଶ ପ୍ରଦାନ କରିବା । ଏହି ପ୍ରକଳ୍ପ ଦ୍ୱାରା ପର୍ଯ୍ୟାପ୍ତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି, ଯାହା ଲଜିଷ୍ଟିକ୍ସ, ଟର୍ମିନଲ ପରିଚାଳନା, ପରିବହନ ସେବା,ରକ୍ଷଣାବେକ୍ଷଣ ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପରେ ନିଯୁକ୍ତି ସୃଷ୍ଟି ମାଧ୍ୟମରେ ସ୍ଥାନୀୟ ସମ୍ପ୍ରଦାୟକୁ ଲାଭ ପହଞ୍ଚାଇବ ।

ପ୍ରଧାନମନ୍ତ୍ରୀ କୋଲକାତାରେ ଏକ ଅତ୍ୟାଧୁନିକ ବୈଦ୍ୟୁତିକ କାଟାମାରାନ୍ ମଧ୍ୟ ଶୁଭାରମ୍ଭ କରିବେ। ଏହା କୋଚିନ୍ ସିପୟାର୍ଡ ଲିମିଟେଡ୍ ଦ୍ୱାରା ଆଭ୍ୟନ୍ତରୀଣ ଜଳ ପରିବହନ ପାଇଁ ସ୍ୱଦେଶୀ ଭାବରେ ନିର୍ମିତ ଛଅଟି ବୈଦ୍ୟୁତିକ କାଟାମାରାନ୍ ମଧ୍ୟରୁ ଗୋଟିଏ। ଉନ୍ନତ ବୈଦ୍ୟୁତିକ ପ୍ରପଳନ ପ୍ରଣାଳୀ ଏବଂ ଲିଥିୟମ-ଟାଇଟାନେଟ୍ ବ୍ୟାଟେରୀ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ, ୫୦ ଜଣ ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ଏହି ହାଇବ୍ରିଡ୍ ବୈଦ୍ୟୁତିକ ଆଲୁମିନିୟମ୍ କାଟାମାରାନ୍ ସମ୍ପୂର୍ଣ୍ଣ ବୈଦ୍ୟୁତିକ ମୋଡ୍ ସହିତ ଦୀର୍ଘ ଦୂରତା ହାଇବ୍ରିଡ୍ ମୋଡ୍ ରେ ଶୂନ୍ୟ-ନିର୍ଗମନ କାର୍ଯ୍ୟ କରିବାକୁ ସକ୍ଷମ। ଏହି ଜାହାଜଟି ସହରାଞ୍ଚଳ ନଦୀ ପରିବହନ, ପରିବେଶ ପର୍ଯ୍ୟଟନ ଏବଂ ହୁଗଳି ନଦୀରେ ଶେଷ ମାଇଲ୍ ଯାତ୍ରୀ ସଂଯୋଗକୁ ସମର୍ଥନ କରିବ।

ପ୍ରଧାନମନ୍ତ୍ରୀ ଜୟରାମବାଟି-ବାରୋଗୋପୀନାଥପୁର-ମାୟନାପୁର ନୂତନ ରେଳ ଲାଇନର ମଧ୍ୟ ଉଦଘାଟନ କରିବେ । ଏହି ଲାଇନ ତାରକେଶ୍ୱର- ବିଷ୍ଣୁପୁର ନୂୂତନ ରେଳଲାଇନ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ନୂତନ ରେଳ ଲାଇନ ସହିତ ବାରୋଗୋପୀନାଥପୁରରେ ଏକ ରହଣୀ ସହିତ ମୟନାପୁର ଏବଂ ଜୟରାମବାଟି ମଧ୍ୟରେ ଏକ ନୂତନ ଟ୍ରେନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରାଯିବ । ଏହା ବାଙ୍କୁରା ଜିଲ୍ଲାର ବାସିନ୍ଦାଙ୍କୁ ସିଧାସଳଖ ରେଳ ସଂଯୋଗ ପ୍ରଦାନ କରିବ, ଯାହାଦ୍ୱାରା ପ୍ରତିଦିନ ଯାତ୍ରୀ, ଛାତ୍ର ଏବଂ ତୀଥଯାତ୍ରୀଙ୍କ ପାଇଁ ଯାତ୍ରା ଅଧିକ ସୁଲଭ ଏବଂ ସୁବିଧାଜନକ ହେବ । 

ପ୍ରଧାନମନ୍ତ୍ରୀ ତିନୋଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ: 

କୋଲକାତା (ହାଓଡ଼ା)- ଆନନ୍ଦବିହାର ଟର୍ମିନାଲ ଅମୃତ ଭାରତ ଏକ୍ସପ୍ରେସ, କୋଲକାତା (ସିଲଦା)- ବନାରସ ଅମୃତ ଭାରତ ଏକ୍ସପ୍ରେସ, କୋଲକାତା (ସାନ୍ତ୍ରାଗାଛି) - ତାମ୍ବରମ୍ ଅମୃତ ଭାରତ ଏକ୍ସପ୍ରେସ୍ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Q4 GDP growth seen at 7.3%; CNBC-TV18 poll pegs FY26 at 7.5%

Media Coverage

India's Q4 GDP growth seen at 7.3%; CNBC-TV18 poll pegs FY26 at 7.5%
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.